୨ ମାସ ମଧ୍ୟରେ କାମ ଶେଷ କରିବାକୁ ନିର୍ଦ୍ଦେଶ

କେସିଙ୍ଗା,୨।୬(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ୧୯୭୦ରେ ପ୍ରାଣୀ ଚିକିତ୍ସାଳୟ ସ୍ଥାପିତ ହୋଇଛି। ଦୀର୍ଘ ୫୩ ବର୍ଷ ହେଲା ରକ୍ଷଣାବେକ୍ଷଣ ଅଭବାରୁ ପ୍ରାଣୀ ଚିକିତ୍ସାଳୟ ପରିସରରେ ଥିବା ସରକାରୀ ଗୃହଗୁଡ଼ିକ ଉଈ ଲାଗି କବାଟ, ଝରକା, ଘର ଛାତ ଭୁଶୁଡି ପଡୁଛି। କର୍ମଚାରୀଙ୍କ ରହିବା ପାଇଁ ଆବଶ୍ୟକ ଗୃହ ନ ଥିବାରୁ ସେମାନେ ଭଡାରେ ରହି ପ୍ରାଣୀମାନଙ୍କ ଚିକିତ୍ସା କରି ଆସୁଛନ୍ତି। ଘରଗୁଡିକ ବିପଦଶଙ୍କୁଳ ଅବସ୍ଥାରେ ପଡି ରହିଛି। ଘର ଚତୁପାଶର୍‌ବରେ ଭାଙ୍ଗି ଯାଇଛି। ଏହି ସବୁ ସମସ୍ୟା ଦେଖି କେସିଙ୍ଗାବାସୀ ଓ ବୁଦ୍ଧିଜୀବୀମାନେ ନୂତନ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଥିଲେ। ପରେ ରାଜ୍ୟ ସରକାର ନୂତନ ଏକ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ନିର୍ମାଣ ପାଇଁ ୫୦ଲକ୍ଷ ଅର୍ଥ ମଞ୍ଜୁର କରିଛନ୍ତି। ଏହି ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ନିର୍ମାଣ ପାଇଁ ଭୁବନେଶ୍ୱରର ଜଣେ ଠିକାଦାରଙ୍କୁ ଟେଣ୍ଡର ପ୍ରଦାନ କରାଯାଇଛି। ଗତ ଫେବୃୟାରୀରେ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି। କୌଣସି କାରଣରୁ ଠିକାଦାର ନିର୍ମାଣ କାର୍ଯ୍ୟରେ ବିଳମ୍ବ କରିବାରୁ ରାଜ୍ୟ ସରକାର ସିଡିଭିଓମାନଙ୍କୁ ଦୁଇ ମାସ ମଧ୍ୟରେ କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସରଣ କରି କଳାହାଣ୍ଡି ସିଡିଭିଓ ଆସନ୍ତା ଦୁଇ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଠିକାଦାରଙ୍କୁ ତାଗିତ କରିଛନ୍ତି। ସୂଚନାଯୋଗ୍ୟ ଯେ, କେସିଙ୍ଗା ବ୍ଲକରେ ୨୫ ହଜାର ଗାଈବଳଦ ଥିବା ବେଳେ ମଇଁଷି ୫୦୦, ଛେଳି ୨୪ ହଜାର, ମେଣ୍ଢା ୪୫୦୦, କୁକୁଡ଼ା ଓ ବତକ ୧ ଲକ୍ଷ୨୦ ହଜାର, ଘୁଷୁରୀ ୧୦୦, ବୟଲର କୁକୁଡ଼ା ୧ ଲକ୍ଷ ଅଛନ୍ତି। ଚାଷୀମାନେ ଗାଈ, ବଳଦ, ଛେଳି, ମେଣ୍ଢା ଚିକିତ୍ସା ପାଇଁ ପ୍ରାଣି ଚିକିତ୍ସାଳୟକୁ ଆଣିଲେ ଖରା ବର୍ଷାଋତୁରେ ଚାଷୀମାନେ ରହିବା ପାଇଁ ଜାଗା ନ ଥିବାରୁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସବୁ ସମସ୍ୟା ଦୂର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ୨ ମାସ ମଧ୍ୟରେ ଶେଷ କରିବାକୁ ଠିକାଦାରଙ୍କୁ ସିଡିଭିଓ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଏ ନେଇ ସିଡିଭିଓ ଡ଼.ହେମନ୍ତ କୁମାର ପ୍ରଧାନଙ୍କୁ ପଚାରିବାରୁ ରାଜ୍ୟ ସରକାର ନିର୍ଦ୍ଦେଶ ଅନୁଯାୟୀ ଅତିଶୀଘ୍ର ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ଶେଷ କରିବାକୁ ଠିକାଦାରଙ୍କୁ କୁହାଯାଇଛି ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

ତେଲକୋଇରୁ ଫକୀରମୋହନ, ଚମ୍ପୁଆରୁ ଲଢ଼ିବେ ମୁରଲୀ

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ଘୋଷଣା ହୋଇ ପାରୁ ନ ଥିବା ଚମ୍ପୁଆ ଏବଂ ତେଲକୋଇ ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ଶନିବାର ତା’ର...

୩ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୭ା୪: ଶନିବାର ବିଜେଡି ତା’ର ଆଉ ୩ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଭୋଗରାଇରୁ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଏବଂ ବେଗୁନିଆରୁ ପ୍ରଦୀପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri