କଳା ତାଲିକାଭୁକ୍ତ ସଂସ୍ଥାକୁ ସଫେଇ କାର୍ଯ୍ୟାଦେଶ

କେନ୍ଦୁଝର,୧୧।୪(ସ୍ବ.ପ୍ର.): କେନ୍ଦୁଝରଗଡ଼ ପୌରପାଳିକାର ସଫେଇ କାମ ଏକ କଳା ତାଲିକାଭୁକ୍ତ ସଂସ୍ଥାକୁ ଦିଆଯାଇଛି। ଉକ୍ତ ସଂସ୍ଥା କର୍ମଚାରୀଙ୍କୁ କମ ଦରମା ଦେଉଥିବା ବେଳେ ସେମାନଙ୍କଠାରୁ କଟାଯାଉଥିବା ଇପିପିଏଫ ଓ ଇଏସ୍‌ଆଇ ଆଦି ବାବଦକୁ ଅର୍ଥ ଠିକ୍‌ ଭାବେ ଜମା କରୁନି। ସଫେଇ କର୍ମଚାରୀଙ୍କ ପ୍ରାପ୍ୟ ହେରଫେର କରୁଥିଲେ ହେଁ ଦୀର୍ଘ ବର୍ଷ ହେଲା କାହିଁକି ଉକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ପ୍ରଶ୍ନ କରିଛନ୍ତି। ଏ ନେଇ ଜିଲାପାଳଙ୍କୁ ଏକ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ଅଭିଯୋଗ ପରେ ଜିଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ଅଭିଯୋଗ ଅନୁଯାୟୀ, ଉକ୍ତ ସଂସ୍ଥା ପୂର୍ବରୁ ଅନ୍ୟ ଜିଲାରେ ସଫେଇ କାମ କରୁଥିବା କର୍ମଚାରୀଙ୍କ ଇପିଏଫ, ଇଏସ୍‌ଆଇ, ଜିଏସ୍‌ଟି ବାବଦକୁ ଅର୍ଥ ଜମା ନ କରି ଅର୍ଥ ହେରଫେର କରିଥିଲା। ଫଳରେ ବ୍ଲାକ୍‌ ଲିଷ୍ଟ ହୋଇଛି। ତେବେ ସ୍ଥାନୀୟ ଠିକା ସଂସ୍ଥାକୁ କାମ ନ ଦେଇ କିଭଳି ଏଭଳି ବ୍ଲାକ୍‌ ଲିଷ୍ଟ ହୋଇଥିବା ସଂସ୍ଥାକୁ କାମ ଦିଆଯାଇଛି ତାହା ତଦନ୍ତ ସାପେକ୍ଷ। ବ୍ୟାପକ ଅର୍ଥ କାରବାର ହେଉଥିବାରୁ ଏଭଳି ଘଟଣାକୁ ଚପାଇ ଦିଆଯାଇ କାର୍ଯ୍ୟାଦେଶ ଦିଆଯାଇଥିବା ଅଭିଯୋଗ ହେଉଛି। ଉକ୍ତ ସଂସ୍ଥ ସଫେଇ କର୍ମଚାରୀମାନଙ୍କୁ ସ୍ବଳ୍ପ ମଜୁରି ଦେଉଥିବା ବେଳେ ସେମାନଙ୍କଠାରୁ ଇପିଏଫ(ଏମ୍ପ୍ଲଇ ପ୍ରୋଭିଣ୍ଡେଣ୍ଟ ଫଣ୍ଡ), ଇଏସ୍‌ଆଇ( ଏମ୍ପ୍ଲଇଜ୍‌ ଷ୍ଟେଟ୍‌ ଇନ୍ସ୍ୟୁରାନ୍ସ କର୍ପୋରେସନ) ବାବଦକୁ କଟାଯାଉଥିବା ଅର୍ଥର ଠିକ୍‌ ଭାବେ ଜମା ହେଉ ନ ଥିଲେ ବି ପୌରପ୍ରଶାସନ ଓ ଶ୍ରମ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। କାମ ହରାଇବା ଭୟରେ କର୍ମଚାରୀମାନେ ମୁହଁ ଖୋଲି ପାରୁନହାନ୍ତି। ଏଥିସହ ଉପଯୁକ୍ତ ତଦାରଖ ଅଭାବରୁ ଆଗଭଳି ସଫେଇ ମଧ୍ୟ ଠିକ୍‌ ଭାବେ ହେଉନାହିଁ। ସହର ସାରା କୁଢ଼କୁଢ଼ ଆବର୍ଜନା ଜମା ହୋଇରହୁଛି। ଫଳରେ ପ୍ରଦୂଷିତ ପରିବେଶ ସୃଷ୍ଟି କରୁଛି। ଅଧ୍ୟକ୍ଷା, କାଉନ୍‌ସିଲରଙ୍କ ଭଳି ଲୋକ ପ୍ରତିନିଧିମାନେ ମଧ୍ୟ କର୍ମଚାରୀମାନଙ୍କ ସମସ୍ୟାକୁ ଅଣଦେଖା କରିବାକୁ ନେଇ ଉଦ୍‌ବେଗ ପ୍ରକାଶ ପାଉଛି। ପ୍ରତ୍ୟେକ କର୍ମଚାରୀଙ୍କଠାରୁ ମାସିକ ଏକ ହଜାରରୁ ଦେଢ଼ ହଜାର ପର୍ଯ୍ୟନ୍ତ ଝାଳବୁହା ଟଙ୍କା ହଡ଼ପ ହେଉଥିବାରୁ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୂର୍ବତନ ବିଧାୟକ ଦାବି କରିଛନ୍ତି।
ସେହିପରି ପୌରାଞ୍ଚଳରେ କାମ କରୁଥିବା ସଫେଇ କର୍ମଚାରୀଙ୍କୁ ହାତ ଗ୍ଲୋଭସ, ମାସ୍କ, ଜୋତା ମିଳୁନାହିଁ। ଜିଲା ମୁଖ୍ୟାଳୟରେ ଜିଲାପାଳ, ଅତିରିକ୍ତ ଜିଲାପାଳଙ୍କ ଭଳି ବରିଷ୍ଠ ପଦାଧିକାରୀମାନେ ଯାତାୟାତ କରି ଦେଖୁଥିଲେ ହେଁ ସଫେଇ କର୍ମଚାରୀଙ୍କ ପ୍ରତି ଦୟା ମନୋଭାବ ପ୍ରଦର୍ଶନ କରୁ ନ ଥିବା ଅତ୍ୟନ୍ତ ଦୁଃଖଦ ବିଷୟ ବୋଲି ସାମାଜିକ କର୍ମୀ ଦିଲ୍ଲୀପ ସାହୁ କହିଛନ୍ତି। ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ଧିମନ ଚକମା (ଆଇଏଏସ) କହିଛନ୍ତି, ଏ ନେଇ ସେ ତଦନ୍ତ କରି ପଦକ୍ଷେପ ନେବେ ା


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୩୨ ରନ୍‌ କରି ଐତିହାସିକ ବିଜୟ ହାସଲ କଲା ଭାରତ, ଚମତ୍କାର କଲେ ଅକ୍ଷର ପଟେଲ

ନୂଆଦିଲ୍ଲୀ,୨୩।୯: ସାନୋ ଷ୍ଟାଡିୟମରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ୍‌ରେ ଜାପାନକୁ ୨ ରନ୍‌ରେ ହରାଇଛି ଭାରତ। ବର୍ଷା ଯୋଗୁ ମ୍ୟାଚ୍‌କୁ ୫-୫ ଓଭରକୁ କମାଇ ଦିଆଯାଇଥିଲା। ଭାରତ…

ଭୁଲ ଇଞ୍ଜେକ୍ସନ ଯୋଗୁ କିନ୍ନରଙ୍କ ମୃତ୍ୟୁ ଅଭିଯୋଗ: ହସ୍ପିଟାଲ ଘେରିଲେ କିନ୍ନର ସମାଜ

ଦେବଗଡ଼, ୨୩।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କିନ୍ନରଙ୍କ ମୃତ୍ୟୁକୁ ନେଇ ମଙ୍ଗଳବାର ରାତିରେ ଉତ୍ତେଜନା ପ୍ରକାଶ ପାଇଛି। ଭୁଲ…

ମାତ୍ର ୧୬ ରନ୍‌ କରି ପ୍ଲେୟର ଅଫ ଦି ମ୍ୟାଚ୍‌ ପୁରସ୍କାର ଜିତିଲେ ଶ୍ରେୟସ ଆୟର: ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୨୩।୯: ଭାରତ ଓ ଜାପାନ ମଧ୍ୟରେ ଐତିହାସିକ ଟି-୨୦ ମ୍ୟାଚ ଶେଷରେ ଖେଳାଯାଇଛି। ଏହି ମୁକାବିଲାକୁ ନେଇ ଆରମ୍ଭରୁ ଉତ୍ସାହ ରହିଥିଲା। ହେଲେ ବର୍ଷା ଯୋଗୁ ମ୍ୟାଚ୍‌କୁ…

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଥମୁନି ହାତୀ ମୃତ୍ୟୁ, ୩ ବର୍ଷରେ ମଲେଣି ୨୫୬: ପ୍ରାଣୀ ବିଶେଷଜ୍ଞଙ୍କ ଉଦ୍‌ବେଗ

ଭୁବନେଶ୍ୱର,୨୩ା୯(ରବିନାରାୟଣ ଜେନା):ରାଜ୍ୟରେ ହାତୀ-ମଣିଷ ଲଢ଼େଇ ଥମୁନାହିଁ। କେତେବେଳେ ହାତୀ ଖାଦ୍ୟ ଅନ୍ବେଷଣରେ ଜନବସତି ଆଡ଼କୁ ମୁହଁାଇବା ଯୋଗୁ ଲୋକଙ୍କ ରୋଶର ଶିକାର ହେଉଛନ୍ତି ତ’ ଆଉ କେତେବେଳେ…

୫୫ରୁ ୬୫ କିମି ବେଗରେ ବହିବ ପବନ: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୩ା୯:ବଙ୍ଗୋପସାଗରରେ ସକ୍ରିୟ ଥିବା ଗଭୀର ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ବୁଧବାର ରାତି କିମ୍ବା ଗୁରୁବାର ସକାଳ ସୁଦ୍ଧା ବିଶାଖାପାଟଣାମ୍‌ ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ…

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?