ଶିକ୍ଷା ବ୍ୟବସ୍ଥାକୁ ନେଇ ଘେରିଲେ ବିରୋଧୀ

ଭୁବନେଶ୍ୱର,୨୫ା୩(ବ୍ୟୁରୋ): ସ୍କୁଲଗୁଡ଼ିକୁ ୫-ଟି ମଡେଲରେ କେବଳ ପାକିସ୍ତାନୀ ରଙ୍ଗ ବୋଳିଲେ ହେବନାହିଁ। ଶିକ୍ଷାର ମାନ ବଢ଼ାଇବାକୁ ପଡ଼ିବ। ଯେଉଁଠି ଶିକ୍ଷା ନାହିଁ ସେଠାରେ ସାମାଜିକ କିମ୍ବା ଅର୍ଥନୈତିକ ବିକାଶ ହୋଇପାରିବ ନାହିଁ। ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଦେଶରେ ଓଡ଼ିଶାର ଡ୍ରପ୍‌ଆଉଟ ହାର ସର୍ବାଧିକ ରହିଛି। ସ୍କୁଲ ରୂପାନ୍ତରଣ ନାମରେ ବହୁ କୋଟି ହରିଲୁଟ ହୋଇଛି। ଏହାର ତଦନ୍ତ ହେବା ଦରକାର। ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଶୁକ୍ରବାର ଜୋରଦାର ଆକ୍ରମଣ କରିଛନ୍ତି। ଶୂନ୍ୟକାଳରେ ‘ରୂପାନ୍ତରଣ ୫-ଟି ନାମରେ, ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାରରେ’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଗତ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି କହିଲେ, ସ୍କୁଲ ରୂପାନ୍ତରଣ ନାମରେ ପାକିସ୍ତାନୀ ପତାକା ରଙ୍ଗ ବୋଳିଲେ ଶିକ୍ଷା ବ୍ୟବସ୍ଥା ସୁଧୁରିବ ନାହିଁ। ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବା ଦରକାର। ଗୋଟିଏ ପରେ ଗୋଟିଏ ରଙ୍ଗ ମରାଯାଉଛି। ସର୍ବସାଧାରଣଙ୍କ ପଇସାକୁ କାହିଁକି ବରବାଦ କରାଯାଉଛିି। ରାଜ୍ୟର ୬୭୮୧ ସ୍କୁଲରେ କ୍ଲାସ୍‌ରୁମ୍‌ ନାହିଁ। ମାଧ୍ୟମିକ ସ୍କୁଲରେ ଡ୍ରପ୍‌ଆଉଟ ହାର ୨୭.୨୬ ପ୍ରତିଶତ ରହିଛି। ଗୁଜରାଟରେ ୨୩.୩ ଓ ଅନ୍ୟାନ୍ୟ ରାଜ୍ୟରେ ଡ୍ରପ୍‌ଆଉଟ ହାର କମ୍‌ ଥିବାବେଳେ ଓଡ଼ିଶାରେ ବଢ଼ିଚାଲିଛି। ଉଚ୍ଚ ପ୍ରାଥମିକ ଶ୍ରେଣୀର କେତେକ ପିଲା ମିଶାଣ, ଫେଡ଼ାଣ ଜାଣିନାହାନ୍ତି। ହାଇସ୍କୁଲ ଗଲେ ସେମାନେ କରିବେ କ’ଣ। ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡିଛି ବୋଲି ସେ କହିଛନ୍ତି। ଭାଜପା ସଭ୍ୟ ମୁକେଶ ମହାଲିଙ୍ଗ କହିଛନ୍ତି, ଗୁଣାତ୍ମକ ଶିକ୍ଷା ନ ହେଲେ କୌଣସି ଜାତି ଆଗେଇପାରିବ ନାହିଁ। ରାଜ୍ୟରେ ୨୭.୩ ପ୍ରତିଶତ ଡ୍ରପ୍‌ଆଉଟ ହାର ରହିଛି। ଅନ୍ୟ ରାଜ୍ୟ କାହିଁକି କେରଳ ସହିତ ନିଜକୁ ସରକାର ତୁଳନା କରିବା ଦରକାର। ୫୦,୫୨୬ ସ୍କୁଲରୁ ୩୩ ହଜାର ସ୍କୁଲରେ ଭିନ୍ନକ୍ଷମ ପିଲା ପଢୁଛନ୍ତି,ହେଲେ ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଶିକ୍ଷାକୁ ନେଇ ଓଡ଼ିଶାବାସୀ କେବେ କ୍ଷମା ଦେବେ ନାହିଁ ବୋଲି ସେ କହିଛନ୍ତି। ଭାଜପା ସଭ୍ୟ କୁସୁମ ଟେଟେ କହିଛନ୍ତି, ୫-ଟି ସ୍କୁଲ ରୂପାନ୍ତରଣ ନାଁରେ ପିସି କାରବାର ଚାଲିଛି। ଡୁପ୍ଲିକେଟ ରଙ୍ଗ ବୋଳି ପଇସା ଆଦାୟ କରାଯାଉଛି। ଏହାର ତଦନ୍ତ ହେଉ। ଯେଉଁ ସ୍କୁଲଗୁଡ଼ିକୁ ୫-ଟି ମାଧ୍ୟମରେ ରୂପାନ୍ତରଣ କରାଯାଇଥିଲା ସେଗୁଡ଼ିକୁ ଭାଙ୍ଗି ଗଳିପଡ଼ିଲାଣି। ଲୋକେ କାଳେ ବିଜେଡିକୁ ଭୁଲିଯିବେ ସେଥିପାଇଁ ସବୁଜ ରଙ୍ଗ ଲଗାଯାଉଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ, ଶିକ୍ଷାର ବିକାଶ ନ ହେଲେ ସାମାଜିକ ଓ ଅର୍ଥନୈତିକ ବିକାଶ ହୋଇପାରିବ ନାହିଁ। ରାଜ୍ୟରେ ଶିକ୍ଷାର ବିକାଶ ହୋଇ ନାହିଁ। ଉଚ୍ଚମାନର ଶିକ୍ଷା ଦେବାକୁ ହେଲେ ଶିକ୍ଷକଙ୍କୁ ଭଲ ଦରମା ଦେବାକୁ ହେବ। ରାଜ୍ୟରେ କେତେ ପ୍ରକାର ଶିକ୍ଷକ ଅଛନ୍ତି ତାହା କହିବା ମୁସ୍କିଲ। ଗତ ୨୩ ବର୍ଷ ଧରି ରାଜ୍ୟରେ ସ୍ଥିର ସରକାର ଥିଲେ ମଧ୍ୟ ଶିକ୍ଷାର ବିକାଶ ହୋଇପାରିଲା ନାହିଁ। ସରକାର ଲୋକଙ୍କୁ ଶିକ୍ଷିତ କରିବାକୁ ଚାହୁଁନାହାନ୍ତି। ଅନେକ ୫-ଟି ସ୍କୁଲରେ ବହୁ ଟଙ୍କା ବାଟମାରଣା ହୋଇଛି। ସେସବୁର ତଦନ୍ତ ହେବା ଦରକାର। ସରକାର ୫-ଟି ବାହାନା ନ କରି ସବୁ ସ୍କୁଲରେ ଶିକ୍ଷକ ନିଯୁକ୍ତି କରନ୍ତୁ। କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା କହିଲେ, ରଙ୍ଗ ଲଗାଇ ଦେଲେ ବୃଦ୍ଧା ଯୁବତୀ ହୋଇଯିବେନି। ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ ୩୧୪ ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲିପାରିଲେ ନାହିଁ। ବ୍ଲକ୍‌ଗ୍ରାଣ୍ଟ ସ୍କୁଲଗୁଡ଼ିକରେ ଶିକ୍ଷକ ଅବସର ନେଲେ କିମ୍ବା ମରିଗଲେ ସେଠାରେ ଶିକ୍ଷକ ପଦବୀ ପୂରଣ ହେଉ ନାହିଁ। ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ବିରୋଧୀ ଆଣିଥିବା ମୁଲତବୀ ପ୍ରସ୍ତାବକୁ ବିଜେଡି ସଭ୍ୟ ଅରୁଣ ସାହୁ ପ୍ରତ୍ୟାଖ୍ୟାନ କରିବା ସହ ଭାଜପା ଶାସିତ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଦେଖିବାକୁ କହିଥିଲେ। ଉତ୍ତରପ୍ରଦେଶରେ ଗତ ମାଟ୍ରିକ ପରୀକ୍ଷାରେ ୭ ଲକ୍ଷ ୮୦ ହଜାର ପିଲା ପରୀକ୍ଷା ଦେଇନାହାନ୍ତି। ରାଜ୍ୟରେ ୫-ଟି ସ୍କୁଲ ଦରକାର ଅଛି। ବିରୋଧୀ ଦଳ ବିଧାୟକମାନେ ଲେଖିକରି ଦିଅନ୍ତୁ ତାଙ୍କ ନିର୍ବାଚନମଣ୍ଡଳୀରେ ୫-ଟି ସ୍କୁଲ ହେବ ନାହିଁ। ଅନ୍ୟ ଜାଗାରେ ୫-ଟି ସ୍କୁଲ ହେବ। ୨୦୧୪ରେ କେନ୍ଦ୍ରରେ ଭାଜପା ସରକାର ଆସିବା ପରେ ସର୍ବଶିକ୍ଷା ଅଭିଯାନରେ ଅତିରିକ୍ତ ଶ୍ରେଣୀଗୃହ ପାଇଁ ଅନୁଦାନ ବନ୍ଦକରି ଦିଆଯାଇଛି। ବିଜେଡି ସଭ୍ୟ ଦିବ୍ୟଶଙ୍କର ମିଶ୍ର ଓ ବ୍ୟୋମକେଶ ରାୟ କହିଲେ, ଗରିବ ପିଲାଙ୍କ ପାଇଁ ସ୍କୁଲ ରୂପାନ୍ତରଣ ହୋଇଛି। ସେମାନଙ୍କର ସ୍ବପ୍ନକୁ ପୂରଣ କରିବାକୁ ରୂପାନ୍ତରଣ ହୋଇଛି। ୫-ଟି ସ୍କୁଲ ଖରାପ କହିଲେ, ଗାଁ ଲୋକ ବାଡ଼େଇବେ। ସରକାରୀ ସ୍କୁଲରୁ ବହୁ ଛାତ୍ର ଆଇଏଏସ୍‌, ଆଇପିଏସ୍‌ ହୋଇଛନ୍ତି। ସ୍କୁଲ ପ୍ରତି ପିଲାମାନଙ୍କର ଆଗ୍ରହ ବଢ଼ିଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri