Posted inଜାତୀୟ

ଅର୍ଥ ବିଲ୍‌ ଲୋକ ସଭାରେ ଗୃହୀତ

ନୂଆଦିଲ୍ଲୀ, ୨୫ା୩: ଆଦାନୀ ଗ୍ରୁପ୍‌ର ଷ୍ଟକ୍‌ ଜାଲିଆତି ଅଭିଯୋଗର ତଦନ୍ତ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଦ୍ୱାରା କରାଯିବା ଦାବିରେ ବିରୋଧୀ ଦଳଗୁଡ଼ିକ ଲୋକ ସଭାରେ ହଟ୍ଟଗୋଳ ଜାରି ରଖିଥିବାବେଳେ ୨୦୨୩-୨୪ ବର୍ଷ ଲାଗି ଅର୍ଥ ବିଲ୍‌ ୪୫ରୁ ଊର୍ଦ୍ଧ୍ୱ ସଂଶୋଧନ ସହ ଶୁକ୍ରବାର ଗୃହୀତ ହୋଇଛି। ଋଣ ମ୍ୟୁଚୁଆଲ ଫଣ୍ଡରୁ ଆୟ ଉପରେ ଟିକସ ଲାଗୁ କରିବା ପାଇଁ ନିଷ୍ପତ୍ତି ହୋଇଛି। ଅର୍ଥ ସଚିବ ଟି.ଭି. ସୋମନାଥନ୍‌ଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯିବ। ଉକ୍ତ କମିଟି କର୍ମଚାରୀଙ୍କ ପେନ୍‌ସନ ସମ୍ପର୍କିତ ପ୍ରସଙ୍ଗକୁ ଅନୁଧ୍ୟାନ କରିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ଲୋକ ସଭାରେ ଅର୍ଥ ବିଲ୍‌ ଉପରେ ଉଦ୍‌ବୋଧନ ଦେଇ କହିଥିଲେ। କ୍ରେଡିଟ୍‌ କାର୍ଡ ଜରିଆରେ ବିଦେଶ ଭ୍ରମଣ ପାଇଁ ଅର୍ଥ ପୈଠକୁ ଉଦାରୀକୃତ ପ୍ରେଷଣ ଯୋଜନାରୁ ବାଦ୍‌ ଦିଆଯାଇଛି। ସେମାନଙ୍କ ଆୟ ଉତ୍ସରୁ ଆଉ ଟିକସ ସଂଗୃହୀତ ହେବ ନାହିଁ ବୋଲି ଅର୍ଥମନ୍ତ୍ରୀ କହିଥିଲେ। ଏହା ବ୍ୟତୀତ ୨୦୨୪-୨୫ ଆକଳନ ବର୍ଷ ଲାଗି ଆଞ୍ଜେଲ୍‌ ଟ୍ୟାକ୍ସ ୨୦୨୪ ଏପ୍ରିଲ ୧ରୁ ଲାଗୁ ହେବ। ଏହାର କାର୍ଯ୍ୟକାରିତାକୁ ନେଇ ହିତାଧିକାରୀ ଚିନ୍ତାବ୍ୟକ୍ତ କରିଥିବାବେଳେ ସରକାର ଏହାର ସମାଧାନ କରିବେ। ଗୁରୁବାର ଲୋକ ସଭାରେ ୨୦୨୩-୨୪ ବର୍ଷ ଲାଗି ୪୫ ଲକ୍ଷ କୋଟି ଟଙ୍କାର ଖର୍ଚ୍ଚଦାବି ଗୃହୀତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋଲ୍‌କାତାରେ ହେବ ବାର୍ସେଲୋନା, ରିୟଲ ମାଡ୍ରିଡ୍‌ ଲିଜେଣ୍ଡ୍ସ ମ୍ୟାଚ୍‌

କୋଲ୍‌କାତା,୧୩ା୧୦: ବିଶ୍ୱ ଫୁଟ୍‌ବଲର ଅନ୍ୟତମ ସଫଳ କ୍ଲବ ବାର୍ସେଲୋନା ଓ ରିୟଲ ମାଡ୍ରିଡ୍‌ର ଲିଜେଣ୍ଡ୍ସ ଦଳ ଆସନ୍ତା ନଭେମ୍ବର ୨୫ରେ କୋଲ୍‌କାତାରେ ଏକ ପ୍ରଦର୍ଶନୀ ମ୍ୟାଚ୍‌ ଖେଳିବେ।…

ଗଞ୍ଜେଇ ସହ ବାଇକ ଜବତ: ଅଭିଯୁକ୍ତ ଗଲେ ଜେଲ             

ଦିଗପହଣ୍ଡି,୧୩|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧୭ ନଂ.ରାଜ୍ୟ ରାଜପଥ କଡ଼ରେ ଥିବା ପଥପାର୍ଶ୍ଵ ସୁବିଧାକେନ୍ଦ୍ର ନିକଟରୁ ମଙ୍ଗଳବାର ପୂର୍ବାହ୍ନ ସାଢେ ୬…

ତେଜିଲା ଆନ୍ଦୋଳନ, ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ

ବୈଶିଙ୍ଗା,୧୩।୧୦(ରତନ ଦାଶ): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ତଥା ବୈଶିଙ୍ଗା ଥାନା ଅନ୍ତର୍ଗତ ବଣଦାମଦରପୁର ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କ ବଦଳି ନିର୍ଦ୍ଦେଶକୁ ଗ୍ରାମବାସୀ ବିରୋଧ କରିଛନ୍ତି।…

ଆସନ୍ତାକାଲି ଅସ୍ତ ହେବେ ଶୁକ୍ର! ୪ ରାଶିଙ୍କ ଉପରେ ଘୋର ଆର୍ଥିକ ସଙ୍କଟ! ଅଯଥାରେ ବଢିଯିବ ଖର୍ଚ୍ଚ…

ଧନ, ସମୃଦ୍ଧି ଏବଂ ଖୁସିର ଗ୍ରହ ଶୁକ୍ର ଆସନ୍ତା ୧୪ ଅକ୍ଟୋବରରେ ତୁଳା ରାଶିରେ ଅସ୍ତ ହେଉଛନ୍ତି । ନବରାତ୍ରିର ପବିତ୍ର ଦିନଗୁଡ଼ିକରେ ଶୁକ୍ରଙ୍କ ଅସ୍ତଗମନ କିଛି…

ମୋଦିଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ଏଲ୍‌. ମୁରୁଗନ୍‌, ଭବିଷ୍ୟତ ଯୋଜନା ସମ୍ପର୍କରେ ସୂଚନା ଦେଇ କହିଲେ….

ନୂଆଦିଲ୍ଲୀ,୧୩।୧୦: ଭାଜପାର ବରିଷ୍ଠ ନେତା ତଥା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଏଲ୍‌. ମୁରୁଗନ୍‌ ମଙ୍ଗଳବାର ମୋଦି କ୍ୟାବିନେଟ୍‌ରୁ ଇସ୍ତଫା ଦେଇଛନ୍ତି। ଏପରିକି ଏଲ୍‌. ମୁରୁଗନ୍‌…

ନିର୍ବାଚନ ବାତିଲକୁ ନେଇ କେସିଙ୍ଗା କଲେଜରେ ରାଜନୈତିକ ଝଡ଼

କେସିଙ୍ଗା, ୧୩।୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବାକୁ ନେଇ ରାଜନୈତିକ ଉତ୍ତେଜନା ଦେଖାଦେଇଛି। ଏହାର ପ୍ରତିବାଦରେ ବିଜେଡି…

ହୃଦ୍‌ଘାତରେ ଚାଲିଗଲା ଡାକ୍ତରଙ୍କ ଜୀବନ

ଖଡିଆଳ,୧୩ା୧୦ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଚଲାନପଡ଼ା ଗ୍ରାମର ଆୟୁଷ ଡାକ୍ତର ଚିତ୍ତରଞ୍ଜନ ରାଉତ (୫୫)ଙ୍କ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ବୋଡ଼େନ ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?