ଘରୋଇ ନମ୍ବରଯୁକ୍ତ ବାଇକ୍‌ର ପରିବହନ ସେବାକୁ ବିରୋଧ

ଭୁବନେଶ୍ୱର,୨୮।୯(ଅନୁରାଧା ମହାରଣା)ଅନ୍‌ଲାଇନ୍‌ ପରିବହନ ସେବା ପ୍ରଦାନ କରୁଥିବା ଓଲା, ରାପିଡୋ, ଉବର ପକ୍ଷରୁ ବହୁ ବାଇକ୍‌ ରାଜ୍ୟରେ ବେଆଇନ ଭାବେ ଚଳାଚଳ କରୁଛି। ବ୍ୟକ୍ତିଗତ କାମ ଉଦ୍ଦେଶ୍ୟରେ ଲୋକମାନେ ବାଇକ୍‌ କିଣି ତାହାକୁ ଏସବୁ କମ୍ପାନୀ ଅଧୀନରେ ଅନ୍‌ଲାଇନ୍‌ ପରିବହନ ସେବାରେ ଲଗାଉଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବ୍ୟବସାୟିକ ଅନୁମତି ନ ନିଆଯାଇ ଏଭଳି ଆଇନ ଉଲ୍ଲଂଘନ କରୁଥିବା ଘରୋଇ ନମ୍ବରଯୁକ୍ତ ବାଇକ୍‌ ଚାଳକ ଓ ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଭୁବନେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ-୧) ପକ୍ଷରୁ ମଙ୍ଗଳବାର ଶହୀଦନଗର ଥାନାରେ ଏ ସଂକ୍ରାନ୍ତରେ ଏତଲା ଦିଆଯାଇଛି। ଏତଲା ଅନୁଯାୟୀ, ଗତ ଏପ୍ରିଲ ୨୦ରେ ପରିବହନ ପାଇଁ ‘ଏମ୍‌ଭି ଆକ୍ଟ, ୧୯୮୮’ ଅଧୀନରେ ‘ଦି ଓଡିଶା ଅନ୍‌-ଡିମାଣ୍ଡ ଟ୍ରାନ୍ସପୋର୍ଟେଶନ ଟେକ୍ନୋଲୋଜି ଆଗ୍ରିଗେଟର୍ସ ଗାଇଡ୍‌ଲାଇନ୍‌ସ – ୨୦୨୩’ ସର୍ତ୍ତାବଳୀ ଅଣାଯାଇଥିଲେ ମଧ୍ୟ ଅନ୍‌ଲାଇନ୍‌ ସଂସ୍ଥାଗୁଡ଼ିକ ଏହାକୁ ମାନୁନାହାନ୍ତି। ବିନା ଏଗ୍ରିଗେଟର୍‌ ଲାଇସେନ୍ସରେ ବାଇକ୍‌ଗୁଡ଼ିକ ଚଳାଚଳ କରୁଛି। ଏଥିପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ସହ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି। ଏପରିକି ଏହି ସର୍ତ୍ତାବଳୀ ମାନିବାକୁ ପରିବହନ କମିଶନରଙ୍କ ପକ୍ଷରୁ ଉକ୍ତ ସଂସ୍ଥାଗୁଡ଼ିକୁ ବାରମ୍ବାର ତାଗିଦ୍‌ କରାଯାଇଛି। ହେଲେ ସଂସ୍ଥା ପକ୍ଷରୁ ଏହି ନିର୍ଦ୍ଦେଶାବଳୀକୁ ପାଳନ କରା ନ ଯାଇ ବେଆଇନ ଭାବେ ଯାତ୍ରୀ ପରିବହନ ଜାରି ରହିଛି। ତେଣୁ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉକ୍ତ ଏତଲାରେ ଦର୍ଶାଯାଇଛି।
ଅପରପକ୍ଷରେ ଏଭଳି ବେଆଇନ ଭାବେ ପରିବହନ କରୁଥିବା କରୁଥିବା ବାଇକ୍‌କୁ ନେଇ ସ୍ମାର୍ଟ ସିଟି ଅନଲାଇନ୍‌ ଅଟୋ ସଂଘ ପକ୍ଷରୁ ବିରୋଧ କରାଯାଇଛି। ବୁଧବାର ସକାଳେ ପ୍ରାୟ ୨ ଘଣ୍ଟା ଯାଏ ସଂଘ ପକ୍ଷରୁ ଶତାଧିକ ଅଟୋ ଚାଳକ ମାଷ୍ଟରକ୍ୟାଣ୍ଟିନ୍‌ରେ ଏକତ୍ରିତ ହୋଇ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ। ବାଇକ୍‌ଗୁଡ଼ିକୁ କମର୍ସିଆଲ୍‌ କରାଯାଇ ବ୍ୟବସାୟରେ ଲଗାଯାଉ ବୋଲି ସେମାନେ ଦାବି କରିଛନ୍ତି। ଏନେଇ ସଂଘ ସଭାପତି ଦିନବନ୍ଧୁ ନାୟକଙ୍କ କହିବା କଥା, ଅନ୍‌ଲାଇନ୍‌ ବ୍ୟବସାୟରେ ଲାଗୁଥିବା ବାଇକ୍‌କୁ ସଂଘ ପକ୍ଷରୁ ବିରୋଧ କରାଯାଉନାହିଁ। ଉକ୍ତ ବାଇକକୁ ବ୍ୟବସାୟିକ ପଞ୍ଜୀକରଣ କରାଯାଇ ଚଳାଚଳ କରାଯାଉ। ବାଇକ୍‌ଗୁଡ଼ିକର କମର୍ସିଆଲ ଲାଇସେନ୍ସ ନେବା ପାଇଁ ଆର୍‌ଟିଓରେ ସ୍ବତନ୍ତ୍ର କାଉଣ୍ଟର୍‌ ଖୋଲାଯାଇଛି। କେବଳ ୨୬୦୦ ଟଙ୍କା ଦେଇ ଲାଇସେନ୍ସ କରିହେବ। ଏହି ଲାଇସେନ୍ସ ନେଇ ବାଇକ୍‌ଗୁଡ଼ିକ ଯାତ୍ରୀଙ୍କୁ ସେବା ପ୍ରଦାନ କରୁ ବୋଲି ଦୀନବନ୍ଧୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?