ମହାପ୍ରସାଦ ମାନ ଯାଞ୍ଚକୁ ବିରୋଧ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି): ତିରୁପତି ମନ୍ଦିରରେ ଲଡୁ ପ୍ରସାଦରେ ଅପମିଶ୍ରିତ ଘିଅ ବ୍ୟବହାର ହେଉଥିବା ଅଭିଯୋଗ ପରେ ଶ୍ରୀମନ୍ଦିରରେ ମହାପ୍ରସାଦ ଓ ଦୀପରେ ଅପମିଶ୍ରିତ ଘିଅ ବ୍ୟବହାର ହେଉଥିବା ନେଇ ଆଶଙ୍କା ପ୍ରକାଶ ପାଇଛି। ମହାପ୍ରସାଦ ଓ ଘିଅର ମାନ ଯାଞ୍ଚ କରାଯିବ ବୋଲି ଦୁଇ ଦିନ ତଳେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ। ତେବେ ମହାପ୍ରସାଦ ଯାଞ୍ଚକୁ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ପକ୍ଷରୁ ବିରୋଧ କରାଯାଇଛି। ମହାପ୍ରସାଦ ଯାଞ୍ଚ କରାଯିବା ହେଉଛି ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ବିରୋଧୀ। ତେଣୁ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଗ୍ରହଣ କରାଯିବ ନାହିଁ ବୋଲି ସୁଆର ମହାସୁଆର ନିଯୋଗ କହିଛି।
ସୁଆର ମହାସୁଆର ନିଯୋଗ ସଭାପତି ପଦ୍ମନାଭ ମହାସୁଆର କହିଛନ୍ତି, ମହାପ୍ରସାଦର ମାନ ଯାଞ୍ଚ କରିବା ପାଇଁ ଶ୍ରୀମନ୍ଦିରରେ ରୋଷପାଇକ, ତଳୁଚ୍ଛ, ଭିତରଚ୍ଛ, ରୋଷନାୟକ, ଅମିନ ମହାସୁଆର ଆଦି ରହିଛନ୍ତି। ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା ସାମଗ୍ରୀର ମାନ ଯାଞ୍ଚ କରିବା ହେଉଛି ପ୍ରଶାସନର ଦାୟିତ୍ୱ। ପ୍ରଶାସନ ଯଦି ଶ୍ରୀମନ୍ଦିରକୁ ଉତ୍ତମ ସାମଗ୍ରୀ ପଠାଇବ, ତେବେ ଭଲ ମହାପ୍ରସାଦ ମିଳିବ। ସ୍ବତ୍ୱଲିପି ଅନୁଯାୟୀ, ମହାପ୍ରସାଦ ତଦାରଖ ନିମନ୍ତେ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ନିୟୋଜିତ କରାଯାଇଆସୁଛି। ମହାପ୍ରଭୁଙ୍କୁ ଭୋଗ ଲାଗିହେବା ପରେ ମହାପ୍ରସାଦରେ ପରିଣତ ହୋଇଥାଏ। ମହାପ୍ରସାଦ କୈବଲ୍ୟ ପାଲଟିଯାଏ। ମହାପ୍ରସାଦ କାଣିଚାଏ ମିଳିଗଲେ, ମହାପୁଣ୍ୟ ମିଳିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ମହାପ୍ରସାଦ ହେଉଛି କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଆସ୍ଥା ଓ ଭକ୍ତିର ପ୍ରତୀକ। ମହାପ୍ରଭୁଙ୍କଠାରେ ଲାଗି ହୋଇଥିବା ମହାପ୍ରସାଦର ମାନ ଯାଞ୍ଚ ନେଇ ଚିନ୍ତା କରିବା ମହାପାପ। ଆଇନ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ନିନ୍ଦନୀୟ। ମହାପ୍ରସାଦ ପ୍ରସ୍ତୁତି ପୂର୍ବରୁ ଶ୍ରୀମନ୍ଦିରକୁ ଯାଉଥିବା ଚାଉଳ, ପନିପରିବା, ଘିଅ ଏବଂ ଅନ୍ୟ ସାମଗ୍ରୀର ଯାଞ୍ଚକୁ କଡ଼ାକଡ଼ି କରାଯାଉ। କିନ୍ତୁ ମହାପ୍ରଭୁଙ୍କୁ ଲାଗିହେବା ପରେ ମହାପ୍ରସାଦର ଯାଞ୍ଚ କଦାପି ଗ୍ରହଣୀୟ ନୁହେଁ। ସରକାର ନିଯୁକ୍ତ କରୁଥିବା ଫୁଡ୍‌ ସେଫ୍ଟି ଅଫିସରମାନେ ବାସି ଅବଢ଼ା, ବାସି ପିଠା ସମେତ ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହାର ହେବାକୁ ଯାଉଥିବା କଞ୍ଚା ସାମଗ୍ରୀର ଯାଞ୍ଚ କରିପାରିବେ। ସେହିପରି ସୂପକାରମାନେ ଘିଅ ପ୍ରସ୍ତୁତ କରି ନ ଥାନ୍ତି। ମାର୍କେଟରୁ ଯେଉଁ ଘିଅ ଶ୍ରୀମନ୍ଦିରକୁ ଯାଇଥାଏ, ତାହାକୁ ବ୍ୟବହାର କରି ମହାପ୍ରସାଦ ପ୍ରସ୍ତୁତ କରାଯାଇଥାଏ। ପ୍ରଶାସନ ଯଦି ଠିକ୍‌ ଘିଅ ଭିତରକୁ ଛାଡ଼ିବ ତେବେ ଭଲ ଜିନିଷ ପ୍ରସ୍ତୁତ ହେବ। ଭଲ ଘିଅ ପାଇଁ ଗୋଶାଳାର ମଧ୍ୟ ଆବଶ୍ୟକତା ରହିଛି। ଭକ୍ତମାନେ ମହାପ୍ରସାଦକୁ ଶୁଖାଇ ବହୁଦିନ ପର୍ଯ୍ୟନ୍ତ ନିର୍ମାଲ୍ୟ ରୂପେ ପାଇଥାନ୍ତି। ମହାପ୍ରସାଦ ସହିତ ଭକ୍ତଙ୍କ ଭାବାବେଗ ଜଡ଼ିତ। ମହାପ୍ରସାଦର ମାନ ପରୀକ୍ଷା କରିବା ଜଗନ୍ନାଥଙ୍କୁ ଅପମାନ ସଦୃଶ। ତେଣୁ ଆଇନମନ୍ତ୍ରୀ ତାଙ୍କ ମନ୍ତବ୍ୟରୁ ଓହରିବା ଆବଶ୍ୟକ। ଅପରପକ୍ଷେ ଶ୍ରୀମନ୍ଦିର ବାହାରେ ଅନେକ ଦୋକାନରେ ବିଭିନ୍ନ ତେଲରେ ଖଜା ପ୍ରସ୍ତୁତ ସହ ପ୍ରସାଦ କହି ଭକ୍ତଙ୍କୁ ବିକ୍ରି କରାଯାଉଛି। ଶ୍ରୀମନ୍ଦିରରେ ପ୍ରସ୍ତୁତ ହେଉଥିବା ଭୋଗ ବାହାରେ ବିକ୍ରି କରାଯାଇପାରିବନାହିଁ ବୋଲି ସ୍ବତ୍ୱଲିପିରେ ଉଲ୍ଲେଖ ରହିଛି। ମାତ୍ର ପ୍ରଶାସନର ଅବହେଳା ଯୋଗୁ ବାହାରେ ଭକ୍ତଙ୍କୁ ମହାପ୍ରସାଦ କହି ଖଜା ବିକ୍ରି କରାଯାଉଛି। ଏହାକୁ ପ୍ରଶାସନ ଟ୍ୟାଗ୍‌ ଦେଉ, ଯାହାର ଦରକାର ସେ ଶ୍ରୀମନ୍ଦିରରୁ ଖଜା ନେଇ ଦୋକାନରେ ବିକ୍ରି କରନ୍ତୁ। ଫଳରେ ଭକ୍ତମାନେ ଉଚିତ ଭୋଗ ପାଇପାରିବେ। ଦୋକାନଗୁଡ଼ିକରେ ବିକ୍ରି ହେଉଥିବା ଖଜାର ମାନ ଯାଞ୍ଚ କରାଯାଉ ବୋଲି ପଦ୍ମନାଭ କହିଛନ୍ତି। ଉଲ୍ଲେଖ ଥାଉ କି, ଅନେକ ଭକ୍ତ ଓ ସେବାୟତ ମଧ୍ୟ ମହାପ୍ରସାଦ ମାନ ଯାଞ୍ଚକୁ ନାପସନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଧରାପଡ଼ିଲା ମଇଁଷି ବୋଝେଇ କଣ୍ଟେନର

କୋକସରା,୨୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ଙ୍ଗରିଗୁଡ଼ା ନିକଟରେ ରବିବାର ବେଆଇନ ଭାବେ ଚାଲାଣ ହେଉଥିବା ମଇଁଷି ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri