ବିଧାନସଭା ମୌସୁମୀ ଅଧିବେଶନ: ଅସୁସ୍ଥତା ସତ୍ତ୍ୱେ ଭର୍ଚୁଆଲରେ ଯୋଡ଼ି ହେଲେ ପ୍ରଦୀପ୍ତ ନାୟକ

ଭୁବନେଶ୍ୱର,୧।୯(ବ୍ୟୁରୋ): ବୁଧବାରଠାରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। କରୋନା କଟକଣା ମଧ୍ୟରେ ଗୃହ ପରିଚାଳିତ ହେଉଥିବା ବେଳେ ଡାକ୍ତରଖାନାରୁ ଭର୍ଚୁଆଲ ମାଧ୍ୟମରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଯୋଡ଼ି ହୋଇଥିଲେ। ଜୀବନ ସହ ସଂଘର୍ଷ ଭିତରେ ବି ଲୋକମାନଙ୍କ ପାଇଁ କାର୍ଯ୍ୟ କରିବା ଏବଂ ନିଜର କର୍ତ୍ତବ୍ୟ କରିବାକୁ ଭୁଲି ନଥିବାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।

ନିଜର ଟୁଇଟର ପୃଷ୍ଠାରେ ପ୍ରଦୀପ୍ତ ଲେଖିଛନ୍ତି, ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହିଁ। କିନ୍ତୁ ଲୋକମାନେ ମୋତେ ଦେଇଥିବା ଦାୟିତ୍ୱ ସବୁବେଳେ ମୋର ପ୍ରାଥମିକତା ରହିଆସୁଛି। ବିଧାନସଭାର ଏହି ଅଧିବେଶନରେ ମୁଁ ଗୃହରେ ଉପସ୍ଥିତ ହୋଇ ନ ପାରିଲେ ମଧ୍ୟ ଡାକ୍ତରଖାନାରେ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ରହିବି। ଓଡ଼ିଶା ଲୋକଙ୍କ ସମସ୍ୟା ସବୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବି ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ପ୍ରଦୀପ୍ତ କୋଭିଡରେ ଆକ୍ରାନ୍ତ ହେବା ପରେ ସୁସ୍ଥ ହୋଇଥିଲେ ହେଁ ତାର ପରବର୍ତ୍ତୀ ସମସ୍ୟାରେ ପୀଡ଼ିତ ହୋଇ ଏମ୍‌ସରେ ଚିକିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ବୋଲରକୁ ଡରନ୍ତି ବୈଭବ ସୂର୍ଯ୍ୟବଂଶୀ! ନିଜେ କହିଦେଲେ ସବୁ ସତ

ନୂଆଦିଲ୍ଲୀ, ୩୦।୭: ଭାରତୀୟ କ୍ରିକେଟ ଜଗତରେ ଏବେ ଛାଇ ଯାଇଥିବା ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଛନ୍ତି। ସେ ଭାରତ ପାଇଁ…

ଘରୁ ବୃଦ୍ଧାଙ୍କ ପଚାସଢା ମୃତଦେହ ଉଦ୍ଧାର ଘଟଣା: ବେସାହାରା ହୋଇପଡିଛନ୍ତି ମାନସିକ ବିକାରଗ୍ରସ୍ତ ୨ ପୁଅ, ପ୍ରଶାସନର ଦେଖାନାହିଁ…

ପୁରୁଷୋତ୍ତମପୁର,୩୦/୭ (ସବିତା ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ରଥସାହିରେ ଏକ ଅଭାବନୀୟ ଘଟଣା ଚର୍ଚ୍ଚିତ ବିଷୟ ପାଲଟିଥିଲା। ସବୁଥାଇ ମଧ୍ୟ ପରିବାର ଓ ସମ୍ପର୍କିୟମାନେ ମୁହଁ ଫେରାଇ…

ବନ୍ୟା ଜଳ ମାଡ଼ି ଆସିବାରୁ ଫସିଗଲେ ୧୩ଚାଷୀ, ଉଦ୍ଧାର ପାଇଁ ଆସିଲା ଓଡ୍ରାଫ ଟିମ୍‌, ମଝି ପାଣିରେ ରହିଯାଇଥିଲେ ୪

ବଲାଙ୍ଗୀର,୩୦।୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା ଟିଟିଲାଗଡ଼ ଉନ୍ଦେର ନଦୀରେ ବନ୍ୟା ଆସିବାରୁ ଫସିଗଲେ ୧୩ ଚାଷୀ । ବଙ୍ଗୋମୁଣ୍ଡା ଗନ୍ଧର୍ଲା ଗାଁର ୫ ଜଣ…

ଧର୍ମେନ୍ଦ୍ର ଓଡ଼ିଶା ଆସିବା ପରେ ଭାଜପା ନେତାଙ୍କ ସହ ବଡ଼ ବୈଠକ କଲେ ମୁଖ୍ୟମନ୍ତ୍ରୀ: ମିଳିଲା ବଡ଼ ସଙ୍କେତ! ଧର୍ମେନ୍ଦ୍ରଙ୍କୁ…

ଭୁବନେଶ୍ୱର, ୩୦।୭: ସିଜେପିର ବିକ୍ଷୋଭ ପ୍ରଦର୍ଶନ ପରେ ଚାପଗ୍ରସ୍ତ ହୋଇ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ସେ ପ୍ରଥମଥର ଓଡ଼ିଶା ଗସ୍ତରେ…

କେସିଙ୍ଗା ସହର ଜଳମଗ୍ନ: ଗାଁ ଗାଁ ବୁଲିଲେ ଜିଲାପାଳ-ଅଧିକାରୀ

କେସିଙ୍ଗା,୩୦।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ସବୁଠାରୁ ଜଳମଗ୍ନ ଅଞ୍ଚଳ ହେଉଛି ବେଲଖଣ୍ଡି, ହାତୀଖୋଜ, ସିର୍ଜା ପାଳି ଅଞ୍ଚଳରେ ଲଗାଣ ବର୍ଷାରେ ରାସ୍ତା ଘାଟ ଜଳମଗ୍ନ…

୨.୪୦ ଲକ୍ଷ ଟଙ୍କା ଠକେଇର ଶିକାର ହେଲେ ଏହି ଅଭିନେତ୍ରୀ: ସେନ୍ଦେହ ହେବାରୁ…

ଫିଲ୍ମ ଅଭିନେତ୍ରୀ କୀର୍ତ୍ତି କୁଲହାରି ସାଇବର ଠକେଇର ଶିକାର ହୋଇଛନ୍ତି। ଠକମାନେ ଏକ ଅନଲାଇନ ଠକେଇ ମାଧ୍ୟମରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପ୍ରାୟ ୨.୪୦ ଲକ୍ଷ ଟଙ୍କା…

ରିଙ୍ଗ୍‌ ରୋଡ଼ ଘାଇରେ ଭାସିଯାଇଥିଲେ କାର୍‌ ଚାଳକ ସଦାଶିବ: ୩୦ ଘଣ୍ଟା ପରେ ମୃତଦେହ ଉଦ୍ଧାର, ଅଞ୍ଚଳରେ ଶୋକର ଛାୟା

ବଞ୍ଚୋ,୩୦।୭(ପ୍ରଦୋଷ ବିଶ୍ୱାଳ ): ଆନନ୍ଦପୁର ରିଙ୍ଗ୍‌ ରୋଡ଼ରେ ସୃଷ୍ଟି ହୋଇଥିବା ବଡ଼ ଘାଇରେ ବନ୍ୟାର ପ୍ରବଳ ସ୍ରୋତରେ ଭାସିଯାଇଥିବା ଏର୍ଟିଗା କାର୍‌ର ନିଖୋଜ ଚାଳକ ସଦାଶିବ ମହାନ୍ତିଙ୍କ…

ବାହ୍ୟ ଜଗତରୁ ବିଚ୍ଛିନ୍ନ ମଣିପୁର ଗାଁ, ରାସ୍ତା ଉପରେ ୩ ଫୁଟ୍‌ ଉଚ୍ଚର ବନ୍ୟାଜଳ

ଭାପୁର,୩୦।୭ (ପ୍ରଭାତ ବରାଡ): ଭାପୁର ପଞ୍ଚାୟତ ସମିତିର ୨୦ଗୋଟି ପଞ୍ଚାୟତ ମଧ୍ୟରୁ ପ୍ରାୟ ଚାରି ଗୋଟି ପଞ୍ଚାୟତ ଦେଇ ଓଡ଼ିଶାର ବୃହତ୍ତମ ନଦୀ ମହାନଦୀ ପ୍ରବାହିତ। ସେହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri