ପୌର ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷଣକୁ ବିରୋଧ

ଆନନ୍ଦପୁର,୩୧।୧(ସ୍ବ.ପ୍ର.)  କେନ୍ଦୁଝର ଜିଲା ଆନନ୍ଦପୁର ପୌର ପରିଷଦ ଅଧ୍ୟକ୍ଷ ପଦବୀ ସଂରକ୍ଷଣକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ସଂରକ୍ଷଣକୁ ନେଇ ସବୁ ସ୍ତରରେ ଅସନ୍ତୋଷ ଲାଗି ରହିଥିବା ବେଳେ ଅଧ୍ୟକ୍ଷ ପଦକୁ ନେଇ ବିଭିନ୍ନ ଦଳର ବହୁ ଆଶାୟୀଙ୍କ ମନୋବଳ ହ୍ରାସ ପାଇଛି। ଚଳିତବର୍ଷ ପୌର ନିର୍ବାଚନରେ ଅଧ୍ୟକ୍ଷ ପଦ ପାଇଁ ସିଧାସଳଖ ନିର୍ବାଚନ ହେଉଥିବା ବେଳେ ଆଶାୟୀଙ୍କ ମଧ୍ୟରେ ଉତ୍କଣ୍ଠା ବୃଦ୍ଧି ପାଇଛି। ତେବେ ଅଧ୍ୟକ୍ଷ ପଦ ସଂରକ୍ଷଣ ନେଇ ପ୍ରତିବାଦ ସ୍ବରୂପ ପୌର ପରିଷଦ ୫ ନଂ. ଓ୍ବାର୍ଡର ରମାକାନ୍ତ ବେହେରା ଗୁରୁବାର ରାଜ୍ୟ ସହରାଞ୍ଚଳ ଉନ୍ନୟନ ପରିଷଦ ନିକଟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛନ୍ତି।
ସରକାରଙ୍କ ଚିଠି ସଂଖ୍ୟା ୯୩୩/୧୫।୦୧।୨୦୨୨ ଅନୁଯାୟୀ ସମସ୍ତ ପୌର ପରିଷଦର ଅଧ୍ୟକ୍ଷ ପଦର ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଥିଲା। କେନ୍ଦୁଝର ଜିଲା ଆନନ୍ଦପୁର ପୌର ପରିଷଦର ଅଧ୍ୟକ୍ଷ ପଦ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ୧୬ଟି ଓ୍ବାର୍ଡକୁ ନେଇ ଗଠିତ ଏହି ପୌର ପରିଷଦରେ ୨୫ ହଜାରରୁ ଊର୍ଦ୍ଧ୍ୱ ଭୋଟର ଥିବା ବେଳେ ଅନୁସୂଚିତ ଜନଜାତି ବର୍ଗର ଲୋକସଂଖ୍ୟା ସାଧାରଣ ବର୍ଗ ଅନୁପାତରେ ୫ ପ୍ରତିଶତରୁ କମ୍‌। ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ସଂରକ୍ଷଣ ତାଲିକାକୁ ଦେଖିଲେ ଜିଲାର ଆଦିବାସୀ ଅଞ୍ଚଳ ଭିତରେ ୩ ପୌର ପରିଷଦ ଯୋଡ଼ା, ବଡ଼ବିଲ ଓ କେନ୍ଦୁଝର ଏବଂ ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ଆସୁଥିବା ସ୍ଥଳେ କେନ୍ଦୁଝର ପୌର ପରିଷଦକୁ ମହିଳା, ଯୋଡ଼ା, ବଡ଼ବିଲ ପୌରାଞ୍ଚଳ ଏବଂ ଚମ୍ପୁଆ ବିଜ୍ଞାପିତ ଅଞ୍ଚଳକୁ ଅସଂରକ୍ଷିତ ତାଲିକାଭୁକ୍ତ କରାଯାଇଛି।
ଅପରପକ୍ଷେ ଆନନ୍ଦପୁର ପୌରାଞ୍ଚଳରେ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କ ସଂଖ୍ୟା ଗୌଣ ଥିବା ସତ୍ତ୍ୱେ କେଉଁ ଆଧାରରେ ସଂରକ୍ଷଣ ତାଲିକା ପ୍ରସ୍ତୁତ କରାଯାଇଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆନନ୍ଦପୁର ପୌରପରିଷଦ ସରକାରଙ୍କ ଆଇନ ଅନୁସାରେ ଅଧିସୂଚିତ ପରିସରଭୁକ୍ତ ଥିବା ସ୍ଥଳେ ସେଠାରେ ପଛୁଆବର୍ଗ ଲାଗୁ କରାଯାଉଥିଲା। ନ୍ୟାୟାଳୟ ଆଦେଶ ଅନୁସାରେ ପଛୁଆ ବର୍ଗଙ୍କୁ ବାଦ୍‌ ଦେବା ପରେ କିପରି ଭାବେ ପୌର ପରିଷଦର ଅଧ୍ୟକ୍ଷ ପଦକୁ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରଖାଗଲା ସେନେଇ ପ୍ରଶ୍ନ ଉଠିଛି। ସେହିପରି ଜିଲାପାଳ ପଞ୍ଚାୟତ ନିର୍ବାଚନରେ ଗୋଟିଏ ନିୟମ ଏବଂ ପୌର ନିର୍ବାଚନ ପାଇଁ ପ୍ରସ୍ତାବିକ ତାଲିକା ପ୍ରକାଶ ସମୟରେ ଅନ୍ୟ ଗୋଟିଏ ନିୟମ କରିଛନ୍ତି। ରାଜ୍ୟର ନଗର ଉନ୍ନୟନ ପରିଷଦ ନିର୍ଦ୍ଦେଶକ ୧୦ ବର୍ଷରୁ ଊର୍ଦ୍ଧ୍ୱ ହେବ ରହିଆସିଥିବା ବେଳେ କେନ୍ଦୁଝର ଜିଲାପାଳ ମଧ୍ୟ ୪ ବର୍ଷରୁ ଊର୍ଦ୍ଧ୍ୱ ହେଲା ଆଦିବାସୀ ବହୁଳ ଏହି ଜିଲା ଦାୟିତ୍ୱରେ ରହିଛନ୍ତି। ପଞ୍ଚାୟତ ନିର୍ବାଚନ ସମୟରେ କ୍ରମନ୍ବୟନକୁ ଲକ୍ଷ୍ୟ ନ କରି ସଂରକ୍ଷଣ ବଦଳାଇଥିବା ଅଭିଯୋଗ ହୋଇଛି। ପୌର ନିର୍ବାଚନ ବେଳକୁ ଜିଲାପାଳ କେଉଁ ଆଧାରକୁ ଭିତ୍ତିକରି କ୍ରମନ୍ବୟନକୁ ଅନୁସରଣ କଲେ ବୋଲି ଅଭିଯୋଗକାରୀ ପ୍ରଶ୍ନ କରିଛନ୍ତି। ପୌରାଞ୍ଚଳର ଲୋକସଂଖ୍ୟା ଏବଂ ସଂରକ୍ଷଣ ଜାତି ବର୍ଗ ଆଧାରକୁ ନେଇ ଅଧ୍ୟକ୍ଷ ପଦ ସଂରକ୍ଷଣରେ ପରିବର୍ତ୍ତନ କରିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟିଲେ ବିଧାୟକ ମୋହନ ମାଝି

କେନ୍ଦୁଝର,୨ା୪(ସ୍ବ.ପ୍ର.): କେନ୍ଦୁଝର ସଦର ବିଧାୟକ ମୋହନ ମାଝି କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଶନିବାର ଦିଲ୍ଲୀରେ ଭେଟି କେନ୍ଦୁଝର ରେଳପଥର ବିଭିନ୍ନ ସମସ୍ୟା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି।...

ପାଟଣାରେ କେରଳ ଫେରନ୍ତାକୁ ନେଇ ଭୟ: ଫେରିଲେ ୧୪ ପ୍ରବାସୀ

ପାଟଣା,୮।୫(ସ୍ବ.ପ୍ର.): କେରଳରେ ରହୁଥିବା ୧୪ ପ୍ରବାସୀ ଓଡ଼ିଆ ଶୁକ୍ରବାର କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳର ନିଜ ଗ୍ରାମକୁ ଫେରିଛନ୍ତି। ଏହି ସମସ୍ତ ପୁରୁଷ ଶ୍ରମିକ...

ଅସ୍ଥାୟୀ ଆଶ୍ରୟସ୍ଥଳ ଦେଇଛି ଆହାର

କେନ୍ଦୁଝର, ୩୧ା୩ (ନରେଶ ପଟ୍ଟନାୟକ)-କରୋନା ପାଇଁ ସମଗ୍ର ବିଶ୍ୱ ବର୍ତ୍ତମାନ ଆତଙ୍କିତ ଅବସ୍ଥାରେ। ଏହା ଚାରିଆଡ଼େ ତାହାର କାୟା ବିସ୍ତାର କରିବାରେ ଲାଗିଛି। ସମଗ୍ର ବିଶ୍ୱରେ...

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣା,୨।୫(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା କପୁଣ୍ଡି ବେହେରା ସାହିର ଏକ ଆମ୍ବ ଗଛରୁ ମଙ୍ଗଳବାର ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତ ଦେହକୁ...

‘ସ୍ଥିର ଚିତ୍ତ ପୁସ୍ତକ ରଚନା ଲେଖକଙ୍କୁ ଶୀର୍ଷରେ ପହଞ୍ଚାଏ’

ବଡବିଲ/ଯୋଡ଼ା,୭ା୧(ଡି.ଏନ.ଏ): ଲେଖକମାନେ ଆତ୍ମାର କମ୍ପନରୁ ଶବ୍ଦ ଆଣି ଲେଖନୀ ଚଳାଇଥାନ୍ତି। ସ୍ଥିର ଚିତ୍ତ ପୁସ୍ତକ ରଚନା ଲେଖକଙ୍କୁ ଶୀର୍ଷ ସ୍ଥାନକୁ ପହଞ୍ଚାଇ ଥାଏ। ଓଡ଼ିଶାର ଲେଖକଙ୍କ...

ପ୍ଲାଷ୍ଟିକମୁକ୍ତ ସହର ପ୍ରହସନ

ଚମ୍ପୁଆ, ୩।୩ (ଡି.ଏନ.ଏ)-ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପ୍ରଦୂଷଣ ସମସ୍ୟାକୁ ରୋକିବା ପାଇଁ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ମାତ୍ର କେନ୍ଦୁଝର ଜିଲା ଚମ୍ପୁଆ...

ପଦ୍ମପୁରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ: କ୍ୱାରାଣ୍ଟାଇନ୍‌ ସେଣ୍ଟର ପରିସର ୭୨ ଘଣ୍ଟା କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା

କେନ୍ଦୁଝର,୨୦ା୬(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ଲକ୍ଷ୍ମୀନାରାୟଣ ଉଚ୍ଚ ବିଦ୍ୟାଳୟ କ୍ବାରାଣ୍ଟାଇନ୍‌ ସେଣ୍ଟରରେ ଶନିବାର ଜଣେ ୩୮ ବର୍ଷୀୟ ବ୍ୟକ୍ତି କରୋନା ପଜିଟିଭ୍‌ ଚିହ୍ନଟ...

ମନ୍ଦିର ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କା

କେନ୍ଦୁଝର,୨୪ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ଚନ୍ଦ୍ରଶେଖର ମହାଦେବଙ୍କ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି। ସଦର ଥାନା ବୋଦାପଳସା ଗ୍ରାମରେ ଥିବା ଦେବୋତ୍ତର ବିଭାଗ...

Advertisement
Archives

Model This Week