ପୌର ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷଣକୁ ବିରୋଧ

ଆନନ୍ଦପୁର,୩୧।୧(ସ୍ବ.ପ୍ର.)  କେନ୍ଦୁଝର ଜିଲା ଆନନ୍ଦପୁର ପୌର ପରିଷଦ ଅଧ୍ୟକ୍ଷ ପଦବୀ ସଂରକ୍ଷଣକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ସଂରକ୍ଷଣକୁ ନେଇ ସବୁ ସ୍ତରରେ ଅସନ୍ତୋଷ ଲାଗି ରହିଥିବା ବେଳେ ଅଧ୍ୟକ୍ଷ ପଦକୁ ନେଇ ବିଭିନ୍ନ ଦଳର ବହୁ ଆଶାୟୀଙ୍କ ମନୋବଳ ହ୍ରାସ ପାଇଛି। ଚଳିତବର୍ଷ ପୌର ନିର୍ବାଚନରେ ଅଧ୍ୟକ୍ଷ ପଦ ପାଇଁ ସିଧାସଳଖ ନିର୍ବାଚନ ହେଉଥିବା ବେଳେ ଆଶାୟୀଙ୍କ ମଧ୍ୟରେ ଉତ୍କଣ୍ଠା ବୃଦ୍ଧି ପାଇଛି। ତେବେ ଅଧ୍ୟକ୍ଷ ପଦ ସଂରକ୍ଷଣ ନେଇ ପ୍ରତିବାଦ ସ୍ବରୂପ ପୌର ପରିଷଦ ୫ ନଂ. ଓ୍ବାର୍ଡର ରମାକାନ୍ତ ବେହେରା ଗୁରୁବାର ରାଜ୍ୟ ସହରାଞ୍ଚଳ ଉନ୍ନୟନ ପରିଷଦ ନିକଟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛନ୍ତି।
ସରକାରଙ୍କ ଚିଠି ସଂଖ୍ୟା ୯୩୩/୧୫।୦୧।୨୦୨୨ ଅନୁଯାୟୀ ସମସ୍ତ ପୌର ପରିଷଦର ଅଧ୍ୟକ୍ଷ ପଦର ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଥିଲା। କେନ୍ଦୁଝର ଜିଲା ଆନନ୍ଦପୁର ପୌର ପରିଷଦର ଅଧ୍ୟକ୍ଷ ପଦ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ୧୬ଟି ଓ୍ବାର୍ଡକୁ ନେଇ ଗଠିତ ଏହି ପୌର ପରିଷଦରେ ୨୫ ହଜାରରୁ ଊର୍ଦ୍ଧ୍ୱ ଭୋଟର ଥିବା ବେଳେ ଅନୁସୂଚିତ ଜନଜାତି ବର୍ଗର ଲୋକସଂଖ୍ୟା ସାଧାରଣ ବର୍ଗ ଅନୁପାତରେ ୫ ପ୍ରତିଶତରୁ କମ୍‌। ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ସଂରକ୍ଷଣ ତାଲିକାକୁ ଦେଖିଲେ ଜିଲାର ଆଦିବାସୀ ଅଞ୍ଚଳ ଭିତରେ ୩ ପୌର ପରିଷଦ ଯୋଡ଼ା, ବଡ଼ବିଲ ଓ କେନ୍ଦୁଝର ଏବଂ ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ଆସୁଥିବା ସ୍ଥଳେ କେନ୍ଦୁଝର ପୌର ପରିଷଦକୁ ମହିଳା, ଯୋଡ଼ା, ବଡ଼ବିଲ ପୌରାଞ୍ଚଳ ଏବଂ ଚମ୍ପୁଆ ବିଜ୍ଞାପିତ ଅଞ୍ଚଳକୁ ଅସଂରକ୍ଷିତ ତାଲିକାଭୁକ୍ତ କରାଯାଇଛି।
ଅପରପକ୍ଷେ ଆନନ୍ଦପୁର ପୌରାଞ୍ଚଳରେ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କ ସଂଖ୍ୟା ଗୌଣ ଥିବା ସତ୍ତ୍ୱେ କେଉଁ ଆଧାରରେ ସଂରକ୍ଷଣ ତାଲିକା ପ୍ରସ୍ତୁତ କରାଯାଇଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆନନ୍ଦପୁର ପୌରପରିଷଦ ସରକାରଙ୍କ ଆଇନ ଅନୁସାରେ ଅଧିସୂଚିତ ପରିସରଭୁକ୍ତ ଥିବା ସ୍ଥଳେ ସେଠାରେ ପଛୁଆବର୍ଗ ଲାଗୁ କରାଯାଉଥିଲା। ନ୍ୟାୟାଳୟ ଆଦେଶ ଅନୁସାରେ ପଛୁଆ ବର୍ଗଙ୍କୁ ବାଦ୍‌ ଦେବା ପରେ କିପରି ଭାବେ ପୌର ପରିଷଦର ଅଧ୍ୟକ୍ଷ ପଦକୁ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରଖାଗଲା ସେନେଇ ପ୍ରଶ୍ନ ଉଠିଛି। ସେହିପରି ଜିଲାପାଳ ପଞ୍ଚାୟତ ନିର୍ବାଚନରେ ଗୋଟିଏ ନିୟମ ଏବଂ ପୌର ନିର୍ବାଚନ ପାଇଁ ପ୍ରସ୍ତାବିକ ତାଲିକା ପ୍ରକାଶ ସମୟରେ ଅନ୍ୟ ଗୋଟିଏ ନିୟମ କରିଛନ୍ତି। ରାଜ୍ୟର ନଗର ଉନ୍ନୟନ ପରିଷଦ ନିର୍ଦ୍ଦେଶକ ୧୦ ବର୍ଷରୁ ଊର୍ଦ୍ଧ୍ୱ ହେବ ରହିଆସିଥିବା ବେଳେ କେନ୍ଦୁଝର ଜିଲାପାଳ ମଧ୍ୟ ୪ ବର୍ଷରୁ ଊର୍ଦ୍ଧ୍ୱ ହେଲା ଆଦିବାସୀ ବହୁଳ ଏହି ଜିଲା ଦାୟିତ୍ୱରେ ରହିଛନ୍ତି। ପଞ୍ଚାୟତ ନିର୍ବାଚନ ସମୟରେ କ୍ରମନ୍ବୟନକୁ ଲକ୍ଷ୍ୟ ନ କରି ସଂରକ୍ଷଣ ବଦଳାଇଥିବା ଅଭିଯୋଗ ହୋଇଛି। ପୌର ନିର୍ବାଚନ ବେଳକୁ ଜିଲାପାଳ କେଉଁ ଆଧାରକୁ ଭିତ୍ତିକରି କ୍ରମନ୍ବୟନକୁ ଅନୁସରଣ କଲେ ବୋଲି ଅଭିଯୋଗକାରୀ ପ୍ରଶ୍ନ କରିଛନ୍ତି। ପୌରାଞ୍ଚଳର ଲୋକସଂଖ୍ୟା ଏବଂ ସଂରକ୍ଷଣ ଜାତି ବର୍ଗ ଆଧାରକୁ ନେଇ ଅଧ୍ୟକ୍ଷ ପଦ ସଂରକ୍ଷଣରେ ପରିବର୍ତ୍ତନ କରିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?