Posted inଜାତୀୟ

ହିନ୍ଦୀକୁ ବିରୋଧକରି ବୃଦ୍ଧଙ୍କ ଆତ୍ମାହୁତି

ସାଲେମ,୨୭।୧୧: ତାମିଲନାଡୁରେ ହିନ୍ଦୀ ଭାଷାକୁ ଜବରଦସ୍ତ ଲଦିଦେବା ଲାଗି କେନ୍ଦ୍ର ସରକାରଙ୍କ ଉଦ୍ୟମକୁ ବିରୋଧ କରି ସାଲେମ ଜିଲାର ଜଣେ ୮୫ ବର୍ଷୀୟ ବ୍ୟକ୍ତି ଆତ୍ମାହୁତି ଦେଇଛନ୍ତି। ମୃତକ ଜଣକ ମେଟ୍ଟୁର ନିକଟ ଥାଲାଇୟୁର ଗ୍ରାମର ଥାଙ୍ଗାଭେଲ୍‌। ସେ ପୂର୍ବରୁ ଡିଏମ୍‌କେ କୃଷକ ମୋର୍ଚ୍ଚାର କେନ୍ଦ୍ରୀୟ ସଂଗଠକ ଭାବେ କାର୍ଯ୍ୟ କରୁଥିଲେ। କିଛିବର୍ଷ ହେଲା ସେ ସକ୍ରିୟ ରାଜନୀତିରୁ ଓହରିଯାଇଥିଲେ। ଶନିବାର ପୂର୍ବାହ୍ନ ସାଢ଼େ ୧୧ଟାରେ ଥାଙ୍ଗାଭେଲ୍‌ ଥାଲାଇୟୁରସ୍ଥିତ ଡିଏମ୍‌କେ କାର୍ଯ୍ୟାଳୟ ନିକଟରେ ପହଞ୍ଚତ୍ଥିଲେ। ସେ ପାର୍ଟି ଅଫିସ୍‌ ଆଗରେ ଏକ ବ୍ୟାନର ଲଗାଇଥିଲେ, ଯେଉଁଥିରେ ଲେଖାଥିଲା ତାମିଲ ଭାଷାଭାଷୀ ରାଜ୍ୟରେ ନରେନ୍ଦ୍ର ମୋଦି ସରକାର ହିନ୍ଦୀ ଭାଷାକୁ ଜବରଦସ୍ତ ଲଦିଦେବା ଉଚିତ ନୁହେଁ। ହିନ୍ଦୀରେ ପଢ଼ିବା ଦ୍ୱାରା ରାଜ୍ୟର ଛାତ୍ରୀଛାତ୍ରଙ୍କ ପାଠପଢ଼ା ପ୍ରଭାବିତ ହେବ। ହିନ୍ଦୀରୁ ଆମକୁ ମୁକ୍ତି ଦିଅ ବୋଲି ସେଥିରେ ୩ ଥର ଲେଖାଯାଇଥିଲା। ଏହା ପରେ ସେ ଦେହରେ କିରୋସିନ୍‌ ଢାଳି ନିଆଁ ଲଗାଇଦେଇଥିଲେ ଓ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତାମିଲନାଡ଼ୁ ଶ୍ରମ କଲ୍ୟାଣ ମନ୍ତ୍ରୀ ସି.ଭି. ଗଣେଶନ ଓ ଅନ୍ୟ ଦଳୀୟ ନେତାମାନେ ଘଟଣାସ୍ଥଳରେ ପହଞ୍ଚତ୍ ଥାଙ୍ଗାଭେଲ୍‌ଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।
ପୂର୍ବତନ ଡିଏମ୍‌କେ ନେତାଙ୍କ ଆତ୍ମଦାହ ପରେ ତାମିଲନାଡୁରେ ହିନ୍ଦୀକୁ ବିରୋଧ ଜୋର୍‌ ଧରିଛି। ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ବିରୋଧରେ ଦଳ ପକ୍ଷରୁ ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ପୁଅ ତଥା ଡିଏମ୍‌କେ ଯୁବ ଶାଖାର ସମ୍ପାଦକ ଉଦୟନିଧି ଷ୍ଟାଲିନ୍‌ ଚେତାବନୀ ଦେଇଛନ୍ତି। ହିନ୍ଦୀକୁ ବିରୋଧ କରି ତାମିଲନାଡୁରେ ଗତ କିଛିମାସ ହେଲା ବ୍ୟାପକ ଆନ୍ଦୋଳନ ଜାରି ରହିଛି। କେନ୍ଦ୍ର ସରକାର ଯଦି ତାମିଲମାନଙ୍କ ଭାବାବେଗକୁ ଅଣଦେଖା କରନ୍ତି, ତେବେ ନୀରବ ବସିବେ ନାହିଁ ବୋଲି ଡିଏମ୍‌କେ କହିଛି। ହିନ୍ଦୀ ଭାଷାଭାଷୀ ରାଜ୍ୟରେ ଆଇଆଇଟି ଓ ଅନ୍ୟ ଉଚ୍ଚତର ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନରେ ହିନ୍ଦୀକୁ ପାଠପଢ଼ାର ମାଧ୍ୟମ କରିବାକୁ ଏବଂ ଅନ୍ୟ ରାଜ୍ୟଗୁଡ଼ିକରେ ସ୍ଥାନୀୟ ଭାଷାରେ ପଢ଼ାଇବା ଲାଗି ସଂସଦୀୟ କମିଟି ସୁପାରିସ କରିବା ପରେ ଆନ୍ଦୋଳନ ଜୋର୍‌ ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri