ଜିନ୍‌ପିଙ୍ଗ୍‌ଙ୍କ ଜିରୋ-କୋଭିଡ୍‌ ନୀତି ବିରୋଧରେ ଗଣବିକ୍ଷୋଭ

ବେଜିଂ,୨୭।୧୧: ଆଂଶିକ ଲକ୍‌ଡାଉନ୍‌ ଥିବା ଏକ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟି ୧୦ ଜଣଙ୍କ ଜୀବନ ଯିବା ପରେ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ଜିରୋ-କୋଭିଡ୍‌ ନୀତି ବିରୋଧରେ ଜିନ୍‌ଜିଆଙ୍ଗ ପ୍ରଦେଶରେ ଆନ୍ଦୋଳନ ବ୍ୟାପକ ରୂପ ଧାରଣ କରିଛି। କୋଭିଡ୍‌ କଟକଣା ଯୋଗୁ ଆପାର୍ଟମେଣ୍ଟରେ ନିଆଁ ଲିଭାଇବା ପ୍ରଭାବିତ ହେଲା ବୋଲି ଅନେକ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଏହାର ପ୍ରତିବାଦରେ ଜିନ୍‌ଜିଆଙ୍ଗ ରାଜଧାନୀ ଉରୁମ୍‌କି ରାସ୍ତାରେ ହଜାର ହଜାର ଲୋକ ଶୋଭାଯାତ୍ରାରେ ବାହାରିଥିବାର ଭିଡିଓ ସୋସିଆଲ ମିଡିଆରେ ପ୍ରସାରିତ ହେଉଛି। ‘ଲକ୍‌ଡାଉନ୍‌ ଉଠାଯାଉ’ ବୋଲି ସେମାନେ ସ୍ଲୋଗାନ ଦେଉଛନ୍ତି। ଜିନ୍‌ଜିଆଙ୍ଗ ଅଞ୍ଚଳକୁ ଦୀର୍ଘଦିନ ହେଲା ଲକ୍‌ଡାଉନରେ ରଖାଯାଇଥିବାରୁ ଉରୁମ୍‌କିର ୪୦ ଲକ୍ଷ ଲୋକ ୧୦୦ ଦିନ ହେଲା ଘରୁ ବାହାରିପାରି ନାହାନ୍ତି। ବିଭିନ୍ନ ସହରରେ କଠୋର ଲକ୍‌ଡାଉନ ଯୋଗୁ ଉତ୍ତେଜନା ବୃଦ୍ଧି ପାଇଛି। ଏବେ ଦୈନିକ ସଂକ୍ରମଣ ୩୫ ହଜାର ଟପିଥିବାରୁ ଜିରୋ-କୋଭିଡ୍‌ ନୀତି ବିଫଳ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ରହସ୍ୟମୟ ଜୀବ : ଯିଏ ନିଃଶ୍ୱାସ ବିନା ରହିପାରେ ଜୀବିତ

କୌଣସି ପ୍ରାଣୀ କିମ୍ବା ମଣିଷ ନିଃଶ୍ୱାସ ପ୍ରଶ୍ୱାସ ବିନା ବଞ୍ଚିବା ଅତ୍ୟନ୍ତ କଷ୍ଟକର। ସମସ୍ତେ ଜାଣନ୍ତି ନିଃଶ୍ୱାସ ନ ନେଇ କେହି ବଞ୍ଚିପାରିବେ ନାହିଁ ।...

‘ଆମ ଭବିଷ୍ୟତ ଆମେ ସ୍ଥିର କରିବୁ’

ତାଇପେ,୧୧ା୮: ଆମେରିକୀୟ ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇଓ୍ବାନ ଗସ୍ତ ପରଠାରୁ ଚାଇନା ସହ ତାଙ୍କର ମତଭେଦ ବୃଦ୍ଧି ପାଇବାରେ ଲାଗିଛି। ଚାଇନା ଏବଂ ତାଇଓ୍ବାନ ନିଜ...

ସ୍ତ୍ରୀ-ସ୍ବାମୀଙ୍କ ସାଙ୍ଗିଆ ସମାନ ରହିବ ନାହିଁ

ଟୋକିଓ,୨୪।୧୧: ଜାପାନରେ ଏକ ଅଜବ ନିୟମ ଲାଗୁ ହେବାକୁ ଯାଉଛି। ନିୟମ ଅନୁଯାୟୀ ସ୍ତ୍ରୀ-ସ୍ବାମୀଙ୍କର ସମାନ ସାଙ୍ଗିଆ ରହିବ ନାହିଁ। ଜାପାନର ପ୍ରଧାନମନ୍ତ୍ରୀ ୟୋଶିହିଦା ସୁଗା...

ବୋରିସଙ୍କ ନଁ।ରେ ସାଂଘାତିକ ଅଭିଯୋଗ

ଲଣ୍ଡନ, ୧୧ା୭: ବିବାଦୀୟ ହୋଇ ନିକଟରେ ବ୍ରିଟେନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବୋରିସ୍‌ ଜନ୍‌ସନ୍‌ଙ୍କ ବିରୋଧରେ ନୂଆ ଅଭିଯୋଗ ସାମ୍‌ନାକୁ ଆସିଛି। ୨୦୦୮ରେ ବୋରିସ୍‌...

୧୮ କୋଟିରୁ ଅଧିକ ଟଙ୍କାରେ ବିକ୍ରି ହେବ ଏହି ୫ ଶବ୍ଦ ଥିବା ଟୁଇଟ୍‌

ଓ୍ବାଶିଂଟନ,୭।୩: ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟୁଇଟର ସିଇଓ ଜ୍ୟାକ୍‌ ଡୋର୍ସି ତାଙ୍କ ପ୍ରଥମ ଟୁଇଟ୍‌ ନିଲାମ କରିବେ। ୨୧ ମାର୍ଚ୍ଚ ୨୦୦୬ରେ କରାଯାଇଥିବା ଏହି ଟୁଇଟ୍‌ରେ...

ବାଇଡେନ୍‌ଙ୍କ ପ୍ଲାନ୍‌-ବି, ରୁଷିଆ ସହିତ ଲଢ଼େଇ ପାଇଁ ପୋଲାଣ୍ଡକୁ ଉସୁକାଉଛି ଆମେରିକା ?…

ଓ୍ବାଶିଂଟନ, ୬।୩ : ରୁଷିଆ ୟୁକ୍ରେନରେ ଆତଙ୍କ ସୃଷ୍ଟି କରିଛି। ଏହାର ଉନ୍ନତ କ୍ଷେପଣାସ୍ତ୍ର, ଆର୍ଟିଲିରି ଏବଂ ଅସ୍ତ୍ରଶସ୍ତ୍ର ୟୁକ୍ରେନର ବହୁ କ୍ଷତି କରିବାରେ ଲାଗିଛି।...

ଥରିଲା ପାପୁଆ ନିଉ ଗିନି

ପୋର୍ଟ ମୋରସିବାୟ,୯।୨: ରିକ୍ଟର ସ୍କେଲରେ ୬.୨ ତୀବ୍ରତାର ଏକ ଭୂକମ୍ପ ରବିବାର ସକାଳେ ପାପୁଆ ନିଉ ଗିନିରେ ଅନୁଭୂତ ହୋଇଛି। ଏଥିରେ ମୃତାହତ ବା କ୍ଷୟକ୍ଷତି...

ଘାଟିରୁ ଖସିଲା ବସ୍‌, ଚାଲିଗଲା ୩୯ ଜୀବନ

ଇସଲାମାବାଦ,୨୯ା୧: ରବିବାର ପାକିସ୍ତାନର ଲାସବେଲା ଜିଲାର ଏକ ବସ୍‌ ଘାଟିରୁ ଖସିପଡ଼ିଥିବା ବେଳେ ଅତି କମ୍‌ରେ ୩୯ ଜଣଙ୍କର ମୃତ୍ୟୁ ଘଟିଛି। ଲାସବେଲା ଆସିଷ୍ଟାଣ୍ଟ କମିଶନର...

Advertisement
Archives

Model This Week