କଂଗ୍ରେସ ପାଇଁ ସ୍ଥିତି ସୁଧାରିବାକୁ ସୁଯୋଗ

ଯାଜପୁର ଅଫିସ,୧୫ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆଉ ୨ଦିନ ପରେ ଆରମ୍ଭ ହେବ। ଏହି ନିର୍ବାଚନର ଫଳାଫଳ ୨୦୨୪ ସାଧାରଣ ନିର୍ବାଚନର ଦର୍ପଣ ସାଜିବ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଉଛି। ଏପରି କି ରାଜନୈତିକ ଦଳଗୁଡ଼ିକ ପାଇଁ ପ୍ରତିକୂଳ କିମ୍ବା ଅନୁକୂଳ ପରିବେଶ ସୃଷ୍ଟି କରିପାରେ। ତେଣୁ ବଛାବଛା ପ୍ରାର୍ଥୀ ଦେଇ ନିଜ ଦଳର ଭୋଟ ସ୍ଥିତିରେ ଉନ୍ନତି ଆଣିବା ନେତାମାନଙ୍କ ପ୍ରାଥମିକତା ହେବ ବୋଲି କୁହାଯାଉଛି। ଏଭଳିସ୍ଥିତିରେ ଯାଜପୁର ଜିଲାରେ କଂଗ୍ରେସ ପାଇଁ ସ୍ଥିତି ସୁଧାରିବାକୁ ସୁଯୋଗ ରହିଛି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଉଛନ୍ତି। ସେମାନଙ୍କ କହିବାନୁଯାୟୀ ବିଜେଡିରେ ସମ୍ଭାବ୍ୟ ନୂଆପୁରୁଣା କନ୍ଦଳ ଏବଂ ଭାଜପାରେ କେତେଜଣ ତୁଙ୍ଗ ନେତାଙ୍କ ଦଳ ଡିଆଁର ଯଦି ଉପଯୁକ୍ତ ସୁଯୋଗ ନେଇ ପାରିବ ତେବେ କଂଗ୍ରେସ ପୂର୍ବାବସ୍ଥାକୁ ଫେରି ଆସିପାରେ।
ଯାଜପୁରରେ ୬୦ ବର୍ଷର ପୁରୁଣା ହିସାବକୁ ଓଲଟାଇଲେ କଂଗ୍ରେସର ଭୋଟ ୬୨%ରୁ ପ୍ରାୟ ୮%କୁ ଖସି ଆସିଛି। କଂଗ୍ରେସ ପ୍ରାୟ ୫୫% ଭୋଟ ହାତଛଡ଼ା କରି ଜିଲାର ପ୍ରାୟ ସମସ୍ତ ଆସନରେ ସଂଘର୍ଷ କରି ଆସୁଛି। ୨୦ ବର୍ଷ ପୂର୍ବରୁ ୪୫% ଭୋଟ ହାସଲ କରି ପାରିଥିବା କଂଗ୍ରେସ ୨୦୧୭ ପଞ୍ଚାୟତ ନିର୍ବାଚନରେ ଜିଲା ପରିଷଦ ଆସନରେ ଖାତା ଖୋଲି ପାରି ନ ଥିଲା। କେବଳ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଥିଲା। ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ଭୋଟବ୍ୟାଙ୍କ ମାତ୍ର ୭.୬% ରହିଥିଲା। ଅନ୍ୟପକ୍ଷେ ଏହି ନିର୍ବାଚନରେ ବିଜେଡି ୪୯.୮୧% ଓ ଭାଜପା ଲମ୍ବଡିଆଁ ମାରି ୪୦.୫%କୁ ଉନ୍ନୀତ ହୋଇଥିଲା। ବିଜେଡି ୨୦୧୭ ନିର୍ବାଚନ ଅପେକ୍ଷା ୨୦୧୯ ସାଧାରଣ ନିର୍ବାଚନରେ ମାତ୍ର ୧ ପ୍ରତିଶତ ଭୋଟ ହରାଇଥିଲା। କଂଗ୍ରେସର ଦୁର୍ବଳ ନେତୃତ୍ୱର ସୁଯୋଗ ନେଇ ଭାଜପା ଗତ ପଞ୍ଚାୟତ ନିର୍ବାଚନ ପରଠାରୁ ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇଛି। କଂଗ୍ରେସର ଏଭଳି ସ୍ଥିତି ଦେଖି ବହୁ ଟାଣୁଆ ନେତା ବିଜେଡି କିମ୍ବା ଭାଜପାରେ ମିଶି ନିଜର ରାଜନୈତିକ ଭବିଷ୍ୟତକୁ ସୁରକ୍ଷିତ ରଖିବାକୁ ଉଦ୍ୟମ କରୁଛନ୍ତି। ଜିଲାରେ କଂଗ୍ରେସରୁ ୧୯୯୫ରେ ୨ ଜଣ ଏବଂ ୨୦୦୪ରେ ଜଣେ ବିଧାୟକ ଶେଷ ଥର ପାଇଁ ନିର୍ବାଚିତ ହୋଇଥିଲେ। ୧୯୯୭ରେ ଜିଲା ପରିଷଦ ଅଧ୍ୟକ୍ଷ ପଦବୀକୁ ଶେଷ ଥର ପାଇଁ କଂଗ୍ରେସ ଅକ୍ତିଆର କରି ପାରିଥିଲା। ଦଳରେ ଗୋଷ୍ଠୀ କନ୍ଦଳ ଏହାର ପ୍ରମୁଖ କାରଣ ବୋଲି ସେତେବେଳେ ଚର୍ଚ୍ଚା ହେଉଥିଲା।
ଜିଲାରେ ଅନେକ ସରକାରୀ ଯୋଜନାରେ ଅର୍ଥ ହରିଲୁଟ, ଉନ୍ନୟନ କାର୍ଯ୍ୟରେ ଅନିୟମିତତା, ଶିଳ୍ପ ସମୃଦ୍ଧ ଜିଲା ହୋଇଥିଲେ ହେଁ ସ୍ଥାନୀୟ ନିଯୁକ୍ତି ଉପେକ୍ଷା ଆଦି ଗୁରୁତ୍ୱପୂର୍ଣ୍ଣ ସମସ୍ୟାକୁ କଂଗ୍ରେସ ଆଖି ବୁଜି ଦେଇଛି। ବେକାର ଯୁବତୀଯୁବକ କିମ୍ବା ଗ୍ରାମାଞ୍ଚଳ ଲୋକଙ୍କ ସମସ୍ୟା ନେଇ ପ୍ରଭାବୀ ଢଙ୍ଗରେ କଂଗ୍ରେସ ସ୍ବର ଉତ୍ତୋଳନ କରିପାରୁନାହିଁ। ଏହି କ୍ରମରେ କଂଗ୍ରେସ କର୍ମୀମାନେ ଲୋକଙ୍କ ଆସ୍ଥାଭାଜନ ହୋଇ ପାରୁ ନ ଥିବାରୁ ଭୋଟ ଦ୍ରୁତଗତିରେ ହ୍ରାସ ପାଉଛି। ଏବେ ମାତ୍ର ୭.୬% ଭୋଟବ୍ୟାଙ୍କ ସହାୟତାରେ ଲୋକଙ୍କ ନିକଟତର ହେବାକୁ କଂଗ୍ରେସ ଉଦ୍ୟମ ଜାରି ରଖିଛି। ଇତିମଧ୍ୟରେ ଯାଜପୁର ଜିଲାର ବନ୍ଦିତା ପରିଡ଼ା ରାଜ୍ୟ ମହିଳା କଂଗ୍ରେସର ମଙ୍ଗ ଧରିଛନ୍ତି। ତାଙ୍କ ନେତୃତ୍ୱରେ ଜିଲା ମହିଳା କଂଗ୍ରେସ ଠିଆ ହେବାକୁ ଉଦ୍ୟମ କରୁଛି। ଅନ୍ୟପକ୍ଷେ ଧର୍ମଶାଳାରେ ମହିଳା କଂଗ୍ରେସ ନେତ୍ରୀ ସ୍ମୃତିରେଖା ପହି ଭାଜପାରେ ମିଶିଛନ୍ତି। ସେ ଭାଜପାର ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ପରିଡ଼ାଙ୍କ ସ୍ଥାନ ନେବେ ବୋଲି ଚର୍ଚ୍ଚା ହେଉଛି। ଜିଲାର ଅଧିକାଂଶ ସ୍ଥାନରେ ବିଜେଡି ଓ ବିଜେଡି ଅସନ୍ତୁଷ୍ଟ ମଧ୍ୟରେ ମୁକାବିଲା ସୁନିଶ୍ଚିତ ବୋଲି ରାଜନୈତିକ ବିଶେଷଜ୍ଞ ମହଲରେ ମତପ୍ରକାଶ ପାଇଛି। ତେବେ ବିଜେଡିରେ ମୁଣ୍ଡ ଟେକୁଥିବା ପୁରୁଣା ନୂଆ କର୍ମୀଙ୍କ ଭିତିରିଆ ଲଢେଇ ଏବଂ ଭାଜପାର ସାଙ୍ଗଠନିକ ନେତୃତ୍ୱ ହ୍ରାସର ସୁଯୋଗ ନେଇ ଅକ୍ଳାନ୍ତ ପରିଶ୍ରମ କଲେ କଂଗ୍ରେସ ଜିଲାରେ ତା’ର ପୂର୍ବ ଗୌରବକୁ ଫେରିପାଇବ ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮।୫: ରାଜ୍ୟରେ ଅନେକ ସ୍ଥାନରେ କାଳବୈଶାଖୀ ଯୋଗୁଁ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ ଏବଂ ଦିନ...

ନେଟ୍‌ଓ୍ବର୍କ ନାହିଁ ତ ଭୋଟ୍‌ ନାହିଁ ଲେଖି ଗାଁରେ ପୋଷ୍ଟର ମାରିଲେ ଗ୍ରାମବାସୀ

ଖଲ୍ଲିକୋଟ,୮ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କନକା ଗ୍ରାମରେ ନାହିଁ ମୋବାଇଲ ନେଟ୍‌ଓ୍ବର୍କ। ଆଜିର ସମୟରେ ସାଧାରଣ ଜୀବନରେ ମୋବାଇଲ ଅପରିହାର୍ଯ୍ୟ...

ସୂଚନାଦାତା ସନ୍ଦେହରେ ଯୁବକଙ୍କୁ ମାଓବାଦୀଙ୍କ ଆକ୍ରମଣ

ମାଲକାନଗିରି,୮ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ନାରାୟଣପୁରରେ ମାଓବାଦୀମାନେ ଜଣେ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ଗୁରୁତର ଅବସ୍ଥାରେ ଆହତ ବ୍ୟକ୍ତିଙ୍କୁ ସୁରକ୍ଷା କର୍ମୀମାନେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।...

ବିଳମ୍ବରେ ଆସିଲେ କଟିବ ଦରମା, କଠୋର ହେଲା BMC

ଭୁବନେଶ୍ୱର,୮ା୫: ଏଣିକି ବିଳମ୍ବରେ ଆସିଲେ କର୍ମଚାରୀ ମାନଙ୍କର ଦରମା କାଟିବ ଭୁବନେଶ୍ୱର ମହାନଗର ନିଗମ(ବିଏମସି)। ବିଳମ୍ବରେ ଅଫିସ୍ ଆସୁଥିବା କର୍ମଚାରୀଙ୍କ ପ୍ରତି କଠୋର ହୋଇଛି ବିଏମସି।...

ଆତ୍ମସମର୍ପଣ କଲେ ୩ ମାଓବାଦୀ

ମାଲକାନଗିରି, ୮ା୫(ଦୁଯେର୍ର୍‌ୟାଧନ ପାତ୍ର):  ଛତିଶଗଡ଼ ଦାନ୍ତେୱାଡା ଜିଲା ପୋଲିସ ନିକଟରେ ୩ ମାଓବାଦୀ ବୁଧବାର ଆତ୍ମସମର୍ପଣ କରିଛନ୍ତି। ସୂଚନାନୁଯାୟୀ, ହିଂସାର ବାଟ ଛାଡି ସମାଜର ମୁଖ୍ୟ...

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ

ମାଲକାନଗିରି,୮ା୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଖଇରପୁଟରେ ବୁଧବାର ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଭାଜପା କର୍ମୀମାନେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ମୁଦୁଲିପଡ଼ା...

୧୫ ମିନିଟ୍‌ ଅନ୍ଧାରରେ ରହିଲା ଶ୍ରୀମନ୍ଦିର

ପୁରୀ,୮ା୫: ଶ୍ରୀମନ୍ଦିର ବୁଧବାର ରାତିରେ ୧୫ ମିନିଟ୍‌ ପର୍ଯ୍ୟନ୍ତ ଅନ୍ଧକାରରେ ରହିଥିଲା। ପାଓ୍ବାର କଟ୍‌ ହେବାରୁ ୧୫ରୁ ୨୦ ମିନିଟ୍‌ ଧରି ଶ୍ରୀମନ୍ଦିର ଅନ୍ଧାର ହୋଇଯାଇଥିଲା।...

ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ମଦ ଉପରେ ଲାଗିବ ବ୍ୟାନ୍: ଧର୍ମେନ୍ଦ୍ର ପ୍ରଧାନ

ଦେବଗଡ଼,୮ା୫(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ମଦ ଉପରେ ଲାଗିବ ବ୍ୟାନ୍। ବୁଧବାର ଦେବଗଡ ଜିଲାର ତିଲେଇବଣି ଖେଳ ପଡିଆଠାରେ ଆୟୋଜିତ ଭାଜପାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri