Posted inଖେଳ

ବୃହତ୍‌ ବିଜୟ ସହ ଖୋଲିଲା ପଏଣ୍ଟ ଖାତା

ଆବୁଧାବି,୩।୧୧: ଲଗାତାର ଦୁଇ ପରାଜୟ ପରେ ଚଳିତ ଟି୨୦ ବିଶ୍ୱକପ୍‌ରେ ବିଜୟ ସ୍ବାଦ ଚାଖିଛି ଭାରତୀୟ ଦଳ। ବୁଧବାର ଖେଳାଯାଇଥିବା ସୁପର-୧୨ ପର୍ଯ୍ୟାୟର ମ୍ୟାଚ୍‌ରେ ବିରାଟ କୋହଲିଙ୍କ ଦଳ ୬୬ ରନ୍‌ରେ ଆଫଗାନିସ୍ତାନକୁ ହରାଇ ଦେଇଛି। ଏହି ବିଜୟ ସହ ଟିମ୍‌ ଇଣ୍ଡିଆ ପଏଣ୍ଟ ଖାତା ଖୋଲିବା ସହ ନେଟ୍‌ ରନରେଟ୍‌ (+୦.୦୭)ରେ ସୁଧାର ଆଣିଛି।

ଆରମ୍ଭରୁ ଛକା, ଚୌକା ବର୍ଷା କରିଥିଲା ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ଓପନିଂ ଯୋଡ଼ି। ଦୁହେଁ ପ୍ରଥମ ଉଇକେଟ ପାଇଁ ଯୋଡ଼ିଥିଲେ ୧୪୦ ରନ୍‌। ଏହା ଟି୨୦ ଫର୍ମାଟରେ ଭାରତ ପାଇଁ ସବୁଠୁ ବଡ଼ ଭାଗିଦାରୀ। ରାହୁଲ ୬୯ (୬ ଚୌକା ଓ ୨ ଛକା) ଓ ରୋହିତ ୭୪ (୮ ଚୌକା ଓ ୩ ଛକା) ରନ୍‌ର ଇନିଂସ ଖେଳିଥିଲେ। ଦୁଇ ଓପନର ଆଉଟ୍‌ ହେବା ପରେ ଛକା, ଚୌକା ଭାର ସମ୍ଭାଳିଥିଲେ ରିଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା। ଉଭୟ ବ୍ୟାଟର ୩ୟ ଉଇକେଟ ପାଇଁ୨୧ ବଲରେ ଯୋଡ଼ିଥିଲେ ୬୩ ରନ୍‌। ୧୩ ଲେଖାଏ ବଲ ଖେଳି ପନ୍ତ ୨୭ (୧ ଚୌକା ଓ ୩ ଛକା) ଓ ପାଣ୍ଡ୍ୟା ୩୫ (୪ ଚୌକା ଓ ୨ ଛକା) ରନ୍‌ କରିଥିଲେ। ଫଳରେ ଭାରତ ୨୦ ଓଭରରେ ୨ ଉଇକେଟ ହରାଇ ୨୧୦ ରନ୍‌ କରିଛି।

ଜବାବରେ ଭାରତୀୟ ବୋଲରମାନେ ଆଫଗାନିସ୍ତାନ ବ୍ୟାଟରଙ୍କୁ ସୁଯୋଗ ଦେଇ ନ ଥିଲେ। କିନ୍ତୁ ଅଧିନାୟକ ମହମ୍ମଦ ନବି ୩୫ ଓ କରିମ ଜନତ (୩୬*)ଙ୍କ ଯୋଗୁ ଆଫଗାନିସ୍ତାନ ୭ ଉଇକେଟ ହରାଇ ୧୩୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଭାରତ ପାଇଁ ୩ ଉଇକେଟ ନେଇଥିବା ମହମ୍ମଦ ଶାମି ସଫଳତମ ବୋଲର ସାବ୍ୟସ୍ତ ହୋଇଥିଲେ। ଦୀର୍ଘ ଦିନ ପରେ ଭାରତୀୟ ଟି୨୦ ଦଳକୁ ଫେରିଥିବା ରବିଚନ୍ଦ୍ରନ ଅଶ୍ୱିନ ୨ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍ତ୍ରୀଙ୍କ ସାମ୍ନାରେ ହରଭଜନ କହୁ କହୁ କହିଦେଲେ ଏହି କଥା

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଲେଗ୍‌ ସ୍ପିନର ହରଭଜନ ସିଂ ସ୍ତ୍ରୀ ଗୀତା ବାସ୍ରାଙ୍କ ସହ କପିଲ ଶର୍ମା କମେଡି ଶୋ’ରେ ପହଞ୍ଚିଥିଲେ। ଏହି ଶୋ’...

ଆଇସିସି ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌: ଇଂଲଣ୍ଡ ତୃତୀୟ ସ୍ଥାନକୁ ଉନ୍ନୀତ

ଦୁବାଇ, ୨୯ା୭ (ପି.ଟି.)-ମଙ୍ଗଳବାର ଓ୍ବେଷ୍ଟଇଣ୍ଡଜି ବିପକ୍ଷ ୩ମ୍ୟାଚ ବିଶିଷ୍ଟ ସିରିଜ ୨-୧ରେ ଜିତିବା ପରେ ଆଇସିସି ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌ ର଼୍ୟାଙ୍କିଙ୍ଗ ତାଲିକାରେ ଇଂଲଣ୍ଡ ତୃତୀୟ...

ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ନେଲେ ଅଷ୍ଟ୍ରେଲିଆ ଅଧିନାୟକ

ନୂଆଦିଲ୍ଲୀ,୧୦।୯: ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ୍‌ ଆରୋନ ଫିଞ୍ଚ ଦିନିକିଆ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇଥିବା ନେଇ ଘୋଷଣା କରିଛନ୍ତି। ଶନିବାର ସକାଳେ ସେ ଖବରଦାତାଙ୍କୁ ସମ୍ବୋଧିତ କରି ଏହି...

୧୯ ବର୍ଷରୁ କମ୍‌ ଫୁଟବଲ: ଓମାନଠାରୁ ହାରିଲା ଭାରତ

ନୂଆଦିଲ୍ଲୀ,୨୦।୭ (ପି.ଟି.)- ଆଗକୁ ଆୟୋଜନ ହେବାକୁଥିବା ଏଏଫ୍‌ସି ୧୯ ବର୍ଷରୁ କମ୍‌ ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତି ଚଳାଇଥିବା ଭାରତୀୟ ଦଳ ଶୁକ୍ରବାର ଓମାନଠାରୁ ପରାସ୍ତ ହୋଇଛି।...

ଶେଷ ୩୦ ବଲରେ ମାତ୍ର ୪୦ ରନ୍‌:ଧୋନୀ, ଯାଦବଙ୍କ ଉପରେ ଦୋଷ ଲଦିଲେ ପୂର୍ବତନ ଖେଳାଳି

ବର୍ମିଂହାମ, ୧।୭:୨୦୧୯ ଆଇସିସି ବିଶ୍ୱକପରେ ଭାରତୀୟ ଦଳ ପ୍ରଥମ ପରାଜୟବରଣ କରିଛି। ଯଦିଓ ଏହି ପରାଜୟ ଦଳ ପାଇଁ ବେଶୀ କିଛି ପ୍ରଭାବ ପକାଇ ନାହିଁ...

ଦକ୍ଷିଣ ଆଫ୍ରିକା ଖେଳାଳିଙ୍କୁ ସେଲ୍ଫ ଆସୋଲେଶନରେ ରହିବାକୁ କୁହାଯାଇଥିଲା

ଜୋହାନ୍ସବର୍ଗ,୧୯।୩(ପି.ଟି.)- ଭାରତ ଗସ୍ତରୁ ସ୍ବଦେଶ ଫେରିବା ପରେ ଦକ୍ଷିଣ ଆଫ୍ରିକା ଖେଳାଳିଙ୍କୁ ସେଲ୍ଫ ଆସୋଲେଶନରେ ରହିବାକୁ କୁହାଯାଇଥିଲା। କରୋନା ଭାଇରସ ଆତଙ୍କ କାରଣରୁ ଗସ୍ତ ଅଧାରୁ...

ଆଇସିସି ବିଶ୍ୱକପ୍‌ : ଭାରତ- ଆଫଗାନିସ୍ତାନ ମୁକାବିଲା

ସାଉଥାମ୍ପଟନ,୨୨।୬(ପି.ଟି.)- ଚଳିତ ବିଶ୍ୱକପ୍‌ର ଅନ୍ୟତମ ଫେଭରାଇଟ ଦଳ ଭାରତ ଟୁର୍ନାମେଣ୍ଟର ୨୮ତମ ମ୍ୟାଚ୍‌ରେ ଶନିବାର ଅପେକ୍ଷାକୃତ ଦୁର୍ବଳ ଆଫଗାନିସ୍ତାନକୁ ଭେଟିବ। ସ୍ଥାନୀୟ ରୋଜ ବାଉଲ ଗ୍ରାଉଣ୍ଡରେ...

ସର୍ବକାଳୀନ ଶ୍ରେଷ୍ଠ ଖେଳାଳି

ଭୁବନେଶ୍ୱର, ୨୬।୫(କ୍ରୀଡ଼ା ପ୍ରତିନିଧି)- ହକି କିମ୍ବଦନ୍ତୀ ବଲବୀର ସିଂ ସିନିୟରଙ୍କ ବିୟୋଗରେ ଓଡ଼ିଶା କ୍ରୀଡ଼ା ମହଲରେ ଶୋକର ଛାୟା ଖେଳି ଯାଇଛି। ୩ ଥର ଅଲିମ୍ପିକ୍‌...

Advertisement
Archives

Model This Week