ବର୍ଷାଦିନେ ପୋଖରୀ ଖୋଳା

କେନ୍ଦୁଝର,୯।୮(ସ୍ବ.ପ୍ର.):କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ଅଞ୍ଚଳରେ ପୋଖରୀ ଖୋଳାରେ ମେଶିନ ବ୍ୟବହାର କରାଯିବା ସହ ବର୍ଷା ଦିନରେ ପୋଖରୀ ଖୋଳା ନେଇ ଅସନ୍ତୋଷ ଦେଖାଦେଇଛି। ଫଳରେ ବ୍ୟାପକ ଦୁର୍ନୀତି ଓ ଅନିୟିତତା ହୋଇଥିବା ଅଭିଯୋଗ ହେଉଛି।
ଯେ, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ (ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା)ରେ ୧୦ଲକ୍ଷ ଟଙ୍କା ପ୍ରକଳ୍ପ ଅଟକଳ ମୂଲ୍ୟରେ ପଦ୍ମପୁର ଗ୍ରାମର ତଳସାହି ଠାରେ ଏକ ନୂଆ ବନ୍ଧ ନିର୍ମାଣ କରାଯାଉଛି। କେନ୍ଦ୍ର ସରକାରଙ୍କ ଅମୃତ ସରୋବର ଯୋଜନାରେ ଏହି କାମ ଚାଲିଛି। ତେବେ ବର୍ଷାଦିନରେ ଏହି କାମ ଚାଲିଥିବାରୁ ପୋଖରୀରେ ପାଣି ଭର୍ତ୍ତି ହୋଇଥିବାରୁ ସମ୍ପୂର୍ଣ୍ଣ କାମ ହୋଇ ପାରୁନାହିଁ। ଫଳରେ କାମର ମାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଏନେଇ ଗ୍ରାମ ରୋଜଗାର ସେବକ ପ୍ରଶାନ୍ତ ଦେହୁରୀ କହିଛନ୍ତି, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ଦଶ ଲକ୍ଷ ଟଙ୍କା କାମ ବ୍ୟତୀତ ଅନ୍ୟ ଏକ ସ୍କିମରେ ଛଅ ଲକ୍ଷ ଟଙ୍କାର କାମ ଚାଲିଛି। ଏଣୁ ଏହି ଯୋଜନା କାମରେ ମେଶିିନ ବ୍ୟବହାର ହୋଇ ନାହିଁ। ବର୍ଷା ଯୋଗୁ କାମରେ ସମସ୍ୟା ଦେଖାଦେଇଥିବା ସେ ସ୍ବୀକାର କରିଛନ୍ତି। ତେବେ ସେଠାରେ ଦୁଇଟି ସ୍କିମର ପଇସା ଖର୍ଚ୍ଚ କରାଯାଉଥିବାରୁ କାମରେ ତାଳମେଳ ମିଳୁ ନ ଥିବାରୁ ଗ୍ରାମବାସୀ ତଦନ୍ତ ଦାବି କରିଛନ୍ତି। ଅନ୍ୟ ପକ୍ଷରେ ଜବ କାର୍ଡ ଧାରୀ କାମ ପାଉ ନ ଥିବାରୁ ଭୋକଉପାସରେ ରହିଥିବାରୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ ଧକ୍କାରେ ଯୁବକ ହରାଇଲେ ହାତ

କଣ୍ଟାବାଞ୍ଜି,୨୧।୫: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ରେଳ ଷ୍ଟେଶନ ନିକଟ ଟ୍ରେନ୍‌ ଲାଇନ୍‌ରୁ ଶୁକ୍ରବାର ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଯୁବକଙ୍କ ଡାହାଣ ହାତ...

ପୁଅଙ୍କୁ ହତ୍ୟା କରିଦେବା ଧମକ ଦେଇ ମହିଳାଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ବ୍ରହ୍ମପୁର ଅଫିସ, ୧୮।୯: ମହିଳାଙ୍କୁ ଧମକ ଦେଇ ବଳତ୍କାର କରିଥିବା ଅଭିଯୋଗ ରେ ବୈଦ୍ୟନାଥପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ଶରତ...

ଶାମୁକା ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପରଲୋକ

ପୁରୀ ଅଫିସ, ୧୩ା୪: ଜଣାଶୁଣା ବରିଷ୍ଠ ଶାମୁକା ଶିଳ୍ପୀ ତଥା ସଂସ୍କୃତିପ୍ରେମୀ ଗୁରୁ ରଘୁନାଥ ମହାପାତ୍ରଙ୍କର ପୁରୀ ଅମଲା କ୍ଲବସ୍ଥିତ ବାସଭବନରେ ମଙ୍ଗଳବାର ରାତିରେ ପରଲୋକ...

ମଧ୍ୟାହ୍ନଭୋଜନ ଯାଞ୍ଚ କଲେ ବିଧାୟକ

ଛେଣ୍ଡିପଦା,୩।୧୨(ସ୍ବ.ପ୍ର)-ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ମଙ୍ଗଳବାର ଛେଣ୍ଡିପଦା ବ୍ଲକ ବ୍ରାହ୍ମଣବିଲ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ପରିଦର୍ଶନ ଯାଇଥିଲେ। ଏହି ଅବସରରେ ଏକ ନୂତନ ଶ୍ରେଣୀ...

ଜିଲା କୃଷି ବିଭାଗରେ ଖାଲି ପଡ଼ିଛି ବହୁ ପଦବୀ

ପାରଳାଖେମୁଣ୍ଡି,୩।୭(ଡି.ଏନ୍‌.ଏ.): ଗଜପତି ଜିଲାରେ କୃଷି ବିଭାଗର କାର୍ଯ୍ୟାଳୟ ନାହିଁ ନାହିଁରେ ଚାଲିଛି। ଉକ୍ତ କାର୍ଯ୍ୟାଳୟରେ ୪ର୍ଥ ଶ୍ରେଶୀ କର୍ମଚାରୀଙ୍କଠାରୁ ଆରମ୍ଭ କରି କିରାଣି, ଫିଲ୍ଡ ଅଫିସର...

ଏନ୍‌ଜିଟିରେ ହାଜର ହେଲେ କେନ୍ଦୁଝର ଜିଲାପାଳ

କେନ୍ଦୁଝର,୩୦ା୪(ସ୍ବ.ପ୍ର.): ଜାତୀୟ ସବୁଜ ପ୍ରାଧିକରଣ (ଏନ୍‌ଜିଟି) କୋଲକାତା ବେଞ୍ଚରେ ଶୁକ୍ରବାର କେନ୍ଦୁଝର ଜିଲାପାଳ ଆଶିଷ ଠାକ୍‌ରେ ଏବଂ ଘଷିପୁରା ତହସିଲଦାର ବାବୁଲି ପେରେଇ ହାଜର ହୋଇ...

ବେଲପାହାଡ଼ ପୌର ପରିଷଦ କର୍ମଚାରୀଙ୍କୁ କୋଭିଡ୍‌ ଟିକା

ବେଲପାହାଡ଼,୯।୨(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ବେଲପାହାଡ଼ ପୌରପରିଷଦ କର୍ମଚାରୀଙ୍କ ପାଇଁ ମଙ୍ଗଳବାର କୋଭିଡ୍‌ ୧୯ ଟିକାକାରଣ ଆରାମ୍ଭ ହୋଇଛି । ଏଥିପାଇଁ ପୌର କାର୍ଯ୍ୟାଳୟରେ ପଞ୍ଜୀକାରଣ କକ୍ଷ,...

୩୧ ପର୍ଯ୍ୟନ୍ତ ଜରୁରୀ ମାମଲାର ଶୁଣାଣି: ଲକ୍‌ଡାଉନ୍‌ ଅଞ୍ଚଳରେ ଦିନକୁ ଘଣ୍ଟାଏ ଖୋଲିବ କୋର୍ଟ

କଟକ ଅଫିସ,୨୩ା୩- କରୋନା ଭୂତାଣୁ ସଂକ୍ରମଣ ରୋକିବା ଦିଗରେ ହାଇକୋର୍ଟ ପକ୍ଷରୁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ହାଇକୋର୍ଟ ରେଜିଷ୍ଟ୍ରାର୍‌(ଜୁଡିସିଆଲ୍‌) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ,...

Advertisement
Archives

Model This Week