ଖାଲି ଡ୍ରାମା

ଶାସନ ହେଉଛି ଏକ ବ୍ୟବସ୍ଥା। ଏହା ଏକ ପ୍ରକାର ପ୍ରକ୍ରିୟା ଯେଉଁଥିରେ ଏହାର ଲୋକ ଉତ୍ତରଦାୟୀ ରହନ୍ତି। ଶାସନର ତତ୍ତ୍ୱ କହିଲେ ନୀତି, ଜଟିଳ ସ୍ଥିତିର ପରିଚାଳନା, ଅନୁପାଳନ ଏବଂ ପ୍ରଶାସନକୁ ବୁଝାଏ। ‘ଉତ୍ତମ ଶାସନ’ର ୮ଟି ବିଶେଷତା ହେଉଛି ଭାଗୀଦାରି, ସହମତି କୈନ୍ଦ୍ରିକ, ଉତ୍ତରଦାୟୀ, ସ୍ବଚ୍ଛତା, ଦାୟିତ୍ୱବୋଧ, ପ୍ରଭାବଶାଳୀ ଓ ଦକ୍ଷ, ସମନତା ଓ ସମାବେଶୀ ଏବଂ ଆଇନର ଶାସନ। ନୀତି ନିର୍ଦ୍ଧାରଣରେ ଦୁର୍ନୀତି ହ୍ରାସ କରିବା ଏବଂ ସଂଖ୍ୟାଲଘୁଙ୍କ ଦୃଷ୍ଟିକୋଣକୁ ବିଚାରକୁ ନେବା ଓ ସବୁଠୁ ବିପଜ୍ଜନକ ସ୍ଥିତିରେ ଥିବା ସମାଜର ସ୍ବର ଶୁଣିବା ପାଇଁ ଏହା ଭରସା ଦିଏ। ସରକାରଙ୍କର ସବୁଠୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି ଶାସନ।
ଶିକ୍ଷା ଉପରେ ୨୦୦୫ ପରଠାରୁ ଏଏସ୍‌ଇଆର୍‌ ସର୍ଭେ କରାଯାଉଛି। ଚଳିତ ବର୍ଷ ଏଏସ୍‌ଇଆର୍‌ ଦ୍ୱାରା କରାଯାଇଥିବା ସର୍ଭେରେ ୬୧୬ଟି ଜିଲା(ଦେଶର ମୋଟ ଜିଲାର ୮୫%) ର ୩ରୁ ୧୬ ବର୍ଷ ବୟସର ୬.୯ ଲକ୍ଷ ପିଲାଙ୍କୁ ସାମିଲ କରିଥିଲା। ଏଥିରେ ସ୍କୁଲରେ ନାମଲେଖା, ପଢ଼ା ଦକ୍ଷତା ଏବଂ ଗଣିତ ଜ୍ଞାନ ବିଷୟରେ ଅନୁଧ୍ୟାନ କରାଯାଇଛି। ପିଲାଙ୍କୁ ୪ଟି ସ୍ତରରେ ଅର୍ଥାତ୍‌ ପ୍ରଥମରେ ଅକ୍ଷର ଲେଖା, ଦ୍ୱିତୀୟରେ ସାଧାରଣ ଶବ୍ଦ ଲେଖିବା, ତୃତୀୟରେ ୪ଟି ସରଳ ବାକ୍ୟକୁ ନେଇ ଏକ ପାରା ଲିଖନ ଏବଂ ଚତୁର୍ଥରେ ସାମାନ୍ୟ ଜଟିଳ ଶବ୍ଦାବଳୀକୁ ନେଇ ଏକ ଦୀର୍ଘ ଲେଖା ପ୍ରସ୍ତୁତ କରିବାକୁ ନେଇ ପରୀକ୍ଷା କରାଯାଇଥିଲା। ସର୍ଭେରୁ ଜଣାପଡ଼ିଛି ଯେ,ତୃତୀୟ ଶ୍ରେଣୀର ୨୦% ପିଲା ଦ୍ୱିତୀୟ ଶ୍ରେଣୀ ବହି ପଢ଼ିପାରୁଛନ୍ତି। ଏଥିରୁ ବୁଝାପଡ଼ୁଛି, ୫ ଜଣରୁ ୪ ଜଣ ପିଲା ବହି ପଢ଼ିପାରୁନାହାନ୍ତି। ୨୦୧୮ରେ ଏହା ୨୭% ଓ ୨୦୧୪ରେ ଥିଲା ୨୩%; ଅର୍ଥାତ୍‌ ଏକ ଦଶନ୍ଧି ପୂର୍ବ ତୁଳନାରେ ଏବେ ପିଲାଙ୍କ ପଢ଼ିବା ସ୍ତର ଖରାପ ଅଛି। ଏଭଳି ହ୍ରାସ ସବୁଆଡ଼େ ଘରୋଇ ଓ ସରକାରୀ ବିଦ୍ୟାଳୟଗୁଡ଼ିକରେ ଦେଖିବାକୁ ମିଳିଛି। ୨୦୧୪ରେ ୪୮% ପଞ୍ଚମ ପିଲା ଦ୍ୱିତୀୟ ଶ୍ରେଣୀ ବହି ପଢ଼ିପାରୁଥିଲେ। ୨୦୧୮ରେ ଏହା ଥିଲା ୫୦% ଏବଂ ଏବେ ଅଛି ୪୨%। ୨୦୧୪ରେ ୨୫% (୪ ଜଣରେ ୩ ଜଣ )ତୃତୀୟ ଶ୍ରେଣୀ ପିଲା ବିୟୋଗ କରିପାରୁଥିଲେ। ୨୦୧୮ରେ ଏହା ଥିଲା ୨୮% ଏବଂ ଏବେ ୨୫%କୁ ଖସିଛି। ସେହିପରି ୨୦୧୪ରେ ୫ମ ଶ୍ରେଣୀ ପିଲାଙ୍କ ମଧ୍ୟରୁ ୨୬% ସରଳ ଭାଗକ୍ରିୟା କରିପାରୁଥିଲେ, ୨୦୧୮ରେ ଏହା ଥିଲା ୨୮% ଏହା ପୁନର୍ବାର ତଳକୁ ଖସି ବର୍ତ୍ତମାନ ୨୫% ରେ ପହଞ୍ଚିଛି। ଯଦି ଆମ ପିଲା ପଢି ପାରିବେ ନାହିଁ କିମ୍ବା ସରଳ ଗଣିତ କରି ପାରିବେନି ସେମାନେ ବଡ଼ ହେଲେ କି ପ୍ରକାର କୌଶଳ ହାସଲ କରିବେ? ବେଙ୍ଗାଲୁରୁ ଇନ୍‌ଫୋଟେକ୍‌ କମ୍ପାନୀଗୁଡ଼ିକ ପ୍ରାୟ ୧୫ ଲକ୍ଷ କର୍ମଚାରୀଙ୍କୁ ନିଯୁକ୍ତ କରିଛନ୍ତି। ଚାକିରି ପାଇଁ ଆବେଦନ କରୁଥିବା ୧୦ ଜଣରେ ୯ ଜଣ ଇଞ୍ଜିନିୟରଙ୍କୁ ଅସ୍ବୀକାର କରାଯାଉଛି। ପଦବୀ ପୂରଣ ହୋଇଛି ବୋଲି ଏମିତି କରାଯାଇଛି ତାହା ନୁହେଁ, ବରଂ ସେମାନଙ୍କର ଦକ୍ଷତା ନ ଥିବା କାରଣରୁ ଏହା ହୋଇଛି। ଦେଶର ସ୍କୁଲ ପିଲା ପାଠରେ ପଛୁଆ ରହିବା ଏବଂ ଇଞ୍ଜିନିୟରମାନେ ନାମକୁ ମାତ୍ର ଶିକ୍ଷିତ ହେବାକୁ ନେଇ ଆମେ ଆଶ୍ଚର୍ଯ୍ୟ ହେବା ଉଚିତ ନୁହେଁ। କାରଣ ଏହା ସେମାନଙ୍କର ଦୋଷ ନୁହେଁ।
ଏହି ସମସ୍ୟା ଖରାପ ଦେବାରେ ଲାଗିଛି ଓ ଆମେ ୧୦ ବର୍ଷ ପୂର୍ବାବସ୍ଥାକୁ ଚାଲିଯାଇଛୁ। ଅବଶ୍ୟ କୋଭିଡ୍‌ ସମସ୍ୟାକୁ ବଢ଼ାଇ ଦେଇଛି। କିଛି ମାସ ପୂର୍ବେ କରାଯାଇଥିବା ଏକ ସର୍ଭେରୁ ସ୍ପଷ୍ଟ ହୋଇଛି , ମହାମାରୀ ସମୟରେ କେବଳ ୮% ଗ୍ରାମୀଣ ପିଲା ଅନ୍‌ଲାଇନ୍‌ରେ ପଢୁଥିଲେ। ଅଧିକାଂଶ ପିଲା ବେଳେବେଳେ ପଢୁଥିଲେ ଏବଂ ୩ ଜଣରେ ଜଣେ ଆଦୌ ପଢୁ ନ ଥିଲେ। ଏଏସ୍‌ଇଆର୍‌ ସର୍ଭେ ଆଉ ମଧ୍ୟ ଦର୍ଶାଇଛି ଯେ, ପ୍ରଥମ ଥର ପାଇଁ ଦେଶରେ ସରକାରୀ ସ୍କୁଲଗୁଡ଼ିକରେ ନାମ ଲେଖା ସଂଖ୍ୟା ବୃଦ୍ଧି ପାଇଛି। ୨୦୦୬ରେ ଏହି ସଂଖ୍ୟା ୭୩%ରୁ ହ୍ରାସ ପାଇ ୨୦୧୮ସୁଦ୍ଧା ଥିଲା ୬୫% ଏବଂ ଏବେ ତାହା ପୁନର୍ବାର ବୃଦ୍ଧି ପାଇ ୭୨% ପହଞ୍ଚିଛି। ତେବେ ସରକାରୀ ସ୍କୁଲଗୁଡ଼ିକ ହଠାତ୍‌ ଘରୋଇ ସ୍କୁଲଗୁଡ଼ିକଠାରୁ ଅଧିକ ଆକର୍ଷଣୀୟ ହୋଇଯାଇଛି କି? ନା, ଅନେକ କୋଟି ଭାରତୀୟ ପରିବାର ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯାଇଥିବାରୁ ସେମାନେ ପିଲାମାନଙ୍କୁ ଘରୋଇ ବିଦ୍ୟାଳୟରେ ପଢ଼ାଇବାକୁ ସକ୍ଷମ ହୋଇପାରି ନାହାନ୍ତି। ତେବେ ଆମର ସମସ୍ୟାକୁ ସ୍ବୀକାର କେଲେ ହିଁ ଆମେ ତାହାକୁ ସମାଧାନ କରିପାରିବା। ଗଙ୍ଗାର କ୍ରୁସି(ଜାହାଜ) ଏବଂ ଚିତାବାଘ ବ୍ୟତୀତ ଆମ ପ୍ରାଥମିକ ଶିକ୍ଷାର ବିପର୍ଯ୍ୟୟ ବିଷୟରେ ସରକାର କେବେ କହିଥିବାର କେହି ଶୁଣିଛନ୍ତି କି? କେନ୍ଦ୍ର ସରକାର ଗତ ବଜେଟରେ ୮୮,୦୦୦ କୋଟି ଟଙ୍କା ଶିକ୍ଷା ଉପରେ ଖର୍ଚ୍ଚ କରିଥିଲେ। ଏହା ବୁଲେଟ୍‌ ଟ୍ରେନ୍‌ ପାଇଁ ବରାଦ ଅର୍ଥଠାରୁ କମ୍‌। ଆମ ଶାସନରେ ଏମିତିକା ଘଟଣା ଅନ୍ୟ କ୍ଷେତ୍ରରେ ବି ଘଟୁଛି। ବିଶ୍ୱବ୍ୟାଙ୍କ ତଥ୍ୟ ଅନୁଯାୟୀ, ୨୦୧୩ରେ ସ୍ବାସ୍ଥ୍ୟ ଉପରେ ଭାରତର ବ୍ୟୟ ଜିଡିପିର ୩.୭% ଥିବାବେଳେ ଏବେ ତାହା ୩%ରେ ରହିଛି।
ବିଶ୍ୱରେ ଅନ୍ୟ ଦେଶଗୁଡ଼ିକ ସମସ୍ୟାକୁ ସ୍ବୀକାର କରିବା ପରେ ସମାଧାନ ପାଇଁ କାର୍ଯ୍ୟ ଆରମ୍ଭ କରୁଛନ୍ତି। କିନ୍ତୁ ଏଠାରେ ସରକାର ସମସ୍ୟାକୁ ଅସ୍ବୀକାର କରୁଛନ୍ତି। ସରକାର ଜାଣନ୍ତି କିମ୍ବା ଭଲ ଭାବେ ଅବଗତ ଯେ, ଶିକ୍ଷା ଓ ସ୍ବାସ୍ଥ୍ୟ ସମସ୍ୟାର ସମାଧାନ କରିପାରିବେ ନାହିଁ ଏବଂ କିପରି ସମାଧାନ କରାଯିବ ସେ ସମ୍ପର୍କରେ ତାଙ୍କର କୌଣସି ଧାରଣା ବି ନାହିଁ। ସମସ୍ୟା ସମାଧାନ କରିବା ଲାଗି ଦୃଢ ଶାସନ ଦରକାର। କେବଳ ଉଦ୍‌ଘାଟନ, ଫ୍ୟାନ୍ସି ଡ୍ରେସ୍‌ ଏବଂ ଭାଷଣରେ ସବୁ ସମସ୍ୟା ସମାଧାନ ହେବ ନାହିଁ। ଡିସେମ୍ବରରେ ସହରୀ ବେରାଜଗାର ୧୦% ଥିଲା। କିଛି ବର୍ଷ ତଳେ ଯାହା ଥିଲା ତା’ଠାରୁ ଏହା ପ୍ରାୟ ୩ଗୁଣ ଅଧିକ। ବିଗତ ଦଶନ୍ଧିଗୁଡ଼ିକରେ କୃଷିଭିତ୍ତିକ ନିଯୁକ୍ତି ବି ହ୍ରାସ ପାଇଆସିଛି। ଏହା ହିଁ ଆମ ବାସ୍ତବତା ଓ ସରକାରୀ ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି। ଅନ୍ୟ ଏକ ବିଷୟ ହେଉଛି, ସରକାର ତାଙ୍କ କାମ ପାଇଁ ଉତ୍ତରଦାୟୀ ହେଉନାହାନ୍ତି। ଏକ ପୂର୍ଣ୍ଣାଙ୍ଗ ଜୀବନ ଜିଇବା ଏବଂ ବିଶ୍ୱରେ ଅନ୍ୟ ପିଲାମାନଙ୍କ ସହ ପ୍ରତିଯୋଗିତା କଲା ଭଳି ଆମ ପିଲାମାନଙ୍କୁ ଉପଯୁକ୍ତ ଶିକ୍ଷା ଦେବା ହେଉଛି ଉତ୍ତମ ଶାସନ। ଏହା ବାଦ୍‌ ଆଉ ଯାହା କରାଯାଉଛି ତାହା ସବୁ ଖାଲି ଡ୍ରାମା।


Enter your email to get our daily news in your inbox.

All Right Reserved By Dharitri.Com

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ…

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri