Posted inଜାତୀୟ

ଅନ୍‌ଲାଇନ ଯୌନ ଉତ୍ପୀଡ଼ନ: ପ୍ରତି ୧୨ରେ ଜଣେ ଶିଶୁ ଶିକାର

ନୂଆଦିଲ୍ଲୀ,୨୩ା୧(ପି.ଟି.): ଅନ୍‌ଲାଇନରେ ଶିଶୁ ଯୌନ ଉତ୍ପୀଡ଼ନ ମାମଲା ବଢ଼ିବାରେ ଲାଗିଛି। ୨୦୨୪ରେ ବିଶ୍ୱରେ ପ୍ରତି ୧୨ ଶିଶୁଙ୍କ ମଧ୍ୟରୁ ଜଣେ ଇଣ୍ଟରନେଟ୍‌ ଜରିଆରେ ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ଲାନ୍‌ସେଟ୍‌ ଚିଲ୍ଡରେନ୍‌ ଏବଂ ଆଡୋଲେସେଣ୍ଟ ହେଲ୍‌ଥ ଜର୍ନାଲରେ ପ୍ରକାଶ ପାଇଛି।

ଏଡିନ୍‌ବର୍ଗ ଓ ଚାଇନା ଏଗ୍ରିକଲ୍ଚରାଲ ୟୁନିଭର୍ସିଟି ପକ୍ଷରୁ ୨୦୧୦ରୁ ୨୦୨୩ ମଧ୍ୟରେ ୧୨୩ଟି ଅଧ୍ୟୟନକୁ ସମୀକ୍ଷା କରାଯାଇଥିଲା। ସମୀକ୍ଷାରୁ ଜଣାପଡ଼ିଥିଲା ଯେ, ବିଶ୍ୱର ପ୍ରତି ୮ ଶିଶୁଙ୍କ ମଧ୍ୟରୁ ଜଣେ ଇଣ୍ଟରନେଟ୍‌ରେ ଫଟୋଭିତ୍ତିକ ଯୌନ ଉତ୍ପୀଡ଼ନର ଶିକାର ହେଉଥିଲେ। ପ୍ରାୟ ସମାନ ସଂଖ୍ୟକ ଶିଶୁ ଅନ୍‌ଲାଇନ୍‌ ଲୋଭରେ ପଡ଼ି ଯୌନ କାର୍ଯ୍ୟକଳାପ ପ୍ରତି ଆକର୍ଷିତ ହେଉଥିଲେ। କିନ୍ତୁ ଗତବର୍ଷ ଏଭଳି ପିଲାଙ୍କ ସଂଖ୍ୟା ୧୨କୁ ବୃଦ୍ଧି ପାଇଥିଲା ବୋଲି ଗବେଷକମାନେ ଉକ୍ତ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ତେବେ ଦକ୍ଷିଣ ଏସିଆ ସମେତ କେତେକ ଅଞ୍ଚଳରେ ଏହାର ପ୍ରମାଣ ସୀମିତ କିମ୍ବା ଉପଲବ୍ଧ ହେଉ ନ ଥିବାରୁ ଅଧିକ ଗବେଷଣାର ଆବଶ୍ୟକତା ରହିଥିବା ଏହି ଟିମ୍‌ ପକ୍ଷରୁ କୁହାଯାଇଛି।

ପୂର୍ବ ଏସିଆ, ଉତ୍ତର ଆଫ୍ରିକା, ମଧ୍ୟପ୍ରାଚ୍ୟ ଓ ଦକ୍ଷିଣ ଏସିଆରେ ଶିଶୁଙ୍କ ପ୍ରତି ହେଉଥିବା ଅନ୍‌ଲାଇନ ଯୌନ ଉତ୍ପୀଡ଼ନ ସମ୍ପର୍କିତ ତଥ୍ୟ ମିଳୁନାହିଁ। ଏହି କ୍ଷେତ୍ରଗୁଡ଼ିକରେ ବିଶ୍ୱ ଶିଶୁ ଜନସଂଖ୍ୟାର ଏକ ବଡ଼ ଭାଗ ବସବାସ କରୁଥିବାରୁ ଜାତୀୟ ସ୍ତରରେ ଏନେଇ ଉପଯୁକ୍ତ ଗବେଷଣାର ଆବଶ୍ୟକତା ରହିଥିବା ଟିମ୍‌ ଉଲ୍ଲେଖ କରିଛି। ଅଧ୍ୟୟନରୁ ମିଳିଥିବା ତଥ୍ୟ ଅନୁଯାୟୀ, ଇଣ୍ଟରନେଟ ଜରିଆରେ ଯୌନ ଉତ୍ପୀଡ଼ନରୁ ପିଲାଙ୍କୁ ସୁରକ୍ଷା ଦେବା ପାଇଁ ଆଇନଗତ ପଦକ୍ଷେପ ଏବଂ ପ୍ରାରମ୍ଭିକ ନିରାକରଣ ଉଦ୍ୟମ ଜରୁରୀ। ରିପୋର୍ଟରେ ଅନ୍‌ଲାଇନ ଜରିଆରେ ଯୌନ ଉତ୍ପୀଡ଼ନ ଓ ଶୋଷଣକୁ ୪ ପ୍ରକାରରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଲା ଅନ୍‌ଲାଇନ ଯୌନ ଶୋଷଣ (ବିଶ୍ୱରେ ଯୌନ ଶୋଷଣର ୪.୭%), ସେକ୍ସୁଆଲ ଏକ୍ସଟର୍ସନ (୩.୫%), ଫଟୋଭିତ୍ତିକ ଯୌନ ଉତ୍ପୀଡ଼ନ ଓ ଯୌନ କ୍ରିୟା ପ୍ରତି ଲୋଭ। ପୂର୍ବରୁ ପୁଅଙ୍କ ତୁଳନାରେ ଝିଅମାନେ ଅଧିକ ଶିକାର ହୋଇଥିବାବେଳେ ଗତବର୍ଷ ପ୍ରାୟ ସମାନ ପରିମାଣର ଝିଅ ଓ ପୁଅ ଏହାର ଶିକାର ହୋଇଥିବା ଉକ୍ତ ରିପୋର୍ଟ ଦର୍ଶାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ପ୍ରବେଶ ଉପରେ ନଜର

ବ୍ରହ୍ମପୁର,୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଘୋଷଣା କରାଯିବା ପରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ରାଜନୈତିକ ମାହୋଲ…

୩ ରାଶି ଉପରେ ରହିବ ରାହୁ-କେତୁଙ୍କ କୃପା: ଘର, ଗାଡ଼ିଠାରୁ ଚାକିରି ଯାଏ ସବୁ ସ୍ୱପ୍ନ ହେବ ପୂରଣ!

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଛାୟା ଗ୍ରହ ସହିତ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ରହ ଭାବେ ବିବେଚନା କରାଯାଏ। ଏହି ଦୁଇ ଗ୍ରହଙ୍କ ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?