ଅନ୍‌ଲାଇନରେ ବିବାହ, ଅନ୍ତ୍ୟେଷ୍ଟି ଅନୁମତି

ଭୁବନେଶ୍ୱର,୧୮।୫(ବ୍ୟୁରୋ): କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି କମିଶନରେଟ୍‌ ପୋଲିସ ପକ୍ଷରୁ ଲୋକଙ୍କୁ ଯଥା ସମ୍ଭବ ଥାନାକୁ ନ ଆସିବା ପାଇଁ ପରାମର୍ଶ ଦିଆଯାଉଛି। ଏଥିପାଇଁ ଅଭିଯୋଗଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟ ଓ ଜରୁରୀ କାଳିନ ସେବା ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ଅନ୍‌ଲାଇନ୍‌ ସେବା ପ୍ରଦାନ କରାଯାଉଛି। ଏବେ ଆଉଏକ ପଦକ୍ଷେପ ନିିଆଯାଇଛି। କଟକ ଓ ଭୁବନେଶ୍ୱର ଦ୍ୱୈତନଗରୀରେ ବିବାହ ଏବଂ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଅନ୍‌ଲାଇନ୍‌ ଅନୁମତିର ବ୍ୟବସ୍ଥା ହୋଇଛି। ଏଥିପାଇଁ ୭୨ ଘଣ୍ଟା ପୂର୍ବରୁ ଓ୍ବେବ୍‌ସାଇଟ୍‌ www.bhubaneswarcuttackpolice.gov.inରେ ଆବେଦନ କରିବାକୁ ହେବ। ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ ଗାଇଡ୍‌ଲାଇନ ଅନୁସାରେ, ବିବାହ ଓ ଅନ୍ତ୍ୟେଷ୍ଟିରେ ଯେଉଁମାନେ ଯୋଗ ଦେବେ ସେମାନଙ୍କ ତଥ୍ୟ ଦେଇ ଉକ୍ତ ଓ୍ବେବସାଇଟ୍‌ରେ ଆବେଦନ କରିବାକୁ ପଡ଼ିବ। ଆବେଦନର କିଛି ସମୟ ପରେ ଡିସିପି ଅଫିସ ପକ୍ଷରୁ ମୋବାଇଲ୍‌ ନମ୍ବରକୁ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଅନୁମତି ପଠାଯିବ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ଏହାସହ ଯେଉଁ ନିମନ୍ତ୍ରିତ ଅତିଥିଙ୍କ ତଥ୍ୟ ପ୍ରଦାନ କରାଯାଇଥିବ ସେମାନଙ୍କ ନମ୍ବରକୁ ମଧ୍ୟ ଏସ୍‌ଏମ୍‌ଏସ୍‌ ପଠାଯିବ। ଉକ୍ତ ଏସ୍‌ଏମ୍‌ଏସ୍‌ ଦେଖାଇ ସେମାନେ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇପାରିବେ। ତେବେ ବର୍ତ୍ତମାନ ଏହି ଅନ୍‌ଲଇନ୍‌ ସୁବିଧା କେବଳ ଭୁବନେଶ୍ୱର ସହରାଞ୍ଚଳ ପାଇଁ ଆରମ୍ଭ କରାଯାଇଛି। ଖୁବ୍‌ଶୀଘ୍ର କଟକ ସହରାଞ୍ଚଳ ପାଇଁ ଆରମ୍ଭ କରାଯିବ। ଅନ୍ୟପକ୍ଷେ କୌଣସି ପ୍ରକାର ଅନୁସନ୍ଧାନ ନିମନ୍ତେ ପୋଲିସ ପକ୍ଷରୁ ଏକ ହ୍ବାଟ୍ସଆପ ନଂ.୮୧୪୪୨୦୭୧୦୦ ଜାରି କରାଯଇଛି। ଉକ୍ତ ନମ୍ବରରେ ହ୍ବାଟ୍‌ସଆପ୍‌ କଲେ ପୋଲିସ ପକ୍ଷରୁ ସମସ୍ତ ଉତ୍ତର ଦିଆଯିବ ବୋଲି ବୋଲି କମିଶନର କହିଛନ୍ତି।

ଗର୍ଭବତୀଙ୍କ ପାଇଁ ଘରେ ଟେଷ୍ଟିଂ ସୁବିଧା

ସହରରେ ସଂକ୍ରମଣ ରୋକିବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ଏବେ ଗର୍ଭବତୀଙ୍କ ପାଇଁ ଘରେ ଟେଷ୍ଟିଂର ସୁବିଧା କରିଛି ବିଏମ୍‌ସି। ଏଥିପାଇଁ ଗର୍ଭବତୀମାନେ ସକାଳ ୮ଟାରୁ ୧୧ଟା ମଧ୍ୟରେ ୧୯୨୯କୁ କଲ୍‌ କରି ଟେଷ୍ଟିଂ ପାଇଁ ବୁକିଂ କରିପାରିବେ। ପରଦିନ ବିଏମ୍‌ସିର ମୋବାଇଲ ଭ୍ୟାନ୍‌ ଆସି ଘରୁ ସେମାନଙ୍କ ନମୁନା ପରୀକ୍ଷା ପାଇଁ ନେବେ। ତେବେ କଲ୍‌ ସମୟରେ ନିଜର ପୂରା ନାମ ସହ ସମ୍ପୂର୍ଣ୍ଣ ଠିକଣା ଓ ଠିକ୍‌ ମୋବାଇଲ ନମ୍ବର ଦେବାକୁ ବିଏମ୍‌ସି ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ପ୍ରଥମେ ୪୫ରୁ ଊର୍ଦ୍ଧ୍ୱ ନାଗରିକଙ୍କୁ ଦ୍ୱିତୀୟ ଡୋଜ୍‌ ଟିକା ଦେବା ପାଇଁ ଡ୍ରାଇଭ୍‌ ଇନ୍‌ ଭାକ୍ସିନେଶନ ବ୍ୟବସ୍ଥା ଆରମ୍ଭ କରିଥିଲା ବିଏମ୍‌ସି। ଏଥିସହ ସୋମବାରଠାରୁ ୬୦ରୁ ଊର୍ଦ୍ଧ୍ୱ ବୟସର ବରିଷ୍ଠ ନାଗରିକଙ୍କ ପାଇଁ ଡୋର୍‌ ଷ୍ଟେପ୍‌ରେ ଟିକାକରଣ ଓ ଟେଷ୍ଟିଂ ବ୍ୟବସ୍ଥା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

ସେପ୍ଟେମ୍ବର ୧୫ରୁ ବନ୍ଦ ହୋଇପାରେ ଦୋକାନୀଙ୍କ ୟୁପିଆଇ

ନୂଆଦିଲ୍ଲୀ,୫ା୯: ଅନ୍‌ଲାଇନ ପେମେଣ୍ଟ ବ୍ୟବସ୍ଥାକୁ ନେଇ ଏବେ ଦେଶରେ ୧୦ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ସଙ୍କଟରେ ପଡ଼ିଛନ୍ତି। କାରଣ ସେମାନଙ୍କ କଓ୍ବୋଇସି ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri