ଅନଲାଇନ୍‌ ଗେମରେ ହାରିଗଲେ ୭ ଲକ୍ଷ ଟଙ୍କା, ଫ୍ୟାନରେ ଝୁଲିପଡ଼ିଲେ ଯୁବକ

ଭୁବନେଶ୍ୱର,୧୯ା୪(ସତ୍ୟଜିତ୍‌ ରାଉତ): ରାଜଧାନୀ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚିନ୍ତାମଣିଶ୍ୱର ଅଞ୍ଚଳରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ଅନଲାଇନ୍‌ ଗେମରେ ଲକ୍ଷାଧିକ ଟଙ୍କା ହାରି ଜଣେ ଯୁବକ ନିଜ ଜୀବନ ହାରିଛନ୍ତି। ମୃତ ଯୁବକ ହେଲେ ବିକାଶ ନାୟକ (୨୪)। ସେ ରାଜଧାନୀର ଏକ ପାଥଲୋଜି କ୍ଲିନିକ୍‌ରେ କାମ କରୁଥିଲେ। ନିଜ ରୁମର ଫ୍ୟାନରେ ରଶି ଦ୍ୱାରା ଝୁଲୁଥିବା ଅବସ୍ଥାରେ ବିକାଶଙ୍କ ମୃତଦେହକୁ ଲକ୍ଷ୍ମୀସାଗର ପୋଲିସ ଟିମ୍‌ ଜବତ କରିଛି। ପରେ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ପୋଲିସ ପକ୍ଷରୁ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୧୮/୨୦୨୫) ରୁଜୁ କରି ତଦନ୍ତ ଚଳାଇଛି। ତେବେ ବିକାଶ ଏକ ଅନଲାଇନ୍‌ ଗେମ ଆପ୍‌ରେ ପ୍ରାୟ ୭ ଲକ୍ଷ ଟଙ୍କା ହାରିବା କାରଣରୁ ମାନସିକ ଚିନ୍ତାରେ ପଡି ଏଭଳି ଚରମ ନିଷ୍ପତ୍ତି ନେଇଥିବା ତଦନ୍ତରୁ ଜଣାପଡିଛି ବୋଲି ଥାନାଧିକାରୀ ପି. ଶ୍ୟାମସୁନ୍ଦର ରାଓ କହିଛନ୍ତି।

ସୂଚନା ଅନୁଯାୟୀ, ବିକାଶ କିଛିଦିନ ହେଲା ଏକ ଅନଲାଇନ୍‌ ଗେମରେ ଖେଳିବା ସହ ବ୍ୟସ୍ତ ରହୁଥିଲେ। ଟଙ୍କା ହାରିବା ପରେ ମଧ୍ୟ ଅଧିକ ଟଙ୍କା ଲଗାଉଥିଲେ। ଏପରିକି ଲକ୍ଷାଧିକ ଟଙ୍କା ହାରିବା ପରେ ସେ ମାନସିକ ଚିନ୍ତାରେ ପଡିଥିଲେ ବୋଲି ସମ୍ପର୍କୀୟମାନେ ପୋଲିସକୁ କହିଛନ୍ତି। ଶନିବାର ଅପରାହ୍ନରେ ବିକାଶ ଦୀର୍ଘ ସମୟ ବନ୍ଦ ରୁମରେ ରହିବାକୁ ପରିବାରଲୋକେ ଚିନ୍ତାରେ ପଡିଥିଲେ। ଖବର ମିଳିବା ପରେ ପୋଲିସ ଟିମ୍‌ ପହଞ୍ଚି ତାଲା ଭାଙ୍ଗି ଭିତରେ ପଶିବା ସହ ରଶି କାଟି ମୃତଦେହ ଜବତ କରିଥିଲା। ପୋଲିସ ଟିମ୍‌ ବିକାଶଙ୍କ ମୋବାଇଲ ଜବତ କରିବା ସହ ଅଧିକ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପରିବାର ପ୍ରତିପୋଷଣ ପାଇଁ ଯାଇଥିଲେ: କେରଳରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ

ଲାଞ୍ଜିଗଡ଼,୧୩।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦାଦନ ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ଅନେକ ସମୟରେ ରାଜ୍ୟ ବାହାରେ...

ବାଂଲାଦେଶର ବଡ଼ ଚାଲ୍‌, ସୀମାରେ କରୁଛି…

ଢାକା/ନୂଆଦିଲ୍ଲୀ, ୧୩।୫: ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ମୁହମ୍ମଦ ୟୁନୁସ ପୁଣି ଥରେ ଭାରତକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ନେପାଳର ସଂସଦ...

ଅନୁମତି ଦେଲେ ଓଡ଼ିଶା ସରକାର: ଶିକ୍ଷକଙ୍କ ବଦଳି ପାଇଁ ସୁପାରିଶ କରିବେ ବିଧାୟକ, ଏମପି

ଭୁବନେଶ୍ୱର,୧୩।୫: ରାଜ୍ୟରେ ବିଧାୟକ ଏବଂ ଏମପି ମାନଙ୍କ କ୍ଷମତା ବୃଦ୍ଧି କରିବା ପାଇଁ ଏକ ପଦକ୍ଷେପରେ, ଓଡ଼ିଶା ସରକାର ରାଜ୍ୟର ପ୍ରତ୍ୟେକ ବିଧାନସଭା ସଦସ୍ୟ (ବିଧାୟକ)...

ଭୟଙ୍କର ପରମାଣୁ ପରୀକ୍ଷଣ ଯୋଗୁ ପାକିସ୍ତାନରେ ହେଉଛି ଭୂମିକମ୍ପ! ସାଂଘାତିକ ଖୁଲାସା…

ଇସଲାମବାଦ,୧୩।୫: ନିକଟରେ ପାକିସ୍ତାନରେ ବଡ଼ ବଡ଼ ଭୂକମ୍ପ ହୋଇଛି। ଯେଉଁ କାରଣରୁ ଦେଶରେ ବଡ଼ ବଡ଼ କ୍ଷୟକ୍ଷତି ମଧ୍ୟ ହୋଇଛି। ତେବେ କୁହାଯାଉଛି ପାକିସ୍ତାନରେ ସମ୍ପ୍ରତି...

CBSE Result: ଦଶମରେ କୋରାପୁଟ ଜିଲା ଟପ୍ପର ହେଲେ ପ୍ରତୀକ ସାହୁ

କୋରାପୁଟ,୧୩।୫(ଅମିତାଭ ବେହେରା): ମଙ୍ଗଳବାର ଘୋଷିତ ସିବିଏସ୍‌ଇ ୧୦ମ ପରୀକ୍ଷାରେ କୋରାପୁଟ ଜିଲା ଟପ୍ପର ହୋଇଛନ୍ତି ପ୍ରତୀକ ସାହୁ। ସେ ହେଲେ ପିତା ହେଉଛନ୍ତି ସଚ୍ଚିଦାନନ୍ଦ ସାହୁ...

ଅଡ଼ବା ପୋଲିସକୁ ବଡ଼ ସଫଳତା, ୬୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ୨ ମାଫିଆଙ୍କୁ ବାନ୍ଧିଲା…

ମୋହନା,୧୩।୫( ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ବିରିକୋଟ ପଞ୍ଚାୟତ ଯୋଡ଼ାଆମ୍ବ ଗାଁ ନିକଟରୁ ଏକ ୧୦ ଚକିଆ ଟ୍ରକ ଯୋଗେ ପଞ୍ଜାବକୁ...

ପାକିସ୍ତାନ ଉପରେ ରାଗିଲା ଚାଇନା, ଆଗକୁ ଆଉକିଛି ଦିଆଯିବ ନାହିଁ!

ବେଜିଂ/ଇସଲାମାବାଦ, ୧୩।୫: ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପ୍ରତି ଘଟିଥିବା ଯୁଦ୍ଧବିରତି ଚୁକ୍ତିକୁ ନେଇ ଚାଇନା ପାକିସ୍ତାନ ସହ ଅସନ୍ତୁଷ୍ଟ ଥିବା ନେଇ କିଛି ରିପୋର୍ଟରେ...

CBSE Result:ସଂସ୍କାର ସ୍କୁଲର ରେକର୍ଡ଼ ସଫଳତା, କମର୍ସରେ ରିୟା ଅଗ୍ରୱାଲ ପଶ୍ଚିମ ଓଡ଼ିଶା ଟପ୍ପର

ବରଗଡ଼,୧୩।୫(ପ୍ରେମାନନ୍ଦ ଖମାରୀ)- ସିବିଏସଇ ଦଶମ ଏବଂ ଦ୍ୱାଦଶ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ବରଗଡ଼ ସଂସ୍କାର ଇଣ୍ଟର ନ୍ୟାଶନାଲ ସ୍କୁଲର ଛାତ୍ରୀଛାତ୍ର ପୂର୍ବବର୍ଷର ରେକର୍ଡ଼କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri