ଅନଲାଇନ୍‌ ଗେମରେ ହାରିଗଲେ ୭ ଲକ୍ଷ ଟଙ୍କା, ଫ୍ୟାନରେ ଝୁଲିପଡ଼ିଲେ ଯୁବକ

ଭୁବନେଶ୍ୱର,୧୯ା୪(ସତ୍ୟଜିତ୍‌ ରାଉତ): ରାଜଧାନୀ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚିନ୍ତାମଣିଶ୍ୱର ଅଞ୍ଚଳରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ଅନଲାଇନ୍‌ ଗେମରେ ଲକ୍ଷାଧିକ ଟଙ୍କା ହାରି ଜଣେ ଯୁବକ ନିଜ ଜୀବନ ହାରିଛନ୍ତି। ମୃତ ଯୁବକ ହେଲେ ବିକାଶ ନାୟକ (୨୪)। ସେ ରାଜଧାନୀର ଏକ ପାଥଲୋଜି କ୍ଲିନିକ୍‌ରେ କାମ କରୁଥିଲେ। ନିଜ ରୁମର ଫ୍ୟାନରେ ରଶି ଦ୍ୱାରା ଝୁଲୁଥିବା ଅବସ୍ଥାରେ ବିକାଶଙ୍କ ମୃତଦେହକୁ ଲକ୍ଷ୍ମୀସାଗର ପୋଲିସ ଟିମ୍‌ ଜବତ କରିଛି। ପରେ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ପୋଲିସ ପକ୍ଷରୁ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୧୮/୨୦୨୫) ରୁଜୁ କରି ତଦନ୍ତ ଚଳାଇଛି। ତେବେ ବିକାଶ ଏକ ଅନଲାଇନ୍‌ ଗେମ ଆପ୍‌ରେ ପ୍ରାୟ ୭ ଲକ୍ଷ ଟଙ୍କା ହାରିବା କାରଣରୁ ମାନସିକ ଚିନ୍ତାରେ ପଡି ଏଭଳି ଚରମ ନିଷ୍ପତ୍ତି ନେଇଥିବା ତଦନ୍ତରୁ ଜଣାପଡିଛି ବୋଲି ଥାନାଧିକାରୀ ପି. ଶ୍ୟାମସୁନ୍ଦର ରାଓ କହିଛନ୍ତି।

ସୂଚନା ଅନୁଯାୟୀ, ବିକାଶ କିଛିଦିନ ହେଲା ଏକ ଅନଲାଇନ୍‌ ଗେମରେ ଖେଳିବା ସହ ବ୍ୟସ୍ତ ରହୁଥିଲେ। ଟଙ୍କା ହାରିବା ପରେ ମଧ୍ୟ ଅଧିକ ଟଙ୍କା ଲଗାଉଥିଲେ। ଏପରିକି ଲକ୍ଷାଧିକ ଟଙ୍କା ହାରିବା ପରେ ସେ ମାନସିକ ଚିନ୍ତାରେ ପଡିଥିଲେ ବୋଲି ସମ୍ପର୍କୀୟମାନେ ପୋଲିସକୁ କହିଛନ୍ତି। ଶନିବାର ଅପରାହ୍ନରେ ବିକାଶ ଦୀର୍ଘ ସମୟ ବନ୍ଦ ରୁମରେ ରହିବାକୁ ପରିବାରଲୋକେ ଚିନ୍ତାରେ ପଡିଥିଲେ। ଖବର ମିଳିବା ପରେ ପୋଲିସ ଟିମ୍‌ ପହଞ୍ଚି ତାଲା ଭାଙ୍ଗି ଭିତରେ ପଶିବା ସହ ରଶି କାଟି ମୃତଦେହ ଜବତ କରିଥିଲା। ପୋଲିସ ଟିମ୍‌ ବିକାଶଙ୍କ ମୋବାଇଲ ଜବତ କରିବା ସହ ଅଧିକ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଖରା ସହ କାଳବୈଶାଖୀ; ୧୫ ଯାଏ ସତର୍କ ରହିବାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ)- ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ମଙ୍ଗଳବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ…

ଜୋଡିମାଦିଲି ଘାଟିରେ ଭୟଙ୍କର ଦୁର୍ଘଟଣା: କାର୍‌କୁ ଧକ୍କା ଦେଇ ଗାତକୁ ଖସି ପଡିଲା ମକା ବୋଝେଇ ଟ୍ରକ୍, ଚାଲିଗଲା…

ପଟ୍ଟାଙ୍ଗି, ୯।୬ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଥାନା ଅଧୀନ ଜୋଡିମାଦିଲି ଘାଟିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଓଡ଼ିଆ ଚଳଚ୍ଚିତ୍ର ‘ମେହେର ମୁଣ୍ଡା’କୁ କରମୁକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ) – ସିନେ ନିର୍ଦ୍ଦେଶକ ନିକୁଞ୍ଜ ହୋତାଙ୍କ ଦ୍ୱାରା ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ମେହେର ମୁଣ୍ଡା’କୁ କରମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଗ୍ୟାସ୍ ସିଲିଣ୍ଡର ଲିକେଜ୍‌! କାଦୋବେଡା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୩ ବଖରା ଘର, ସର୍ବସ୍ୱ ହରାଇଲା…

ଥୁଆମୂଳ ରାମପୁର, ୯।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମହୁଲପାଟଣା ପଞ୍ଚାୟତର କାଦୋବେଡା ଗ୍ରାମରେ ସୋମବାର ସମୟରେ ଏକ ସଂଘାତିକ ଅଗ୍ନିକାଣ୍ଡ ଘଟିଯାଇଛି।…

ହୋମଗାର୍ଡଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ବଢ଼ିଲା ଦୈନିକ ଭତ୍ତା, ଜାଣନ୍ତୁ ଏବେ ମିଳିବ କେତେ..?

ଭୁବନେଶ୍ୱର,୯।୬(ସୁନୀତ ମିଶ୍ର): ରାଜ୍ୟର ଗୃହରକ୍ଷୀ (Home Guards) ମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ଗୃହରକ୍ଷୀମାନଙ୍କର ଦୈନିକ ଭତ୍ତା ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି…

ପ୍ରଥମ ଥର ଘର କିଣିବାକୁ ଯାଉଛନ୍ତି କି? କରନ୍ତୁନି ଏଭଳି ଭୁଲ, ନଚେତ ବୁଡ଼ିଯିବ ସାରା ଜୀବନର କଷ୍ଟାର୍ଜିତ ସଞ୍ଚୟ!

ନୂଆଦିଲ୍ଲୀ,୯।୬: ନିଜର ଗୋଟିଏ ସୁନ୍ଦର ଘରଟିଏ ହେଉ ବୋଲି ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ। କିନ୍ତୁ ପ୍ରଥମ ଥର ପାଇଁ ଘର କିଣୁଥିବା ଲୋକଙ୍କ ପାଇଁ ଏହି…

ଅସରପା ବି ଅଟନ୍ତି ବିୟରପ୍ରେମୀ, କାରଣ ଜାଣିଲେ ତାଜୁବ ହେବେ…

ଆଜିକାଲି ଇଣ୍ଟରନେଟ ଏବଂ ସୋସିଆଲ ମିଡିଆ ଦୁନିଆରେ କକ୍ରୋଚ (ଅସରପା) ନାମଟି ବେଶ୍‌ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ଏହି ଜୀବର ନାମ ଶୁଣିବା ମାତ୍ରେ ଲୋକଙ୍କ…

ଏମ୍‌କେସିଜି ଚିକିତ୍ସକଙ୍କୁ ସମ୍ବର୍ଦ୍ଧନା

ଦିଗପହଣ୍ଡି,୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜର ସ୍ନାୟୁ ଶଲ୍ୟ ବିଭାଗ ମୁଖ୍ୟ ଚିକିତ୍ସକଙ୍କ ସମେତ ଅନ୍ୟସମସ୍ତ ଚିକିତ୍ସକଙ୍କୁ ଖେମୁଣ୍ଡି ଓକିଲ ସଂଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri