ଅନ୍‌ଲାଇନ୍‌ ବ୍ୟାଙ୍କିଙ୍ଗ୍‌ ଠକେଇ: ବର୍ତ୍ତିବେ କିପରି

କିଛି ବର୍ଷ ମଧ୍ୟରେ ଡିଜିଟାଲ ପେମେଣ୍ଟ ମୋଡ୍‌ର ବ୍ୟବହାର ବହୁଳ ଭାବେ ବୃଦ୍ଧି ପାଇଛି। ଏହାସାଙ୍ଗରେ ତାଳ ଦେଇ ବଢ଼ିଛି ଠକେଇ ମାମଲା। ବିଶେଷକରି ସାଧାରଣ ତଥା ସରଳ ବିଶ୍ୱାସୀ ଲୋକ, ଅର୍ଥ ନେଣଦେଶ ବାବଦରେ ନୂତନ ଜ୍ଞାନକୌଶଳ ଓ ପ୍ରଯୁକ୍ତିବିଦ୍ୟା ସମ୍ପର୍କରେ ସମ୍ପୂର୍ଣ୍ଣ ଜ୍ଞାନ ନ ଥିବା ବ୍ୟକ୍ତି ସହଜରେ ଠକାମିର ଶିକାର ହେଉଛନ୍ତି। ଅଭିଯୁକ୍ତମାନେ ଅଭିନବ କୌଶଳରେ ଲୋକଙ୍କୁ ଲୁଟ୍‌ କରୁଛନ୍ତି। ଏ ଦିଗରେ ସମସ୍ତେ ଅଧିକ ସତର୍କ ଓ ସଚେତନ ହୋଇପାରିଲେ ଲୁଟ୍‌ର ଶିକାର ହେବାରୁ ବର୍ତ୍ତିପାରିବେ। ଏ ନେଇ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ସଚେତନ ବାର୍ତ୍ତା ଜାରି କରାଯାଇଛି।

ନକଲି ୱେବ୍‌ସାଇଟ୍‌ ଲିଙ୍କ୍‌
ଲୁଟେରାମାନେ କୌଣସି ବ୍ୟାଙ୍କ, ଇ-କମର୍ସ ଆଦିର ଅସଲି ୱେବ୍‌ସାଇଟ୍‌ କିମ୍ବା କୌଣସି ସର୍ଚ୍ଚ ଇଞ୍ଜିନ ପରି ଅବିକଳ ଦେଖାଯାଉଥିବା ଏକ ଥାର୍ଡ ପାର୍ଟି ୱେବ୍‌ସାଇଟ ତିଆରି କରିଥାନ୍ତି। ସେହି ସାଇଟ୍‌ଗୁଡ଼ିକର ଲିଙ୍କ୍‌କୁ ସେମାନେ ଏସ୍‌ଏମ୍‌ଏସ୍‌, ସୋସିଆଲ ମିଡିଆ, ଇ-ମେଲ୍‌, ମେସେଞ୍ଜର ଆଦି ମାଧ୍ୟମରେ ଲୋକଙ୍କ ନିକଟକୁ ପଠାଇଥାନ୍ତି। ଅଧିକାଂଶ ସମୟରେ ଲୋକେ ୟୁଆର୍‌ଏଲ୍‌ ବାବଦରେ ବିସ୍ତୃତ ଭାବେ ନ ଜାଣି ଲିଙ୍କ୍‌ ଉପରେ କ୍ଲିକ୍‌ କରିଦେଇଥାନ୍ତି ଏବଂ ଏଥିରେ ମାଗୁଥିବା ଡାଟା ଯଥା ଓଟିପି, ପିନ୍‌ ଆଦି ପ୍ରଦାନ କରିଥାନ୍ତି। ଲୁଟେରାମାନେ ସେହି ତଥ୍ୟ ପାଇଯିବା ପରେ ତାହାର ଅପବ୍ୟବହାର କରିଥାନ୍ତି।
କ’ଣ କରିବେ: ଏସ୍‌ଏମ୍‌ଏସ୍‌ କିମ୍ବା ମେଲ୍‌ ଯୋଗେ ଆସୁଥିବା ଅଜଣା ଲିଙ୍କ୍‌ ଉପରେ କ୍ଲିକ୍‌ ନ କରି ଭବିଷ୍ୟତରେ ମଧ୍ୟ ସେଥିରୁ ଦୂରେଇ ରହିବାକୁ ତାହାକୁ ତୁରନ୍ତ ଡିଲିଟ୍‌ କରିଦେବା ଉଚିତ। ଏଥିସହ କୌଣସି ୱେବସାଇଟ୍‌ରେ ଆର୍ଥତ୍କ ତଥ୍ୟ ପ୍ରଦାନ କରିବା ପୂର୍ବରୁ ତାହାକୁ ଭଲ କରି ଯାଞ୍ଚ କରିବା ଉଚିତ।

ଏଟିଏମ୍‌ କାର୍ଡ ସ୍କିମିଂ
ଠକମାନେ ଏଟିଏମ୍‌ ମେଶିନ୍‌ରେ ସ୍କିମିଂ ଡିଭାଇସ୍‌ ଖଞ୍ଜୁଥିବା ମଧ୍ୟ ଦେଖାଯାଉଛି, ଯାହା ଦ୍ୱାରା ସେମାନେ ଆପଣଙ୍କ କାର୍ଡରୁ ଡାଟା ନେଇପାରିବେ। ଏଥିସହ ସେଥିରେ ଡମି କିପ୍ୟାଡ୍‌ ଖଞ୍ଜିବା, ଛୋଟ କ୍ୟାମେରା ଆଦି ଲଗାଉଛନ୍ତି, ଯାହାକୁ ଜଣେ ସହଜରେ ଠାବ କରିପାରି ନ ଥାନ୍ତି। ସେହିପରି ଅନେକ ସମୟରେ ଲୁଟେରାମାନେ ଏଟିଏମ୍‌ ମେଶିନ୍‌ ପାଖରେ ଆପଣଙ୍କ ପଛରେ ଛିଡ଼ା ହୋଇ ମଧ୍ୟ ପିନ୍‌ ନମ୍ବର ଜାଣିବା ପାଇଁ ଚେଷ୍ଟା କରିଥାନ୍ତି। ଏହି ସବୁ ଡାଟା ବ୍ୟବହାର କରି ଦୁର୍ବୃତ୍ତମାନେ ନକଲି କାର୍ଡ ପ୍ରସ୍ତୁତ କରିଥାନ୍ତି ଓ ସେଥିରୁ ଟଙ୍କା କାଢ଼ିନେଇଥାନ୍ତି।
କ’ଣ କରିବେ: ଏଟିଏମ୍‌କୁ ଟଙ୍କା ଉଠାଇବାକୁ ଯିବାବେଳେ ଯାଞ୍ଚ କରି ଦେଖନ୍ତୁ ଯେ ଏଟିଏମ୍‌ କାର୍ଡ ସ୍ଲଟ୍‌ରେ କୌଣସି ଏକ୍ସଟ୍ରା ଡିଭାଇସ୍‌ କିମ୍ବା କିପ୍ୟାଡ୍‌ ରହିଛି କି ନା। ପିନ୍‌ ଦେବା ବେଳେ କିପ୍ୟାଡ୍‌କୁ ଭଲ ଭାବେ ହାତ ଦ୍ୱାରା ଘୋଡ଼ାଇ ରଖନ୍ତୁ। ଯଦି ଆପଣଙ୍କ ପାଖରେ କେହି ଛିଡ଼ା ହୋଇ ନଜର ରଖୁଥାନ୍ତି ତେବେ ପିନ୍‌ ଏଣ୍ଟର କରନ୍ତୁ ନାହିଁ। ଏଥିସହ କୌଣସି ଅଜଣା ବ୍ୟକ୍ତିଙ୍କୁ ନିଜ ଏଟିଏମ୍‌ କାର୍ଡ ଦିଅନ୍ତୁ ନାହିଁ।

ଅଜଣା ମୋବାଇଲ୍‌ ଆପ୍‌
ଭେରିଫାଏ ହୋଇ ନ ଥିବା ଅଜଣା ଆପ୍ଲିକେଶନ ଡାଉନଲୋଡ୍‌ କରିବା ଫଳରେ ଲୁଟେରାମାନେ ଆପଣଙ୍କ ମୋବାଇଲ୍‌/ଲାପ୍‌ଟପ୍‌/ଡେସ୍କଟପ୍‌କୁ ଆକ୍‌ସେସ୍‌ କରିପାରିଥାନ୍ତି। ଦୁର୍ବୃତ୍ତମାନେ ଏହି ଆପ୍ଲିକେଶନ ଲିଙ୍କ୍‌କୁ ମେସେଜ୍‌, ସୋସିଆଲ ମିଡିଆ, ଇନ୍‌ଷ୍ଟାଗ୍ରାମ ମେସେଞ୍ଜର ଆଦିରେ ଶେୟାର କରିଥାନ୍ତି। ସେହି ଲିଙ୍କ୍‌ଗୁଡିକ ଜଣାଶୁଣା ତଥା ଅଥେଣ୍ଟିକ୍‌ ଭଳି ଲାଗୁଥିବାରୁ ଅନେକେ ସେଥିରେ କ୍ଲିକ୍‌ କରିଦେଇଥାନ୍ତି। କିନ୍ତୁ ତାହା ଆପେଆପେ ଅଲଗା ସାଇଟ୍‌କୁ ରିଡାଇରେକ୍ଟ ହୋଇ ଅଜଣା ଆପ୍ଲିକେଶନ ଡାଉନଲୋଡ ହୋଇଯାଇଥାଏ।
କ’ଣ କରିବେ: କେବେ ବି ଭେରିଫାଏ ହୋଇ ନ ଥିବା ତଥା ଅଜଣା ସୋର୍ସରୁ କୌଣସି ଆପ୍ଲିକେଶନ ଡାଉନଲୋଡ କରନ୍ତୁ ନାହିଁ।

ସିମ୍‌ ସ୍ବାପ୍‌/ସିମ୍‌ କ୍ଲୋନିଂ
ଆକାଉଣ୍ଟ ବିସ୍ତୃତ ତଥ୍ୟ ଏବଂ ପ୍ରାମାଣିକତା ମୋବାଇଲ ସିମ୍‌ କାର୍ଡ ସହ ସଂଯୁକ୍ତ ହୋଇଥିବାରୁ ଲୁଟେରାମାନେ ଆପଣଙ୍କ ସିମ୍‌ କାର୍ଡ ବ୍ୟବହାର କରିବାକୁ ଚାହିଁଥାନ୍ତି କିମ୍ବା ସିମ୍‌ର ନକଲ କରିବାକୁ ଚେଷ୍ଟା କରିଥାନ୍ତି। ଏହା ଦ୍ୱାରା ସେମାନେ ଆପଣଙ୍କ ମୋବାଇଲ ନମ୍ବରକୁ ଆସୁଥିବା ଓଟିପି/ପାସୱାର୍ଡ/ଭେରିଫିକେଶନ ମେସେଜ ଆଦିର ବ୍ୟବହାର କରି ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଲୁଟିଥାନ୍ତି। ଏଥିପାଇଁ ସେମାନେ ନିଜକୁ ଟେଲିଫୋନ୍‌ କିମ୍ବା ମୋବାଇଲ ନେଟ୍‌ୱର୍କ ଷ୍ଟାଫ୍‌ ପରିଚୟ ଦେଇ ସିମ୍‌କୁ ୩ଜିରୁ ୪ଜିକୁ ଅପଗ୍ରେଡ୍‌ କରାଇଦେବାକୁ ଏହାର ବିଭିନ୍ନ ଲାଭ ବତାଇଥାନ୍ତି। ବଦଳରେ ସେମାନେ ସିମ୍‌ ଡାଟା ହାସଲ କରିନେଇ ନକଲି ସିମ୍‌ କିମ୍ବା ସିମ୍‌ କ୍ଲୋନିଂ କରିଥାନ୍ତି।
କ’ଣ କରିବେ: କାହାରିକୁ ଆପଣ ନିଜ ସିମ୍‌ ଡାଟା ପ୍ରଦାନ କରନ୍ତୁ ନାହିଁ। ଯଦି ଆପଣଙ୍କ ମୋବାଇଲରେ କ୍ରମାଗତ ଭାବେ କିମ୍ବା ନିର୍ଦ୍ଦିଷ୍ଟ ସମୟରେ ନେଟ୍‌ୱର୍କ ଆସୁ ନ ଥାଏ ତେବେ ଅପରେଟରଙ୍କୁ ଫୋନ୍‌ କରି ଆପଣଙ୍କ ସିମ୍‌ର ଡୁପ୍ଲିକେଟ୍‌ ଇସ୍ୟୁ ହୋଇଛି କି ନାହିଁ ତାହା ନିଶ୍ଚିତ ହୁଅନ୍ତୁ।

ଚାର୍ଜିିଂ ପୋର୍ଟ
ମୋବାଇଲ ଚାର୍ଜିଂ ପୋର୍ଟ ବ୍ୟବହାର ଦ୍ୱାରା ଜଣେ ଆପଣଙ୍କ ଫୋନ୍‌ରୁ ଡାଟା/ଫାଇଲ ଟ୍ରାନ୍ସଫର କରିପାରିବେ। ଏହାକୁ ଜୁସ୍‌ ଜ୍ୟାକିଂ କୁହାଯାଏ। ଏହା ଏକପ୍ରକାର ସାଇବର ଚୋରି। ଆପଣଙ୍କ ମୋବାଇଲ କୌଣସି ଅଜଣା ଚାର୍ଜିଂ ପୋର୍ଟରେ ଲଗାଇବା ଦ୍ୱାରା ତାହା ଭେରିଫାଏ ହୋଇ ନ ଥିବା ବିଭିନ୍ନ ଆପ୍ଲିକେଶନ ସହ ସଂଯୁକ୍ତ ହୋଇଥାଏ। ଏହା ମାଧ୍ୟମରେ ହ୍ୟାକର୍ସ ଆପଣଙ୍କ ଫୋନ୍‌ରେ ମାଲ୍‌ୱେର ତଥା ବିଭିନ୍ନ ଭାଇରସ୍‌ ଇନ୍‌ଷ୍ଟଲ କରି ମୋବାଇଲକୁ ନିୟନ୍ତ୍ରଣକୁ ନେଇଥାନ୍ତି। ସେଥିରୁ ଆପଣଙ୍କ ଗୁରୁତ୍ୱପୂର୍ଣ୍ଣ ଡାଟା ହାସଲ କରି ଲୁଟିଥାନ୍ତି। ପବ୍ଲିକ୍‌ ସ୍ଥାନରେ କିମ୍ବା ଅଜଣା ଚାଜିର୍ଂ ପୋର୍ଟ ବା କେବଲ ବ୍ୟବହାର କରି ମୋବାଇଲ ଚାର୍ଜ କରନ୍ତୁ ନାହିଁ।

କ୍ୟୁଆର୍‌ ସ୍କାନ୍‌ରେ ଠକେଇ
ଦୁର୍ବୃତ୍ତମାନେ ଗ୍ରାହକଙ୍କୁ ଫୋନ୍‌ ମାଧ୍ୟମରେ ବିଭିନ୍ନ ଲୋଭ ଦେଖାଇ କ୍ୟୁଆର୍‌ କୋଡ୍‌ ସ୍କାନ କରିବା ପାଇଁ ପ୍ରବର୍ତ୍ତାଇ ଥାନ୍ତି। ଏହାଦ୍ୱାରା ସେମାନେ କଷ୍ଟମରଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇନେଇଥାନ୍ତି। ତେଣୁ କୌଣସି ପେମେଣ୍ଟ ଆପ୍‌ରେ କ୍ୟୁଆର୍‌ ସ୍କାନ କରିବା ପୂର୍ବରୁ ସଚେତନତା ଅବଲମ୍ବନ କରନ୍ତୁ।

ଅନ୍‌ଲାଇନ ଚାକିରି
ଚାକିରି ଦେବା ନାଁରେ ଅନେକ ଫେକ୍‌ ଓ୍ବେବସାଇଟ୍‌ ରହିଛି। ସେମାନେ ପଞ୍ଜୀକରଣ ଓ ଅନ୍ୟାନ୍ୟ ବାବଦକୁ ଟଙ୍କା ମାଗିଲେ ଚାକିରି ଆଶାରେ ବହୁ ଯୁବପିଢ଼ି ସେମାନଙ୍କ ଆକାଉଣ୍ଟ ତଥ୍ୟ ମଧ୍ୟ ପ୍ରଦାନ କରୁଥିବା ଦେଖାଯାଇଛି। ଅନେକ ସମୟରେ ଲୁଟେରାମାନେ ନିଜକୁ ପ୍ରତିଷ୍ଠିତ କମ୍ପାନୀର ଅଧିକାରୀ ପରିଚୟ ଦେଇ ମଧ୍ୟ ଅର୍ଥ ମାଗୁଛନ୍ତି। ତେଣୁ ସର୍ବଦା ଜାଣିରଖିବା ଆବଶ୍ୟକ ଯେ ବାସ୍ତବରେ ଥିବା କୌଣସି କମ୍ପାନୀ ଚାକିରି ବଦଳରେ ଅର୍ଥ ଦାବି କରନ୍ତି ନାହିଁ।

ଲଟେରି ଠକେଇ

ଲୁଟେରା ଇମେଲ କିମ୍ବା ଫୋନ୍‌ କଲ ମାଧ୍ୟମରେ ବଡ଼ ଆକାରର ଲଟେରି ଜିତିଥିବା ନେଇ ମେସେଜ୍‌ ଦିଅନ୍ତି। ଲଟେରି ଅର୍ଥ କିମ୍ବା ସାମଗ୍ରୀ ପାଇବାକୁ ହେଲେ ବ୍ୟାଙ୍କ ଆକାଉଣ୍ଟ ସମ୍ବନ୍ଧିତ ତଥ୍ୟ ଦରକାର ବୋଲି ସେମାନେ କହିଥାନ୍ତି। ଲୋଭରେ ପଡ଼ି ଅନେକେ ନିଜ ଆକାଉଣ୍ଟ ଡାଟା ପ୍ରଦାନ କରିଦେବା ଦ୍ୱାରା ଠକେଇର ଶିକାର ହୋଇଥାନ୍ତି। ତେଣୁ ଏଭଳି କୌଣସି କଲ୍‌ କିମ୍ବା ମେସେଜ୍‌ ପାଇଲେ କାହାରିକୁ ନିଜ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦିଅନ୍ତୁ ନାହିଁ।

ଅନ୍‌ଲାଇନ ବିକ୍ରି ପ୍ଲାଟଫର୍ମ ବ୍ୟବହାର
ଲୁଟେରାମାନେ ଅନ୍‌ଲାଇନ ପ୍ଲାଟଫର୍ମରେ ଆପଣଙ୍କ ଜିନିଷ କିଣିବା ପାଇଁ ଆଗ୍ରହ ଦେଖାଇଥାନ୍ତି। ସେମାନେ ଆପଣଙ୍କୁ ଟଙ୍କା ଦେବା ପରିବର୍ତ୍ତେ ୟୁପିଆଇ ବିକଳ୍ପ ଜରିଆରେ ଆପଣଙ୍କଠାରୁ ଟଙ୍କା ନେବାର ରିକ୍ୱେଷ୍ଟ ପଠାଇଥାନ୍ତି। ଏହାକୁ ଆପ୍ରୁଭ କଲେ ଟଙ୍କା ମିଳିଯିବ ବୋଲି କହିଥାନ୍ତି। କିନ୍ତୁ ସେହି ରିକ୍ୱେଷ୍ଟକୁ ଆକ୍‌ସେପ୍ଟ କରିବା ପରେ ପିନ୍‌ କିମ୍ବା ପାସୱାର୍ଡ ମାଗିଥାଏ। ଲୋକେ ନ ଜାଣି ପାରି ପାସ୍‌ୱାର୍ଡ ଦେବା ପରେ ସେମାନଙ୍କ ଆକାଉଣ୍ଟରୁ ଟଙ୍କା କଟିଯାଇଥାଏ।
କ’ଣ କରିବେ: ୟୁପିଆଇ ମାଧ୍ୟମରେ ଟଙ୍କା ଗ୍ରହଣ କରିବା ସମୟରେ କୌଣସି ପିନ୍‌ କିମ୍ବା ପାସୱାର୍ଡ ଦେବା ଆବଶ୍ୟକ ପଡ଼ି ନ ଥାଏ। ଯଦି ଆପଣଙ୍କୁ ଟଙ୍କା ରିସିଭ୍‌ ସମୟରେ କେହି ଏଭଳି ବିକଳ୍ପ ଦେଉଥାଏ ତେବେ ଜାଣିନିଅନ୍ତୁ ଯେ ଏହା ଏକ ଠକେଇ।

ଅଜଣା ଫୋନ୍‌ କଲ୍‌
ଦୁର୍ବୃତ୍ତମାନେ କୌଣସି ବ୍ୟାଙ୍କ କର୍ମଚାରୀ, କମ୍ପାନୀ ଅଧିକାରୀ, ଇନ୍ସ୍ୟୁରାନ୍ସ ଏଜେଣ୍ଟ, ସରକାରୀ ଅଫିସର ଆଦି ପରିଚୟ ଦେଇ ଫୋନ୍‌ କଲ୍‌ ମାଧ୍ୟମରେ ଲୋକଙ୍କୁ ଯୋଗାଯୋଗ କରିଥାନ୍ତି। ଏଥିରେ ସେମାନେ ଠକାମିର ଶିକାର ହେବାକୁ ଥିବା ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଯେପିରି ଜନ୍ମ ତାରିଖ, ନାଁ ଆଦି ଠିକ୍‌ ଭାବେ କହି ବିଶ୍ୱାସ ଜିତିଥାନ୍ତି। ପରେ ସେମାନେ ଗ୍ରାହକଙ୍କୁ କୌଣସି ଲୋଭନୀୟ ଅଫର ଦେଇଥାନ୍ତି କିମ୍ବା କୌଣସି ଅସୁବିଧା ହୋଇଥିବା କହି ସମାଧାନ କରିଦେବେ ବୋଲି ଆଶ୍ୱସ୍ତ କରାଇଥାନ୍ତି। ଏଥିନିମନ୍ତେ ଦୁର୍ବୃତ୍ତମାନେ ଗ୍ରାହକଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରି ସେମାନଙ୍କୁ ଲୁଟିଥାନ୍ତି। କ’ଣ କରିବେ: ସମସ୍ତେ ଜାଣିରଖିବା ଉଚିତ ଯେ, କୌଣସି ବ୍ୟାଙ୍କ କିମ୍ବା ଫାଇନାନ୍‌ସିଆଲ ସଂସ୍ଥା ସେମାନଙ୍କ ଗ୍ରାହକଙ୍କୁ ଫୋନ୍‌ କିମ୍ବା ଅନ୍ୟ କୌଣସି ମାଧ୍ୟମରେ ସିଭିଭି/ଓଟିପି/ପାସ୍‌ୱାର୍ଡ/ପିନ୍‌/ ୟୁଜରନେମ୍‌ ଭଳି ତଥ୍ୟ ମାଗି ନ ଥାନ୍ତି। ତେଣୁ ଏଭଳି ଫୋନ୍‌ କଲ୍‌ରୁ ଲୋକେ ଦୂରେଇ ରହିବା ଉଚିତ।

ଲୋଭନୀୟ ସୁଧହାରରେ ଋଣ
ଦୁର୍ବୃତ୍ତମାନେ କମ୍‌ ସୁଧହାରରେ ଋଣ ଦେବାକୁ ବିଜ୍ଞାପନ ଦେଇ ସେମାନଙ୍କ ସହ ଯୋଗାଯୋଗ କରିବାକୁ କହିଥାନ୍ତି। ସେହି ସଂସ୍ଥାକୁ ଯୋଗାଯୋଗ ପରେ ସେମାନେ ଟ୍ୟାକ୍ସ, ପ୍ରୋସେସିଂ ଫି, ଜିଏସ୍‌ଟି, ଆଗୁଆ ଇଏମ୍‌ଆଇ ଓ ଅନ୍ୟ ଚାର୍ଜ କଥା କହି ଟଙ୍କା ଦାବି କରିଥାନ୍ତି। ଫଳରେ ଅନେକ ଲୋକ ଏହାଦ୍ୱାରା ଠକାମିର ଶିକାର ହେଉଛନ୍ତି।
କ’ଣ କରିବେ: କୌଣସି ଅଣବ୍ୟାଙ୍କିଙ୍ଗ ସଂସ୍ଥା (ଏନ୍‌ବିଏଫ୍‌ସି) କିମ୍ବା ବ୍ୟାଙ୍କର୍ସ ଋଣ ବାବଦରେ ପ୍ରୋସେସିଂ ଫି ଦାବି କରି ନ ଥାନ୍ତି, ଯାହା କି ଋଣ ଟଙ୍କାରୁ କଟିବ। ଏଥିସହ ଗ୍ରାହକଙ୍କୁ ଆଗୁଆ ଟଙ୍କା ମଧ୍ୟ ମଗାଯାଇ ନ ଥାଏ। ତେଣୁ ଅଜଣା ତଥା ଭରସା ଯୋଗ୍ୟ ହୋଇ ନ ଥିବା ଏନ୍‌ବିଏଫ୍‌ସିଗୁଡ଼ିକଠାରୁ ଋଣ ଗ୍ରହଣ ନ କରିବା ଉଚିତ।

ସୋସିଆଲ ମିଡିଆ ଜରିଆରେ ଲୁଟ୍‌

ଅପରାଧୀମାନେ କୌଣସି ଜଣାଶୁଣା ବ୍ୟକ୍ତିଙ୍କ ନାଁରେ ଫେକ୍‌ ଫେସ୍‌ବୁକ୍‌, ଇନଷ୍ଟାଗ୍ରାମ୍‌ ଆଦିରେ ଆକାଉଣ୍ଟ ଖୋଲି ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇଥାନ୍ତି। ଆପଣଙ୍କ ବ୍ୟକ୍ତିଗତ କଥା ଶେୟାର କରି ସନ୍ଦେହରୁ ବର୍ତ୍ତିବା ପରେ ବିଭିନ୍ନ ଆଳ ଦେଖାଇ ଟଙ୍କା ମାଗିଥାନ୍ତି। ଅନେକ ସମୟରେ ସେମାନେ ବ୍ଲାକମେଲିଂ କରି ମଧ୍ୟ ଟଙ୍କା ଦାବି କରିଥାନ୍ତି। କ’ଣ କରିବେ: ସୋସିଆଲ ମିଡିଆ ଜରିଆରେ ଚିହ୍ନା ହୋଇଥିବା ବ୍ୟକ୍ତିଙ୍କ ସହ କୌଣସି ପ୍ରକାର ଟଙ୍କା ନେଣଦେଣ କରନ୍ତୁ ନାହିଁ କିମ୍ବା ସେମାନଙ୍କୁ ନିଜ ବ୍ୟକ୍ତିଗତ କଥା ଶେୟାର କରନ୍ତୁ ନାହିଁ। ଅଜଣା ଲୋକଙ୍କୁ ଅନ୍‌ଲାଇନରେ ପେମେଣ୍ଟ କରନ୍ତୁ ନାହିଁ। କାହାର ଫ୍ରେଣ୍ଡ ରିକ୍ୟୁଏଷ୍ଟ ଆକ୍‌ସେପ୍ଟ କରିବା ପୂର୍ବରୁ ଭଲ ଭାବେ ଯାଞ୍ଚ କରନ୍ତୁ। ସମ୍ପର୍କୀୟଙ୍କ ନାଁରେ କେହି ଟଙ୍କା ମାଗୁଥିଲେ ପ୍ରଥମେ ଫୋନ୍‌ କିମ୍ବା ସାକ୍ଷାତ କରି ସେମାନଙ୍କଠାରୁ ଏ ବାବଦରେ ନିଶ୍ଚିତ ହୁଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଲଢ଼େଇ ଜାରି ରହିବ

ନୂଆଦିଲ୍ଲୀ,୮୧୦ ମୁଖ୍ୟ ନିର୍ବାଚନ କମିଶନର(ସିଇସି)ଙ୍କ ବିରୋଧରେ କକ୍‌ରୋଚ ଜନତା ପାର୍ଟି (ସିଜେପି)ର ଆନ୍ଦୋଳନ ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ପର୍ଯ୍ୟନ୍ତ ଜାରି ରହିବ। ଏପରିକି ସିଇସି ଜ୍ଞାନେଶ କୁମାରଙ୍କ…

ଚୀରନିଦ୍ରାରେ ବଲିଉଡ଼ର ଭେଟେରାନ ଆକ୍ଟର ‘ନାନା ପାଟେକର’

ମୁମ୍ବାଇ: ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ଘଟିଛି। ଗୁରୁବାର ୭୫ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗୋଆର ଡୋନା ପାଉଲା ସ୍ଥିତ…

‘ଇଣ୍ଡି’ ମେଣ୍ଟର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ, ଅଖଚକ ସବୁ ବନ୍ଦ

ଭୁବନେଶ୍ୱର,୮।୧୦: ଗୁରୁବାର ସକାଳୁ ସକାଳୁ ସାରା ଓଡ଼ିଶାରେ ‘ଓଡ଼ିଶା ବନ୍ଦ’ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ୪ଦଫା ଦାବିରେ କଂଗ୍ରେସ ସହ ୯ଟି ବିରୋଧି ଦଳ ଏହି…

ଆଜି ଓଡ଼ିଶା ବନ୍ଦ

ଭୁବନେଶ୍ୱର, ୮ା୧୦, (ରବିନାରାୟଣ ଜେନା): କଂଗ୍ରେସ ନେତୃତ୍ୱରେ ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ୪ ଦଫା ଦାବି ନେଇ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ…

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?