ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି ଲୋକଙ୍କୁ ଚିନ୍ତାରେ ପକାଇଛି। ଖରା ଦିନରେ ଗରିବ ଲୋକଙ୍କ ଉପାର୍ଜନ କମି ଯାଇଥାଏ। ବଲାଙ୍ଗୀର ଭଳି ଅଣଜଳସେଚିତ ଜିଲାରେ ଏହି ସମୟରେ ସାଧାରଣତଃ ମଜୁରି ମିଳିବା କଷ୍ଟକର ବ୍ୟାପାର। ଏହି କାରଣରୁ ଅଣ କୃଷି ଋତୁରେ ଏଠାରୁ ଶ୍ରମିକ କାମଧନ୍ଦା ଅନ୍ବେଷଣରେ ବାହାରକୁ ଯିବା ଏକ ବଡ ସମସ୍ୟା ହୋଇରହିଛି। ଲୋକେ ଅର୍ଥ ସଙ୍କଟ ଦେଇ ଗତି କରୁଥିବା ବେଳେ ଆଳୁ, ପିଆଜ ଭଳି ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଅହେତୁକ ଦରବୃଦ୍ଧି ଲୋକଙ୍କ ଚିନ୍ତା ଦ୍ୱିଗୁଣିତ କରିଛି। ଏବେ ବଜାରରେ ଆଳୁ କେଜି ପ୍ରତି ୪୦କୁ ଟପିଲାଣି। ପିଆଜ ୨୫ ଟପିଲାଣି। ଆଳୁ ଓ ପିଆଜ ଦରବୃଦ୍ଧି ଯୋଗୁ ଲୋକେ ଅଡୁଆରେ ପଡିଛନ୍ତି। ଖରାଦିନରେ ପଖାଳ ସହ ପିଆଜ ଓ ଆଳୁ ଭରତା ଏକ ସାଧାରଣ ଖାଦ୍ୟ। କିନ୍ତୁ ପଖାଳ ଉପରେ ଆଳୁ ପିଆଜ ଦରବୃଦ୍ଧି ଭାରି ପଡିଲାଣି ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି। ଦରବୃଦ୍ଧି ଯୋଗୁ ଲୋକେ ବାଧ୍ୟ ହୋଇ ଅଳ୍ପ ପରିଣାମର ଆଳୁ ଓ ପିଆଜ କିଣୁଥିବା କହିଛନ୍ତି। ଏଥିସହ ପନିପରିବା ଦରବୃଦ୍ଧି ଯୋଗୁ ଲୋକେ ଘୋର ଅସନ୍ତୋଷ ପ୍ରକାଶ କରୁଛନ୍ତି। ଫୁଲକୋବି ଏବେ କେଜି ପ୍ରତି ୫୦ ଟଙ୍କା, ବନ୍ଧାକୋବି ୪୦ ଟଙ୍କା, ପଣସ କେଜି ୮୦ ଟଙ୍କା, ପୋଟଳ ୮୦ ଟଙ୍କା, ଝୁଡଙ୍ଗ ୬୦ ଟଙ୍କା, କୁନ୍ଦୁରି ୬୦, ପାତଳଘଣ୍ଟା ୫୦ ଟଙ୍କା, ବାଇଗଣ ୬୦ ଟଙ୍କା, କାକୁଡି କେଜି ୪୦ ଟଙ୍କା ରହିଛି। ଲୋକେ ବଜାରକୁ ଯାଇ ଚଢ଼ା ଦର ଦେଖି ଅଳ୍ପ ପରିମାଣର ପନିପରିବା ଆଣୁଛନ୍ତି। ଅନ୍ୟପକ୍ଷରେ ଚଢ଼ାଦର ଏବଂ ଟାଣଖରା ବେପାରକୁ ମାନ୍ଦା କରୁଥିବାରୁ ବେପାରୀ ମଧ୍ୟ ଚିନ୍ତାରେ ପଡିଛନ୍ତି। ପ୍ରଚଣ୍ଡ ଖରା ଯୋଗୁ ସକାଳ ସାଢ଼େ ୯ଟା ପରେ ଡେଲିମାର୍କେଟ ଏବଂ ସାପ୍ତାହିକ ବଜାର ଏକପ୍ରକାର ଜନଶୂନ୍ୟ ହୋଇପଡୁଛି। ଫଳରେ ବେପାରୀମାନେ ଠିକ୍‌ ସମୟରେ ପନିପରିବା ବିକ୍ରି କରି ପାରୁନାହାନ୍ତି। ଅନେକ ବେପାରୀଙ୍କ ପନିପରିବା ଖରାରେ ପଚି ନଷ୍ଟ ହୋଇଯାଉଛି। ଶୀତଳ ଭଣ୍ଡାର ନ ଥିବାରୁ ବେପାରୀମାନେ ଅସୁବିଧାରେ ପଡିଛନ୍ତି। ଏବେ ନିର୍ବାଚନୀ ପ୍ରଚାରରେ ନେତା, କର୍ମୀ ଓ ସମର୍ଥକ ମାତିଛନ୍ତି। ବିଶେଷ କରି ତିନି ପ୍ରମୁଖ ଦଳ ଭାଜପା, ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ଓ ବରିଷ୍ଠ ନେତାମାନେ ଭୋଟରଙ୍କୁ ବିଭିନ୍ନ ମନଲୋଭା ସ୍କିମ୍‌, ପ୍ରତିଶ୍ରୁତି ଏବଂ ଗ୍ୟାରେଣ୍ଟି କଥା କହୁଛନ୍ତି। ତେବେ ଦରବୃଦ୍ଧି ସମସ୍ୟା ଏବେ ସାଧାରଣ ଜନତାଙ୍କୁ ଅତିଷ୍ଠ କରି ପକାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବୁଲେଟ୍ ମୁହାଁମୁହିଁ ଧକ୍କା, ଚାଲିଗଲା ବିଏସଏଫ ଯବାନଙ୍କ ଜୀବନ

ରିଆମାଳ,୧୬।୮(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବ୍ଳକ କୁଣ୍ଢେଇଗୋଳା ଥାନା କଟାସର ଶିବ ମନ୍ଦିର‌ ଘାଟିରେ ଶନିବାର ଦିନ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିଲା ।…

ସ୍କୁଲ ଛୁଟି ପରେ ମଧ୍ୟାହ୍ନଭୋଜନ ଚାଉଳ ଅଟୋରେ ନେବା ଘଟଣା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷୟିତ୍ରୀ

ଝରିଗାଁ,୧୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲାର ଝରିଗାଁ ବ୍ଲକ ଅନ୍ତର୍ଗତ ମାଝୀଗୁଡ଼ା ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଗତ ଶୁକ୍ରବାର ବିଦ୍ୟାଳୟ ଛୁଟି ହେବା ପରେ ଏକ ଅଟୋରେ…

ତାରିକ ରହମାନଙ୍କ ଭାରତ ଗସ୍ତ ପୂର୍ବରୁ ବାଂଲାଦେଶ ରଖିଛି ବଡ଼ ସର୍ତ୍ତ

ଢାକା,୧୬।୮: ବାଂଲାଦେଶ ରବିବାର କହିଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏବଂ ଢାକା ଦ୍ୱାରା ଚାହୁଁଥିବା ଅନ୍ୟ ପଳାତକଙ୍କୁ ଭାରତ ସରକାର ପ୍ରତ୍ୟାର୍ପଣ ପ୍ରକ୍ରିୟାକୁ ଆଗକୁ…

୨୦୨୯ ନିର୍ବାଚନ ପାଇଁ BJPର ମାଷ୍ଟରପ୍ଲାନ୍‌, କାଲି ଘୋଷଣା ହେବ ନୂଆ ଟିମ୍‌! ଏହି ନେତାଙ୍କୁ ମିଳିବ ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୬।୮: ଭାଜପାରେ ଖୁବ୍‌ଶୀଘ୍ର ଏକ ବଡ଼ ସାଂଗଠନିକ ପୁନର୍ଗଠନ ହେବାକୁ ଯାଉଛି । ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନେତୃତ୍ୱରେ ଦଳର ନୂଆ ଟିମ୍‌ ଘୋଷଣା…

ବୁଲାବୁଲି କି ଦାମୀ ପୋଷାକ ନୁହେଁ, ଦରମାର ୭୦% ଏହି କାମରେ ଖର୍ଚ୍ଚ କରନ୍ତି Gen Z

ନୂଆଦିଲ୍ଲୀ,୧୬।୮: ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ Gen Zଙ୍କ ଟ୍ରେଣ୍ଡ, ଲାଇଫଷ୍ଟାଇଲ୍‌ ଓ ଖର୍ଚ୍ଚକୁ ନେଇ ଚର୍ଚ୍ଚା ଲାଗିରହିଛି । ଅନେକଙ୍କ ଧାରଣା ଯେ, ଯୁବପିଢ଼ି ଅଧିକ…

ବ୍ୟବସାୟୀ ଅପହରଣ ମାମଲା: ହନୁମାନ ପଇସା ପାଇଁ ଅଭିଯୁକ୍ତ ଦେଇଛନ୍ତି ୨ କୋଟି ୭୦ ଲକ୍ଷ, ଏସ୍‌ପି କହିଲେ ଆହୁରି…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ ଗୁଣ୍ଡା ଅପହରଣ ମାମଲାରେ ବୌଦ୍ଧ ଜିଲା କଣ୍ଟାମାଳ ଅଞ୍ଚଳର କ୍ଷୀତିଶ ସାହୁଙ୍କୁ ଭୁବନେଶ୍ବରରୁ ଗିରଫ…

ଅଭିରାମ ଲେଙ୍କାଙ୍କୁ ମିଳିଲା ଶ୍ରେଷ୍ଠ ଶିକ୍ଷକ ସମ୍ମାନ

ଝରିଗାଁ,୧୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଷ୍ଟାଡିୟମଠାରେ ଶନିବାର ଆୟୋଜିତ ୮୦ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଶ୍ରେଷ୍ଠ ଶିକ୍ଷକ ଭାବେ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ…

‘ଯଦି ତୁମର ଲଜ୍ଜା ଅଛି, ତେବେ ହାତ ଯୋଡି ୧୪୦ କୋଟି ଜନତାଙ୍କୁ କ୍ଷମା ମାଗ’, କାହିଁକି ସୋନିଆଙ୍କୁ ଏମିତି କହିଲେ ଶାହା

ନୂଆଦିଲ୍ଲୀ,୧୬।୮: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବର୍ତ୍ତମାନ ରାଜସ୍ଥାନ ଗସ୍ତରେ ଅଛନ୍ତି। ତାଙ୍କ ଗସ୍ତ ସମୟରେ ସେ ମନ୍ତବ୍ୟ ଦେଇଥିଲେ ଯେ କଂଗ୍ରେସ ଦଳର ମୁଖ୍ୟାଳୟରେ ‘ବନ୍ଦେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri