୫ ଶ୍ରେଣୀ ପାଇଁ ଗୋଟିଏ କୋଠରି

ନାଉଗଁ। ,୨୭।୧୦(ସ୍ବ.ପ୍ର.):ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକମାନଙ୍କୁ ବିଭିନ୍ନ ପ୍ରକାର ତାଲିମ୍‌ ଦିଆଯାଇ ପିଲାଙ୍କ ମାନସିକ,ବୈାଦ୍ଧିକ ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି। ମାତ୍ର ନାଉଗଁ। ବ୍ଲକ ଶିଖର ପଞ୍ଚାୟତ ଅନ୍ତର୍ଗତ ନଳାଙ୍ଗ ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥାକୁ ଦେଖିଲେ ଉପହାସ କଲା ପରି ମନେ ହେଉଛି। ଏହି ନଳାଙ୍ଗ ପ୍ରାଥମିକ ବିଦ୍ୟାଳୟ ୨ କୋଠରିରେ ଚାଲିଛି। ଫଳରେ ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି। କମ୍‌ ଉପସ୍ଥାନ ଯୋଗୁ ଶାଳିଜଙ୍ଗା ପ୍ରାଥମିକ ବିଦ୍ୟାଳୟ,ପାଟେଣି ଗଁ। ପ୍ରାଥମିକ ବିଦ୍ୟାଳୟ ଓ ବୋଦଳ ପ୍ରାଥମିକ ବିଦ୍ୟାଳୟକୁ ଉକ୍ତ ବିଦ୍ୟାଳୟ ସହ ମିଶ୍ରଣ କରାଯାଇଛି। ବିଦ୍ୟାଳୟରେ ପ୍ରଥମରୁ ୫ ମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ୬ ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି। ମାତ୍ର ଏହି ପାଞ୍ଚଟି ଶ୍ରେଣୀ ପାଇଁ କେବଳ ୨ଟି କୋଠରି ରହିଛି।
ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ କଲ୍ୟାଣି ଜେନାଙ୍କ ସୂଚନାନୁଯାୟୀ, ପ୍ରଥମ ଶ୍ରେଣୀରେ ୫, ଦ୍ୱିତୀୟ ଶ୍ରେଣୀରେ ୮, ତୃତୀୟ ଶ୍ରେଣୀରେ ୮, ୪ର୍ଥ ଶ୍ରେଣୀରେ ୯, ୫ମ ଶ୍ରେଣୀରେ ୧୧ ଜଣ ପିଲା ପାଠ ପଢ଼ୁଛନ୍ତି। ସରକାରଙ୍କ ନିୟମାନୁସାରେ ୫ଟି ଶ୍ରେଣୀକୁ ୫ କୋଠରି ଆବଶ୍ୟକ ଥିବା ବେଳେ ଶିକ୍ଷକ ଓ ବିଦ୍ୟାଳୟର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପାଇଁ ଏକ କାର୍ଯ୍ୟାଳୟର ଆବଶ୍ୟକତା ରହିଛି। କୋଠରି ଅଭାବ ଥିବାବେଳେ ୨ ଗୃହ ମଧ୍ୟରୁ ଗୋଟିଏ ଗୃହରେ ଅଙ୍ଗନଓ୍ବାଡି କେନ୍ଦ୍ର ଚାଲିଛି। ଫଳରେ ଗୋଟିଏ ଗୃହରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ବସୁଥିବାବେଳେ ଏହାର ଗୋଟିଏ ପାର୍ଶ୍ୱରେ ଅଫିସ କାର୍ଯ୍ୟ ଚାଲୁ ରହିଛି। ପୂର୍ବରୁ ପ୍ରଚଳିତ ସର୍ବଶିକ୍ଷା ଯୋଜନା ମାଧ୍ୟମରେ ଉପସ୍ଥାନ କମ୍‌ ଥିବା ବିଦ୍ୟାଳୟଗୁଡିକ ପାଇଁ ବଡ ବଡ କୋଠା ନିର୍ମାଣ ହୋଇଥିଲା। ଏବେ ସେଗୁଡିକ ବନ୍ଦ ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି। କିନ୍ତୁ ଯେଉଁଠାରେ ବିଦ୍ୟାଳୟ ଚାଲିଛି ସେଠାରେ ଗୃହର ଅଭାବ ରହିଛି। ସରକାରୀ ବିଦ୍ୟାଳୟରେ ଏପରି ଅବ୍ୟବସ୍ଥା ଯୋଗୁ ଅନେକ ଅଭିଭାବକ ସେମାନଙ୍କ ପିଲାଙ୍କୁ ବେସରକାରୀ ବିଦ୍ୟାଳୟ ପଠାଇବାକୁ ବାଧ୍ୟ ହେଉଛନ୍ତି।
ଏବିଷୟରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଜେନା କୁହନ୍ତି, ବିଦ୍ୟାଳୟରେ ଆବଶ୍ୟକ ଗୃହ ନ ଥିବାରୁ ବହୁତ ଅସୁବିଧା ହେଉଛି। ଏବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୀତବାସ ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ: ଡାକ୍ତରଙ୍କ ମୋବାଇଲ ଫୋନ ଜବତ

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଯେଉଁ ମୋବାଇଲ ଫୋନରୁ ଧମକ ମିଳିଥିବା ତାହା ସେଠାରେ କାର୍ଯ୍ୟରତ…

ପୋଖରୀରେ ବୁଡ଼ି ଚାଲିଗଲା ଜୀବନ

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମା’ନାରାୟଣୀ ଠାକୁରାଣୀ ମନ୍ଦିର ନିକଟ ପୋଖରୀକୁ ଶୌଚ ପାଇଁ ଯାଇଥିବା ଜଣେ ମହିଳା ଗୁରୁବାର…

ରାଣୀ ସାହି ଦୁର୍ଗାପୂଜା କମିଟି ଗଠିତ, ଆଶ୍ୱିନ ମହାସପ୍ତମୀରୁ ହେବ ମହୋତ୍ସବ

ଦିଗପହଣ୍ଡି,୧୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ. ୱାର୍ଡ ରାଣୀ ସାହି ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି…

‘ମୁକ୍ତା’ଯୋଜନାରେ ହୋଇଥିବା କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ହେବ: ବିଧାୟକ

ଗୁଡାରି,୧୭।୯(ପ୍ରମୋଦ କୁମାର ପତି): ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଗୁଡାରି ଏନ୍‌ଏସି କାର୍ଯ୍ୟାଳୟରେ ଗୁରୁବାର ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ। ନଥିପତ୍ର ଯାଞ୍ଚ ପରେ ଭେଣ୍ଡି ଜୋନ…

ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ା୯(ସୁଚିସ୍ମିତା ସାହୁ): ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଜଳିଲା କୋଟିଏରୁ ଅଧିକ ‘ଆଶୀର୍ବାଦ ଦୀପ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ଗୁରୁବାର ରାଜ୍ୟ ସରକାରଙ୍କ…

‘ସ୍ନେହଭରା ପ୍ରତ୍ୟେକ ଶବ୍ଦ ପାଇଁ…’ ଜନ୍ମଦିନର ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନ ଅବସରରେ ମିଳିଥିବା ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ପୋଷ୍ଟ କରି…

ଜମିକୁ ଯାଇ ଗଛରେ ଝୁଲି ପଡ଼ିଲେ ଚାଷୀ

ଭେଡେନ,୧୭।୯(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଅଧୀନ ରେଶମ ପ୍ରଧାନପାଲି ଗ୍ରାମରୁ ଗୁରୁବାର ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଉକ୍ତ ଗ୍ରାମର…

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଝଲସିଲା ମନ୍ଦିର ପ୍ରାଙ୍ଗଣ

ପାଟଣା,୧୭।୯(ବୀର କିଶୋର ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ବିଭିନ୍ନ ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନରେରେ ଗୁରୁବାର ସନ୍ଧ୍ୟାରେ ପ୍ରଦୀପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?