Posted inଜାତୀୟ

ଜଣେ ବ୍ୟକ୍ତି ଗୋଟିଏ ସିଟ୍‌ରୁ ହିଁ ଲଢ଼ିପାରିବେ ନିର୍ବାଚନ

ନୂଆଦିଲ୍ଲୀ,୭ା୧୦: ନୂତନ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଆସିବା ପରେ ‘ଜଣେ ବ୍ୟକ୍ତି ଗୋଟିଏ ଆସନ’ ନିୟମ ଲାଗୁ କରିବାକୁ ନିର୍ବାଚନ ଆୟୋଗଙ୍କ ପ୍ରସ୍ତାବ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ୨୦୦୪ରେ ପ୍ରଥମ ଥର ପାଇଁ ଏହି ପ୍ରସ୍ତାବ ନିର୍ବାଚନ ଆୟୋଗ ଦ୍ୱାରା କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଥିଲା। କିନ୍ତୁ ୧୮ ବର୍ଷ ମଧ୍ୟରେ ଏହି ନିୟମର କାର୍ଯ୍ୟକାରିତାକୁ ନେଇ କିଛି ଅଗ୍ରଗତି ହୋଇପାରି ନାହିଁ। ଅର୍ଥାତ୍‌ ଏହି ପ୍ରସ୍ତାବ ଶୀତଳଭଣ୍ଡାରରେ ପଡ଼ିରହିଛି। ଏବେ ପୁଣି ଥରେ ଏହି ନିୟମ ଲାଗୁ ଉପରେ ନିର୍ବାଚନ କମିଶନ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପୁଣି ଥରେ ଏହି ପ୍ରସ୍ତାବକୁ କେନ୍ଦ୍ରକୁ ପଠାଇଛନ୍ତି। ଏଥିସହ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ସହିତ ଏହି ପ୍ରସଙ୍ଗରେ ଇସିଙ୍କ ଆଲୋଚନା ଚାଲିଛି।

ଲୋକ ସଭା ଅଧିନିୟମ, ୧୯୫୧ ନିର୍ବାଚନରେ ‘ଜଣେ ବ୍ୟକ୍ତି ଗୋଟିଏ ଆସନ’ ନିୟମ ଲାଗୁ ସଂଶୋଧନ କରିବାକୁ ପଡ଼ିବ। ବର୍ତ୍ତମାନ, ଲୋକ ପ୍ରତିନିଧି ଅଧିନିୟମର ଧାରା ୩୩ (୭) ରେ ଥିବା ନିୟମ ଅନୁଯାୟୀ ଜଣେ ବ୍ୟକ୍ତି ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ। ୨୦୦୪ରେ ଯେତେବେଳେ ପ୍ରଥମ ଥର ପାଇଁ ନିର୍ବାଚନ ଆୟୋଗ କେନ୍ଦ୍ର ସରକାରଙ୍କୁ ‘ଜଣେ ବ୍ୟକ୍ତି ଗୋଟିଏ ଆସନ’ ପ୍ରସ୍ତାବ ପଠାଇଲେ ସେତେବେଳେ ଯୁକ୍ତି ହେଲା ଯେ ଯଦି ଜଣେ ବ୍ୟକ୍ତି ୨ଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରନ୍ତି ଏବଂ ଉଭୟ ଆସନରୁ ଜିତିବା ପରେ ଗୋଟିଏ ସିଟ୍‌ ଖାଲି କରନ୍ତି, ତେବେ ଏହାର ମୂଲ୍ୟ ଉପ-ନିର୍ବାଚନ କରିବା ପାଇଁ ପୁଣି ଆସେ। ଏହା ଅର୍ଥର ଅପବ୍ୟବହାର। ଏହାକୁ ଦୃଷ୍ଟିରେ ରଖି ନିର୍ବାଚିତ ପ୍ରାର୍ଥୀ ଆସନ ଛାଡ଼ିବା ପାଇଁ ସରକାରଙ୍କ ଆକାଉଣ୍ଟରେ ଏକ ନିର୍ଦ୍ଦିଷ୍ଟ ରାଶି ଜମା କରିବାକୁ ଏକ ନିୟମ କରିବାକୁ ଇସି ସୁପାରିସ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୫୦%କୁ ବଢ଼ିବ ଅକ୍ଷୟ ଶକ୍ତି କ୍ଷମତା

ନୂଆଦିଲ୍ଲୀ, (ନ୍ୟୁ ଇଣ୍ଡିଆ ସମାଚାର) ୧୪ା୧୨: ସଦ୍ୟ ଶେଷ ହୋଇଥିବା ଗ୍ଲାସ୍‌ଗୋ ଜଳବାୟୁ ସମ୍ମିଳନୀରେ ଭାରତ ବ୍ୟକ୍ତିଗତ ସ୍ବାର୍ଥ ପରିବର୍ତ୍ତେ ସମଗ୍ର ବିଶ୍ୱର ହିତକୁ ଦୃଷ୍ଟି...

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର

ନୂଆଦିଲ୍ଲୀ,୧୧।୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି। ଏନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ଆକ୍ରାନ୍ତ ହୋଇ ଦିଲ୍ଲୀର ଆର୍ମି ହସ୍ପିଟାଲରେ...

ଦେଶରେ କମୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୧୬।୮: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮,୮୧୩...

ପୀଡ଼ିତାଙ୍କ ପାଇଁ ୫୯୫ ଓସିଏସ୍‌

ନୂଆଦିଲ୍ଲୀ,୨୦ା୧୧(ପି.ଟି.): ଦେଶରେ ପୀଡ଼ିତାମାନଙ୍କ ପାଇଁ ୫୯୫ଟି ଓ୍ବନ୍‌ ଷ୍ଟପ୍‌ ସେଣ୍ଟର (ଓସିଏସ୍‌) ରହିଛି। ଶାରୀରିକ ଉତ୍ପୀଡ଼ନ ସହ ବିଭିନ୍ନ ଅପରାଧର ଶିକାର ହେଉଥିବା ମହିଳାମାନଙ୍କୁ ଏହି...

ବୁଧବାର ଜଳନ୍ଧର ଉପନିର୍ବାଚନ: ସ୍କୁଲ, କଲେଜ ଛୁଟି ଘୋଷଣା

ଜଳନ୍ଧର,୯।୫: ଜଳନ୍ଧର ଲୋକ ସଭା ଉପନିର୍ବାଚନ ବୁଧବାର ଅନୁଷ୍ଠିତ ହେବ। ତେବେ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ସୋମବାର ନିର୍ବାଚନୀ ପ୍ରଚାର ଶେଷ ହୋଇଛି।...

ଦେଶରେ ୧୫୦ କୋଟି ଟପିଲା ଟିକାକରଣ

ନୂଆଦିଲ୍ଲୀ,୭।୧: ଭାରତରେ କୋଭିଡ୍‌ ଟିକାକରଣ ଶୁକ୍ରବାର ୧୫୦ କୋଟି ଡୋଜ୍‌ ଅତିକ୍ରମ କରିଛି। ଏହା ଏକ ଐତିହାସିକ ସଫଳତା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।...

ରାଜଧାନୀରେ ୭୨ ବର୍ଷର ରେକର୍ଡ ଭାଙ୍ଗିଲା ଗ୍ରୀଷ୍ମ

ନୂଆଦିଲ୍ଲୀ,୧୦ ।୪: ଭିଷଣ ଗରମ ଓ ଲୁ କାରଣରୁ ରାଜଧାନୀ ଦିଲ୍ଲୀର ତାପମାତ୍ରା ବେଳକୁ ବେଳ ବଢିବାରେ ଲାଗିଛି । ଏପ୍ରିଲ ପ୍ରଥମ ସପ୍ତାହରେ ଗ୍ରୀଷ୍ମର...

ସିଦ୍ଧୁଙ୍କୁ ଇସି ନୋଟିସ

ନୂଆଦିଲ୍ଲୀ,୨୧ା୪: ସାମ୍ପ୍ରଦାୟିକ ମନ୍ତବ୍ୟ ଲାଗି କଂଗ୍ରେସ ନେତା ନବଜ୍ୟୋତ୍‌ ସିଂ ସିଦ୍ଧୁଙ୍କୁ ନିର୍ବାଚନ କମିଶନ (ଇସି) କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ୨୪ ଘଣ୍ଟା...

Advertisement
Archives

Model This Week