ପିକ୍‌ନିକ୍‌ ହେଲା କାଳ: ନଦୀରେ ବୁଡି ଜଣେ ମୃତ

ରାଉରକେଲା ଅଫିସ/ନୂଆଗାଁ,୧୦।୧: ସୁନ୍ଦରଗଡ଼ ଜିଲା ବିଶ୍ରା ଥାନା ନୂଆଗାଁ ବ୍ଲକ ଅନ୍ତର୍ଗତ କୋଏଲ ନଦୀର ତେତେରକେଲା ଘାଟରେ ରବିବାର ଅପରାହ୍ନରେ ଘଟିଛି ଅଘଟଣ। ପିକ୍‌ନିକ୍‌ କରିବାକୁ ଯାଇ ଗାଧୋଇବାବେଳେ ନଦୀରେ ୨ଜଣ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ବିକି ଶର୍ମା(୧୭)ଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଦୀପକ ଖଣ୍ଡୁଆଳ(୨୨)ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଘର ରାଉରକେଲା ଟିମ୍ବର କଲୋନୀ ଅଞ୍ଚଳରେ।
ସକାଳେ ଟିମ୍ବର କଲୋନୀ ଅଞ୍ଚଳରୁ ୯ଜଣ ସାଙ୍ଗହୋଇ କୋଏଲ ନଦୀର ତେତେରକେଲା ଘାଟକୁ ପିକ୍‌ନିକ୍‌ କରିବାକୁ ଯାଇଥିଲେ। ଅପରାହ୍ନରେ ଭୋଜି ଖାଇଥିଲେ। ପରେ ସେମାନେ ଗାଧୋଇବାକୁ ପାଣିରେ ପଶିଥିଲେ। ଗାଧୋଇବା ସମୟରେ ଗୋଡ଼ ଖସିଯିବାରୁ ବିକି ଓ ଦୀପକ ପାଣିରେ ବୁଡ଼ିଯାଇଥିଲେ। ୯ଜଣଙ୍କ ମଧ୍ୟରୁ ଜଣେ ପହଁରି ଜାଣିଥିଲେ। ସେ ଦୀପକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। କିନ୍ତୁ ବିକିଙ୍କୁ ଉଦ୍ଧାର କରାଯାଇ ପାରି ନ ଥିଲା। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବିକିଙ୍କ ମୃତଦେହ ଜବତ କରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ୍ତ, ଭେନୁଗୋପାଳଙ୍କୁ ମୁଖ୍ୟ ଶାସନ ସଚିବ ପାହ୍ୟା

ଭୁବନେଶ୍ୱର,୧।୭(ବ୍ୟୁରୋ)- ରାଜ୍ୟରେ କାର୍ଯ୍ୟରତ ୧୯୮୮ ବ୍ୟାଚ୍‌ର ଦୁଇଜଣ ଆଇଏଏସ୍‌ ଅଫିସର  ପ୍ରଦୀପ୍ତ ମହାପାତ୍ର ଏବଂ ସି.ଜେ. ଭେନୁଗୋପାଳମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ପାଇଛନ୍ତି। ସେମାନେ ନିଜ...

ବୁଣାକାରଙ୍କ ସହ ରହିଛି ‘ବୟନିକା’

ଭୁବନେଶ୍ୱର, ୯। ୮ (ବ୍ୟୁରୋ): ଓଡ଼ିଶାର ହସ୍ତତନ୍ତ ପ୍ରତି ଲୋକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ସହ ବୁଣାକାରଙ୍କ ପାଇଁ କାର୍ଯ୍ୟ କରୁଛି ରାଜ୍ୟ ସରକାରଙ୍କ...

ଲୁହାଛଡ ଚୋରି ଅଭିଯୋଗ: ଦୁଇ ଧରାପଡ଼ିଲେ

ହେମଗିର, ୩୦।୫ (ଡି.ଏନ.ଏ)-ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ ଲଇକେରା ଗ୍ରାମର ଦୁଇଜଣ ଲୁହାଛଡ ଚୋରି ଅଭିଯୋଗରେ ପୋଲିସ ଦ୍ୱାରା ଧରାପଡ଼ିଛନ୍ତି। ସେମାନେ ହେଲେ ଲଇକେରା...

ଜୀବନ, ଜୀବିକା ସୁରକ୍ଷା ଦାବିରେ ବିକ୍ଷୋଭ

ବାଲେଶ୍ୱର ଅଫିସ, ୨୯।୮-ବାଲେଶ୍ୱର ଫକୀରମୋହନ ଗୋଲେଇରେ କରୋନା ମହାମାରୀ ସମୟରେ ଜୀବନ ଓ ଜୀବିକାର ସୁରକ୍ଷା ଦାବିରେ ଉତ୍କଳ ମହିଳା ସମିତି, ଅଖିଳ ଭାରତ ଗଣତାନ୍ତ୍ରିକ...

ଓଇଆର୍‌ସି ଅଫିସ ଘେରିଲା କଂଗ୍ରେସ

ଭୁବନେଶ୍ୱର, ୭ା୪(ବ୍ୟୁରୋ): ଓଡିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି) ପକ୍ଷରୁ ବିଦ୍ୟୁତ୍‌ ଦର ବୃଦ୍ଧି ପ୍ରତିବାଦରେ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆର୍‌ସି) କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ...

ଜୟପୁରରେ ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର କରୋନା ହସ୍ପିଟାଲ

ଜୟପୁର,୫।୪(ଡି.ଏନ୍.ଏ.): କୋରାପୁଟ ଜିଲା ଜୟପୁରଠାରେ କୋଭିଡ-୧୯ ସ୍ୱତନ୍ତ୍ର ଚିକିତ୍ସାଳୟ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଗତ ଶୁକ୍ରବାର ଜିଲାପାଳଙ୍କ ଘୋଷଣା ପରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ...

ଲୋକଙ୍କ ଅକ୍ତିଆରରେ ‘ମୋ ସାଇକେଲ’

ଭୁବନେଶ୍ୱର, ୨୩।୭(ବ୍ୟୁରୋ): ଭୁବନେଶ୍ୱରରେ ହକି ବିଶ୍ୱକପ୍‌ ଆରମ୍ଭ ହେବା ପୂର୍ବରୁ କ୍ୟାପିଟାଲ ରିଜିୟନ୍‌ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ମୋ ସାଇକେଲ ଓ ମୋ ବସ୍‌କୁ ଉଦ୍‌ଘାଟନ...

ବୁଲା ଗୋରୁ, କୁକୁରଙ୍କୁ ଆହାର ଯୋଗାଇଲେ ସ୍ବେଚ୍ଛାସେବୀ

ବରଗଡ଼ ଅଫିସ୍‌,୨୬।୩- ଲକ୍‌ଡାଉନ୍‌ ପରେ ସାଧାରଣ ଜନତାଙ୍କ ଅପେକ୍ଷା ବୁଲା ଗୋରୁ, କୁକୁରଙ୍କ ଆହାର ଚିନ୍ତା ବଢ଼ିଯାଇଛି। ଏହାକୁ ହୃଦୟଙ୍ଗମ କରି ବରଗଡ଼ ସହରର ୭...

Advertisement

BGU

Archives

Model This Week

Why Dharitri