ଗୋଟେ ପାଇଲେ ଗୋଟେ ଖସିଲା

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ସମେତ ୧୩ ଜଣଙ୍କ ବିରୋଧରେ ୨୧ ଅଗଷ୍ଟରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ‘ଲୁକ୍‌ ଆଉଟ୍‌ ସର୍କ୍ୟୁଲାର’ ଜାରି କରିଥିବା ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି। ଦିଲ୍ଲୀ ଅବକାରୀ ନୀତିରେ ଦୁର୍ନୀତି ହୋଇଥିବା ନେଇ ସିବିଆଇ ପକ୍ଷରୁ ଇତିମଧ୍ୟରେ ସିସୋଡିଆଙ୍କ ବାସଭବନ ସହ ଅନ୍ୟମାନଙ୍କ ଘରେ ଚଢ଼ାଉ ମଧ୍ୟ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଜଣେ ବ୍ୟକ୍ତି ଫେରାର ହୋଇଥିଲେ କିମ୍ବା ଆଇନ ସଂକ୍ରାନ୍ତ ପ୍ରବର୍ତ୍ତନ ସଂସ୍ଥା ଦ୍ୱାରା ଖୋଜା ପଡ଼ୁଥିଲେ ସେ ଯେଭଳି ଦେଶ ବାହାରକୁ ଯାଇ ନ ପାରିବେ, ସେଥିଲାଗି ଲୁକ୍‌ ଆଉଟ୍‌ ସର୍କ୍ୟୁଲାର ବାହାର କରାଯାଇଥାଏ। ଏଠାରେ ସିସୋଡିଆ ଓ ଅନ୍ୟମାନେ ସାଧାରଣରେ ଉପସ୍ଥିତ ଥିବା ବେଳେ ସେମାନଙ୍କ ବିରୋଧରେ ଏଭଳି ନୋଟିସ ଜାରି କରିବାର ପ୍ରୟୋଜନ ଥିଲା ଭଳି ମନେହୁଏ ନାହିଁ। ଆହୁରି ଆଶ୍ଚର୍ଯ୍ୟର କଥା ଯେ, ସିବିଆଇ ଲୁକ୍‌ ଆଉଟ୍‌ ସର୍କ୍ୟୁଲାର ଜାରି କରି ନାହିଁ ବୋଲି କହିବା ପରେ ଅଡ଼ୁଆ ସ୍ଥିତି ସୃଷ୍ଟି ହୋଇଛି। ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପକ୍ଷରୁ କୁହାଯାଇଛି ଯେ, ମୋଦି ସରକାର ପ୍ରଥମେ ସିସୋଡିଆଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି କରି ତାହାକୁ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ନିକଟକୁ ପଠାଇଦେଇଛି। ଏଏପି ମୁଖ୍ୟ ମୁଖପାତ୍ର ସୌରଭ ଭରଦ୍ୱାଜ ଏକ ଖବରଦାତା ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆହ୍ବାନ ଦେଇ କହିଛନ୍ତି ଯେ, ସିସୋଡିଆ ଦିଲ୍ଲୀରେ ଅଛନ୍ତି। ତେଣୁ ପ୍ରଧାନମନ୍ତ୍ରୀ ତାଙ୍କୁ ଯେଉଁଠିକୁ ଡାକିବେ ସେ ଯାଇପାରିବେ। ଯଦି ପ୍ରଧାନମନ୍ତ୍ରୀ ଚାହାନ୍ତି ସିସୋଡିଆଙ୍କ ଏବି ୧୭ ବାସଭବନକୁ ଆସିପାରିବେ, ତେବେ ତାଙ୍କୁ ସ୍ବାଗତ କରାଯିବ।
ଉପରୋକ୍ତ ଘଟଣାକ୍ରମକୁ ଦେଖିଲେ କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାର ଏବେ ଦିଲ୍ଲୀର ଅବକାରୀ ନୀତିକୁ ନେଇ ମୁହଁାମୁହିଁ ସ୍ଥିତିରେ ଉପନୀତ। ଏ କ୍ଷେତ୍ରରେ ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଆଲୋଚନା ହେଉଛି। ସିସୋଡିଆ ଓ ଅନ୍ୟମାନଙ୍କ ବିରୋଧରେ ଦାଏର କରାଯାଇଥିବା ଏତଲାରେ ଦର୍ଶାଯାଇଛି ଯେ, ଦିଲ୍ଲୀ ଅବକାରୀ ନୀତି ୨୦୨୧-୨୨ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ବିନା ଅନୁମୋଦନରେ କାର୍ଯ୍ୟକାରୀ କରାଯାଇଥିଲା। ସେଥିରେ ଟେଣ୍ଡର ଡକାଯିବା ପରେ କେତେ ଜଣ ଲାଇସେନ୍ସଧାରୀଙ୍କୁ ଅନୁଚିତ ଅନୁଗ୍ରହ ପ୍ରଦର୍ଶନ କରାଯାଇଥିବାରୁ ସରକାରୀ ତହବିଲକୁ ୧୪୪ କୋଟି ୩୬ ଲକ୍ଷ ଟଙ୍କା କ୍ଷତି ସହିବାକୁ ପଡ଼ିଛି। ମନୀଷ ସିସୋଡିଆ ଅବକାରୀ ମନ୍ତ୍ରୀ ଥିବାରୁ ତାଙ୍କ ଜାଣତରେ ସବୁକିଛି ହୋଇଛି ବୋଲି ଭାଜପା ଅଭିଯୋଗ ଆଣିଛି। ତେଣୁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଲାଗି ଭାଜପା ଦାବି କରିଛି। କିନ୍ତୁ ଦେଖିଲା ବେଳକୁ ଉପରାଜ୍ୟପାଳ ସାକ୍ସେନା ଅବକାରୀ ନୀତିରେ ଗଡ଼ବଡ଼ ହୋଇଥିବା ବିଷୟ ପଦାକୁ ଆଣିଥିଲେ। ତାଙ୍କ ଦ୍ୱାରା ଅଣାଯାଇଥିବା ଅବକାରୀ ନୀତି ସଂକ୍ରାନ୍ତ ଅଭିଯୋଗକୁ ଆଧାର କରି ସିବିଆଇ ତଦନ୍ତ ଓ ଚଢ଼ାଉ କରିଛି। ହୁଏତ ସିବିଆଇ ପାଖରେ କୌଣସି ଠୋସ୍‌ ପ୍ରମାଣ ନାହିଁ। ସେଥିପାଇଁ ବିଭିନ୍ନ ଲୋକଙ୍କ ବାସଭବନ ଉପରେ ଚଢ଼ାଉ କରାଯାଇ ସେଥିରୁ ଅନ୍ୟ କିଛି କାଗଜପତ୍ର ମିଳିଲେ ତାହାକୁ ବ୍ୟବହାର କରି ଭବିଷ୍ୟତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ଯଦି ଅବକାରୀ ନୀତିରେ ତ୍ରୁଟି ଥିବ ସେଥିରେ ସମ୍ପୂର୍ଣ୍ଣ ସରକାରୀ ବ୍ୟବସ୍ଥା, ଏପରି କି ଦିଲ୍ଲୀ ବିଧାନସଭାର ସମ୍ପୃକ୍ତି ଥିବ ବୋଲି ଧରାଯିବ। ଅନ୍ୟପଟେ ଯଦି ଅବକାରୀ ମାମଲାର ତଦନ୍ତରୁ କୌଣସି ଗୁରୁତ୍ୱପୂର୍ଣ୍ଣ ଦଲିଲ ସିବିଆଇ ହାତରେ ପଡ଼ି ନ ଥିବ, ତେବେ ଗୁଜରାଟ ନିର୍ବାଚନକୁ ଆଖିରେ ରଖି ଏହି ରାଜନୈତିକ ପଦକ୍ଷେପ ଭାଜପାକୁ ପାଲଟା ମାଡ଼ କରିଦେଇପାରେ।
ବର୍ତ୍ତମାନ ଦେଶର ରାଜନୈତିକ ପ୍ରେକ୍ଷାପଟକୁ ଦେଖିଲେ ଭାଜପା ବିଭିନ୍ନ ରାଜ୍ୟରେ ସ୍ଥିତି ଜାହିର କରିବା ଲାଗି ଯେନତେନ ପ୍ରକାରେ ଉଦ୍ୟମ କରୁଛି। ମହାରାଷ୍ଟ୍ରରେ ଶିବସେନାକୁ ଭାଙ୍ଗିବାରେ ସଫଳତା ହାସଲ ପାଇଁ ଭାଜପାର ରାଜନୈତିକ ଦକ୍ଷତା ପରିବର୍ତ୍ତେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଅନେକ ଶିବସେନା ବିଧାୟକଙ୍କୁ ନୋଟିସ ଅଧିକ କାମ ଦେଇଥିଲା। ସେହି ସଫଳତାର ମଉଜମଜଲିସ ଶେଷ ହେବା ପୂର୍ବରୁ ବିହାରରେ ନୀତୀଶଙ୍କ ଠୋକର ପୁନର୍ବାର ଭାଜପାକୁ ଅସୁବିଧାରେ ପକାଇଦେଇଛି। ସତେଯେମିତି ‘ଗୋଟେ ଆସିଲେ ଆଉ ଗୋଟେ ଖସିଯାଉଛି’। ତେଣୁ ସର୍ବୋଚ୍ଚରେ ଥିବା ଗୁଜରାଟ ରାଜ୍ୟ ଏବଂ ତାହାର ଚଳିତବର୍ଷ ଶେଷ ଆଡ଼କୁ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଭାଜପାର ସ୍ଥିତି ଟଳମଳ ହେଉଥାଇପାରେ ବୋଲି ଏଏପି ନେତା ମନୀଷ ସିସୋଡିଆଙ୍କ ଉପରେ କ୍ରୋଧ ପ୍ରକଟ ଇଙ୍ଗିତ କରୁଥାଇପାରେ। ଗୁଜରାଟ ଖସିଲେ ୨୦୨୪ ପାର୍ଲାମେଣ୍ଟ ନିର୍ବାଚନରେ ଭାଜପାର ସ୍ଥିତି ଅତ୍ୟନ୍ତ ଦୁର୍ବଳ ହୋଇଯାଇପାରେ।
ବାସ୍ତବରେ ନିର୍ବାଚନରେ ଗୋଟିଏ ରାଜନୈତିକ ଦଳ ଅନ୍ୟ ପାର୍ଟିକୁ ହରାଇ ବାହାଦୁରି ନେଇପାରିଲେ ତାହାର ଦମ୍ଭ ବଢ଼ିଥାଏ। ଗଣତନ୍ତ୍ରରେ ଲୋକଙ୍କ ସମର୍ଥନ ବଡ଼ କଥା। କିନ୍ତୁ ପେଞ୍ଚ କରାଯାଇ ରାଜନୈତିକ ବିରୋଧୀଙ୍କୁ ସରକାରୀ କଳ ଅପବ୍ୟବହାର କରି ଚାପିଦେବାର ପ୍ରୟାସ କେତେଦୂର ଭୋଟରଙ୍କ ଦ୍ୱାରା ଗ୍ରହଣୀୟ ହେଉଛି ତାହା ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?