Posted inଜାତୀୟ

କଶ୍ମୀରରେ ରାଜ୍ୟ ବାହାର ଲୋକଙ୍କୁ ଭୋଟ ଅନୁମତିକୁ ନେଇ ସର୍ବ ଦଳୀୟ ବୈଠକ, ଭାଜପାକୁ ମିଳିନାହିଁ ନିମନ୍ତ୍ରଣ

ଜମ୍ମୁ,୨୨ ।୮: କଶ୍ମୀରରେ ରହୁଥିବା ରାଜ୍ୟ ବାହାରର ଲୋକଙ୍କୁ ଭୋଟ ଦେବାର ଅଧିକାର ଦେଇଛନ୍ତି ନିର୍ବାଚନ କମିଶନ । ଏବେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ସୋମବାର ନ୍ୟାଶନାଲ କନଫରେନ୍ସର ମୁଖ୍ୟ ଫାରୁକ ଅବଦୁଲ୍ଲା ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ନେଇ ଏକ ସର୍ବ ଦଳୀୟ ବୈଠକ ଡାକିଛନ୍ତି । ହେଲେ ଏହି ବୈଠକକୁ ଭାରତୀୟ ଜନତା ପାର୍ଟି(ଭାଜପା)କୁ ନିମନ୍ତ୍ରଣ କରାଯାଇ ନ ଥିବା ଜଣାପଡିଛି । ବୈଠକ ସୋମବାର ସକାଳ ୧୧ଟାରେ ଅବଦୁଲ୍ଲାଙ୍କ ଘରେ ଅନୁଷ୍ଠିତ ହେବ । ତେବେ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ନେଇ ରାଜନୈତିକ ଦଳ ଗୁଡିକ କ’ଣ ଯୋଜନା କରୁଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।
ସୂଚନାଯୋଗ୍ୟ, ବୁଧବାର ଜମ୍ମୁ-କଶ୍ମୀରର ମୁଖ୍ୟ ନିର୍ବାଚନ କମିଶନ କହିଥିଲେ କି ଆସନ୍ତା ବିଧାନସଭା ନିର୍ବାଚନରେ କଶ୍ମୀରରେ ରହୁଥିବା ରାଜ୍ୟ ବାହାରର ଲୋକେ ବି ଭୋଟ ଦେଇ ପାରିବେ । ଏଥିପାଇଁ ବାସସ୍ଥାନ ପ୍ରମାଣପତ୍ରର କୌଣସି ଆବଶ୍ୟକତା ନାହିଁ । ତେଣୁ ଏଥର ଭୋଟର ତାଲିକାରେ ପ୍ରାୟ ୨୫ ଲକ୍ଷ ନୂଆ ଭୋଟର ସାମିଲ ହେବେ ବୋଲି ଆଶା କରାଯାଉଛି । ନିର୍ବାଚନ କମିଶନଙ୍କ ଏହି ଘୋଷଣା ପରେ ଘାଟିରେ ରାଜନୀତି ହୋଇଛି ସରଗରମ ।


Enter your email to get our daily news in your inbox.

All Right Reserved By Dharitri.Com

ଯେସାକୁ ତେସା କରିଦେଖାଇଲେ କୋହଲି

ନୂଆଦିଲ୍ଲୀ,୧୦।୫: ଆଇପିଏଲ ୨୦୨୪ର ୫୮ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିଲ। ବେଙ୍ଗାଲୁରୁ ପଞ୍ଜାବ ବିପକ୍ଷରେ ଅତି ସହଜରେ ଏବଂ...

ପର୍ଯ୍ୟଟକ ପଠାଇବା ପାଇଁ ଜୟଶଙ୍କରଙ୍କୁ ନିବେଦନ କଲେ ମାଳଦ୍ୱୀପ ମନ୍ତ୍ରୀ

ନୂଆଦିଲ୍ଲୀ, ୧୦।୫:ଭାରତ ଗସ୍ତରେ ଥିବା ମାଳଦ୍ୱୀପ ବହିର୍ବ୍ୟାପାର ମନ୍ତ୍ରୀ ମୁସା ଜମିର୍‌ ଗୁରୁବାର ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ଭେଟିଛନ୍ତି। ମାଳଦ୍ୱୀପ ଭାରତର ନିକଟତମ...

ଚାଇନାକୁ ଝଟ୍‌କା ଦେଲା ମାଳଦ୍ୱୀପ

ବେଜିଂ/ମାଲେ,୧୦।୫: ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ପ୍ରିୟ ବନ୍ଧୁ କହୁଥିବା ଚାଇନାକୁ ଚକିତ କରିଦେଇଛନ୍ତି। ମାଳଦ୍ୱୀପ ଚାଇନାର ଗୁପ୍ତଚର ଜାହାଜକୁ ଅଟକାଇ ଦେଇଛି, ଏହାକୁ ଅନୁମତି...

ଚାର୍ଜସିଟ୍‌ରେ ଏଏପିକୁ ଅଭିଯୁକ୍ତ କରିବ ଇଡି, କେଜ୍ରିୱାଲଙ୍କୁ ଜାମିନ ମିଳିବା ସମ୍ଭାବନା କ୍ଷୀଣ!

ନୂଆଦିଲ୍ଲୀ,୧୦।୫: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଶୁକ୍ରବାର ଏକ ବଡ଼ ଦିନ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ଟ୍ରାଏଲ କୋର୍ଟରେ ମଦଫା ଦୁର୍ନୀତି ମାମଲାରେ ଏହାର ଚାର୍ଜସିଟ୍‌...

ପ୍ରୋଟିନ୍‌ ପାଉଡରଠାରୁ ଦୂରେଇ ରୁହ: ସତର୍କ କରାଇଲା ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ,୧୦।୫: (ପି.ଟି.):ପ୍ରୋଟିନ୍‌ ପାଉଡର ଓ ଅନ୍ୟାନ୍ୟ ପ୍ରୋଟିନ୍‌ ସପ୍ଲିମେଣ୍ଟଗୁଡ଼ିକଠାରୁ ଦୂରେଇ ରହିବାକୁ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ପରାମର୍ଶ ଦେଇଛି। ଲୁଣ ଖାଇବାରେ କଟକଣା...

ହଠାତ୍‌ ବଦଳିଲା ପାଗ, ଏସବୁ ରାଜ୍ୟରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ଆଶଙ୍କା

ନୂଆଦିଲ୍ଲୀ,୧୦ା୫: ଦେଶର ଅନେକ ରାଜ୍ୟରେ ଏବେ ଗରମ ଅନୁଭୂତ ହେଉଥିବା ବେଳେ କିଛି ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ହଠାତ୍‌ ପାଗରେ ପରିପର୍ତ୍ତନ ହୋଇଛି। ଫଳରେ...

ହିନ୍ଦୁଙ୍କ ସଂଖ୍ୟା ୭.୮୨% କମିଛି, ମୁସଲମାନ ୪୩.୧୫% ବଢ଼ିଛନ୍ତି

ନୂଆଦିଲ୍ଲୀ,୧୦/୫:ଭାରତରେ ୧୯୫୦ରୁ ୨୦୧୫ ମଧ୍ୟରେ ହିନ୍ଦୁମାନଙ୍କ ସଂଖ୍ୟା ୭.୮୨ ପ୍ରତିଶତ ହ୍ରାସ ପାଇଥିବାବେଳେ ମୁସଲମାନ ଜନସଂଖ୍ୟା ୪୩.୧୫ ପ୍ରତିଶତ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀଙ୍କ ଆର୍ଥତ୍କ ଉପଦେଷ୍ଟା...

ନିଜ ଡ୍ୟାନ୍ସ ଭିଡିଓ ଦେଖି ରାଗରେ ନିଆଁବାଣ ହେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ,୧୦।୫: ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଜାଳିଆ ଡ୍ୟାନ୍ସ ଭିଡିଓ ଭାଇରାଲ ପରେ ଏବେ ପଶ୍ଚିମ ମମତା ବାନାର୍ଜୀଙ୍କ ଏକ ଡ୍ୟାନ୍ସ ଭିଡିଓ ସୋସିଆଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri