ଦୁର୍ଘଟଣାରେ ଗଲା ଦାଦାଙ୍କ ଜୀବନ, ପୁତୁରା ଗୁରୁତର

ଢେଙ୍କିକୋଟ, ୩।୯(ଡି.ଏନ.ଏ.): କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅଧୀନ ସାନ୍ତରାପୁର ପଞ୍ଚାୟତ ରାଇବଣ ସାହି ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ବାଇକ୍‌ ଦୁର୍ଘଟଣା ଘଟିଛି। ଏଥିରେ ଦାଦାଙ୍କ ମୃତ୍ୟୁ ଘଟିଥିବା ବେଳେ ପୁତୁରା ଗୁରୁତର ହୋଇଛନ୍ତି। ମୃତକ ହେଲେ ସଦର ଥାନା ଅଧୀନ କାଠବାରୀ ପଞ୍ଚାୟତ କୁମୁଳାବାହାଳି ଗ୍ରାମର ଲୋଚନ ମହାନ୍ତ(୬୦) ଓ ଗୁରୁତର ତାଙ୍କ ସମ୍ପର୍କୀୟ ପୁତୁରା ଘଟଗଁା ଥାନା ପୋହ୍ଲାଣ ଘାଟି ପଞ୍ଚାୟତ କୁମୁଳାବହାଳି ଗ୍ରାମର ଗୁଲୁ ମହାନ୍ତ(୨୨)।
ସୂଚନା ଅନୁଯାୟୀ, ସେମାନେ ବାଇକ୍‌ରେ ହରିଚନ୍ଦନପୁର ଥାନା ଅଧୀନ ଜାଲକାଣୀ ଗ୍ରାମରୁ ଫେରୁଥିଲେ। ରାଇବଣ ସାହି ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଏକ ବିଲ ଭିତରେ ପଡ଼ିଯାଇଥିଲେ। ବାଇକ୍‌ ତଳେ ଚାପି ହୋଇଯିବାରୁ ଘଟଣାସ୍ଥଳରେ ହିଁ ଲୋଚନଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ଈଶ୍ୱର ଚନ୍ଦ୍ର ପ୍ରଧାନଙ୍କୁ ଜଣାଇ ଗୁରୁତର ଗୁଲୁଙ୍କୁ ଡାକ୍ତରଖାନାକୁ ନେଇଥିଲେ। ଫାଣ୍ଡି ଅଧିକାରୀ ପହଞ୍ଚି ମୃତଦେହ ଜବତ କରିଥିଲେ। ଏନେଇ ଘଟଗଁା ଥାନାରେ ଏକ ମାମଲା(ନଂ.୧୨୧/୨୧) ରୁଜୁ ହୋଇଛି। ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ ବାଇକ୍‌ ଜବତ କରି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମରଣଯନ୍ତା ପାଲଟିଛି ନଦୀବନ୍ଧ ରାସ୍ତା

ତିର୍ତ୍ତୋଲ,୧୩।୯ (ଡି.ଏନ.ଏ.):ତିର୍ତ୍ତୋଲ ବ୍ଲକ କୃଷ୍ଣାନନ୍ଦପୁର ପଞ୍ଚାୟତର ସାଇଫୋନ ସେତୁଠାରୁ ସରଳପୁରକୁ ସଂଯୋଗ କରୁଥିବା ପାଇକାନଦୀର ଡାହାଣ ପାର୍ଶ୍ୱ ବନ୍ଧ ରାସ୍ତା ଏବେ ମରାମତି ଅଭାବରୁ ମରଣଯନ୍ତା...

ଜେଲ୍‌ରେ ଥାଇ ବ୍ୟବସାୟୀଙ୍କୁ ଦାଦାବଟି ମାଗିବା ଘଟଣା: ଗ୍ୟାଙ୍ଗଷ୍ଟର ସକିଲଙ୍କ ଆଉ ଜଣେ ବାନ୍ଧବୀ ଗିରଫ

କଟକ ଅଫିସ, ୪ା୧: ଜେଲ୍‌ ଭିତରେ ଥାଇ ବ୍ୟବସାୟୀଙ୍କୁ ଦାଦାବଟି ମାଗିବା ଘଟଣାରେ ଦରଘାବଜାର ପୋଲିସ ଗ୍ୟାଙ୍ଗଷ୍ଟର ମହମ୍ମଦ ସକିଲଙ୍କ ଆଉଜଣେ ବାନ୍ଧବୀଙ୍କୁ ଶୁକ୍ରବାର ଗିରଫ...

ଛୁରାମାଡ ଘଟଣାରେ ୩ ଗିରଫ

ପୁରୀ ଅଫିସ,୨୫।୫: ପୁରୀରେ ଛୁରାମାଡ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ ଜଣଙ୍କୁ ବୁଧବାର ପୋଲିସ ଗିରଫ କରିଛି । ସେମାନେ ହେଲେ ଗୋଖା ସାହିର...

ଖୋର୍ଦ୍ଧାକୁ ପଛରେ ପକାଇଲା ଭଦ୍ରକ: ଗୋଟିଏ ଦିନରେ ଚିହ୍ନଟ ହେଲେ ୨୮ ପଜିଟିଭ୍‌; ଜିଲାରେ ଆକ୍ରାନ୍ତ ସଂଖ୍ୟା ୭୪କୁ ବୃଦ୍ଧି

ଭଦ୍ରକ ଅଫିସ, ୧୭।୫- ରବିବାର ଭଦ୍ରକ ଜିଲାରେ ୨୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୪...

ଅନୁଗୋଳ ପୋଲିସର ଜୋରଦାର ଯାଞ୍ଚ

ଅନୁଗୋଳ ଅଫିସ, ୨୬।୨ – ବର୍ଷା ପାଗ ସତ୍ତ୍ୱେ ମଙ୍ଗଳବାର ଅନୁଗୋଳ ପୋଲିସ ପକ୍ଷରୁ ସହରରେ ଜୋରଦାର ଚେକିଂ କରାଯାଇଛି। ସହର ଉପକଣ୍ଠରେ ନାକାବନ୍ଦୀ କରାଯାଇ...

ବଳାତ୍କାରୀଙ୍କୁ ୭ ବର୍ଷ ଦଣ୍ଡାଦେଶ

ତାଳଚେର,୧୮ା୩(ନି.ପ୍ର): ଏକ ବଳାତ୍କାର ମାମଲାର ବିଚାର କରି ତାଳଚେର ଅତିରିକ୍ତ ଜିଲା ଦୌରାଜଜ୍‌ ଅମୃତ ରଞ୍ଜନ ନନ୍ଦ ମଙ୍ଗଳବାର ଖମାର ଉପଖଣ୍ଡ ବଡ଼ଗୁଣ୍ଡୁ ଗ୍ରାମର ସାଲୁକା...

କାଲିମେଳା ବ୍ଲକରେ ବଢ଼ିଚାଲିଛି କିଡ୍‌ନୀ ରୋଗ

କାଲିମେଳା,୪।୧୧(ଡି.ଏନ.ଏ.)- ମାଲକାନଗିରି ଜିଲା କଲିମେଳା ବ୍ଲକରେ ଦିନକୁ ଦିନ ବଢିଚାଲିଛି କିଡ୍‌ନୀ ରୋଗ। ବ୍ଲକରେ ଥିବା ୨୩ ପଞ୍ଚାୟତର ପ୍ରତ୍ୟେକ ଗ୍ରାମରେ ବହୁ ବ୍ୟକ୍ତି କିଡ୍‌ନୀ...

ପିପିଇ କିଟ୍‌ ପିନ୍ଧି ଭିକ୍ଷାବୃତ୍ତି

ଭଦ୍ରକ ଅଫିସ,୧୫।୨-ଭଦ୍ରକ ସହରରେ ଜଣେ କୋଭିଡ୍‌ ଯୋଦ୍ଧାଙ୍କ ଅଭିନବ ପ୍ରତିବାଦ। ଚାକିରି ହରାଇବା ପରେ ଭିକ୍ଷାବୃତ୍ତିକୁ ଆପଣାଇଛନ୍ତି ଏହି ଯୋଦ୍ଧା। ଦୀର୍ଘଦିନ ଧରି ସ୍ଥାୟୀ ଚାକିରି...

Advertisement
Archives

Model This Week