ଦେଢ ଲକ୍ଷ ଟଙ୍କାର ମୃତ୍ୟୁ ସଞ୍ଜିବନୀ ସୁରା ଜବତ, ବନ୍ଧା ହେଲେ ଅଭିଯୁକ୍ତ

ଧାମନଗର,୧।୬(ଡି.ଏନ.ଏ): ଭଦ୍ରକ ଜିଲା ଧାମନଗର ବ୍ଲକର ବିଭିନ୍ନ ଅଞ୍ଚଳରେ ଚୋରା ଦେଶୀ ଓ ବିଦେଶୀ ମଦ ସାଙ୍ଗକୁ ଧଳାଜହର କାରବାର ବଢ଼ିବାରେ ଲାଗିଛି। ଏପରିକି ଗ୍ରାମାଞ୍ଚଳରେ ବିଦେଶୀ, ଦେଶୀ ମଦ ଓ ମୃତ୍ୟୁ ସଞ୍ଜିବନୀ ସୁରା ବେଆଇନ ଭାବେ ବିକ୍ରି ବଢ଼ି ଚାଲିଛି। ଧାମନଗର ଅବକାରୀ ଥାନା ପକ୍ଷରୁ କରଦା ପଞ୍ଚାୟତର ଖଙ୍ଗରା ଗ୍ରାମର ବୁଦ୍ଧଦେବ ସାହୁଙ୍କ ଘରୁ ୨୫୨ଲିଟର ସୁରା ଜବତ କରାଯାଇଛି। ଏଥିସହ ବୁଦ୍ଧଦେବଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏନେଇ ଅବକାରୀ ଥାନାରେ ଏକ ମାମଲା (ନଂ.୩୨/୨୩) ରୁଜୁ ହୋଇଛି। ଜବତ ସୁରାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି କୁହାଯାଇଛି। ଧାମନଗର ଅବକାରୀ ଥାନା ଅଧିକାରୀ ସନ୍ଦୀପ ପାଢ଼ୀ, ଏସ୍‌ଆଇ ରବୀନ୍ଦ୍ର ବେହୁରିଆ, ଏଏସ୍‌ଆଇ ଭବେସ ଦାସ, ସାରାଣୀ ସେନାପତି, ରମାକାନ୍ତ ବାରିକ ଓ ସୂର୍ଯ୍ୟକାନ୍ତ କିଶୁ ଚଢ଼ାଉରେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି…

ହିନ୍ଦୁ ସାଧୁଙ୍କ ପାଦ ସ୍ପର୍ଶ କଲେ ଇରାନର ରାଷ୍ଟ୍ରପତି ପେଜେଶକିଆନ! ଭିଡିଓ ଭାଇରାଲ

ନୂଆଦିଲ୍ଲୀ/ତେହରାନ,୧୩।୯: ଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା ବ୍ରିକ୍ସ (BRICS) ସମ୍ମିଳନୀର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଇରାନର ରାଷ୍ଟ୍ରପତି…

ଖଣ୍ଡେ ପାନ ପାଇଁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ଯୁବକ

ମୋରଡ଼ା,୧୩ା୯(ସ୍ମାରକ ମାଜୀ): ଖଣ୍ଡେ ପାନ ପାଇଁ ଘଟିଛି ହତ୍ୟାକାଣ୍ଡ। ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ଜଣେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ସୋସିଆଲ ମିଡିଆରେ ଚର୍ଚ୍ଚା; କିଶୋର କୁମାରଙ୍କ ଗୀତ ଗାଇଲେ ପ୍ରଧାନମନ୍ତ୍ରୀ, ସବୁ କହିଲେ….

ନୂଆଦିଲ୍ଲୀ,୧୩।୯: ଭାରତରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀର ଗାଲା ଡିନରରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମଙ୍କ ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବିଭିନ୍ନ ଦାବି ନେଇ ଗୁଡ଼ାରି ବନ୍ଦ ଡାକରା, ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ଗୁଡ଼ାରି,୧୩ା୯(ପ୍ରମୋଦ କୁମାର ପତି): ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୨୨ ତାରିଖରେ ଗୁଡାରି ବନ୍ଦ ଡାକରା ଦିଆଯାଇଛି। ଏନେଇ ରବିବାର ବିଡିଓଙ୍କ ଅନୁପସ୍ଥିତିରେ ଜିପିଡିଓ ଶିବପ୍ରସାଦ…

ପୁଣି ଲଣ୍ଡନରେ କ୍ୱାଲିଟି ଟାଇମ ସ୍ପେଣ୍ଡ କରୁଥିବାର ନଜର ଆସିଲେ ତ୍ରିଶା-ବିଜୟ; ଭିଡିଓ ଭାଇରାଲ, ପ୍ରଶଂସକ କହିଲେ…

ଚେନ୍ନାଇ,୧୩।୯: ସୁପରଷ୍ଟାର ଥାଲାପତି ବିଜୟ ଏବଂ ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନଙ୍କ ଯୋଡ଼ିକୁ ପ୍ରଶଂସକମାନେ ଦୀର୍ଘ ଦିନ ଧରି ପସନ୍ଦ କରିଆସୁଛନ୍ତି। ଏହି ପସନ୍ଦ ସହିତ, ଉଭୟଙ୍କ ମଧ୍ୟରେ…

ଛୋଲେ-ଭଟୁରେ ତିଆରି କଲେ ପ୍ରିୟଙ୍କା ଗାନ୍ଧୀ, ସୋସିଆଲ ମିଡିଆରେ ଫଟୋ ସେୟାର କରି ରାହୁଲ କହିଲେ…

ନୂଆଦିଲ୍ଲୀ,୧୩।୯: କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରବିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଛୋଲେ-ଭଟୁରେର ଏକ ଫଟୋ ସେୟାର କରିଛନ୍ତି…

ଆକାଶ ଆନନ୍ଦଙ୍କ ଉପରେ ପୁଣି ବର୍ଷିଲେ ମାୟାବତୀ, ମୁଁ ଅସୁସ୍ଥ…..

ଲକ୍ଷ୍ନୌ,୧୩।୯: ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସୁପ୍ରିମୋ ମାୟାବତୀ ରବିବାର ଗଣମାଧ୍ୟମ ସହ ଆଲୋଚନା କରି ଆକାଶ ଆନନ୍ଦଙ୍କୁ ନେଇ ପୁଣି ବଡ଼ ଅଭିଯୋଗ ଆଣିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?