୪ ଓଡ଼ିଆଙ୍କୁ ଅମ୍ରିତ ପୁରସ୍କାର

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ନୂଆଦିଲ୍ଲୀ ପକ୍ଷରୁ ଶୁକ୍ରବାର ବିଭିନ୍ନ ବର୍ଗରେ ପୁରସ୍କାର ଘୋଷଣା କରାଯାଇଛି। ସ୍ବାଧୀନତାର ୭୫ବର୍ଷ ଉପଲକ୍ଷେ ୭୫ ବର୍ଷରୁ ଊର୍ଦ୍ଧ୍ୱ କଳାକାରଙ୍କୁ ‘ଏକକାଳୀନ ସଙ୍ଗୀତ ନାଟକ ଏକାଡେମୀ ଅମ୍ରିତ ପୁରସ୍କାର ୨୦୨୨’ ଦିଆଯିବ। ଏଥିପାଇଁ ଓଡ଼ିଶାରୁ ୪ଜଣ ମନୋନୀତ ହୋଇଛନ୍ତି। ଛଉରେ ଶିବ ପ୍ରସାଦ ଦାସ(ସିଦ୍ଧେଶ୍ୱର ଦାସ), ନାଟକରେ ଅନନ୍ତ ମହାପାତ୍ର, ଲୋକ ସଙ୍ଗୀତ (ବ୍ରହ୍ମା ବୀଣା)ରେ ଆନନ୍ଦ ବାଗ ଏବଂ ଓଡ଼ିଶୀ(ଗୋଟିପୁଅ)ନୃତ୍ୟରେ ଗୋବିନ୍ଦ ଚନ୍ଦ୍ର ପାଲ୍‌ ରହିଛନ୍ତି। ପ୍ରତି କଳାକାରଙ୍କୁ ୧ଲକ୍ଷ ଅର୍ଥରାଶି ସହ ତାମ୍ରପାତ୍ର ଓ ଅଙ୍ଗବସ୍ତ୍ର ଦିଆଯିବ। ଅନ୍ୟପକ୍ଷେ ୨୦୧୯, ୨୦୨୦ ଓ ୨୦୨୧ ବର୍ଷ ପାଇଁ ୧୨୮(୩ ଯୁଗ୍ମ) କଳାକାରଙ୍କୁ ‘ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର’ ଦିଆଯିବ। ଏମାନଙ୍କ ମଧ୍ୟରେ ଓଡ଼ିଶାରୁ ୨୦୧୯ରେ ଛଉନୃତ୍ୟ ପାଇଁ ବ୍ରଜେନ୍ଦ୍ର କୁମାର ପଟ୍ଟନାୟକ, ୨୦୨୧ରେ ନୃତ୍ୟ ପାଇଁ ସଙ୍ଗୀତରେ ବିଜୟ କୁମାର ଜେନା, ନାଟକ ପାଇଁ ନାଟ୍ୟକାର ମନୋଜ ପଟ୍ଟନାୟକ ଓ ସୁଗମ ସଙ୍ଗୀତରେ ଗାୟିକା ସୁସ୍ମିତା ଦାସ ଚୟନ ହୋଇଛନ୍ତି। ପ୍ରତ୍ୟେକଙ୍କୁ ୧ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ।
ସେହିପରି ଉପରୋକ୍ତ ୩ ବର୍ଷ ପାଇଁ ଦେଶର ୧୦୨ (୩ ଯୁଗ୍ମ)ଜଣଙ୍କୁ ‘ଉସ୍ତାଦ ବିସ୍‌ମିଲା ଖାନ୍‌ ଯୁବ ପୁରସ୍କାର’ ଦିଆଯିବ। ୪୦ ବର୍ଷରୁ କମ୍‌ କଳାକାରଙ୍କୁ ଏହି ପୁରସ୍କାର ଦିଆଯାଏ। ଓଡ଼ିଶାରୁ ୨୦୧୯ ଲାଗି ପ୍ରହଲ୍ଲାଦ ନାଟକ ପାଇଁ ସନ୍ତୋଷ କୁମାର ରଣା ଓ ୨୦୨୦ ଲାଗି ଓଡ଼ିଶୀ ସଙ୍ଗୀତ ପାଇଁ ରୂପକ ପରିଡ଼ା ଏବଂ ଓଡ଼ିଶୀ ନୃତ୍ୟ ପାଇଁ ପ୍ରଭାତ କୁମାର ସ୍ବାଇଁ ମନୋନୀତ ହୋଇଛନ୍ତି। ପୁରସ୍କାର ବାବଦକୁ ୨୫ହଜାର ଟଙ୍କା ଲେଖାଏ ଅର୍ଥରାଶି ପ୍ରଦାନ କରାଯିବ।
ଏଥିସହ ‘ସଙ୍ଗୀତ ନାଟକ ଏକାଡେମୀ ଫେଲୋଶିପ୍‌ (ଏକାଡେମୀ ରତ୍ନ)’ ପାଇଁ ୧୦ଜଣଙ୍କୁ ଚୟନ କରାଯାଇଛି। ସେମାନେ ହେଲେ ସରୋଜା ବୈଦ୍ୟନାଥନ୍‌, ସଦାନାମ କ୍ରିଷ୍ଣନ୍‌ କୁଟ୍ଟୀ, ଦର୍ଶାନନ୍‌ ଝାଭେରୀ, ଛନ୍ନୁଲାଲ ମିଶ୍ର, ଏ. କେ. ସି. ନଟରାଜନ୍‌, ସ୍ବପ୍ନା ଚୌଧୁରୀ, ମାଳିନୀ ରାଜୁର୍‌କାର, ଟି. ଭି. ଗୋପାଳକ୍ରିଷ୍ଣନ୍‌, ତିଜାନ ବାଈ ଓ ଭରତ ଗୁପ୍ତ। ଏମାନଙ୍କୁ ୩ଲକ୍ଷ ଲେଖାଏ ଅର୍ଥରାଶିର ଫେଲୋଶିପ ଦିଆଯିବ। ଏ ନେଇ ଏକାଡେମୀ ସଚିବ ଅନିମେଶ ପି.ରଞ୍ଜନ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

କଳାହାଣ୍ଡିରେ କଲେଜ ନିର୍ବାଚନ ନ ହେଉଣୁ ଉତ୍ତେଜନା: ପୋଷ୍ଟର ଚିରାକୁ ନେଇ ଜାତୀୟ ରାଜପଥରେ ଏବିଭିପିର ବିକ୍ଷୋଭ, ଥାନାରେ…

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ)-କଲେଜ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ କଳାହାଣ୍ଡି ଜିଲାରେ କ୍ୟାମ୍ପସ ରାଜନୀତି ସରଗରମ ହେବାରେ ଲାଗିଛି। ବୁଧବାର ଅପରାହ୍ନରେ ଭବାନୀପାଟଣା କଲେଜ ଛକ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?