Posted inଫୁରସତ

କାନରୁ ଆସୁଥିଲା ଏମିତି ଶବ୍ଦ, ଟେଷ୍ଟ ପରେ ଜଣାପଡ଼ିଲା ବୁଢ଼ିଆଣୀ ବସେଇଥିଲା…

ପ୍ରାୟ ସମସ୍ତ ପ୍ରକାର କୀଟ ଆମ ଚାରିପାଖରେ ରହିଛନ୍ତି,  ଯଦିଓ ସେମାନେ ଆମର କୌଣସି କ୍ଷତି କରନ୍ତି ନାହିଁ। ହେଲେ କେବେକେବେ ଏପରି ଘଟେ  ସେମାନେ ଆମ ଅଜଣାତରେ  ଅନେକ କ୍ଷତି କରି ବସନ୍ତି। ବ୍ରିଟେନର ଜଣେ ମହିଳାଙ୍କ ସହ ଠିକ୍‌ ଏହପରି ଘଟଣା ଘଟିଛି। ମହିଳା ଜଣଙ୍କ ଯାହା ଅନୁଭବ କରୁଥିଲେ ତାହା ଜାଣିବା ପରେ   ଯେ କେହି ଆାଶ୍ଚର୍ଯ୍ୟ ହୋଇଯିବେ । ଲୁଇ ୱାଇଲ୍ଡ ନାମକ ଏହି ମହିଳା ଜଣକ  କିଛି ଦିନ ଧରି କାନରେ  ଯନ୍ତ୍ରଣା ଭୋଗୁଥିଲେ।
ତାଙ୍କ କାନରୁ  ଅଜବ ଶବ୍ଦ ଆସୁଥିଲା। ସେ ଭାବୁଥିଲେ କାନରେ ଜମା ହୋଇଥିବା ମଇଳା ଯୋଗୁ ଏପରି ହେଉଛି।  ଲୁଇ ପ୍ରଥମେ ନିଜ କାନ ପରୀକ୍ଷା କଲେ। ମାତ୍ର ଯେତେବେଳେ କାନ ଭିତରେ ଥିବା ସତ୍ୟ ସାମ୍ନାକୁ ଆସିଲା, ସେ ଆଶ୍ଚର୍ଯ୍ୟ ହୋଇଗଲେ।
ଖବର ଅନୁଯାୟୀ, କାନରୁ କ୍ରମାଗତ ଭାବେ ଯେବେ ସେ ଅଜବ ଶବ୍ଦ ଶୁଣିବା ଆରମ୍ଭ କଲେ ସେତେବେଳେ ଚିନ୍ତିତ ହୋଇଗଲେ। ପ୍ରଥମେ ସେ ଇଲେକ୍ଟ୍ରୋନ ଇୟର କ୍ଲିନ୍‌ ଡେଭିସ୍‌ ସ୍ମାର୍ଟବଡରୁ ତାଙ୍କ କାନରେ କଣ ଅଛି ଜାଣିବାକୁ ଚେଷ୍ଟା କଲେ।  ତେବେ ଡିଭାଇସର Q- ଟିପ୍‌ କ୍ୟାମେରାରୁ ଜଣାପଡ଼ିଥିଲାଯେ, ଏକ ବୁଢ଼ିଆଣୀ ତାଙ୍କ କାନରେ ବାସ କରିଥିଲା।  ଏହା କେବେ ଓ କିପରି ଘଟିଲା ସେ ନିଜେ ମଧ୍ୟ ଜାଣିପାରି ନ ଥିଲେ ।  ଶେଷରେ ଲୁଇ ବ୍ରିଟେନର ଜରୁରୀକାଳୀନ ନମ୍ବରରେ କଲ୍‌ କରିଥିଲେ। ପରେ କାନରେ ଉଷୁମ ଅଲିଭ ତେଲପ କାଯାଇ ବୁଢ଼ିଆଣିକୁ ବାହାର କରାଯାଇଥିଲା।
ଏହି ବୁଢ଼ିଆଣୀର ଲମ୍ବ ପ୍ରାୟ ଏକ ସେମି ଥିଲା । ବୁଢ଼ିଆଣୀ କାନରୁ ବାହାରିବା ପରେ ମହିଳାଙ୍କ କାନରୁ ରକ୍ତ ବାହାରିବାକୁ  ଲାଗିଲା। ଡାକ୍ତର ପ୍ରାୟ ଏକ ସପ୍ତାହ ଧରି ତାଙ୍କୁ ଔଷଧ ଦେଇଥିଲେ।  ଏହା ପରେ ମଧ୍ୟ  ତାଙ୍କୁ ଯନ୍ତ୍ରଣା ହେଉଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

ଏସିଆନ ଗେମ୍ସ ଚୟନରେ ଭାଗନେବେ ଭିନେଶ

ନୂଆଦିଲ୍ଲୀ, ୨୩ା୫: ରେସଲର ଭିନେଶ ଫୋଗତ ଆଗାମୀ ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ଭାଗ ନେବେ। ଏଥିନେଇ ତାଙ୍କୁ ଦିଲ୍ଲୀ ହାଇକୋର୍ଟ ଅନୁମତି ପ୍ରଦାନ କରିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri