ଅଲିଭ୍‌ ରିଡ୍‌ଲେ ପ୍ରଜନନ: ୧ରୁ କଟକଣା

ଭୁବନେଶ୍ୱର, ୨୭ ।୧୦(ବ୍ୟୁରୋ): ଚଳିତବର୍ଷ ଅଲିଭ୍‌ ରିଡ୍‌ଲେ ପ୍ରଜନନ ଋତୁରେ ଏମାନଙ୍କ ସଂରକ୍ଷଣ ଓ ସୁରକ୍ଷା ପାଇଁ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି ହୋଇଛି। ନଭେମ୍ବର ୧ରୁ ୨୦୨୨ ମେ’ ୩୧ ପର୍ଯ୍ୟନ୍ତ କଟକଣା ଲାଗିବ। ଧାମରା, ଦେବୀ ଓ ଋଷିକୁଲ୍ୟା ନଦୀ ମୁହାଣ ନିକଟରେ ସମୁଦ୍ର ଉପକୂଳରୁ ୨୦ କି.ମି. ପର୍ଯ୍ୟନ୍ତ ନିର୍ଦ୍ଧାରିତ ଅଞ୍ଚଳ ମଧ୍ୟରେ ମାଛମରାକୁ ନିଷେଧ କରାଯାଇଛି। ସେହିପରି ଯନ୍ତ୍ର ଚାଳିତ ଡଙ୍ଗା, ଟ୍ରଲର ବା ଯାନ୍ତ୍ରିକ କୌଶଳରେ ମାଛମରାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ତେବେ ବିନା ମୋଟର ବୋଟ୍‌ରେ ପାରମ୍ପରିକ ଢଙ୍ଗରେ ମାଛ ଧରୁଥିବା ମତ୍ସ୍ୟଜୀବୀଙ୍କୁ ଅଯଥାରେ ଅସୁବିଧାରେ ନ ପକାଇବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଅଲିଭ୍‌ ରିଡ୍‌ଲେ ସଂରକ୍ଷଣ ନିମନ୍ତେ ମଙ୍ଗଳବାର ରାଜ୍ୟ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଶାସନ ସଚିବ ମହାପାତ୍ର ଏଥିରେ ଅଧ୍ୟକ୍ଷତା କରି ପ୍ରକୃତିର ଏହି ଅମୂଲ୍ୟ ସମ୍ପତ୍ତିର ସଂରକ୍ଷଣ ନିମନ୍ତେ କ୍ଷେତ୍ରସ୍ତରରେ ସମନ୍ବିତ ଭାବେ କାର୍ଯ୍ୟ କରିବାକୁ ଜଙ୍ଗଲ ଓ ପରିବେଶ ବିଭାଗ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ, ପୋଲିସ, ସମୁଦ୍ରତଟ ପୋଲିସ, ତଟ ସୁରକ୍ଷା ବାହିନୀ, ସମ୍ପୃକ୍ତ ଜିଲା ପ୍ରଶାସନ ଏବଂ ବନ୍ଦର କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି କାର୍ଯ୍ୟରେ ସାମାଜିକ ଅନୁଷ୍ଠାନ ଓ ସ୍ଥାନୀୟ ଜନପ୍ରତିନିଧିଙ୍କୁ ସାମିଲ କରି ସଚେତନତା ଓ ସୁରକ୍ଷା କାର୍ଯ୍ୟକ୍ରମକୁ ଏକ ଲୋକ-ଅଭିଯାନରେ ପରିଣତ କରାଯିବ। କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ଡିଆର୍‌ଡିଓ ଏବଂ ଉପକୂଳବର୍ତ୍ତୀ ୩ ବନ୍ଦର କର୍ତ୍ତୃପକ୍ଷ ସଂରକ୍ଷଣ ନିୟମକୁ କଡ଼ାକଡ଼ି ଅନୁପାଳନ କରିବା ସହ ରାତିରେ ତୀବ୍ର ଆଲୋକ ରଶ୍ମିକୁ ଅବନତ କରିବେ। ମିଳିତ ଅପରେଶନ ନିମନ୍ତେ ଆବଶ୍ୟକ ସହଯୋଗ ଯୋଗାଇଦେବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ବନ୍ଦର କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନର ବୈଜ୍ଞାନିକ ଡ. ଶିବ କୁମାର ଓ ବିଶେଷଜ୍ଞ ଡ. ପ୍ରିୟମ୍ବଦା ମହାନ୍ତି(ହେଜମାଦି) କହିଲେ, ଅଲିଭ୍‌ ରିଡ୍‌ଲେ ସଂରକ୍ଷଣ ଓ ବୃଦ୍ଧି ଦିଗରେ ଓଡ଼ିଶା ସରକାରଙ୍କ ଉଲ୍ଲେଖନୀୟ ଅବଦାନ ରହିଛି। ଓଡ଼ିଶାର ଆନ୍ତଃ ବିଭାଗୀୟ ଟିମ୍‌ ଓ ସ୍ଥାନୀୟ ବାସିନ୍ଦାଙ୍କ ସହ ସମନ୍ବିତ ସୁରକ୍ଷା ମଡେଲ ଆନ୍ତର୍ଜାତିକ ସ୍ତରରେ ପ୍ରଶଂସିତ ହେବା ସହିତ ସର୍ବଶ୍ରେଷ୍ଠ ପ୍ରମାଣିତ ହୋଇଛି।
ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା କହିଲେ, ଚଳିତ ବର୍ଷ କଇଁଚ୍ଛ ସୁରକ୍ଷା ନିମନ୍ତେ ଭଦ୍ରକ, ରାଜନଗର, ପୁରୀ ଓ ବ୍ରହ୍ମପୁର ଆଦି ୪ଟି ବନ୍ୟଜନ୍ତୁ ବନଖଣ୍ଡକୁ ସମୁଦାୟ ୫ ତୀବ୍ରଗତି ସମ୍ପନ୍ନ ବୋଟ୍‌ ସହ ୧୩ ଟ୍ରଲର ଏବଂ ସହାୟକ ବୋଟ୍‌ ଯୋଗାଇ ଦିଆଯାଇଛି। ସେହିପରି ୬୬ଟି ପାଟ୍ରୋଲିଂ କ୍ୟାମ୍ପ୍‌ କରାଯିବ। ପିସିସିଏଫ୍‌(ବନ୍ୟଜନ୍ତୁ) ଶଶୀ ପଲ୍‌ କହିଲେ, ଗତବର୍ଷ ଗହୀରମଥା ଉପକୂଳରେ ପ୍ରାୟ ୩.୫ଲକ୍ଷ କଇଁଚ୍ଛ ଅଣ୍ଡାଦେଇଥିଲେ। ଗତ ମାର୍ଚ୍ଚ ୧୦ ରୁ ମାର୍ଚ୍ଚ ୨୪ ମଧ୍ୟରେ ସାମୂହିକ ଅଣ୍ଡାଦାନ ହୋଇଥିଲା। ପ୍ରବର୍ତ୍ତନ କାର୍ଯ୍ୟରେ ୩୮ ଟ୍ରଲର୍‌ ସିଜ୍‌ ସହ ୨୦୨ ଜଣ ବ୍ୟକ୍ତିଙ୍କୁ ଅଟକ ରଖାଯାଇଥିଲା। ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ଶାସନ ସଚିବ ଆର୍‌.ରଘୁ ପ୍ରସାଦ କହିଲେ, ମତ୍ସ୍ୟଜୀବୀ ଏବଂ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ନିମନ୍ତେ ଏକ ମୋବାଇଲ୍‌ ଆପ୍‌ ପ୍ରସ୍ତୁତ କରାଯାଇଛି। ଏହି ଆପ୍‌ ମାଧ୍ୟମରେ ମତ୍ସ୍ୟଜୀବୀମାନେ ମାଛମରା ନିଷିଦ୍ଧ ଅଞ୍ଚଳର ସୀମା ଦେଖିପାରିବେ। ନିଷିଦ୍ଧ ଅଞ୍ଚଳକୁ ପଶିବା କ୍ଷଣି ଉକ୍ତ ଆପ୍‌ ଆଲର୍ଟ ମେସେଜ୍‌ ଦେବ। ବୈଠକରେ ପିସିସିଏଫ୍‌ ଶିଶିର କୁମାର ରଥଙ୍କ ସମେତ ତଟ ସୁରକ୍ଷା ବାହିନୀ କମାଣ୍ଡାଣ୍ଟ, ବନ୍ୟଜନ୍ତୁ ସଂରକ୍ଷଣ ଅନୁଷ୍ଠାନର ନିର୍ଦ୍ଦେଶକ ଓ ବୈଜ୍ଞାନିକଙ୍କ ସମେତ ଡିଆର୍‌ଡିଓ, ଆଇଟିଆର୍‌, ୩ ବନ୍ଦରର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା ସୌମ୍ୟରଞ୍ଜନଙ୍କ ପୋଷ୍ଟମର୍ଟମ ରିପୋର୍ଟ

କଟକ ଅଫିସ,୨୬ା୭: ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ର ପୋଷ୍ଟମର୍ଟମ ରିପୋର୍ଟ ଆଜି ଆସିଛି। କଟକ ମର୍କତନଗର ଥାନାରୁ ସୌମଙ୍କ ପରିବାର...

ବୋଲଗଡ଼ ରୋଡ୍‌ ହେବ ମାଣିକାଗୋଡ଼ା ରେଳ ଷ୍ଟେଶନ

ବୋଲଗଡ଼,୨ା୯(ଡି.ଏନ୍‌.ଏ.):ଖୋର୍ଦ୍ଧା ଜିଲାର ବୋଲଗଡ଼ ରୋଡ୍‌ ରେଳ ଷ୍ଟେଶନର ନାମ ପରିବର୍ତ୍ତନ କରାଯାଇ ମାଣିକାଗୋଡ଼ା ହେବ। ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଚିଠି ମାଧ୍ୟମରେ ଭୁବନେଶ୍ୱର...

ଜାଲ୍‌ ସାର୍ଟିଫିକେଟ: ୧୮ ବର୍ଷ ପରେ ଗଲା ଚାକିରି

ପୋଲସରା,୩୦ା୪: ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଅଭିଯୋଗରେ ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କୁ ବହିଷ୍କାର କରାଯାଇଛି। ସେ ହେଲେ ଗଞ୍ଜାମ ଜିଲା ପୋଲସରା ବ୍ଲକ ବିଲେଇଝୁରି...

ଡାକ୍ତର ସୁମିତଙ୍କ ଘର ଗ୍ରୀଲ ଭାଙ୍ଗିଲେ ମହିଳା

ବ୍ରହ୍ମପୁର ଅଫିସ,୨୦ା୧୨: ଡାକ୍ତର ସୁମିତ ଏବଂ ତପସ୍ବିନୀଙ୍କ ପାରିବାରକ କଳହ ନୂଆଁ ମୋଡ଼ ନେଉଛି। ଗୋଟିଏ ପଟେ ନ୍ୟାୟ ଓ ନିଜ ଅଧିକାର ପାଇଁ ବ୍ରହ୍ମପୁର...

୩ରୁ ଆରମ୍ଭ ହେବ ଯୁକ୍ତ୨ ଅଫ୍‌ଲାଇନ୍‌ ପରୀକ୍ଷା ପାଇଁ ଆବେଦନ

ଭୁବନେଶ୍ୱର,୧।୯(ବ୍ୟୁରୋ): ଯୁକ୍ତ ୨ ପରୀକ୍ଷା ଫଳରେ ଯେଉଁମାନେ ଅସନ୍ତୁଷ୍ଟ ଅଛନ୍ତି ସେମାନଙ୍କୁ ଅଫ୍‌ଲାଇନ ପରୀକ୍ଷା ସୁଯୋଗ ଦିଆଯିବ। ଏଥିପାଇଁ ଆସନ୍ତା ୩ ତାରିଖରୁ ଅସନ୍ତୁଷ୍ଟ ପରୀକ୍ଷାର୍ଥୀ...

ବିଜୟାରାଜେ ସିନ୍ଧିଆଙ୍କ ୧୦୦ତମ ଜୟନ୍ତୀ ପାଳନ କଲା ଭାଜପା

ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ବିଜୟାରାଜେ ସିନ୍ଧିଆଙ୍କ ଶନିବାର ୧୦୦ତମ ଜନ୍ମ ଜୟନ୍ତୀ ପାଳିତ ହୋଇଛି। ସିନ୍ଧିଆ ମଧ୍ୟପ୍ରଦେଶଠାରେ ୧୨ ଅକ୍ଟୋବର ୧୯୧୯ରେ ଜନ୍ମ ହୋଇଥିଲେ। ସେ ଭାଜପାର ପ୍ରତିଷ୍ଠାତା...

ଅଦିନିଆ ରଥଯାତ୍ରାକୁ ତୀବ୍ର ବିରୋଧ

ପୁରୀ ଅଫିସ,୩୧।୧: ଚଳିତବର୍ଷ ରଥଯାତ୍ରା ପାଇଁ ପୁରୀରେ ଗୁରୁବାର ରଥକାଠ ଅନୁକୂଳ ହୋଇଛି। ଠିକ୍‌ ଏହିଦିନ ଇସ୍କନ ପକ୍ଷରୁ ମୁମ୍ବାଇରେ ଅନୁଷ୍ଠିତ ହୋଇଛି ରଥଯାତ୍ରା। ଏହି...

ସମଗ୍ର ଶିକ୍ଷା ସମୀକ୍ଷା ବୈଠକ

ଅନୁଗୋଳ ଅଫିସ, ୧୧।୬ ଅନୁଗୋଳ ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ସମଗ୍ର ଶିକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାରେ...

Advertisement
Archives

Model This Week