ଅଲିଭ୍‌ ରିଡ୍‌ଲେ ପ୍ରଜନନ: ୧ରୁ କଟକଣା

ଭୁବନେଶ୍ୱର, ୨୭ ।୧୦(ବ୍ୟୁରୋ): ଚଳିତବର୍ଷ ଅଲିଭ୍‌ ରିଡ୍‌ଲେ ପ୍ରଜନନ ଋତୁରେ ଏମାନଙ୍କ ସଂରକ୍ଷଣ ଓ ସୁରକ୍ଷା ପାଇଁ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି ହୋଇଛି। ନଭେମ୍ବର ୧ରୁ ୨୦୨୨ ମେ’ ୩୧ ପର୍ଯ୍ୟନ୍ତ କଟକଣା ଲାଗିବ। ଧାମରା, ଦେବୀ ଓ ଋଷିକୁଲ୍ୟା ନଦୀ ମୁହାଣ ନିକଟରେ ସମୁଦ୍ର ଉପକୂଳରୁ ୨୦ କି.ମି. ପର୍ଯ୍ୟନ୍ତ ନିର୍ଦ୍ଧାରିତ ଅଞ୍ଚଳ ମଧ୍ୟରେ ମାଛମରାକୁ ନିଷେଧ କରାଯାଇଛି। ସେହିପରି ଯନ୍ତ୍ର ଚାଳିତ ଡଙ୍ଗା, ଟ୍ରଲର ବା ଯାନ୍ତ୍ରିକ କୌଶଳରେ ମାଛମରାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ତେବେ ବିନା ମୋଟର ବୋଟ୍‌ରେ ପାରମ୍ପରିକ ଢଙ୍ଗରେ ମାଛ ଧରୁଥିବା ମତ୍ସ୍ୟଜୀବୀଙ୍କୁ ଅଯଥାରେ ଅସୁବିଧାରେ ନ ପକାଇବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଅଲିଭ୍‌ ରିଡ୍‌ଲେ ସଂରକ୍ଷଣ ନିମନ୍ତେ ମଙ୍ଗଳବାର ରାଜ୍ୟ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଶାସନ ସଚିବ ମହାପାତ୍ର ଏଥିରେ ଅଧ୍ୟକ୍ଷତା କରି ପ୍ରକୃତିର ଏହି ଅମୂଲ୍ୟ ସମ୍ପତ୍ତିର ସଂରକ୍ଷଣ ନିମନ୍ତେ କ୍ଷେତ୍ରସ୍ତରରେ ସମନ୍ବିତ ଭାବେ କାର୍ଯ୍ୟ କରିବାକୁ ଜଙ୍ଗଲ ଓ ପରିବେଶ ବିଭାଗ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ, ପୋଲିସ, ସମୁଦ୍ରତଟ ପୋଲିସ, ତଟ ସୁରକ୍ଷା ବାହିନୀ, ସମ୍ପୃକ୍ତ ଜିଲା ପ୍ରଶାସନ ଏବଂ ବନ୍ଦର କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି କାର୍ଯ୍ୟରେ ସାମାଜିକ ଅନୁଷ୍ଠାନ ଓ ସ୍ଥାନୀୟ ଜନପ୍ରତିନିଧିଙ୍କୁ ସାମିଲ କରି ସଚେତନତା ଓ ସୁରକ୍ଷା କାର୍ଯ୍ୟକ୍ରମକୁ ଏକ ଲୋକ-ଅଭିଯାନରେ ପରିଣତ କରାଯିବ। କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ଡିଆର୍‌ଡିଓ ଏବଂ ଉପକୂଳବର୍ତ୍ତୀ ୩ ବନ୍ଦର କର୍ତ୍ତୃପକ୍ଷ ସଂରକ୍ଷଣ ନିୟମକୁ କଡ଼ାକଡ଼ି ଅନୁପାଳନ କରିବା ସହ ରାତିରେ ତୀବ୍ର ଆଲୋକ ରଶ୍ମିକୁ ଅବନତ କରିବେ। ମିଳିତ ଅପରେଶନ ନିମନ୍ତେ ଆବଶ୍ୟକ ସହଯୋଗ ଯୋଗାଇଦେବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ବନ୍ଦର କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନର ବୈଜ୍ଞାନିକ ଡ. ଶିବ କୁମାର ଓ ବିଶେଷଜ୍ଞ ଡ. ପ୍ରିୟମ୍ବଦା ମହାନ୍ତି(ହେଜମାଦି) କହିଲେ, ଅଲିଭ୍‌ ରିଡ୍‌ଲେ ସଂରକ୍ଷଣ ଓ ବୃଦ୍ଧି ଦିଗରେ ଓଡ଼ିଶା ସରକାରଙ୍କ ଉଲ୍ଲେଖନୀୟ ଅବଦାନ ରହିଛି। ଓଡ଼ିଶାର ଆନ୍ତଃ ବିଭାଗୀୟ ଟିମ୍‌ ଓ ସ୍ଥାନୀୟ ବାସିନ୍ଦାଙ୍କ ସହ ସମନ୍ବିତ ସୁରକ୍ଷା ମଡେଲ ଆନ୍ତର୍ଜାତିକ ସ୍ତରରେ ପ୍ରଶଂସିତ ହେବା ସହିତ ସର୍ବଶ୍ରେଷ୍ଠ ପ୍ରମାଣିତ ହୋଇଛି।
ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା କହିଲେ, ଚଳିତ ବର୍ଷ କଇଁଚ୍ଛ ସୁରକ୍ଷା ନିମନ୍ତେ ଭଦ୍ରକ, ରାଜନଗର, ପୁରୀ ଓ ବ୍ରହ୍ମପୁର ଆଦି ୪ଟି ବନ୍ୟଜନ୍ତୁ ବନଖଣ୍ଡକୁ ସମୁଦାୟ ୫ ତୀବ୍ରଗତି ସମ୍ପନ୍ନ ବୋଟ୍‌ ସହ ୧୩ ଟ୍ରଲର ଏବଂ ସହାୟକ ବୋଟ୍‌ ଯୋଗାଇ ଦିଆଯାଇଛି। ସେହିପରି ୬୬ଟି ପାଟ୍ରୋଲିଂ କ୍ୟାମ୍ପ୍‌ କରାଯିବ। ପିସିସିଏଫ୍‌(ବନ୍ୟଜନ୍ତୁ) ଶଶୀ ପଲ୍‌ କହିଲେ, ଗତବର୍ଷ ଗହୀରମଥା ଉପକୂଳରେ ପ୍ରାୟ ୩.୫ଲକ୍ଷ କଇଁଚ୍ଛ ଅଣ୍ଡାଦେଇଥିଲେ। ଗତ ମାର୍ଚ୍ଚ ୧୦ ରୁ ମାର୍ଚ୍ଚ ୨୪ ମଧ୍ୟରେ ସାମୂହିକ ଅଣ୍ଡାଦାନ ହୋଇଥିଲା। ପ୍ରବର୍ତ୍ତନ କାର୍ଯ୍ୟରେ ୩୮ ଟ୍ରଲର୍‌ ସିଜ୍‌ ସହ ୨୦୨ ଜଣ ବ୍ୟକ୍ତିଙ୍କୁ ଅଟକ ରଖାଯାଇଥିଲା। ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ଶାସନ ସଚିବ ଆର୍‌.ରଘୁ ପ୍ରସାଦ କହିଲେ, ମତ୍ସ୍ୟଜୀବୀ ଏବଂ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ନିମନ୍ତେ ଏକ ମୋବାଇଲ୍‌ ଆପ୍‌ ପ୍ରସ୍ତୁତ କରାଯାଇଛି। ଏହି ଆପ୍‌ ମାଧ୍ୟମରେ ମତ୍ସ୍ୟଜୀବୀମାନେ ମାଛମରା ନିଷିଦ୍ଧ ଅଞ୍ଚଳର ସୀମା ଦେଖିପାରିବେ। ନିଷିଦ୍ଧ ଅଞ୍ଚଳକୁ ପଶିବା କ୍ଷଣି ଉକ୍ତ ଆପ୍‌ ଆଲର୍ଟ ମେସେଜ୍‌ ଦେବ। ବୈଠକରେ ପିସିସିଏଫ୍‌ ଶିଶିର କୁମାର ରଥଙ୍କ ସମେତ ତଟ ସୁରକ୍ଷା ବାହିନୀ କମାଣ୍ଡାଣ୍ଟ, ବନ୍ୟଜନ୍ତୁ ସଂରକ୍ଷଣ ଅନୁଷ୍ଠାନର ନିର୍ଦ୍ଦେଶକ ଓ ବୈଜ୍ଞାନିକଙ୍କ ସମେତ ଡିଆର୍‌ଡିଓ, ଆଇଟିଆର୍‌, ୩ ବନ୍ଦରର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୀତବାସ ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ: ଡାକ୍ତରଙ୍କ ମୋବାଇଲ ଫୋନ ଜବତ

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଯେଉଁ ମୋବାଇଲ ଫୋନରୁ ଧମକ ମିଳିଥିବା ତାହା ସେଠାରେ କାର୍ଯ୍ୟରତ…

ପୋଖରୀରେ ବୁଡ଼ି ଚାଲିଗଲା ଜୀବନ

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମା’ନାରାୟଣୀ ଠାକୁରାଣୀ ମନ୍ଦିର ନିକଟ ପୋଖରୀକୁ ଶୌଚ ପାଇଁ ଯାଇଥିବା ଜଣେ ମହିଳା ଗୁରୁବାର…

ରାଣୀ ସାହି ଦୁର୍ଗାପୂଜା କମିଟି ଗଠିତ, ଆଶ୍ୱିନ ମହାସପ୍ତମୀରୁ ହେବ ମହୋତ୍ସବ

ଦିଗପହଣ୍ଡି,୧୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ. ୱାର୍ଡ ରାଣୀ ସାହି ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି…

‘ମୁକ୍ତା’ଯୋଜନାରେ ହୋଇଥିବା କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ହେବ: ବିଧାୟକ

ଗୁଡାରି,୧୭।୯(ପ୍ରମୋଦ କୁମାର ପତି): ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଗୁଡାରି ଏନ୍‌ଏସି କାର୍ଯ୍ୟାଳୟରେ ଗୁରୁବାର ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ। ନଥିପତ୍ର ଯାଞ୍ଚ ପରେ ଭେଣ୍ଡି ଜୋନ…

ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ା୯(ସୁଚିସ୍ମିତା ସାହୁ): ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଜଳିଲା କୋଟିଏରୁ ଅଧିକ ‘ଆଶୀର୍ବାଦ ଦୀପ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ଗୁରୁବାର ରାଜ୍ୟ ସରକାରଙ୍କ…

‘ସ୍ନେହଭରା ପ୍ରତ୍ୟେକ ଶବ୍ଦ ପାଇଁ…’ ଜନ୍ମଦିନର ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନ ଅବସରରେ ମିଳିଥିବା ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ପୋଷ୍ଟ କରି…

ଜମିକୁ ଯାଇ ଗଛରେ ଝୁଲି ପଡ଼ିଲେ ଚାଷୀ

ଭେଡେନ,୧୭।୯(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଅଧୀନ ରେଶମ ପ୍ରଧାନପାଲି ଗ୍ରାମରୁ ଗୁରୁବାର ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଉକ୍ତ ଗ୍ରାମର…

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଝଲସିଲା ମନ୍ଦିର ପ୍ରାଙ୍ଗଣ

ପାଟଣା,୧୭।୯(ବୀର କିଶୋର ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ବିଭିନ୍ନ ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନରେରେ ଗୁରୁବାର ସନ୍ଧ୍ୟାରେ ପ୍ରଦୀପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?