ଚିକିତ୍ସା ନ କରି ବୃଦ୍ଧାଙ୍କୁ ଜଙ୍ଗଲରେ ଛାଡ଼ି ଦେଲେ

ବରଗଡ଼ ଅଫିସ୍‌,୧୯।୯: ବରଗଡ଼ ଜିଲା ଅତାବିରା ଥାନା ଅଧୀନ ଖରମୁଣ୍ଡା ପଞ୍ଚାୟତ ଘନଘଟି ଗ୍ରାମର ଜଣେ ବୃଦ୍ଧାଙ୍କୁ ଚିକିତ୍ସା ନ କରି ପରିବାର ଲୋକେ ଜଙ୍ଗଲରେ ଛାଡ଼ିଦେବା ଘଟଣା ଶନିବାର ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, ବୃଦ୍ଧା ଜଣକ ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରେ ଥିଲେ । ତାଙ୍କ ମୁଣ୍ଡରେ ଘା ହୋଇଥିବା ବେଳେ ହାତରେ ଧଳାଦାଗ ଥିଲା । ତେଣୁ ସେ ସାମାଜିକ ବାସନ୍ଦର ସମ୍ମୁଖୀନ ହୋଇଥିଲେ । ପରିବାର ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ବୃଦ୍ଧାଙ୍କୁ ବାରପାହାଡ଼ ଜଙ୍ଗଲରେ ଏକ ପଲିଥିନ କୁଡ଼ିଆ କରି ଛାଡ଼ି ଦେଇଥିଲେ। ଖବର ପାଇ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରର କିଛି ସଦସ୍ୟ ସେଠାକୁ ପହଞ୍ଚିଥିଲେ। ଆମ୍ବୁଲାନ୍ସ ନ ଯିବାରୁ ଷ୍ଟ୍ରେଚରରେ ବୋହି ବୃଦ୍ଧାଙ୍କୁ ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ। ପରେ ତାଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲ। ଏଭଳି ଘଟଣା ଜିଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରଥଖଳାରେ ପହଞ୍ଚିଲା ୪୦ ଫୁଟିଆ କାଠ

ପୁରୀ ଅଫିସ,୧୬ା୪: କରୋନା ପାଇଁ ଚଳିତବର୍ଷ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆୟୋଜନକୁ ନେଇ ନାନା ପ୍ରକାର ଚର୍ଚ୍ଚା ଚାଲିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଜାରିରହିଛି।...

କୁଲଡ଼ିହାରେ ବନ୍ୟଜନ୍ତୁ ଅସୁରକ୍ଷିତ : ୩ କୁକୁର ଆକ୍ରମଣରେ ହରିଣ ମୃତ

ସଜନାଗଡ଼, ୨୯।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକରେ ଥିବା କୁଲଡିହା ଅଭୟାରଣ୍ୟରେ ବନ୍ୟପ୍ରାଣୀ ଏବେ ଅସୁରକ୍ଷିତ ହୋଇପଡିଛନ୍ତି। ଶୁକ୍ରବାର କୁଲଡିହା ଅଭୟାରଣ୍ୟ ଅଧୀନ ତଥା ହାତୀଖୁଲିଆ-କୁନ୍ଦୁଡ଼ି ରାସ୍ତାରେ...

କେନ୍ଦ୍ରୀୟ ବିଦ୍ୟାଳୟରେ ଖୋଲିଲା ଏକାଦଶ ଶ୍ରେଣୀ

ନୟାଗଡ଼ ଅଫିସ,୬ା୯-ବହୁଦିନର ଦାବି ଓ ଆନ୍ଦୋଳନ ପରେ ଶେଷରେ ବୁଧବାର ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ ଚାଲିଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲିଛି ା ଏହାକୁ...

କେନ୍ଦ୍ରୀୟ ରିଜର୍ଭ ପୋଲିସ ୬୪ ବାଟାଲିୟନ ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ

ମୋହନଗିରି,୨୮।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମୋହନଗିରିଠାରେ ଥିବା କେନ୍ଦ୍ରୀୟ ରିଜର୍ଭ ପୋଲିସ ୬୪ ବାଟାଲିୟନ ପକ୍ଷରୁ ବୁଧବାର ଏକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ...

ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା ପକାଇଲେ ମହିଳା, ପାଚିକା ଚୟନରେ ଅନିୟମିତତା ଅଭିଯୋଗ

ମୋରଡ଼ା, ୩।୭ (ଡି.ଏନ.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ଗଡିଗଁା ପଞ୍ଚାୟତ ହାଣ୍ଡିଭଙ୍ଗା ଗ୍ରାମରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ର ପାଇଁ ପାଚିକା ଚୟନକୁ ବିରୋଧ କରିଛନ୍ତି ଗ୍ରାମବାସୀ।...

ଅଚାନକ ଚଢ଼ାଉ: ଗ୍ୟାସ୍‌ କଟରେ କାଟିଦେଲେ କରତ କଳ

ଖୋର୍ଦ୍ଧା ଅଫିସ,୧୩।୯: ଖୋର୍ଦ୍ଧା ବନଖଣ୍ଡ ବାଲିପାଟଣା ବନାଞ୍ଚଳ ଅଧୀନ ଗୋଟିଏ ବେଆଇନ କରତ କଳ ଉପରେ ବନ ବିଭାଗ ପକ୍ଷରୁ ମଙ୍ଗଳବାର ସକାଳୁ ଚଢ଼ାଉ କରାଯାଇଛି।...

ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ : ଭୂମିହୀନଙ୍କୁ ଜମି ପଟ୍ଟା ବଣ୍ଟନ କଲେ ମନ୍ତ୍ରୀ

ବିଜେପୁର,୧୧।୧୧(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ବ୍ଲକ ପରିସରରେ ପ୍ରଶାସନ ପକ୍ଷରୁ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଗ୍ରାମ ଉନ୍ନୟନ ଓ...

ପୂର୍ବ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ: ଗୋଟିଏ ପରିବାରର ୭ ଆହତ

ଜଗତ୍‌ସିଂହପୁର ଅଫିସ, ୩।୧: ଜଗତ୍‌ସିଂହପୁର ଥାନା ଅଧୀନ ଯଶୋବନ୍ତପୁର ପଞ୍ଚାୟତରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତା ଯୋଗୁ ଗୋଟିଏ ପରିବାରର ୭...

Advertisement
Archives

Model This Week