ମହାକାଶ ଯାତ୍ରା କରି ଫେରିଲେ ୪ ସାଧାରଣ ନାଗରିକ, ସମୁଦ୍ରରେ ଓହ୍ଲାଇଲା ସ୍ପେସଏକ୍ସର ଡ୍ରାଗନ କ୍ୟାପସୁଲ

ଫ୍ଲୋରିଡା,୧୯ ।୯: ‘ସ୍ପେସଏକ୍ସ’ ୩ ଦିନ ପର୍ଯ୍ୟନ୍ତ ପୃଥିବୀ କକ୍ଷରେ ପରିକ୍ରମା କରିବା ପାଇଁ ୪ଜଣ ବ୍ୟକ୍ତି ଏକ ଘରୋଇ ଉଡାଣରେ ବାହାରିଥିଲେ । ଏବେ ଏହି ୪ ଜଣ ସାଧାରଣ ନାଗରିକ ପୃଥିବୀ ପରିକ୍ରମା କରି ସଫଳତାପୂର୍ବକ ଫେରି ଆସିଛନ୍ତି । ଏମାନଙ୍କୁ ଫ୍ଲୋରିଡାସ୍ଥିତ କେନେଡି ସ୍ପେଶ ସେଣ୍ଟରୁ ନେଇଯାଇଥିବା ସ୍ପେସଏକ୍ସର କ୍ରୁ ଡ୍ରାଗନ ରକେଟ ମଧ୍ୟ ୩ ଦିନ ପର୍ଯ୍ୟନ୍ତ ପୃଥିବୀ ପରିକ୍ରମା କରିବା ପରେ ସଫଳଭାବେ ସମୁଦ୍ରରେ ଓହ୍ଲାଇଛି । ସ୍ପେସଏକ୍ସ କହିଛି ୩ ଦିନ ପର୍ଯ୍ୟନ୍ତ ପୃଥିବୀର ପରିକ୍ରମା କରିବା ପରେ ସ୍ପେସଏକ୍ସର ଡ୍ରାଗନ ମହାକାଶ ଯାନରେ ଯାତ୍ରା କରିଥିବା ଇନସ୍ପିରେଶନ ୪ର ୪ ଜଣ ଯାତ୍ରୀ ଆମେରିକାର ଫ୍ଲୋରିଡା ଉପକୂଳ ଆଟଲାଣ୍ଟିକ ମହାସାଗରରେ ସୁରକ୍ଷିତ ଭାବେ ଓହ୍ଲାଇଛନ୍ତି । ଏମାନେ ପୃଥିବୀ କକ୍ଷରେ ପରିକ୍ରମା କରିଥିବା ପ୍ରଥମ ସାଧାରଣ ନାଗରିକ । ଇନସ୍ପିରେଶନ ୪ର ୪ ଜଣ ମହାକାଶ ଯାତ୍ରୀ ପାରାଶୁଟ ସହାୟତାରେ ଆମେରିକା ସମୟ ଅନୁସାରେ ଶନିବାର ସନ୍ଧ୍ୟା ୭ଟାରେ ଆଟଲାଣ୍ଟିକ ମହାସାଗରରେ ସୁରକ୍ଷିତ ଭାବେ ଓହ୍ଲାଇଥିଲେ । ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୬ରେ ଭାରତୀୟ ସମୟ ଭୋର ୫ଟା ୩୩ରେ ଏମାନେ ଆମେରିକାର ଫ୍ଲୋରିଡା ସ୍ଥିତ କେନେଡି ସ୍ପେଶ ସେଣ୍ଟରୁ ମହାକାଶ ଯାତ୍ରା କରିଥିଲେ । ଏହି ମହାକାଶ ଯାନ ପ୍ରଥମଥର ଲାଗି ସାଧାରଣ ନାଗରିକଙ୍କୁ ନେଇ ପୃଥିବୀ କକ୍ଷରେ ଲଞ୍ଚ ହୋଇଥିଲା । ଆଉ ଏହି ରକେଟରେ ଥିବା ସମସ୍ତ ଯାତ୍ରୀ ପେଶାରେ ମହାକାଶ ଯାତ୍ରୀ ନ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଏକତାର ଚିତ୍ର ଆଙ୍କିଲେ ଟ୍ରମ୍ପ୍‌

ବିଆରିଜ୍‌,୨୬ା୮:ସାରା ବିଶ୍ୱରେ ଅର୍ଥନୈତିକ ମାନ୍ଦାବସ୍ଥା ଲାଗିରହିଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫ୍ରାନ୍ସର ବିଆରିଜ୍‌ରେ ଚାଲିଥିବା ଜି-୭ ସମ୍ମିଳନୀରେ ଏକତାର ଚିତ୍ର ଆଙ୍କିଛନ୍ତି। ଏହି ଅବସରରେ...

୬୩ ଦେଶରେ ପହଞ୍ଚିଲା ଓମିକ୍ରନ୍‌…

ଜେନେଭା, ୧୩।୧୨: ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନାର ନୂତନ ଭାରିଆଣ୍ଟ୍‌ ଇତିମଧ୍ୟରେ ପୃଥିବୀର ୬୩ ଦେଶରେ ପହଞ୍ଚିଛି। ଏନେଇ ସମ୍ପୃକ୍ତ ଦେଶରେ ଆତଙ୍କ...

ୟେମେନରେ ଜାତିସଂଘ ମିଶନର ମୁଖ୍ୟ ଅଭିଜିତ୍‌ ଗୁହା

ଜାତିସଂଘ,୧୪ା୯(ପି.ଟି.): ୟେମେନରେ ଜାତିସଂଘ ମିଶନର ମୁଖ୍ୟ ଭାବେ ଅବସରପ୍ରାପ୍ତ ଭାରତୀୟ ସେନା ଅଧିକାରୀ ଲ୍ୟୁଟନାଣ୍ଟ ଜେନେରାଲ ଅଭିଜିତ୍‌ ଗୁହାଙ୍କୁ ଦାୟିତ୍ୱ ମିଳିଛି। ଜାତିସଂଘ ମହାସଚିବ ଆଣ୍ଟୋନିଓ...

କୋଭିଡ-୧୯: ବ୍ରାଜିଲରେ ମୃତଦେହ ରଖିବାକୁ ସ୍ଥାନର ଅଭାବ!

ବ୍ରସିଲିଆ,୨୫।୪: କରୋନା ସଂକ୍ରମଣ ଚାଇନାରୁ ଆରମ୍ଭ ହୋଇଥିବା ବେଳେ ଏବେ ଏହା ସାରା ବିଶ୍ୱରେ ମହାମାରୀର ରୂପ ନେଇଛି। ଆମେରିକାରେ ପ୍ରତିଦିନ ସର୍ବାଧିକ କରୋନା ସଂକ୍ରମିତଙ୍କ...

ଗାଜା ପଟ୍ଟି ଉପରେ ଇସ୍ରାଏଲର ବିମାନ ଆକ୍ରମଣ, ଆତଙ୍କବାଦୀ ସଙ୍ଗଠନର ଦୁଇ ମୁଖ୍ୟ କମାଣ୍ଡର ନିହତ

ଗାଜା ସିଟି,୮ ।୮: ଗାଜା ପଟ୍ଟି ଉପରେ ଇସ୍ରାଏଲର ବିମାନ ଆକ୍ରମଣରେ ଉଗ୍ରବାଦୀ ଇସଲାମିକ ଜିହାଦର ଦ୍ୱିତୀୟ ଶୀର୍ଷ ମୁଖ୍ୟ କମାଣ୍ଡର ଖାଲିଦ ମଂସୁର ନିହତ...

ଶ୍ରୀଲଙ୍କାର ରାଷ୍ଟ୍ରପତି ଭବନ-ପ୍ରଧାନମନ୍ତ୍ରୀଙ୍କ ଆବାସରୁ ହଜାରେରୁ ଅଧିକ ଐତିହାସିକ କଳାକୃତି ନିଖୋଜ…

କଲମ୍ବୋ, ୨୩।୭ : ଶ୍ରୀଲଙ୍କାର ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ଏହାପୂର୍ବରୁ, ଦେଶରେ ଅର୍ଥନୈତିକ ଏବଂ ରାଜନୈତିକ ସଙ୍କଟ ନେଇ ବିକ୍ଷୋଭକାରୀମାନେ ସରକାରଙ୍କ...

ଜାହାଜ ଅଟକି ସୁଏଜ କେନାଲ ଅବରୋଧ

ପ୍ୟାରିସ,୧।୯ : ଭୂମଧ୍ୟସାଗରକୁ ଲୋହିତ ସାଗର ସହ ସଂଯୋଗ କରୁଥିବା ସୁଏଜ୍‌ କେନାଲରେ ବୁଧବାର ରାତିରେ ଏକ ବଡ଼ ତୈଳବାହୀ ଜାହାଜ ଅଟକିଯିବାରୁ କିଛି ଘଣ୍ଟା...

ବେଲଜିୟମ୍‌ରୁ ଆସୁଥିବା ଚକୋଲେଟ ସ୍ବାସ୍ଥ୍ୟପ୍ରତି ହାନୀକାରକ. ଡବ୍ଲ୍ୟୁଏଚ୍‌ଓ ଚେତାବନୀ…

ଜେନେଭା, ୨୮।୪ : ଚକୋଲେଟ ପ୍ରେମୀଙ୍କ ପାଇଁ ଏକ ଖରାପ ଖବର ଆସିଛି । ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ବୁଧବାର ଚେତାବନୀ ଦେଇଛି ଯେ...

Advertisement
Archives

Model This Week