ଜରା ଜୀବନ

ମୋହନ ଚରଣ ବିଷି

ଶରୀର ପରିବର୍ତ୍ତନର ଏକ ଅବସ୍ଥା ଜରା। ଏହି ସମୟରେ ଶରୀର ଦୁର୍ବଳ ଓ ଶିଥିଳତା ପଡ଼ିଥାଏ। ଛୋଟ ପିଲାର ମନପରି ବୟସ୍କ ବ୍ୟକ୍ତିର ମନ। ଦୀର୍ଘ ବର୍ଷର ଅଭିଜ୍ଞତାରୁ ସମସ୍ତଙ୍କୁ କିଛି କିଛି କହିବାକୁ ଇଚ୍ଛା କରିଥାନ୍ତି। କିନ୍ତୁ କମ୍‌ ଲୋକ ତାଙ୍କ କଥା ଶୁଣନ୍ତି। କିଛି ଶୁଣି ନ ଶୁଣିଲା ପରି ହୁଅନ୍ତି। କିଛି ଶୁଣି ବିରକ୍ତି ପ୍ରକାଶ କରି କହନ୍ତି, ତମ କଥା ଆଉ କାଟିବ ନାହିଁ, ଯୁଗ କୋଉଠି କି ଆସିଲାଣି। ନୀରବି ଯାଏ ବୟସ୍କ ବ୍ୟକ୍ତି। ହାତରେ ହଉନି ଗୋଡ଼ରେ ହଉନି, ଚୁପରହିବା ଛଡ଼ା ଉପାୟ ନାହିଁ। ମନ ଭିତରେ ଅନେକ କ୍ଷୋଭ କିଛି କରି ନ ପାରିବାର ବେଳେବେଳେ ପାରିବା ପଣିଆ ନେଇ ଅନେକ ବହପ। ଏସବୁ କେବଳ ମନକୁ ଟିକେ ହାଲକା କରିବା, ଦୁଃଖର ଝାଳ ପୋଛି ସୁଖର କୋଳରେ ମଥା ଆଉଜେଇବା ପରି। ଯେଉଁ ବୃଦ୍ଧାବୃଦ୍ଧ ସରକାରୀ ଚାକିରି କରି ଅବସର ନେଇଛନ୍ତି ତାଙ୍କର ଘରେ ଟିକେ ଦେଖାଶୁଣା କିଛି କିଛି ହୁଏ। କାରଣ ମାସିକ ପେନ୍‌ସନ ଆସୁଛି। ମାସ ପୂରିଲେ ପେନ୍‌ସନ ଭାଗ ହେବ ଦୁଇ ପୁଅ ଭିତରେ। ସମାନ କିଛି ବଳେଇ ଦେବେ ନାହିଁ। ବଳିଲେ ବି କ’ଣ କରିବେ ସବୁ ତ ଆମେ ବୁଝୁଛୁ।
ମାସ ମଝିରେ କିଛି ଦରକାର ହେଲେ ଶୁଣିବାକୁ ପଡ଼େ ଏତେଦିନ ହେଲାଣି ପେନ୍‌ସନ ଟଙ୍କା ଆଉ ଅଛି। ଯିଏ ଖଟିଖିଆ, ମଜୁରିଆ, ମଧ୍ୟବିତ୍ତ ବୟସ୍କ ସବୁ ସେମାନଙ୍କ କଥା ଆହୁରି ଜଟିଳ। ଶରୀରରେ ବଳବପୁ ଥିବା ଯାଏ ସବୁ ଠିକ୍‌ଠାକ ଚାଲିଥାଏ। ଦେହପା ବିଗିଡ଼ି ଗଲେ କି ହାତଗୋଡ଼ ଅଚଳ ହୋଇଗଲେ ସବୁକଥା ବାହାରିଥାଏ। କେବଳ ଆଁକରି ଜକ ଜକ ଅନେଇ ଥାଏ, ଯାହା ସିଝା ହେବ ଖାଇଲେ ତ ଭଲ ନ ଖାଇଲେ କି ଟିକେ କ’ଣ କହିଦେଲେ ଗାଳି, ନାତ ସବୁ ଖାଇବାକୁ ପଡ଼େ। ବାର୍ଦ୍ଧକ୍ୟ ଭତ୍ତା ପାଉ ପାଉ ଛଡ଼େଇ ନିଅନ୍ତି। ନିଅ ଦୋକାନରେ ଦେଇଦେବ। ଯେଉଁ ବୃଦ୍ଧାବୃଦ୍ଧଙ୍କର ପୁଅ ଝିଅ ବାହାରେ ରହୁଛନ୍ତି ବଡ଼ ଚାକିରି କରୁଛନ୍ତି ତାଙ୍କର ମା’ ବାପାମାନଙ୍କର ତ କେତେ ଦୁର୍ଦ୍ଦଶା। ଘର ଭିତରେ ଆବଦ୍ଧ ହୋଇ ରହନ୍ତି। ପାରିଲେ ରୋଷେଇ କରିବେ ନଚେତ ଉପାସରେ ଦିନ କଟିଯାଏ। ପୁଅଟିଏ ପାଇଥାନ୍ତି ବୁଢ଼ୀବୁଢ଼ା ବେଳେ ସେବା କରିବେ କିନ୍ତୁ ବିପରୀତ। ବରଂ କୋଉ ଜରା ନିବାସରେ ବାପା ମା’କୁ ରଖି ବିଦେଶରେ ପୁଅ ମଉଜ କରନ୍ତି। ହୁଏତ ସବୁ ପିଲା ଏମିତି ନ ଥିବେ। ନ ଥିଲେ ଭଲ କଥା କିନ୍ତୁ ଏମିତି ବେଶି ଶୁଣିବାକୁ ମିଳିଥାଏ।
ବର୍ତ୍ତମାନ ପରିପ୍ରେକ୍ଷୀରେ ଜରା ନିବାସର ଚାହିଦା ବେଶି। ବିଦେଶରେ ଦେୟଯୁକ୍ତ ଜରା ନିବାସ ବେଶି ସଂଖ୍ୟାରେ ଗଢ଼ି ଉଠିଲାଣି। ସେଠିକାର ବୁଢୀବୁଢ଼ାମାନେ ଯାହାଙ୍କର ପେନ୍‌ସନ କିମ୍ବା ସମ୍ପତ୍ତି ଅଛି ନିଜେ ଦେୟ ଦେଇ ରହୁଛନ୍ତି କିମ୍ବା ଚାକିରିଆ ପିଲାମାନେ ମା’ ବାପାଙ୍କୁ ନିଜେ ଜରାନିବାସ ପଠେଇ ଦେଉଛନ୍ତି। ଭାରତରେ ମଧ୍ୟ ଦେୟଯୁକ୍ତ ଜରା ନିବାସର ଆବଶ୍ୟକତା ରହିଛି। ଏବେ ଯେଉଁସବୁ ଜରା ନିବାସ ଅଛି ସେ ସବୁ ବିଭିନ୍ନ ଏନ୍‌ଜିଓମାନେ ପରିଚାଳନା କରୁଛନ୍ତି। ଏହି ଜରା ନିବାସରେ ପରିଚାଳନାଗତ ତ୍ରୁଟି ବିଚ୍ୟୁତି ଅନେକ ରହିଥିବାର ଅଭିଯୋଗ ହୋଇ ଆସୁଛି। ତେଣୁ ବୃଦ୍ଧାବୃଦ୍ଧ ଜରା ନିବାସରେ ଶାନ୍ତିରେ ରହିପାରୁ ନାହାନ୍ତି। ଓଡ଼ିଶାର ପ୍ରତ୍ୟେକ ଜିଲାରେ ଜରାନିବାସ ସ୍ଥାପନ ପାଇଁ ଏବେ ଚର୍ଚ୍ଚା ହେଉଛି। ୨୦୧୧ ଜନଗଣନା ଅନୁସାରେ ଭାରତରେ ରହିଛନ୍ତି ୧୦୪ ମିଲିୟନ ବରିଷ୍ଠ ନାଗରିକ ଯାହା ମୋଟ ଜନସଂଖ୍ୟାର ୮. ୬% ।
ଏହି ହାରରେ ୨୦୩୦ରେ ୩୧୫ ମିଲିୟନ ମୋଟ ଜନସଂଖ୍ୟାର ୨୦%ରେ ପହଞ୍ଚିବା ଅନୁମାନ କରାଯାଏ। ଗ୍ଲୋବାଲ ଏକଜାକ୍ଟ ଇନଡେକସ୍‌ ରିପୋର୍ଟରେ ୯୧ଗୋଟି ଦେଶ ମଧ୍ୟରେ ବରିଷ୍ଠ ନାଗରିକଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବାରେ ଭାରତର ସ୍ଥାନ ୭୧ତମରେ ରହିଛି। ଓଡ଼ିଶାରେ ୨୦୧୧ ଜନଗଣନା ଅନୁସାରେ ମୋଟ ଜନସଂଖ୍ୟା ୪.୧୮କୋଟିର ୯.୫% ବରିଷ୍ଠ ନାଗରିକ ଅନ୍ତର୍ଭୁକ୍ତ। ଓଡ଼ିଶାର ପ୍ରାୟ ୮୦% ବରିଷ୍ଠ ନାଗରିକ ଦୈନନ୍ଦିନ ଜୀବନ ନିର୍ବାହ ପାଇଁ କାମ କରିଥାନ୍ତି। ଗ୍ରାମାଞ୍ଚଳରେ ୮୧.୨% ଓ ସହରାଞ୍ଚଳରେ ୬୫.୫% ବୟସ୍କ ବ୍ୟକ୍ତି କାମଧନ୍ଦା କରି ଗୁଜୁରାଣ ମେଣ୍ଟେଇଥାନ୍ତି। ବରିଷ୍ଠ ନାଗରିକ ବା ବୃଦ୍ଧାବୃଦ୍ଧମାନଙ୍କର ସାମାଜିକ ସୁରକ୍ଷା ଓ ଉପଯୁକ୍ତ ଥଇଥାନ ନିମନ୍ତେ ସମ୍ବିଧାନର ରାଷ୍ଟ୍ରୀୟ ନିର୍ଦ୍ଦେଶମୂଳକ ନୀତି ଧାରା ୪୧ ରାଷ୍ଟ୍ରକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ବ୍ୟତୀତ ସମ୍ବିଧାନର ମୌଳିକ ଅଧିକାର ଅନ୍ତର୍ଗତ ସମାନତା ଅଧିକାର ସୂଚିତ କରୁଛି ଯେ, ଦେଶର ସମସ୍ତ ବର୍ଗର ଲୋକେ ଉପଯୁକ୍ତ ମର୍ଯ୍ୟାଦା ସହ ଜୀବନଯାପନ କରିବେ।
କେନ୍ଦ୍ର ସରକାର ବରିଷ୍ଠ ନାଗରିକମାନଙ୍କ ପାଇଁ ବିଭିନ୍ନ ସମୟରେ ଏନ୍‌ପିଓପି, ଆଇଜିଏନ୍‌ଓଏପି,ଆଇଜିଏନ୍‌ଓଓପି, ଆଇଜିଏନ୍‌ଡିପିଏନ୍‌ଏଫବି, ଏନ୍‌ପିଏଚସିଇ ପରି ଯୋଜନା କରି ଆର୍ଥିକ ସହାୟତା ଓ ସ୍ବାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି। ବର୍ତ୍ତମାନ କେନ୍ଦ୍ର ସରକାରଙ୍କ କିଛି ଦେୟଯୁକ୍ତ ବାର୍ଦ୍ଧକ୍ୟକାଳୀନ ପେନ୍‌ସନ ଯୋଜନା ମଧ୍ୟ ଲାଗୁକରିଛନ୍ତି, ଯେଉଁ ସବୁ ଯୋଜନାରେ ଅଳ୍ପକିଛି ପ୍ରିମିୟମ ଦେଇ ସାମିଲ ହେବାର ବ୍ୟବସ୍ଥା ରହିଛି। ସେହିଭଳି ଓଡ଼ିଶା ସରକାର ମଧ୍ୟ ବାର୍ଦ୍ଧକ୍ୟ ପେନ୍‌ସନ ନିୟମ ୧୯୮୯ ଓ ଭିନ୍ନକ୍ଷମ ପେନ୍‌ସନ ନିୟମ ୧୯୮୫କୁ ମିଶ୍ରଣ କରି ୨୦୦୮ରେ ମଧୁବାବୁ ପେନ୍‌ସନ ଯୋଜନାର ଶୁଭାରମ୍ଭ କରିଥିଲେ। ବର୍ତ୍ତମାନ ଏହି ଯୋଜନାରେ ୬୦ରୁ ୭୯ ବୟସ୍କଙ୍କୁ ୫୦୦ଶହ ଟଙ୍କା ଓ ୮୦ବର୍ଷରୁ ଊଦ୍ଧର୍‌ବଙ୍କ ପାଇଁ ୭୦୦ଟଙ୍କା ପ୍ରଦାନ କରୁଛନ୍ତି। ଏହାବ୍ୟତୀତ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ, ଓଡ଼ିଶା ସରକାରଙ୍କ ଦ୍ୱାରା କଳାକାର ଭତ୍ତା ୧୨୦୦ଟଙ୍କା ପ୍ରଦାନ କରିବାର ବ୍ୟବସ୍ଥା କରିଛନ୍ତି। ଜଣେ ବୟସ୍କ ନାଗରିକଙ୍କୁ ଏହା ଶଙ୍ଖେକୁ ପାଣି ସଦୃଶ। ଯେତେଦିନ ପର୍ଯ୍ୟନ୍ତ ତା’ର ହାତଗୋଡ଼ ଚାଲୁଛି ତ ପାଟି ଚାଲୁଛି। ଗ୍ରାମାଞ୍ଚଳରେ ଥିବା ବୟସ୍କ ବ୍ୟକ୍ତିମାନଙ୍କୁ ସରକାର ମୌଳିକ ସୁବିଧା ପ୍ରଦାନକରିବା ନିହାତି ଦରକାର।
ସମସ୍ତଙ୍କୁ ଜରା ନିବାସରେ ରଖିବା ସମ୍ଭବପର ନୁହେଁ। ଏଣୁ ହାତ ପାଆନ୍ତାରେ ଆବଶ୍ୟକ ଅନୁସାରେ ରନ୍ଧା ଖାଦ୍ୟ, ମାସକୁ ଥରେ ଚିକିତ୍ସା ସୁବିଧା, ପାଖରେ ଏକ ଚେୟାର ପାଇଖାନା, ବେଡପାନ, ଗରମ ପାଣି ପାଇଁ ଫ୍ଲାସ, ବାଲଟି, ମଗ, ଟର୍ଚ୍ଚ, ଆଶାବାଡ଼ି, ଛତା, କମ୍ବଳଟିଏ ନିହାତି ଆବଶ୍ୟକ। ବାର୍ଦ୍ଧକ୍ୟଜନିତ କାରଣରୁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାରୁ କିଛି ମାତ୍ରାରେ ଜରା ଜୀବନକୁ ଉପଶମ ଦେବ; ଯଦି ସରକାର ବାର୍ଦ୍ଧକ୍ୟ ଭତ୍ତା ସହ ଏହି ସବୁ ଉପକରଣ ଯୋଗେଇଦେବେ।
ସନ୍ତାନଙ୍କ ଅବହେଳାର ସମ୍ମୁଖୀନ ହେଉଥିବା ବୟସ୍କମାନେ ସରକାରଙ୍କ ଦୟାର ପାତ୍ର। ପ୍ରଜାମଙ୍ଗଳକାରୀ ରାଷ୍ଟ୍ରରେ ସେବା ଓ ପ୍ରଜ୍ଞା ଯୋଗାଇଥିବା ନାଗରିକମାନଙ୍କର ଏହା ଅଧିକାର। ଶାସ୍ତ୍ର ଅନୁସାରେ ସନ୍ତାନମାନେ ପିତୃଋଣ ପରିଶୋଧ ପାଇଁ ସେବାଯତ୍ନ କରିବା ଦରକାର। ଜୀବନ ତମାମ ଯିଏ ନିଜ ପାଇଁ ଚିନ୍ତା ନ କରି ନିଜ ଝିଅପୁଅ ପାଇଁ ଚିନ୍ତାକରେ ତାଙ୍କୁ ଅବହେଳା କରିବା ଅର୍ଥ ଭବିଷ୍ୟତରେ ନିଜେ ମଧ୍ୟ ଅବହେଳିତ ହେବା। ଆମେ ଯେମିତି କରିଥିବା ଆମ ଝିଅପୁଅ ସେମିତି କରିବେ। ସମାଜରେ ଏକ ସୁସ୍ଥ ପରମ୍ପରା ସୃଷ୍ଟି ପାଇଁ ଜରା ଜୀବନକୁ ସହଜ।
ଅଧ୍ୟାପକ, ଗଡ଼ରାମାଳ, କୋକସରା, କଳାହାଣ୍ଡି
ମୋ:୯୭୭୭୪୬୮୮୪୧


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri