ଡିସେମ୍ବରରେ ସେବା କ୍ଷେତ୍ର ପ୍ରଭାବିତ

ବାଙ୍ଗାଲୋର: କରୋନା ଭାଇରସ୍‌ର ଦ୍ୱିତୀୟ ଲହର ଯୋଗୁ ଡିସେମ୍ବରରେ ସେବା କ୍ଷେତ୍ର କାର୍ଯ୍ୟକଳାପ ଖସିଥିବା ଏକ ଘରୋଇ ସର୍ଭେରୁ ସାମ୍ନାକୁ ଆସିଛି। ବାଣିଜ୍ୟ ଏବଂ ନିଯୁକ୍ତି ଉପରେ କରୋନାର ପ୍ରଭାବ ପୁଣି ଥରେ ପଡୁଥିବା ଏହି ସର୍ଭେରେ ପ୍ରକାଶ ପାଇଛି। ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ଜିଡିପି ୨୩.୯% ହ୍ରାସ ହୋଇଥିଲା। ବର୍ତ୍ତମାନ ଅର୍ଥ ବ୍ୟବସ୍ଥା ଧୀରେ ଧୀରେ ଟ୍ରାକ୍‌କୁ ଫେରୁଛି। ମାତ୍ର କୋଭିଡ୍‌ ପୂର୍ବରୁ ବଜାରରେ ଯେଉଁ ଭଳି ସ୍ଥିତି ଥିଲା ତାହା ଏବେ ଯାଏ ଆସିପାରି ନାହିଁ। ଭାରତୀୟ ଅର୍ଥ ବ୍ୟବସ୍ଥାକୁ ସେବା କ୍ଷେତ୍ରର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ରହି ଆସିଛି।
ନିକେଇ ଏବଂ ଆଇଏଚ୍‌ଏସ୍‌ ମାର୍କିଟ ସର୍ଭିସେସ୍‌ ପର୍ଚେଜିଂ ମ୍ୟାନେଜର୍ସ ଇଣ୍ଡେକ୍ସ ସୂଚୀ ମୁତାବକ, ଡିସେମ୍ବରରେ ସେବା କ୍ଷେତ୍ର ୫୨.୩% ସ୍ତରକୁ ଖସିଛି। ଏହା ନଭେମ୍ବରରେ ୫୩.୭% ସ୍ତରରେ ରହିଥିଲା। ମାତ୍ର ଏହା ଏବେ ମଧ୍ୟ ୫୦% ସ୍ତର ଉପରେ ରହିଛି। କୋଭିଡ୍‌ର ଦ୍ୱିତୀୟ ଲହର ଆସିଥିବାରୁ ଏହା ବାଣିଜ୍ୟ ପାଇଁ ପୁଣିଥରେ ଅନିଶ୍ଚିତତା ସୃଷ୍ଟି କରିବା ଆଶଙ୍କା ରହିଛି ବୋଲି ଆଇଏଚ୍‌ଏସ୍‌ ମାର୍କିଟର ଅର୍ଥନୀତିଜ୍ଞ ପଲିମା ଡି ଲିମା କହିଛନ୍ତି। କୋଭିଡ୍‌ ସଂକ୍ରମଣ କ୍ଷେତ୍ରରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ଅପରପକ୍ଷରେ ସାରା ଦେଶରେ ଟିକାକରଣ ଲାଗି ସରକାର ଦୁଇଟି ଟିକାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।
ଦେଶର କେତେକ ସହରରେ ରାତ୍ରିକାଳୀନ କର୍ଫ୍ୟୁ ଲାଗିବା ଯୋଗୁ ଏହା ଚାହିଦା ଉପରେ ପ୍ରଭାବ ପକାଉଛି। ଚାହିଦା କମ୍‌ ରହିବା ଯୋଗୁ ଫାର୍ମଗୁଡିକ ଦାମ୍‌ କମାଉଛନ୍ତି। ଅପରପକ୍ଷରେ ଇନ୍‌ପୁଟ ମୂଲ୍ୟ ଅଧିକ ରହିବା ଯୋଗୁ ଫାର୍ମଗୁଡିକ ପ୍ରଭାବିତ ହେଉଛନ୍ତି। ସେହିଭଳି ଏବେ ମଧ୍ୟ ନିଯୁକ୍ତି ବଜାର ପ୍ରଭାବିତ ହୋଇ ରହିଛି। କୋଭିଡ୍‌ ସେବା କ୍ଷେତ୍ରକୁ ମଧ୍ୟ ପ୍ରଭାବିତ କରି ରଖିଛି। ଏଥିଯୋଗୁ ଅନେକ କମ୍ପାନୀ ଆର୍ଥତ୍କ ସମସ୍ୟା ଦେଇ ଗତି କରୁଛନ୍ତି। ଫଳରେ କମ୍ପାନୀଗୁଡିକ ନୂଆ କର୍ମଚାରୀଙ୍କୁ ନିଯୁକ୍ତି ଦେବାରେ ସମସ୍ୟା ସାମ୍ନା କରୁଛନ୍ତି। ମହାମାରୀ ଯୋଗୁ ବଜାରରେ ଅନିଶ୍ଚିତତା ଜାରି ରହିଛି। ଟଙ୍କାର ମୂଲ୍ୟ ଖସୁଥିବା ବେଳେ ଦରଦାମ ବୃଦ୍ଧି ଜନିତ ଚାପ ଲାଗି ରହିଛି। ଫ୍ୟାକ୍ଟ୍ରି କାର୍ଯ୍ୟକଳାପ ବଢିଥିଲେ ମଧ୍ୟ ଚାହିଦା ଖସିବାରୁ ସେବା କ୍ଷେତ୍ର ପିଏମ୍‌ଆଇ ଖସିଥିବା ନଜରକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

ବଜାରରେ ଭି-ଗାର୍ଡର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୪: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ଉତ୍ପାଦଗୁଡ଼ିକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ନୂତନ ଉତ୍ପାଦ...

ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌

ଭୁବନେଶ୍ୱର,୧୮।୪: ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌ ବୁଧବାର କଟକର କ୍ୟାଣ୍ଟନମେଣ୍ଟରୋଡ୍‌ସ୍ଥିତ ଏନ୍‌ସିସି କ୍ୟାଣ୍ଟିନଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି...

ଶ୍ରୀଲଙ୍କା, ୟୁଏଇକୁ ପିଆଜ ରପ୍ତାନି କରିବ ଭାରତ

ଭୁବନେଶ୍ୱର,୧୮।୪(ଅନୁରାଧା ମହାରଣା): ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ଶ୍ରୀଲଙ୍କାକୁ ସୀମିତ ପରିମାଣରେ ପିଆଜ ରପ୍ତାନି କରିବାକୁ ଭାରତ ଅନୁମତି ଦେଇଛି। ବାଣିଜ୍ୟ ଏବଂ ଶିଳ୍ପ...

ଆସନ୍ତାକାଲି ଘଣ୍ଟାଏ ବନ୍ଦ ରହିବ ଟ୍ରେନ ରିଜର୍ଭଭେଶନ ସେବା

ନୂଆଦିଲ୍ଲୀ,୧୭।୪: ଯଦି ଆପଣ କୌଣସି ସ୍ଥାନକୁ ଟ୍ରେନରେ ଯିବା ପାଇଁ ରିଜର୍ଭଭେଶନ ଟିକେଟ୍‌ ବୁକ୍‌ କରୁଛନ୍ତି ତେବେ ଏହାକୁ ତୁରନ୍ତ କରିନିଅନ୍ତୁ । କାରଣ ବୈଷୟିକ...

ଯୁବ ଭାରତୀୟଙ୍କ ନିକଟରେ ବିରାଟ କୋହଲିଙ୍କ ଭଳି ମାନସିକତା…, କାହିଁକି ଏମିତି କହିଲେ ଆରବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ

ନୂଆଦିଲ୍ଲୀ,୧୭।୪: ଭାରତର ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ନର ରଘୁରାମ ରାଜନ ଦାବି କରିଛନ୍ତି ଯେ ବହୁ ସଂଖ୍ୟକ ଯୁବ ଭାରତୀୟ ବ୍ୟବସାୟ ପ୍ରତିଷ୍ଠା କରିବାକୁ ବିଦେଶ...

ଝାରସୁଗୁଡ଼ାରେ କ୍ୟାଲ୍‌ସିୟମ ଆଲୁମିନେଟ୍‌ ପ୍ଲାଣ୍ଟ

ଭୁବନେଶ୍ୱର,୧୭।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମାନୁଫ୍ୟାକ୍ଜରିଂ ଷ୍ଟାର୍ଟଅପ୍‌ ‘ରୁନାୟା’ର ଅତ୍ୟାଧୁନିକ କ୍ୟାଲ୍‌ସିୟମ୍‌ ଆଲୁମିନେଟ୍‌ ପ୍ଲାଣ୍ଟ ମଙ୍ଗଳବାର ଓଡ଼ିଶାର ଝାରସୁଗୁଡ଼ାଠାରେ ଉଦ୍‌ଘାଟିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri