ଏହି ସମୟରେ କୋଲ୍ଡଡ୍ରିଙ୍କସ୍‌ ପିଇବା ମନା…

ଗର୍ଭାବସ୍ଥାରେ ମହିଳାମାନେ ଉତ୍ତମ ଖାଦ୍ୟପେୟ ସହିତ ସ୍ବାସ୍ଥ୍ୟର ସଠିକ୍‌ ଯତ୍ନ ନେବା ଆବଶ୍ୟକତା ପଡ଼ିଥାଏ। ଏହି ସମୟରେ ସାମାନ୍ୟ ଏକ ତ୍ରୁଟି ମା’ ଓ ଛୁଆ ଉଭୟଙ୍କୁ କ୍ଷତି ପହଞ୍ଚାଇଥାଏ । ରକ୍ତ ଶର୍କରା, ବ୍ଲଡ୍‌ ପ୍ରେସର ଓ ଶରୀରର ଓଜନ ଆଦି ଦିଗ ପ୍ରତି ଏହି ସମୟରେ ବିଶେଷ ଦୃଷ୍ଟି ଦିଆଯିବା ଆବଶ୍ୟକ । ବହୁ ସମୟରେ ଗର୍ଭବତୀ ମହିଳାମାନେ ଅଜାଣତରେ ଏପରି ଜିନିଷ ଖାଦ୍ୟରେ ଗ୍ରହଣ କରିଥାନ୍ତି ଯାହା ପରବର୍ତ୍ତୀ ସମୟରେ ସେମାନଙ୍କ ପାଇଁ ବଡ଼ ବିପଦ ଆଣି ଦେଇଥାଏ। ଗର୍ଭରେ ଥିବା ଶିଶୁକୁ ହାନି ପହଞ୍ଚାଇବା ଭଳି ଏପରି କିଛି ଜିନିଷ ଖାଇବା ଗର୍ଭବତୀଙ୍କ ପାଇଁ ଅନୁଚିତ । ଡାକ୍ତରଙ୍କ ପରାମର୍ଶ ନେଇ ଖାଦ୍ୟପେୟ ଗ୍ରହଣ କଲେ ଭଲ । ଗର୍ଭାବସ୍ଥା ସମୟରେ ବହୁ ମହିଳା କୋଲ୍ଡଡ୍ରିଙ୍କସ୍‌ ପିଇଥାନ୍ତି। ଏହି ସମୟରେ କୋଲ୍ଡଡ୍ରିଙ୍କସ୍‌ ପିଇବା ଶିଶୁ ଲାଗି କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ଗର୍ଭାବସ୍ଥାରେ କୋଲ୍ଡଡ୍ରିଙ୍କସ୍‌ , ସୋଡ଼ା କିମ୍ବା ଶର୍କରା ଥିବା ଯେକୌଣସି ପାନୀୟ ପିଇବା ଦ୍ୱାରା ଶିଶୁ ପରବର୍ତ୍ତୀ ସମୟରେ ମେଦବହୁଳତାର ଶିକାର ହେବାର ଯଥେଷ୍ଟ ଆଶଙ୍କା ରହିଥାଏ। ବିଶେଷଜ୍ଞମାନଙ୍କ ମତ ଅନୁଯାୟୀ ଗର୍ଭାବସ୍ଥାରେ ଯେଉଁ ମହିଳାମାନେ ନିୟମିତ କୋଲ୍ଡଡ୍ରିଙ୍କସ୍‌ ପିଇଥାନ୍ତି ସେମାନଙ୍କଠାରୁ ଜନ୍ମ ନେବାକୁ ଯାଉଥିବା ଶିଶୁର ବଡି ମାସ୍‌ ଇଣ୍ଡେକ୍ସ ବହୁତ ଅଧିକ ହୋଇଥାଏ। ଗର୍ଭାବସ୍ଥାରେ କୋଲ୍ଡଡ୍ରିଙ୍କସ୍‌ ପିଇଥିବା ମହିଳାମାନଙ୍କ ସନ୍ତାନମାନେ ଖୁବ୍‌ କମ୍‌ ବୟସରେ ପାଚନକ୍ରିୟା ଏବଂ ଶରୀର ଓଜନ ସମ୍ପର୍କିତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri