ଶ୍ରୀହୀନ ଗଡ଼ଖାଇ, ରାଜବାଟୀ

କେନ୍ଦୁଝର, ୮।୯(ସ୍ବ.ପ୍ର.)-ଚୂଳିଆ ପାହାଡ଼ରୁ ଜୁଡିଆ ଘାଟି ପର୍ଯ୍ୟନ୍ତ ବିସ୍ତୃତ ପର୍ବତ ପାଦ ଦେଶରେ ବିଦ୍ୟମାନ କେନ୍ଦୁଝର ପୁରାତନ ରାଜବାଟୀ। ଏହାର ସୁରକ୍ଷା ପାଇଁ ପଶ୍ଚିମ ଓ ପୂର୍ବରେ ରହିଛି ୨ଟି ଗଡ଼ଖାଇ। ଅନ୍ୟ ଦୁଇ ପାର୍ଶ୍ୱରେ ସୁଉଚ୍ଚ ପର୍ବତମାଳା। ବାହ୍ୟଶତ୍ରୁ ଆକ୍ରମଣରୁ ରାଜବାଟୀର ସୁରକ୍ଷା ପାଇଁ ନିର୍ମାଣ ହୋଇଥିଲା ଏହି ଗଡ଼ଖାଇ। ରକ୍ଷଣାବେକ୍ଷଣ, ଜବରଦଖଲ ଆଦି କାରଣରୁ ଏହା ଏବେ ନଷ୍ଟ ହେବାକୁ ବସିଛି । ଜିଲାର ସ୍ବାଭିମାନ ଓ ଐତିହ୍ୟର ପ୍ରତୀକ ଭାବେ ବିଦିତ ଏହି ଗଡ଼ଖାଇ ଶ୍ରୀହୀନ ହୋଇପଡୁଥିବା ଏବଂ ଅବହେଳିତ ରାଜବାଟୀ ଜିଲାବାସୀଙ୍କୁ ଏବେ ବ୍ୟଥିତ କରୁଛି।
କଥିତ ଅଛି, ତତ୍କାଳୀନ କେନ୍ଦୁଝର ରାଜା ଧନୁର୍ଜୟ ନାରାୟଣ ଭଞ୍ଜଦେଓଙ୍କ ରାଜୁତି କାଳ (୧୮୬୧ରୁ ୧୯୦୫)ରେ ଏହି ରାଜବାଟୀ ଓ ଗଡ଼ଖାଇ ନିର୍ମାଣ ହୋଇଥିଲା। ଦକ୍ଷିଣରେ ଜୁଡ଼ିଆଠାରୁ ନଳାପାଟ ସାହି ପର୍ଯ୍ୟନ୍ତ ଏକ ଉଚ୍ଚ ପର୍ବତମାଳା ରହିଛି; ଯାହାକୁ ଇନ୍ଦ୍ରଛତ୍ର ହୁଡ଼ି କୁହାଯାଏ। ଉତ୍ତରରେ ଗୋପାଳବନ୍ଧ, ମଇଁଷିକଟା ନାମକ ଦୁଇଟି ପୋଖରୀ ଥିଲା। ଦକ୍ଷିଣ ପାର୍ଶ୍ୱରେ ଆଉ ଏକ ପୋଖରୀ ମଧ୍ୟ ଥିଲା ବୋଲି କୁହାଯାଏ । ଏହିପରି ଚାରିପାର୍ଶ୍ୱରେ ଜଳାଶୟ ଦ୍ୱାରା ଗଡ଼ର ସୁରକ୍ଷା କରାଯାଇଥିଲା। ସୁରକ୍ଷା ପାଇଁ ରାଜବାଟୀର ବହିଃ ପ୍ରାଚୀରରେ ୮ଟି ଗମ୍ବୁଜ ଥିଲା। ଯେଉଁଠି ସୈନ୍ୟମାନେ ପହରା ଦେଉଥିଲେ। ଏବେ ମଧ୍ୟ ବହୁ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସି ପୁରାତନ ଗାଥାକୁ ମନେପକାଇଥାନ୍ତି ା ତେବେ ରକ୍ଷଣାବେକ୍ଷଣ ଓ ସୁରକ୍ଷା ଅଭାବରୁ ଏହି ରାଜବାଟୀ ନଷ୍ଟ ହେବାକୁ ବସିଛି। ବହିର୍ପାର୍ଶ୍ୱରେ ଥିବା ଜଳାଶୟ ବା ଗଡ଼ଖାଇ ସବୁ ପୋତି ହୋଇପଡ଼ିଛି। ଏହା ଭିତରେ ଥିବା କେନ୍ଦୁଝରର ପୂର୍ବ ଇତିହାସ ଲୋପପାଇବାକୁ ବସିଥିବାରୁ ଗବେଷକ, ଲେଖକ, ସଂଗ୍ରାହକ ଓ ଐତିହାସିକମାନେ ଉଦ୍‌ବେଗ ପ୍ରକାଶ କରୁଛନ୍ତି। ରାଜବାଟୀରେ ସେ ସମୟରେ ମହାରାଜାଙ୍କ କଚେରି, ସଭାସମିତି ପାଇଁ ଦରବାର ହଲ, ଅସ୍ତ୍ରାଗାର, ଦଣ୍ଡାଦେବୀ-ଗଡ଼ଚଣ୍ଡୀ, ରାଣୀ ହଂସପୁର, ବ୍ରତଘର, ବିବାହ ମଣ୍ଡପ, ସ୍ନାନାଗାର, ଗୁପ୍ତଦ୍ୱାର ଆଦି ଥିଲା ବୋଲି କୁହାଯାଏ। ଏହାର ମୁଖ୍ୟ ଦୁଇଟି ଦ୍ୱାରରେ ରାଜାମହାରାଜାମାନେ ଯାତାୟାତ କରୁଥିଲେ। ଉତ୍ତର ଦ୍ୱାରରେ ଛତିଶା ନିଯୋଗ ରହିଥିବାବେଳେ ଦକ୍ଷିଣ ଦ୍ୱାର ମାଟିଆ ବନ୍ଧ ପୋଖରୀ (ଯାହାକୁ ଚନ୍ଦନ ପୋଖରୀ କୁହାଯାଉଛି) ଖୋଲିଛି। ପଶ୍ଚିମ ଦିଗରେ ଥିବା ଦ୍ୱାର ଆବଶ୍ୟକ ପଡ଼ିଲେ ଖୋଲାଯାଇ ବ୍ୟବହାର କରାଯାଇଥାଏ। ପୂର୍ବ ଦିଗରେ ଥିବା ହାଡ଼ିବନ୍ଧ ପୋଖରୀ ନିକଟରେ ପୂଜାସ୍ଥଳୀ ରହିଛି ା
ସେହିପରି ବାସୁଳିଶାଳରେ ଅଶ୍ୱପଞ୍ଚମୀ ଦିନ ଘୋଡ଼ା ଓ ହାତୀଙ୍କୁ ପୂଜା କରାଯାଉଥିଲା ବୋଲି କୁହାଯାଏ। ମାଟିଆ ବନ୍ଧ ବା ଚନ୍ଦନ ପୋଖରୀ ମଧ୍ୟଭାଗ ଜଳାଶୟ ମଧ୍ୟରେ ରହିଛି ଏକ ମନ୍ଦିର। ଏଠାରେ ରଥଯାତ୍ରା ସମୟରେ ଶ୍ରୀ ଜୀଉଙ୍କ ଜଳ କ୍ରୀଡ଼ା ବା ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ। ରାଜବାଟୀ ମଧ୍ୟରେ ରହିଛି ଶିବ ମନ୍ଦିର ଓ ସର୍ବ ପୁରାତନ କୁହାଯାଉଥିବା ମା’ ତାରିଣୀଙ୍କ ମନ୍ଦିର। ଯେଉଁଠି ବିଭିନ୍ନ ପର୍ବପର୍ବାଣି ସମୟରେ ଭିଡ଼ ଜମେ। ରାଜବାଟୀ ଓ ଗଡ଼ଖାଇର ମନୋରମ ଦୃଶ୍ୟ ଜାତୀୟ ରାଜପଥ ୪୯ (ପୂର୍ବରୁ ୬ ନମ୍ବର)ର ଜୁଡ଼ିଆ ଘାଟି ଉପରୁ ପର୍ଯ୍ୟଟକ ତଥା ଯାତାୟାତ କରୁଥିବା ଲୋକଙ୍କୁ ବିମୋହିତ କରିଥାଏ। ଏହା ନିକଟରେ ପ୍ରତିଷ୍ଠିତ ଜିଲାର ଆରାଧ୍ୟ ଶ୍ରୀ ବଳଦେବଜୀଉ ପ୍ରସିଦ୍ଧି ଲାଭ କରିଛନ୍ତି। ରଥଯାତ୍ରା ସମୟରେ ଏଠାକୁ ଲକ୍ଷାଧିକ ଲୋକଙ୍କ ଆଗମନ ହୋଇଥାଏ ବୋଲି ଗବେଷକ ଡ. ବିମ୍ବାଧର ବେହେରା କୁହନ୍ତି। ଏଣୁ ପର୍ଯ୍ୟଟନ ଦୃଷ୍ଟିକୋଣରୁ ଏହି ସ୍ଥାନଟି ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି। ତେବେ ପ୍ରଚାର ପ୍ରସାର ହେଲେ ବହୁ ପର୍ଯ୍ୟଟକ ଏଠାକୁ ଆସିପାରିବେ। କିନ୍ତୁ ସମୟର ସୁଅରେ ଆଜି ଏହି ସବୁ ଧୀରେ ଧୀରେ ଶ୍ରୀହୀନ ହୋଇପଡୁଥିବାରୁ ଅନେକେ ଉଦ୍‌ବେଗ ପ୍ରକାଶ କରୁଛନ୍ତି। ପରବର୍ତ୍ତୀ ପିଢ଼ି ପାଇଁ ଏସବୁର ସୁରକ୍ଷା ସହ ଏବିଷୟରେ ଅଧିକ ଗବେଷଣା ଆବଶ୍ୟକ ବୋଲି ସଂଗ୍ରାହକ ସୁଜିତ ପଟ୍ଟନାୟକ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବକନିଷ୍ଠ ସରପଞ୍ଚ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱ

ଶେରଗଡ଼,୩୧ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ ବ୍ଲକର ଦୁଇଟି ପଞ୍ଚାୟତ ଖିରିଡା ଓ ଧନନ୍ତରରେ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ଅପ୍ରତିଦ୍ୱନ୍ଦ୍ୱି ରହିଛନ୍ତି। ଏମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ...

ଋଣ ପାଇବାକୁ ଯାଇ ଠକାମିର ଶିକାର ହେଲେ ଫାର୍ମାସିଷ୍ଟ

କେନ୍ଦୁଝର, ୨୦।୧ (ସ୍ବ.ପ୍ର.): ମୋବାଇଲରେ ଥିବା ଏକ ଲୋନ ଆପରେ ଲୋଭନୀୟ ଅଫର ପାଇ ଜଣେ ବ୍ୟକ୍ତି ଠକାମୀର ଶୀକାର ହୋଇଥିବା ଅଭିଯୋଗ ହୋଇଛି। ସେ...

ବ୍ଲକ ଉପାଧ୍ୟକ୍ଷାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ: ଏତଲାର ୨ ଦିନ ପରେ ବି ମିଳିନି ପତ୍ତା

ସୁନ୍ଦରଗଡ଼,୧୨।୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଣାଇ ବ୍ଲକ ଉପାଧ୍ୟକ୍ଷା ବିନତି ବେହେରା ନିଖୋଜ ହୋଇଯାଇଛନ୍ତି। ସେ ଗତ ୪ ତାରିଖରେ ଅନୁଗୋଳ ଜିଲା ଖମାର ସ୍କୁଲରେ ପଢୁଥିବା...

ନନ୍ଦନକାନନରେ ବାଘ ଛୁଆ ରକି ଅସୁସ୍ଥ

ବାରଙ୍ଗ,୧୦।୪(ଡି.ଏନ୍‌.ଏ.): ନନ୍ଦନକାନନରେ ୧୨ ମାସର ବାଘ ଛୁଆ ରକି ଅସୁସ୍ଥ ହୋଇପଡ଼ିଛି। ଗତ ଦୁଇଦିନ ହେଲା ତାକୁ ତରଳ ଝାଢ଼ା ହେଉଥିବା ଯୋଗୁ ବାଘ ଛୁଆଟି...

ମାଷ୍ଟରମାଇଣ୍ଡ ବିଟଲ ଗିରଫ

ବ୍ରହ୍ମପୁର ଅଫିସ,୮।୫: ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ମାଳୁଆଣି ମନ୍ଦିର ସାହିରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରୁ ଠାକୁରଙ୍କ ମୂର୍ତ୍ତି ସହ ଟଙ୍କା ଚୋରି ହୋଇଥିଲା।...

ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖା କରୁଛି ବ୍ଲକ ପ୍ରଶାସନ

ଜଗତ୍‌ସିଂହପୁର ଅଫିସ, ୭ା୯: ଜଗତ୍‌ସିଂହପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଅଣଦେଖା କରାଯାଉଛି। ମାତ୍ର ପଞ୍ଚାୟତିରାଜ ବିଭାଗ ପକ୍ଷରୁ...

୧୦ହଜାର ପ୍ରବାସୀଙ୍କ ପାଇଁ ୧୭୮ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର

ଚଣ୍ଡିଖୋଲ, ୧୦।୫ (ଡି.ଏନ୍‌.ଏ.)-ରାଜ୍ୟ ବାହାରୁ ଓଡ଼ିଆ ଶ୍ରମିକମାନେ ଫେରୁଥିବା ବେଳେ ସେମାନଙ୍କ ପାଇଁ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ବଡ଼ଚଣା ନିର୍ବାଚନ...

ନିତ୍ୟାନନ୍ଦ ଆଶ୍ରମରେ ମକର ସଂକ୍ରାନ୍ତି: ଗୀତାଯଜ୍ଞ, ପ୍ରବଚନ ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼

ବିଜେପୁର,୧୫।୧(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ସହର ଉପକଣ୍ଠ ଗୋପଟିକ୍ରା ନିତ୍ୟାନନ୍ଦ ଆଶ୍ରମରେ ଚାଲିଥିବା ପଞ୍ଚ ଦିବସୀୟ ମକର ସଂକ୍ରାନ୍ତି ମହୋତ୍ସବର ବୁଧବାର ଅନ୍ତିମ ଦିବସରେ ଗୀତା...

Advertisement
Archives

Model This Week