ଖଣି କାର୍ଯ୍ୟାଳୟରେ ପୁରୁଣା ଫାଇଲ ପୋଡ଼ି

ଯାଜପୁର ଅଫିସ/ କଳିଙ୍ଗନଗର(ଡି.ଏନ.ଏ.),୫ା୨: ଯାଜପୁରରୋଡ୍‌ର ଧବଳଗିରିସ୍ଥିତ ଖଣି ଉପନିର୍ଦ୍ଦେଶାଳୟ(ଡିଡିଏମ୍‌) କାର୍ଯ୍ୟାଳୟର ପଛପଟେ ର ଶତାଧିକ ସରକାରୀ ଫାଇଲ ପୋଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଫାଇଲ ପୋଡ଼ା କାର୍ଯ୍ୟ ପ୍ରାୟ ୨ ଘଣ୍ଟା ଧରି ଚାଲିଥିଲା। ଜଣେ ଅଧିକାରୀ ୨ ଜଣ ପିଅନଙ୍କୁ ଲଗାଇ ଏଭଳି କାମ କରିଥିବା କେତେଜଣ ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ସୂଚନା ମିଳିଛି। ଏ ସଂକ୍ରାନ୍ତରେ ସାମାଜିକ କର୍ମୀ ଦୁଷ୍ମନ୍ତ କୁମାର ରାଉତ ଟୁଇଟ୍‌ ଯୋଗେ ମୁଖ୍ୟମନ୍ତ୍ରୀ, ରାଜ୍ୟ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ, ଖଣି ଓ ଇସ୍ପାତ ବିଭାଗ, ଯାଜପୁର ଜିଲାପାଳଙ୍କୁ ତଦନ୍ତ ଦାବି କରିଛନ୍ତି। ସେ ଆହୁରି ଦର୍ଶାଇଛନ୍ତି ଯେ, ଯାଜପୁର ରୋଡ ଖଣି ବିଭାଗ ଦ୍ୱାରା ବିଭିନ୍ନ ସମୟରେ ଦୁର୍ନୀତି ଓ ଅନିୟମିତତା ହେଉଥିବା ଅଭିଯୋଗ ହୋଇଆସୁଛି। କେତେକ ଗୁୁରୁତ୍ୱପୂର୍ଣ୍ଣ ଫାଇଲକୁ ପୋଡ଼ି ଦେଇ ପରେ ନ ମିଳିବାର ବାହାନା ଦେଖାଇ ଖଣି, ଟ୍ରାନ୍ସପୋର୍ଟ ଆଦି ବହୁ ସଂସ୍ଥାଙ୍କଠାରୁ ଅଯାଚିତ ଅନୁକମ୍ପା ନିଆଯିବାର ଯଥେଷ୍ଟ ଆଶଙ୍କା ରହିଛି। ତେବେ ପ୍ରମାଣ ନଷ୍ଟ କରିବାକୁ ଯାଇ ଫାଇଲ ପୋଡ଼ା ସ୍ଥାନରେ ପାଉଁଶ ଆସ୍ତରଣ ଦିଆଯାଇଥିବା କୁହାଯାଉଛି।
ସୂଚନାଯୋଗ୍ୟ ଯେ, ଡିଡିଏମ୍‌ କାର୍ଯ୍ୟାଳୟର କେତେଜଣ ଅଧିକାରୀ ମାସିକ ଖଣି କମ୍ପାନୀ ପକ୍ଷରୁ ଦରମା ପାଉଥିବା କୁହାଯାଇଛି। ୨୦୨୦ରେ ଏକ ଖଣି କମ୍ପାନୀର ସିନିୟର ମ୍ୟାନେଜର ଦେଇଥିବା ଇ-ମେଲରୁ ଏହା ପ୍ରମାଣିତ ହୋଇ ସାରିଛି। ଏହି କ୍ରମରେ କୌଣସି ଦୁର୍ନୀତି କିମ୍ବା ଅନିୟମିତତାର ସମ୍ଭାବ୍ୟ ତଦନ୍ତ ସୂଚନା ପାଇ ଗୁରୁତ୍ୱପୂର୍ଣ୍ଣ ଫାଇଲଗୁଡ଼ିକୁ ପୋଡ଼ି ଦିଆଯାଇଥିବା ସନ୍ଦେହ କରାଯାଉଛି।
ଯାଜପୁର, କେନ୍ଦୁଝର, ଅନୁଗୋଳ ଆଦି ଜିଲା ଦେଇ ଯାଇଥିବା ଜାତୀୟ ରାଜପଥ କଡ଼ରେ ବିିଭିନ୍ନ ସମୟରେ ଚୋରା ଲୁହାପଥର ଠାବ ହେଉଛି। ଏହି ବିପୁଳ ପରିମାଣର ଲୁହାପଥର କେଉଁଠୁ ଆସିଲା ସେନେଇ ଖଣି ବିଭାଗ ସ୍ପଷ୍ଟ ଉତ୍ତର ରଖି ପାରୁନାହିଁ। ଏହାକୁ ନେଇ ପ୍ରାୟ ୧୦ ବର୍ଷ ତଳର ଖଣି ଦୁର୍ନୀତିର ପୁଣି ପୁନରାବୃତ୍ତି ହେଉଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଖଣି ବିଭାଗ ଓ ପାରାଦୀପ ପୋର୍ଟର କେତେଜଣ ଅସାଧୁ କର୍ମଚାରୀଙ୍କ ସହଯୋଗରେ ନକଲି ଚାଲାଣ କାଟି ଚୋରା ଲୁହାପଥର ପରିବହନ କରାଉଥିବା ଏଥିରୁ ସନ୍ଦେହ କରାଯାଉଛି। ପାଖାପାଖି ୧୦ ବର୍ଷ ତଳେ ଯୋଡ଼ା ଖଣି ଅଞ୍ଚଳରୁ ୫୯,୨୦୩ କୋଟି ଟଙ୍କାର ଲୁହାପଥର ଓ ମାଙ୍ଗାନିଜ ଅନୁମତିଠାରୁ ଅଧିକ ଉତ୍ତୋଳନ କରାଯାଇ ଚୋରାଚାଲାଣ ହୋଇଥିବା ସାହା କମିଶନ ରିପୋର୍ଟରୁ ଜଣାପଡ଼ିଥିଲା।
ଫାଇଲ ପୋଡ଼ି ସଂକ୍ରାନ୍ତରେ ଯାଜପୁର ରୋଡ୍‌ ଡିଡିଏମ୍‌ ପ୍ରିୟଦର୍ଶୀ ସନ୍ଦୀପ କୁମାର ବଳଙ୍କୁ ପଚାରିବାରେ ସେ କହିଛନ୍ତି, ସାପ ପଶିଯିବାରୁ ସୁରକ୍ଷା ଦୃଷ୍ଟିରୁ ଫାଇଲଗୁଡ଼ିକୁ ପୋଡ଼ି ଦିଆଯାଇଛି। ଏଥିରେ କୌଣସି ଅନିୟମିତତା କିମ୍ବା ଦୁର୍ନୀତିର ଖବର ନାହିଁ। ବର୍ତ୍ତମାନ ଅନ୍‌ଲାଇନରେ ସବୁ କାମ ହେଉଥିବାରୁ ପୁରୁଣା ଫାଇଲର କିଛି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁ ଗ୍ୟାସ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଭେଟିଲା ବିଜେଡି ପ୍ରତିନିଧି ଦଳ, ସରକାରଙ୍କୁ କଡ଼ା ସମାଲୋଚନା

କେନ୍ଦୁଝର, ୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ଗ୍ୟାସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା କେନ୍ଦୁଝର ଜିଲ୍ଲାର ୧୫ ଜଣ ଆଦିବାସୀ ଶ୍ରମିକଙ୍କ ପରିବାରକୁ ରାଜ୍ୟ ବିଜୁ ଜନତା ଦଳ…

ଅଡବା ପୋଲିସକୁ ବଡ଼ ସଫଳତା: ୭୨.୫ ଲିଟର ବେଆଇନ ମଦ ଜବତ, ଜଣେ ଗିରଫ

ମୋହନା, ୯।୭(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ପୋଲିସକୁ ବେଆଇନ ମଦ କାରବାର ବିରୋଧରେ ଏକ ବଡ଼ ସଫଳତା ମିଳିଛି। ଥାନା ଅନ୍ତର୍ଗତ ପଟୁମା ଗାଁରେ…

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ବେଆଇନ ବିସ୍ଫୋରକ ବିରୋଧରେ ଗଞ୍ଜାମ ପୋଲିସର ସ୍ୱତନ୍ତ୍ର ଅଭିଯାନ: ୧୮ ମାମଲା ରୁଜୁ, ୨୪ ଗିରଫ

ଛତ୍ରପୁର,୯।୭ (ଦିଲ୍ଲୀପ ସାମଲ): ଜନସାଧାରଣଙ୍କ ସୁରକ୍ଷା ନିଶ୍ଚିତ କରିବା ଏବଂ ବିସ୍ଫୋରକ ପଦାର୍ଥର ବେଆଇନ ମହଜୁଦ, ପରିବହନ ଓ ଦୁରୁପଯୋଗକୁ ରୋକିବା ଲକ୍ଷ୍ୟରେ ଗଞ୍ଜାମ ପୋଲିସ ପକ୍ଷରୁ…

ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୮ ଜଣ, ଆସିଲା ଛାତିଥରା Video

ବେଜିଂ,୯।୭: ଗୁରୁବାର (ଜୁଲାଇ ୯, ୨୦୨୬) ଦିନ ଚାଇନାର ଜିନଜିଆଙ୍ଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri