ଖାଦ୍ୟରେ ପ୍ରତିଦିନ ସାମିଲ କରନ୍ତୁ ମାଛ: ନହେଲେ କମିପାରେ ଆୟୁଷ

ଖାଦ୍ୟରେ ଓମେଗା-୩ ତେଲର ଅଭାବ ଜଣେ ବ୍ୟକ୍ତିର ଆୟୁଷକୁ କମ କରିପାରେ। ସିଗାରେଟ ଟାଣିବାଠାରୁ ମଧ୍ୟ ଏହା ଅଧିକ ବିପଜ୍ଜନକ ହୋଇପାରେ। ଏକ ନୂତନ ଅଧ୍ୟୟନରେ ଏହା ଦାବି କରାଯାଇଛି। ମାଛକୁ ଓମେଗା -୩ର ଏକ ଭଲ ଉତ୍ସ ଭାବରେ ବିବେଚନା କରାଯାଏ। ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ଯେ, ଲୋକମାନେ ନିୟମିତ ଭାବରେ ସେମାନଙ୍କ ଖାଦ୍ୟରେ ଓମେଗା-୩ ଅନ୍ତର୍ଭୁକ୍ତ କରିବା ଉଚିତ୍‌। ଏହି ଅଧ୍ୟୟନରେ, ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ ଧୂମପାନ ଦ୍ୱାରା ଜଣେ ବ୍ୟକ୍ତିର ସମ୍ଭାବ୍ୟ ଆୟୁ ଚାରି ବର୍ଷ ପର୍ଯ୍ୟନ୍ତ ହ୍ରାସ ହୋଇପାରେ। କିନ୍ତୁ ତେଲିଆ ମାଛରେ ମିଳୁଥିବା ଫ୍ୟାଟି ଏସିଡର ଅଭାବ ଜଣେ ବ୍ୟକ୍ତିର ଆୟୁଷକୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ହ୍ରାସ କରିପାରେ। ମାଛ ତେଲ ହାର୍ଟ ପାଇଁ ବହୁତ ଭଲ ବୋଲି ବିବେଚନା କରାଯାଏ। ଏହା ରକ୍ତ ଜମାଟ ବାନ୍ଧିବା ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ। ବିଶେଷଜ୍ଞମାନେ କହିଛନ୍ତି ଯେ ଖାଦ୍ୟରେ ୮ ପ୍ରତିଶତ କିମ୍ବା ଅଧିକ ଓମେଗା- ୩ ସ୍ବାସ୍ଥ୍ୟ ପାଇଁ ଭଲ। ଏହାର ସୂଚକାଙ୍କ ସ୍ତର ଚାରିରୁ କମ ହେବା ଉଚିତ୍‌ ନୁହେଁ। କାନାଡାର ଗୁଏଲଫ ୟୁନିଭରସିଟିର ଅଧ୍ୟୟନର ମୁଖ୍ୟ ଗବେଷକ ଡକ୍ଟର ମାଇକେଲ ମ୍ୟାକବର୍ନିଙ୍କ ଅନୁଯାୟୀ ଜାପାନର ଓମେଗା -୩ ସୂଚକାଙ୍କ ୮ ପ୍ରତିଶତରୁ ଅଧିକ। ବୋଧହୁଏ ଏହି କାରଣରୁ ଆମେରିକାରେ ରହୁଥିବା ଲୋକଙ୍କ ତୁଳନାରେ ଏହି ଦେଶର ଲୋକଙ୍କ ଆୟୁ ପାଞ୍ଚ ବର୍ଷ ଅଧିକ। ଏହି ଅଧ୍ୟୟନ ‘ଆମେରିକୀୟ ଜର୍ନାଲ ଅଫ କ୍ଲିନିକାଲ ନ୍ୟୁଟ୍ରିସନ୍‌’ରେ ପ୍ରକାଶିତ ହୋଇଛି।

ବି-ଦ୍ର: ସିଗାରେଟ୍‌ ଟାଣିବା ସ୍ବାସ୍ଥ୍ୟ ପ୍ରତି ହାନିକାରକ


Enter your email to get our daily news in your inbox.

All Right Reserved By Dharitri.Com

ନବଧା ଶକ୍ତି ସ୍ବରୂପିଣୀ

ସାରା ଦେଶ ଏବେ ମା’ ଆଦ୍ୟାଶକ୍ତିଙ୍କ ଆବାହନରେ ମଗ୍ନ। ମା’ ଆସିବେ ଦୁଷ୍ଟ ଶକ୍ତିର ସଂହାର କରିବେ। ଏଥିପାଇଁ ତ ଏବେ ସବୁଆଡେ ଚାଲିଛି ନବରାତ୍ର...

ଗଣ୍ଠି ସମସ୍ୟାର ପ୍ରାକୃତିକ ଉପଚାର

”ବୃଦ୍ଧାବସ୍ଥାରେ ବା ବୟସ ବଢ଼ିବା ସଙ୍ଗେ ସଙ୍ଗେ ହାଡ଼ରେ କିମ୍ବା ଗଣ୍ଠିଗୁଡ଼ିକରେ ଅଧିକ ସମସ୍ୟା ଦେଖାଯାଏ ଏବଂ ଦରଜ ଓ ବିନ୍ଧାବିନ୍ଧି ଗମ୍ଭୀର ହୋଇଥାଏ। ସନ୍ଧିବାତ...

ଏମିତି କଲେ ରାଗନ୍ତି ମା’ଲକ୍ଷ୍ମୀ… ଚାଲିଯାଆନ୍ତି ଛାଡ଼ି

ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ କିଛି ଶ୍ଳୋକରେ ହିତୋପଦେଶ ବର୍ଣ୍ଣନା କରିଛନ୍ତି। ଯାହାକୁ ଗ୍ରହଣ କରି ଜଣେ ବ୍ୟକ୍ତି ଖୁସିରେ ଜୀବନଯାପନ କରିପାରିବ। ଚାଣକ୍ୟଙ୍କ ଭାଷାରେ,...

ପଏଣ୍ଟନେମୋ

ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ। ଶ୍ରେଷ୍ଠ ଜୀବ ମଣିଷ ନିଜ ଆବଶ୍ୟକତା ଅନୁସାରେ ଗବେଷଣା ଓ ନବଭାବର ପ୍ରବର୍ତ୍ତନ କରିଥାଏ। ଜିଜ୍ଞାସୁ ମଣିଷ କେତେବେଳେ ପୃଥିବୀକୁ...

ଏକାଗ୍ରତା ବଢ଼ାଏ ସୋସିଆଲ ମିଡିଆ

ଆଜିକାଲି ସୋସିଆଲ ମିଡିଆର ବହୁ ଚାହିଦା ରହିଛି। କେବଳ ଛାତ୍ରୀଛାତ୍ର ନୁହନ୍ତି, ଯୁବପିଢ଼ି ହୁଅନ୍ତୁ ଅବା ବୟସ୍କ ପ୍ରାୟ ସମସ୍ତେ ଏହି ମାୟାରେ ପଡ଼ିଛନ୍ତି। କାରଣ...

ଚିକେନ ରାଜପୁତାନା

ପୁରୀ ସହରର ଭିଆଇପି ରୋଡରେ ରହିଛି ହୋଟେଲ ଭିଆଇପି ସ୍କୋୟାର। ଏହି ହୋଟେଲର ଏକ ଚାହିଦା ଥିବା ଡିଶ୍‌ ହେଉଛି ଚିକେନ ରାଜପୁତାନା। ଏହାର ଗୋଟିଏ...

ଆରୋଗ୍ୟ ନ ହେଲେ ବି ଏଡସ୍‌ ମହାମାରୀରୁ ବଞ୍ଚିବା ସମ୍ଭବ

ନୂଆଦିଲ୍ଲୀ/ଓ୍ବାଶିଂଟନ,୩୦।୧୧: ପୃଥିବୀରେ ଏଡସ୍‌ ମହାମାରୀ ବିଭିନ୍ନ ବିକଶିତ ରାଷ୍ଟ୍ରଙ୍କୁ ଚିନ୍ତାରେ ପକାଇଛି। ଏ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଡିସେମ୍ବର ୧ରେ ଏଡସ୍‌ ଦିବସ...

ଦାଗ ଦୂରକରିବ ପୁଦିନା

ପୁଦିନାରେ ବିଭିନ୍ନ ପ୍ରକାର ଔଷଧୀୟ ଗୁଣ ରହିବା ସହ ଏହା ମଧ୍ୟ ସୌନ୍ଦର୍ଯ୍ୟ ପାଇଁ ଲାଭକାରୀ ହୋଇଥାଏ। ତ୍ୱଚାରେ ଥିବା ଦାଗ ଦୂର କରିବାକୁ ଏହା...

Advertisement


Archives

Model This Week

Why Dharitri