ଶ୍ରୀଲଙ୍କାରେ ତୈଳ ସଙ୍କଟ, ପୁଣି ସପ୍ତାହେ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ…

କଲମ୍ବୋ, ୪।୭ : ଗୁରୁତର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି। ଦେଶରେ ତେଲ କିଣିବା ପାଇଁ ଟଙ୍କା ନାହିଁ। ଏହି କାରଣରୁ ପେଟ୍ରୋଲ ଏବଂ ଡିଜେଲର ବହୁତ ଅଭାବ ଦେଖାଦେଇଛି। ଦୁଇ ସପ୍ତାହ ପାଇଁ ବନ୍ଦ ଥିବା ବିଦ୍ୟାଳୟଗୁଡ଼ିକ ପୁଣି ଆଉ ଏକ ସପ୍ତାହ ପାଇଁ ବନ୍ଦ ରଖିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଲୋକଙ୍କୁ ଘରୁ କାମ କରିବାକୁ ପରାମର୍ଶ ଦିଆଯାଇଛି।

ଶ୍ରୀଲଙ୍କାର ବିଦ୍ୟୁତ ଏବଂ ଶକ୍ତି ମନ୍ତ୍ରୀ କାଞ୍ଚନା ୱିଜେସେକରା କହିଛନ୍ତି ଯେ ଇନ୍ଧନ ପରିବହନ ପାଇଁ ପଦକ୍ଷେପ ନିଆଯାଉଛି। କିନ୍ତୁ ଅର୍ଥ ଅଭାବ ମଧ୍ୟ ରହିଛି। ତୈଳ କ୍ରୟ ପାଇଁ କେନ୍ଦ୍ରୀୟ ବ୍ୟାଙ୍କରେ ମାତ୍ର ୧୨.୫୦ କୋଟି ଡଲାର ଅଛି।

ବୈଦେଶିକ ମୁଦ୍ରା ସଙ୍କଟକୁ ଦୂର କରିବାରେ ସାହାଯ୍ୟ କରିବାକୁ ବିଦେଶରେ ଥିବା ଶ୍ରୀଲଙ୍କା ନାଗରିକଙ୍କୁ ଅନୌପଚାରିକ ଚ୍ୟାନେଲ ବଦଳରେ ବ୍ୟାଙ୍କ ମାଧ୍ୟମରେ ଘରକୁ ଟଙ୍କା ପଠାଇବାକୁ ୱିଜେସେକରା ନିବେଦନ କରିଛନ୍ତି।

ଶକ୍ତି ମନ୍ତ୍ରୀ କହିଛନ୍ତି ଯେ ୪୦ ହଜାର ମେଟ୍ରିକ ଟନ ଡିଜେଲ ନେଇ ଶୁକ୍ରବାର ଏକ ବିମାନ କଲମ୍ବୋରେ ପହଞ୍ଚିବ। ଜୁଲାଇ ୨୨ ରେ ପେଟ୍ରୋଲ ସହିତ ଅନ୍ୟ ଏକ ବିମାନ ମଧ୍ୟ ଆସିବ। ଇନ୍ଧନର ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଆସୁଛି। କିନ୍ତୁ ୫୮.୭ କୋଟି ଡଲାର ସଂଗ୍ରହ କରିବାକୁ ଶ୍ରୀଲଙ୍କା ସଂଘର୍ଷ କରୁଛି। ସାତ ଇନ୍ଧନ ଯୋଗାଣକାରୀଙ୍କର ଶ୍ରୀଲଙ୍କା ଉପରେ ପ୍ରାୟ ୮୦ କୋଟି ଡଲାର ବକେୟା ରହିଛି।

ସୋମବାରଠାରୁ ଦେଶରେ ତିନି ଘଣ୍ଟା ବିଦ୍ୟୁତ କାଟ ହେବାର ଘୋଷଣା କରାଯାଇଛି। ଦେଶରେ କେବଳ କିଛି ଦିନ ଇନ୍ଧନ ବାକି ଅଛି । ଅତ୍ୟାବଶ୍ୟକ ସେବା ପାଇଁ ଏହାକୁ ସଂରକ୍ଷଣରେ ରଖାଯାଇଛି । ଏହା ସ୍ବାସ୍ଥ୍ୟ ସେବା, ବନ୍ଦର, ଅତ୍ୟାବଶ୍ୟକ ପରିବହନ ସେବା ଏବଂ ଖାଦ୍ୟ ବଣ୍ଟନ ପାଇଁ ସଂରକ୍ଷିତ ।


Enter your email to get our daily news in your inbox.

All Right Reserved By Dharitri.Com

ଜେଲରେ ବାହାହେବେ ଆସେଞ୍ଜ

ଏକ ଦଶନ୍ଧି ତଳେ ହଜାର ହଜାର ଦସ୍ତାବିଜ ପ୍ରଘଟ କରି ଚର୍ଚ୍ଚାକୁ ଆସିଥିବା ଓ୍ବିକିଲିକ୍ସ ପ୍ରତିଷ୍ଠାତା ଜୁଲିଆନ୍‌ ଆସେଞ୍ଜ ଜେଲରେ ତାଙ୍କ ପ୍ରେମିକା ଷ୍ଟେଲା ମୋରିସ୍‌ଙ୍କୁ...

ପୁଣି ପୃଥିବୀ ଉପରେ ମାଡ଼ି ଆସିଲା ବିପଦ: ପାଣିରେ ବହୁ ଉପକୂଳ ସହର ବୁଡ଼ିଯିବା ଆଶଙ୍କା !…

ଲଣ୍ଡନ/ନୂଆଦିଲ୍ଲୀ,୨୦।୫: ପୃଥିବୀରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ପୃଥିବୀ ଉପରେ ପୁଣି ନୂଆ ବିପଦ ମାଡ଼ି ଆସୁଛି। ଆଣ୍ଟାର୍କଟିକାରେ...

ମୁଁ କ୍ୱିଭ୍‌ରେ ଅଛି, ୟୁକ୍ରେନର ସୁରକ୍ଷା କରୁଛି: ୟୁକ୍ରେନ ରାଷ୍ଟ୍ରପତି

କ୍ୱିଭ୍‌,୨୬ ।୨: ସଙ୍କଟରେ ୟୁକ୍ରେନ । ରୁଷିଆର ଲଗାତାର ଆକ୍ରମଣରେ ବି ହାର ମାନି ନାହିଁ ୟୁକ୍ରେନ । ରୁଷିଆ ୟୁକ୍ରେନର ରାଜଧାନୀ କ୍ୱିଭକୁ ପ୍ରବେଶ...

୧୮ ମାସରେ ଫେରିଲେଣି ୧,୫୦୦ ପାକ୍‌ ହିନ୍ଦୁ

ଜୟସାଲମେର,୨୨।୮ : ଶରଣାର୍ଥୀଙ୍କୁ ନାଗରିକତ୍ୱ ପ୍ରଦାନ କ୍ଷେତ୍ରରେ ସରକାରଙ୍କ କଡ଼ା ନିୟମ କାନୁନ ଯୋଗୁ ବହୁ ସଂଖ୍ୟାରେ ପାକିସ୍ତାନୀ ହିନ୍ଦୁ ସେମାନଙ୍କ ଦେଶକୁ ଫେରିଗଲେଣି। ପାକିସ୍ତାନରେ...

କାର୍‌ବୋମା ବିସ୍ଫୋରଣ: ୧୯ ମୃତ

ଦାମାସ୍‌କସ୍‌,୧୭।୧୧: ସିରିଆରେ ଏକ କାର୍‌ବୋମା ବିସ୍ଫୋରଣରେ ୧୯ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୩ ଜଣ ସାଧାରଣ ଲୋକ ଥିବା କୁହାଯାଉଛି। ଏଥିରେ ୩୩ରୁ...

କାନାଡାରେ ଥମୁନାହିଁ ଶିଖଙ୍କ ଉପରେ ଆକ୍ରମଣ, ଘରେ ପସି ମହିଳାଙ୍କୁ ହତ୍ୟା

ଓଟାୱା,୧୧ ।୧୨: କାନାଡାରେ ଏବେ ଭାରତୀୟଙ୍କ ଉପରେ ଆକ୍ରମଣ କମ ହେବାର ନାଁ ନେଉନି । ଏଥିରେ ବିଶେଷ ଭାବେ ଶିଖଙ୍କୁ ଟାର୍ଗେଟ କରାଯାଉଛି ।...

ପାକିସ୍ତାନ ସୈନ୍ୟ-ବାଲୁଚି ବିଦ୍ରୋହୀଙ୍କ ମଧ୍ୟରେ ୫୫ ଘଣ୍ଟା ଧରି ମୁହାଁମୁହିଁ ସ୍ଥିତି…

କରାଚି, ୫।୨ : ପାକିସ୍ତାନର ବାଲୁଚିସ୍ତାନରେ ସ୍ଥିତି ସଙ୍କଟ ଜନକ ରହିଛି। ପାକିସ୍ତାନ ସୈନ୍ୟ ଏବଂ ବାଲୁଚି ବିଦ୍ରୋହୀଙ୍କ ମଧ୍ୟରେ ୫୫ ଘଣ୍ଟା ଧରି ମୁହାଁମୁହିଁ...

ଭାରତ ନେତୃତ୍ୱରେ ହେବାକୁ ଯାଉଥିବା ଜି ୨୦ ବୈଠକକୁ ବଡ ଉତ୍ସୁକତାର ସହ ଅପେକ୍ଷା ରହିଛି: ଅଷ୍ଟ୍ରେଲିଆ ମନ୍ତ୍ରୀ

ସିଡନି,୧୯ ।୨: ଆସନ୍ତା ସେପ୍ଟେମ୍ବରରେ ଭାରତ ଦ୍ୱାରା ହେବାକୁ ଯାଉଥିବା ଜି-୨୦ ବୈଠକକୁ ନେଇ ଆଷ୍ଟ୍ରେଲିଆର ସହକାରୀ ବାଣିଜ୍ୟ-ଉତ୍ପାଦନ ମନ୍ତ୍ରୀ ତଥା ସିନେଟର ଟିମ ଆୟରେସ...

Advertisement
Archives

Model This Week