Posted inଫୁରସତ

ଦୁଇଟି ଗଛକୁ ଜଗିବା ପାଇଁ ୩ ସିକ୍ୟୁରିଟି ଗାର୍ଡ, ୬ କୁକୁର ନିୟୋଜିତ: କାରଣ ଜାଣିଲେ…

ଏବେ ଆମ୍ବ ସିଜିନ୍‌ ଚାଲିଛି। ବଜାରରେ ବିଭିନ୍ନ ପ୍ରକାରର ଆମ୍ବ ବିକ୍ରି ହେଉଛି। ଆମ୍ବ କିଲୋ ଅତିବେଶୀରେ ୧୫୦-୨୦୦ ଭିତରେ ରହିଥାଏ। କିନ୍ତୁ ଭାରତରେ ଏକ ଆମ୍ବ ବିକ୍ରି ହେଉଛି, ଯାହାର ଦାମ୍‌ କିଲୋ ୨.୭୦ ଲକ୍ଷ ଟଙ୍କା। ମଧ୍ୟପ୍ରଦେଶର ଜବଲପୁରରେ ପରିହାର ନାମକ ଜଣେ କୃଷକ ମିୟାଜାକି କିସମର ଦୁଇଟି ଆମ୍ବ ଗଛ ଲଗାଇଛନ୍ତି। ଏହି ଆମ୍ବ ଗଛକୁ ଜଗିବା ପାଇଁ ୩ ଜଣ ସିକ୍ୟୁରିଟି ଗାର୍ଡ ଏବଂ ୬ କୁକୁର ନିୟୋଜିତ ଅଛନ୍ତି। ଏହି ମହଙ୍ଗା ଆମ୍ବ ମିୟାଜାକି କିସମର ଅଟେ। ଏହା ସାଧାରଣତଃ ଜାପାନରେ ବେଶୀ ପରିମାଣରେ ଫଳେ। ଭାରତରେ ଏହି ଆମ୍ବ ଦୁର୍ଲଭ ଅଟେ। ଏହାକୁ ବାଡିରେ ଲଗାଇଲେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ବନ୍ଦୋବସ୍ତ କରିବାକୁ ପଡେ।
ଭାରତର ପ୍ରତିଷ୍ଠିତ ବ୍ୟବସାୟୀ ତଥା ଆରଜିପି ଗ୍ରୁମ୍‌ର ଚେୟାରମ୍ୟାନ୍‌ ହର୍ଷ ଗୋଏଙ୍କା ନିଜ ଟୁଇଟ୍‌ରେ ମିଆଜାକି ଆମ୍ବ ବିଷୟରେ ଉଲ୍ଲେଖ କରିଛନ୍ତି। ସେ ଟୁଇଟ୍‌ରେ ଲେଖିଛନ୍ତି, ‘ମିୟାଜାକି ନାମକ ଜାପାନୀ ଆମ୍ବକୁ ବିଶ୍ୱର ସବୁଠାରୁ ମହଙ୍ଗା ଆମ୍ବ ବୋଲି କୁହାଯାଉଛି, ଯାହା କିଲୋଗ୍ରାମ ପିଛା ୨.୭୦ ଲକ୍ଷ ଟଙ୍କାରେ ବିକ୍ରି ହେଉଛି। ମଧ୍ୟପ୍ରଦେଶର ଜବଲପୁରରେ ପରିହାର ନାମକ ଜଣେ କୃଷକ ମିୟାଜାକି କିସମର ଦୁଇଟି ଆମ୍ବ ଗଛ ଲଗାଇଛନ୍ତି। ଏହି ଦୁଇଟି ଗଛ ସୁରକ୍ଷିତ ରଖିବା ପାଇଁ ତିନିଜଣ ସୁରକ୍ଷାକର୍ମୀ ଏବଂ ୬ଟି କୁକୁରଙ୍କୁ ନିଯୁକ୍ତି ଦେଇଛନ୍ତି।
ଏହା ସମଗ୍ର ଦୁନିଆର ସବୁଠାରୁ ମହଙ୍ଗା ଫଳ ମଧ୍ୟରୁ ଅନ୍ୟତମ। ଟ୍ରେନ ଯାତ୍ରା ସମୟରେ ପରିହାର ଜଣେ ବ୍ୟକ୍ତିଙ୍କଠାରୁ ମିୟାଜାକି ପ୍ଲାଣ୍ଟ ନେଇଥିଲେ। ତାଙ୍କର କୌଣସି ଧାରଣା ନ ଥିଲା ଯେ ଏହି ଗଛରେ ଥିବା ରୁବି ରଙ୍ଗର ଆମ୍ବ ଜାପାନୀ ହେବ। କିନ୍ତୁ ଗଛ ବଡ଼ ହୋଇ ଫଳିବା ପରେ ଏହା ଜଣାପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?