Posted inଖେଳ

ଆଇଏସ୍‌ଏଲ୍‌ : ହ୍ୟାଟ୍ରିକ୍‌ ବିଜୟ ସହ ଶୀର୍ଷରେ ମୁମ୍ବାଇ

ବାମ୍ବୋଲିମ୍‌, ୬।୧୨: ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ର ରବିବାର ଅନୁଷ୍ଠିତ ମ୍ୟାଚରେ ମୁମ୍ବାଇ ସିଟି ଏଫ୍‌ସି ୨-୦ ଗୋଲରେ ଓଡ଼ିଶା ଏଫ୍‌ସିକୁ ପରାସ୍ତ କରିଛି। ସ୍ଥାନୀୟ ଜିଏମ୍‌ସି ଷ୍ଟାଡିୟମରେ ଅନୁଷ୍ଠିତ ମୁକାବିଲାରେ ମୁମ୍ବାଇ ଦମ୍‌ଦାର ପ୍ରଦର୍ଶନ କରି କ୍ରମାଗତ ତୃତୀୟ ବିଜୟ ସହ ପଏଣ୍ଟ ତାଲିକାର ଶୀର୍ଷକୁ ଉଠିଛି। ମୁମ୍ବାଇ ଏପର୍ଯ୍ୟନ୍ତ ୪ଟି ମ୍ୟାଚ୍‌ ଖେଳି ୩ ବିଜୟ ଓ ଗୋଟିଏ ପରାଜୟ ସହ ୯ ପଏଣ୍ଟ ହାସଲ କରିଛି। ଅନ୍ୟପଟେ ଓଡ଼ିଶା ୪ଟି ମ୍ୟାଚ୍‌ ଖେଳି ୧ ଡ୍ର ଓ ୩ଟି ପରାଜୟ ସହ ୧ ପଏଣ୍ଟ ପାଇ ତାଲିକାର ୧୦ମ ସ୍ଥାନରେ ରହିଛି।

ପୂରା ମ୍ୟାଚରେ ମୁମ୍ବାଇ ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ପ୍ରଥମାର୍ଦ୍ଧରେ ଦୁଇଟି ଯାକ ଗୋଲ ହୋଇଥିଲା। ମୁମ୍ବାଇ ତରଫରୁ ନାଇଜେରିଆ ଫୁଟବଲର ବାର୍ଥୋଲୋମ୍ୟୁ ଓଗ୍‌ବେଚେ ପେନାଲ୍ଟି ଜରିଆରେ ୩୦ତମ ମିନିଟ୍‌ରେ ପ୍ରଥମ ଗୋଲ ସ୍କୋର କରିଥିଲେ। ସେହିପରି ୪୫ତମ ମିନିଟ୍‌ରେ ରୋଲିନ ବୋର୍ଗେସ ଏକ ସୁନ୍ଦର ଗୋଲ ଦେଇ ଦଳୀୟ ସ୍କୋରକୁ ଦୁଇ ଗୁଣିତ କରିଥିଲେ। ଦ୍ୱିତୀୟାର୍ଦ୍ଧରେ ଓଡ଼ିଶା ଲଢୁଆ ଖେଳ ପ୍ରଦର୍ଶନ କରିଥିଲା। ମାର୍ସେଲିନୋ, ମାନୁଏଲ ଓନୁ ଓ ଲାଇଶ୍ରମ ସିଂଙ୍କୁ ଖେଳିବାର ସୁଯୋଗ ମିଳିଥିଲା। ଏହି ଖେଳାଳିମାନେ କେତୋଟି ସୁଯୋଗ ମଧ୍ୟ ସୃଷ୍ଟି କରିଥିଲେ। ତେବେ ଦୁର୍ବଳ ଫିନିସ୍‌ ଯୋଗୁ ଗୋଲ ହୋଇପାରି ନ ଥିଲା। ବଲ୍‌ ପଜେଶନ, ପାସ୍‌ ଓ ପାସ୍‌ ଆକ୍ୟୁରେସିରେ ଓଡ଼ିଶାଠାରୁ ଯଥେଷ୍ଟ ଆଗରେ ଥିଲା ମୁମ୍ବାଇ। ଓଡ଼ିଶା ତା’ର ପରବର୍ତ୍ତୀ ମୁକାବିଲାରେ ଶନିବାର ଗୋଆକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍ବର୍ଣ୍ଣ ପଦକ ଜିତିବା ପରେ ଦର୍ଶକ ଷ୍ଟାଣ୍ଡ୍‌ରେ ବସି ସ୍ବେଟର୍‌ ବୁଣିଲେ ଏହି ଖେଳାଳି

ଅଲିମ୍ପିକ ଚାମ୍ପିଅନ ସ୍ବେଟର୍‌ ବୁଣିବା କଥାଟା ଟିକେ ଅଜବ ଲାଗୁଥାଇପାରେ, କିନ୍ତୁ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ଏହି ଘଟଣା ଦେଖିବାକୁ ମିଳିଛି। ଏହା ଦେଖି ସାରା...

ନିଃସନ୍ଦେହରେ କୋହଲି ଶ୍ରେଷ୍ଠ: ଇଆନ୍‌ ଚାପେଲ

ନୂଆଦିଲ୍ଲୀ,୧୮।୫(ପି.ଟି.): ଭାରତୀୟ ଅଧିନାୟକ ବିରାଟ କୋହଲି ନିଃସନ୍ଦେହରେ ବିଶ୍ୱରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବୋଲି ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଇଆନ ଚାପେଲ କହିଛନ୍ତି। ୩ଟି ଯାକ ଫର୍ମାଟରେ...

କୁସ୍ତିଯୋଦ୍ଧାଙ୍କ ଉପରେ କ୍ଷୁବ୍‌ଧ ପି.ଟି. ଉଷା

ନୂଆଦିଲ୍ଲୀ, ୨୮ା୪ (ପି.ଟି.): ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ବିଳମ୍ବ ଘଟୁଥିବାରୁ ପୁଣି ଧାରଣାରେ ବସିଥିବା...

ନୂଆ କୋଚ୍‌ ଚୟନ ଦୌଡ଼ରେ ଆଡହକ କମିଟି ସବୁଠାରୁ ଆଗରେ; ପରବର୍ତ୍ତୀ ଶୁଣାଣି ପରେ ଅନ୍ତିମ ନିଷ୍ପତ୍ତି ନିଆଯିବ

ନୂଆଦିଲ୍ଲୀ,୧୮।୭(ପି.ଟି.)- ପୂର୍ବତନ ଅଧିନାୟକ କପିଳଦେବଙ୍କ ଅଧ୍ୟକ୍ଷତାରେ ଗଠିତ ଆଡ୍‌ହକ୍‌ କମିଟି ଟିମ୍‌ ଇଣ୍ଡିଆର ନୂଆ କୋଚ୍‌ ନିଯୁକ୍ତ କରିବା ପ୍ରକ୍ରିୟା ଦୌଡ଼ରେ ସବୁଠାରୁ ଆଗରେ ରହିଛି।...

କ୍ରିକେଟର ସ୍ତ୍ରୀଙ୍କୁ ଧମକ ଦେବା ପଡିଲା ମହଙ୍ଗା

କୋଲକାତା,୨୬।୧୦: ଭାରତୀୟ ଦଳର ପେସର ମହମ୍ମଦ ଶାମିଙ୍କ ସ୍ତ୍ରୀ ହସିନ ଜାହାନଙ୍କୁ ଧମକ ଅଭିଯୋଗରେ କୋଲକାତା ପୋଲିସ ବୁଧବାର ୨୫ ବର୍ଷ ଯୁବକଙ୍କୁ ଗିରଫ କରିଛି।...

୪ ସହରରେ ଖେଳାଯିବ ପିଏସଏଲ୍‌

ଇସଲାମବାଦ,୩।୧(ଏ.ପି.)- ବିଦେଶୀ ଦଳକୁ ଦେଶକୁ ଆମନ୍ତ୍ରଣ କରିବା ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଆଉ ଏକ ପଦକ୍ଷେପ ନେଇଛି। ଦେଶକୁ ସୁରକ୍ଷିତ ଦର୍ଶାଇବା ଲାଗି...

ଜିମ୍‌ରୁ ଜାଭେଲିନ

ଟୋକିଓ,୭।୮: ଜିମ୍‌ ଛାଡି ଜାଭେଲିନ ଥ୍ରୋ ଆରମ୍ଭ କରିଥିବା ନୀରଜ ଚୋପ୍ରା ଦିନେ ଭାରତ ପାଇଁ ଆଥ୍‌ଲେଟିକ୍ସରେ ପ୍ରଥମ ଅଲିମ୍ପିକ୍ସ ପଦକ ହାସଲ କରିବେ ବୋଲି...

ମ୍ୟାଚ୍‌ ମଝିରେ ଅମ୍ପାୟରଙ୍କ ଦ୍ୱାରା ଚୁଟି କାଟିଥିଲେ ଗାଭାସ୍କର

ନୂଆଦିଲ୍ଲୀ, ୧୧।୭- ଭାରତୀୟ କ୍ରିକେଟ୍‌ରେ ଲିଟିଲ୍‌ ମାଷ୍ଟର ଭାବେ ପରିଚିତ ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ନିକଟରେ ତାଙ୍କ ୭୧ତମ ଜନ୍ମଦିବସ ପାଳନ କରିଛନ୍ତି। ମାତ୍ର...

Advertisement
Archives

Model This Week