Posted inଖେଳ

ବ୍ରାଜିଲିଆନ ଡିଏଗୋଙ୍କ ସହ ଓଏଫ୍‌ସିର ଚୁକ୍ତି

ଭୁବନେଶ୍ୱର, ୧ା୯(କ୍ରୀଡ଼ା ପ୍ରତିନିଧି)-
ଇଣ୍ଡିଆନ ସୁପରଲିଗ୍‌ର ୭ମ ସଂସ୍କରଣ ପାଇଁ ବ୍ରାଜିଲିଆନ ଷ୍ଟ୍ରାଇକର ଡିଏଗୋ ମୌରିସିଓଙ୍କ ସହ ଚୁକ୍ତି କରିଛି ଓଡ଼ିଶା ଏଫସି (ଓଏଫସି)। ଭୁବନେଶ୍ୱର ଭିତ୍ତିକ ଫ୍ରାଞ୍ଚାଇଜ୍‌ ସହିତ ଡିଏଗୋ ଏକ ବର୍ଷିଆ ଚୁକ୍ତି କରିଛନ୍ତି ବୋଲି ସୋମବାର ପ୍ରକାଶ କରାଯାଇଛି। ୨୯ ବର୍ଷୀୟ ଡିଏଗୋଙ୍କର ବିଶ୍ୱର ବିଭିନ୍ନ ଶୀର୍ଷସ୍ଥାନୀୟ ଫୁଟବଲ ଲିଗ୍‌ରେ ଖେଳିବାର ଅଭିଜ୍ଞତା ରହିଛି। ୨୦୧୦ରେ ସେ ସିନିୟର କ୍ଲବ କ୍ୟାରିୟର ଆରମ୍ଭ କରିଥିଲେ। ବ୍ରାଜିଲର ଫ୍ଲାମେଙ୍ଗୋ ପକ୍ଷରୁ କ୍ୟାରିୟର ଆରମ୍ଭ ସମୟରେ ସେ କିମ୍ବଦନ୍ତୀ ଖେଳାଳି ରୋନାଲ୍ଡିନୋଙ୍କ ସଂସ୍ପର୍ଶରେ ଆସିଥିଲେ। ପରେ ଅନ୍ୟତମ ବ୍ରାଜିଲିଆନ ଟିମ୍‌ ସ୍ପୋଟର୍‌ସ କ୍ଲବ ଡୋ ରାସିଫେ, ବ୍ରାଗାଣ୍ଟିନୋ ଓ ସେଣ୍ଟ୍ରୋ ସ୍ପୋର୍ଟିଭୋ ଆଲାଗୋଆନୋ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ରିଓଡି ଜେନିରୋରେ ଜନ୍ମିତ ଏହି ଫରଓ୍ବାର୍ଡ ୨୦ ବର୍ଷରୁ କମ୍‌ ବ୍ରାଜିଲ ଦଳର ସଦସ୍ୟ ଭାବରେ ଫିଲିପେ କୌଟିନୋ, କାସେମିରୋ, ଓସ୍କାର, ଫେଲିପେ ଆଣ୍ଡରସନ, ଫିର୍ମିନୋ ଓ ତାରକା ଖେଳାଳି ନେମାରଙ୍କ ସହିତ ଖେଳିବାର ସୁଯୋଗ ପାଇଥିଲେ। ଏହା ବ୍ୟତୀତ ସେ ବିଶ୍ୱର ବିଭିନ୍ନ ସ୍ଥାନକୁ ଯାଇ ଦକ୍ଷିଣ କୋରିଆର ବୁସାନ ଆଇପର୍କ ଓ ଗାଙ୍ଗଓନ ଏଫସି, ସୌଦି ଆରବର ଅଲ୍‌ କ୍ୱାଦିସିଆ, ପର୍ତ୍ତୁଗାଲର ଭିଟୋରିଆ ଏଫସି, ରୁଷିଆର ଏଫସି ସ୍ପାଟାର୍କ ଭ୍ଲାଡିକାଭକାଜ ଏବଂ ଚାଇନାର ଶିଜିଆଝୁଆଙ୍ଗ ଏଭର ବ୍ରାଇଟ୍‌ ଏଫସି ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି।
ଡିଏଗୋଙ୍କୁ ସ୍ବାଗତ କରିବା ସହ ତାଙ୍କ ପରି ଏକ ଖେଳାଳି ପାଇଥିବାରୁ ସେ ଅତ୍ୟନ୍ତ ଖୁସି ବୋଲି ଓଏଫସି ମୁଖ୍ୟ କୋଚ୍‌ ଷ୍ଟୁଆର୍ଟ ବକ୍ସଟର ପ୍ରକାଶ କରିଛନ୍ତି। ଆଗାମୀ ସିଜନରେ ଡିଏଗୋ ଓଏଫସିର ବଡ଼ ସମ୍ପତ୍ତିଭାବେ ଉଭାହେବେ ବୋଲି ସେ କହିଛନ୍ତି। ଡିଏଗୋ ମଧ୍ୟ ଏହି ଚୁକ୍ତିରେ ଖୁସି ଜାହିର କରିବା ସହ ବକ୍ସଟରଙ୍କ ସହ କାମ କରିବାକୁ ଆଗ୍ରହୀ ବୋଲି ପ୍ରକାଶ କରିଛନ୍ତି। ଓଡ଼ିଶା ଏଫସିରେ ଯୁବ ଭାରତୀୟ ଖେଳାଳିଙ୍କୁ ପ୍ରାଧାନ୍ୟ ଦିଆଯାଉଛି ବୋଲି ମୁଁ ଜାଣିବାକୁ ପାଇଛି। ଏହା ମୋତେ ଖୁବ୍‌ ଉତ୍ସାହିତ କରିଛି ଏବଂ ଲିଗ୍‌ ଜିତିବା ମୋର ଲକ୍ଷ୍ୟ ରହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ୟାରିୟରର ପ୍ରଥମ ଟେଷ୍ଟ ଶତକ ହାସଲ କଲେ ମୟଙ୍କ ଅଗ୍ରଓ୍ବାଲ

ବିଶାଖାପାଟଣା,୩।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ଭାରତର ଦୁଇ ଓପନର୍‌ ଶତକ ହାସଲ କରିଛନ୍ତି। ପ୍ରଥମ ଦିନରେ ରୋହିତ୍‌ ଶର୍ମା ଶତକ ଅର୍ଜନ କରିଥିବାବେଳେ...

ଦୁବାଇରେ କ୍ୟାରିୟରର ଅନ୍ତିମ ଟୁର୍ନାମେଣ୍ଟ ଖେଳିବେ ସାନିଆ

ନୂଆଦିଲ୍ଲୀ,୭।୧: ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ସନ୍ନ୍ୟାସ ନେଇ ଘୋଷଣା କରିଛନ୍ତି। ଆସନ୍ତା ଫେବୃୟାରୀ ୧୯ରେ ଖେଳାଯିବାକୁ ଥିବା ଦୁବାଇ ଟେନିସ ଚାମ୍ପିୟନଶିପ୍‌ ତାଙ୍କ...

ଦୁବାଇରେ ବିସିସିଆଇ ଦୁର୍ନୀତି ନିବାରଣ ୟୁନିଟ୍‌

ନୂଆଦିଲ୍ଲୀ, ୧୧ା୯ (ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଯୋଗୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଦୁର୍ନୀତି ନିବାରଣ ୟୁନିଟ୍‌ (ଏସିୟୁ) ସଂଯୁକ୍ତ ଆରବ ଏମିରେଟ୍ସ...

ପ୍ରଥମ ଭାରତୀୟ ଭାବେ ଏଭଳି କାରନାମା କଲେ କୋହଲି

କ୍ରିକେଟ୍‌ ପରେ ସୋସିଆଲ ମିଡିଆରେ ମଧ୍ୟ କୋହଲିଙ୍କ ଜଲଓ୍ବା ଦେଖିବାକୁ ମିଳିଛି। ନିକଟରେ କୋହଲିଙ୍କ ଇନ୍‌ଗ୍ରାମ ଫଲୋଅର୍ସ ସହଖ୍ୟା ୧୦କୋଟିରେ ପହଞ୍ଚିଛି। ଏହି ଉପଲବ୍ଧି ହାସଲ...

କ୍ରିକେଟର ସମସ୍ତ ଫର୍ମାଟ୍‌ରୁ ମ୍ୟାକ୍‌କୁଲମଙ୍କ ଅବସର

ଅକ୍‌ଲାଣ୍ଡ, ୬।୮ (ପି.ଟି.)- ପୂର୍ବତନ ନ୍ୟୁଜିଲାଣ୍ଡ ଅଧିନାୟକ ବ୍ରେଣ୍ଡନ ମ୍ୟାକ୍‌କୁଲମ କ୍ରିକେଟର ସମସ୍ତ ପ୍ରକାର ଫର୍ମାଟ୍‌ରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। କାନାଡାରେ ଚାଲିଥିବା ‘ଗ୍ଲୋବାଲ...

ଇଣ୍ଡିଆନ ଆରୋଜ-ନେରୋକା ମ୍ୟାଚ ଡ୍ର

ଇମ୍ଫାଲ, ୧୧ା୨ (ପି.ଟି.)- ନ୍ୟାଶନାଲ ଫୁଟ୍‌ବଲ ଫେଡେରେଶନ ଡେଭଲପମେଣ୍ଟ ଟିମ୍‌ ଇଣ୍ଡିଆନ ଆରୋଜ ଏବଂ ନେରୋକା ମଧ୍ୟରେ ମଙ୍ଗଳବାର ଖେଳାଯାଇଥିବା ଏକ ଆଇ-ଲିଗ୍‌ ମ୍ୟାଚ୍‌ ଗୋଲଶୂନ୍ୟ...

ରଣ୍‌ଜୀ ଟ୍ରଫିରେ ପ୍ରଥମଥର ବ୍ୟବହାର ହେବ ଡିଆର୍‌ଏସ୍‌

ରାଜକୋଟ୍‌, ୨୫।୨ (ପି.ଟି.)- ଭାରତୀୟ ଘରୋଇ କ୍ରିକେଟ୍‌ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କ୍ରିକେଟ୍‌ ପ୍ରତିଯୋଗିତା ରଣ୍‌ଜୀ ଟ୍ରଫିରେ ପ୍ରଥମ ଥର ଲାଗି ଡିସିସନ ରିଭ୍ୟୁ ସିଷ୍ଟମ (ଡିଆର୍‌ଏସ୍‌)...

ଅଷ୍ଟ୍ରେଲିଆ ମୁହଁରୁ ବିଜୟ ଛଡାଇ ଆଣିଲା ପାକିସ୍ତାନ

କରାଚି,୧୬।୩: ଅସମ୍ଭବକୁ ସମ୍ଭବ କରି ଦେଖାଇଛି ପାକିସ୍ତାନ କ୍ରିକେଟ ଦଳ। ୧୭୨ ଓଭର ବ୍ୟାଟିଂ କରି ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚକୁ ପରାଜୟରୁ ବଞ୍ଚାଇ ଦେଇଛି। ଜିତିବା...

Advertisement
Archives

Model This Week