Posted inଖେଳ

ବ୍ରାଜିଲିଆନ ଡିଏଗୋଙ୍କ ସହ ଓଏଫ୍‌ସିର ଚୁକ୍ତି

ଭୁବନେଶ୍ୱର, ୧ା୯(କ୍ରୀଡ଼ା ପ୍ରତିନିଧି)-
ଇଣ୍ଡିଆନ ସୁପରଲିଗ୍‌ର ୭ମ ସଂସ୍କରଣ ପାଇଁ ବ୍ରାଜିଲିଆନ ଷ୍ଟ୍ରାଇକର ଡିଏଗୋ ମୌରିସିଓଙ୍କ ସହ ଚୁକ୍ତି କରିଛି ଓଡ଼ିଶା ଏଫସି (ଓଏଫସି)। ଭୁବନେଶ୍ୱର ଭିତ୍ତିକ ଫ୍ରାଞ୍ଚାଇଜ୍‌ ସହିତ ଡିଏଗୋ ଏକ ବର୍ଷିଆ ଚୁକ୍ତି କରିଛନ୍ତି ବୋଲି ସୋମବାର ପ୍ରକାଶ କରାଯାଇଛି। ୨୯ ବର୍ଷୀୟ ଡିଏଗୋଙ୍କର ବିଶ୍ୱର ବିଭିନ୍ନ ଶୀର୍ଷସ୍ଥାନୀୟ ଫୁଟବଲ ଲିଗ୍‌ରେ ଖେଳିବାର ଅଭିଜ୍ଞତା ରହିଛି। ୨୦୧୦ରେ ସେ ସିନିୟର କ୍ଲବ କ୍ୟାରିୟର ଆରମ୍ଭ କରିଥିଲେ। ବ୍ରାଜିଲର ଫ୍ଲାମେଙ୍ଗୋ ପକ୍ଷରୁ କ୍ୟାରିୟର ଆରମ୍ଭ ସମୟରେ ସେ କିମ୍ବଦନ୍ତୀ ଖେଳାଳି ରୋନାଲ୍ଡିନୋଙ୍କ ସଂସ୍ପର୍ଶରେ ଆସିଥିଲେ। ପରେ ଅନ୍ୟତମ ବ୍ରାଜିଲିଆନ ଟିମ୍‌ ସ୍ପୋଟର୍‌ସ କ୍ଲବ ଡୋ ରାସିଫେ, ବ୍ରାଗାଣ୍ଟିନୋ ଓ ସେଣ୍ଟ୍ରୋ ସ୍ପୋର୍ଟିଭୋ ଆଲାଗୋଆନୋ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ରିଓଡି ଜେନିରୋରେ ଜନ୍ମିତ ଏହି ଫରଓ୍ବାର୍ଡ ୨୦ ବର୍ଷରୁ କମ୍‌ ବ୍ରାଜିଲ ଦଳର ସଦସ୍ୟ ଭାବରେ ଫିଲିପେ କୌଟିନୋ, କାସେମିରୋ, ଓସ୍କାର, ଫେଲିପେ ଆଣ୍ଡରସନ, ଫିର୍ମିନୋ ଓ ତାରକା ଖେଳାଳି ନେମାରଙ୍କ ସହିତ ଖେଳିବାର ସୁଯୋଗ ପାଇଥିଲେ। ଏହା ବ୍ୟତୀତ ସେ ବିଶ୍ୱର ବିଭିନ୍ନ ସ୍ଥାନକୁ ଯାଇ ଦକ୍ଷିଣ କୋରିଆର ବୁସାନ ଆଇପର୍କ ଓ ଗାଙ୍ଗଓନ ଏଫସି, ସୌଦି ଆରବର ଅଲ୍‌ କ୍ୱାଦିସିଆ, ପର୍ତ୍ତୁଗାଲର ଭିଟୋରିଆ ଏଫସି, ରୁଷିଆର ଏଫସି ସ୍ପାଟାର୍କ ଭ୍ଲାଡିକାଭକାଜ ଏବଂ ଚାଇନାର ଶିଜିଆଝୁଆଙ୍ଗ ଏଭର ବ୍ରାଇଟ୍‌ ଏଫସି ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି।
ଡିଏଗୋଙ୍କୁ ସ୍ବାଗତ କରିବା ସହ ତାଙ୍କ ପରି ଏକ ଖେଳାଳି ପାଇଥିବାରୁ ସେ ଅତ୍ୟନ୍ତ ଖୁସି ବୋଲି ଓଏଫସି ମୁଖ୍ୟ କୋଚ୍‌ ଷ୍ଟୁଆର୍ଟ ବକ୍ସଟର ପ୍ରକାଶ କରିଛନ୍ତି। ଆଗାମୀ ସିଜନରେ ଡିଏଗୋ ଓଏଫସିର ବଡ଼ ସମ୍ପତ୍ତିଭାବେ ଉଭାହେବେ ବୋଲି ସେ କହିଛନ୍ତି। ଡିଏଗୋ ମଧ୍ୟ ଏହି ଚୁକ୍ତିରେ ଖୁସି ଜାହିର କରିବା ସହ ବକ୍ସଟରଙ୍କ ସହ କାମ କରିବାକୁ ଆଗ୍ରହୀ ବୋଲି ପ୍ରକାଶ କରିଛନ୍ତି। ଓଡ଼ିଶା ଏଫସିରେ ଯୁବ ଭାରତୀୟ ଖେଳାଳିଙ୍କୁ ପ୍ରାଧାନ୍ୟ ଦିଆଯାଉଛି ବୋଲି ମୁଁ ଜାଣିବାକୁ ପାଇଛି। ଏହା ମୋତେ ଖୁବ୍‌ ଉତ୍ସାହିତ କରିଛି ଏବଂ ଲିଗ୍‌ ଜିତିବା ମୋର ଲକ୍ଷ୍ୟ ରହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଜିଲା ପ୍ରିମିୟର ଲିଗ୍: ସମଲେଶ୍ୱରୀ ଇଲେଭେନ ବିଜୟୀ

ବରଗଡ଼,୮।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା କ୍ରିକେଟ୍ ଆସୋସିଏଶନ୍, ବରଗଡ଼ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ୮ମ ବରଗଡ଼ ଜିଲଖ ପ୍ରିମିୟର ଲିଗର ପଞ୍ଚମ ଦିବସ ଶୁକ୍ରବାର ଅନୁଷ୍ଠିତ ପ୍ରଥମ…

ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ:ଆଗାମୀ ୪ ଦିନ ବର୍ଷା, ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୮ା୫ (ବନ୍ଦନା ସେଠୀ) – ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ସମୁଦ୍ର ପତନଠାରୁ ଦେଢ କିଲୋମିଟର ଉଚ୍ଚ ଯାଏ ଘୂର୍ଣ୍ଣିବଳୟଟି ବ୍ୟାପିଛି। ଆଗାମୀ…

ଦିଗପହଣ୍ଡି ଓ ପାଟପୁର ଥାନାରେ ଜୁଭେଣ୍ଟିକା ସଚେତନତା

ଦିଗପହଣ୍ଡି,୮|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଓ ପାଟପୁର ଥାନା ପରିସରରେ ଶୁକ୍ରବାର ମହିଳା ଓ ଶିଶୁଙ୍କ ପ୍ରତି ଅପରାଧ ନିରାକରଣ ସମ୍ପର୍କିତ ଜୁଭେଣ୍ଟିକା ସଚେତନତା…

କାର ଦୁର୍ଘଟଣାରେ ଜିଏନଏମ ଛାତ୍ରୀଙ୍କ ମୃତ୍ୟୁ

ଭବାନୀପାଟଣା,୮।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ବାଦଲି ଛକ ନିକଟରେ ଗୁରୁବାର ରାତିରେ ଏକ କାର ଦୁର୍ଘଟଣାରେ ଜଣେ ଜିଏନଏମ ଛାତ୍ରୀଙ୍କ ମୃତ୍ୟୁ…

ପୋଲିସ-କିଶୋରୀ ସମ୍ପର୍କର ନୂଆ ଅଧ୍ୟାୟ: ଥୁଆମୂଳ ରାମପୁରରେ ‘ଜୁଭେଣ୍ଟିକା’ ଅଭିଯାନ

ଥୁଆମୂଳ ରାମପୁର, ୮ା୫ (ଦୁର୍ଗା କୀର୍ତ୍ତି) : ଓଡ଼ିଶା ପୋଲିସର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଏବଂ ୟୁନିସେଫ୍‌ର ମିଳିତ ପ୍ରୟାସରେ ଶୁକ୍ରବାର ଥୁଆମୂଳ…

କାଣ୍ଡେଲ ରୋଡ୍‌ ଷ୍ଟେଶନ ସମସ୍ୟା ସମାଧାନ ଦାବି

କେସିଙ୍ଗା, ୮ା୫ (ତୁମେଶ୍ୱର ସାହୁ)- ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କାଣ୍ଡେଲ ରୋଡ୍‌ ଷ୍ଟେଶନରେ ବିଭିନ୍ନ ସମସ୍ୟା ଯୋଗୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ…

ଧାନ ବିକ୍ରି ପଞ୍ଜୀକରଣରୁ ବଞ୍ଚତ୍ତ ଚାଷୀଙ୍କ ରଣହୁଙ୍କାର

କୋକସରା,୮ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ବାରମ୍ବାର ଆନ୍ଦୋଳନ ସତ୍ତ୍ୱେ କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ମେଗା ଲିଫ୍ଟ ପ୍ରକଳ୍ପ ଅଞ୍ଚଳର କୋକସରା, ଜୟପାଟଣା ଓ ଧର୍ମଗଡ଼ ବ୍ଲକର ଚାଷୀ…

ଅନ୍‌ଲାଇନ ଟ୍ରେଡିଂ ନାଁରେ ୨୦.୫୦ ଲକ୍ଷ ଠକେଇ ଆନ୍ଧ୍ରରୁ ମାଷ୍ଟର ମାଇଣ୍ଡ ଗିରଫ

କୋରାପୁଟ, ୮ା୫(ଅମିତାଭ ବେହେରା)-ଅନ୍‌ଲାଇନ ଟ୍ରେଡିଂରେ ଅଧିକ ଲାଭ ଦେବା ଲୋଭ ଦେଖାଇ କୋରାପୁଟ ଜିଲା ଜୟପୁରର ଜଣେ ବ୍ୟକ୍ତିଙ୍କୁ ୨୦ଲକ୍ଷ ୫୦ ହଜାର ଟଙ୍କା ଠକେଇ କରାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri