ଆଘାତଦାୟକ ସମୟ

ଆକାର ପଟେଲ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ୧୯୨୫ରେ ପ୍ରତିଷ୍ଠା ହୋଇଥିଲା। ଆଉ ତିନି ବର୍ଷରେ ଏହା ୧୦୦ରେ ପଦାର୍ପଣ କରିବ। ବିଶେଷକରି ୨୦୧୯ରୁ ଘଟିଥିବା ଘଟଣାଗୁଡ଼ିକ ପରେ କେତେକେ ଅନୁଭବ କରିଛନ୍ତି ଯେ, ୨୦୨୫ ଭାରତ ହିନ୍ଦୁ ରାଷ୍ଟ୍ରକୁ ପରିବର୍ତ୍ତନ ହେବାର ସଙ୍କେତ ଦେବ। ଏହା ସମ୍ଭବତଃ କ’ଣ ହୋଇପାରେ ପୂର୍ବରୁ ଏକ ବହିରେ ମୁଁ ଅନୁସନ୍ଧାନ କରିଥିଲି ଏବଂ ସେଥିରୁ କିଛି ବିଷୟ ଏଠାରେ ଉପସ୍ଥାପନ କରୁଛି। ଆଇନ ଆଧାରରେ ଏକ ଦେଶ ଧର୍ମନିରପେକ୍ଷ, ହିନ୍ଦୁରାଷ୍ଟ୍ର, ଇସ୍‌ଲାମ ଦେଶ କିମ୍ବା ଅନ୍ୟ କିଛି ହୋଇପାରେ। ଆଇନଗୁଡ଼ିକ ହିଁ ଦେଶର ସ୍ବରୂପ ନିର୍ଦ୍ଧାରଣ କରେ। ସ୍ବାଧୀନତା ପରେ ଗୃହୀତ ସମ୍ବିଧାନ ଏବଂ ଊନବିଂଶ ଶତାବ୍ଦୀରେ ବ୍ୟବସ୍ଥିତ ଅପରାଧ ଆଇନଗୁଡ଼ିକ ଅନୁଯାୟୀ ଏବେ ଭାରତର ଶାସନ ଚାଲିଛି। ଏହି ଆଇନଗୁଡ଼ିକ(ଭାରତୀୟ ପିିଙ୍ଗଳ କୋଡ) ୧୮୬୦ରେ ଆସିଥିଲା ଏବଂ ଏହା ଦକ୍ଷିଣ ଏସିଆର ସବୁ ଦେଶରେ କମ୍‌ ବେଶିରେ ରହିଆସିଛି। ତେବେ କ’ଣ ପରିବର୍ତ୍ତନ ହୋଇପାରେ, ଏହା ବୁଝିବାକୁ ହେଲେ ଆମକୁ ପ୍ରଥମେ ହିନ୍ଦୁ ରାଷ୍ଟ୍ରର ମାନେ ବୁଝିବାକୁ ପଡ଼ିବ। ମୋ ଚିନ୍ତାଧାରାରେ ହିନ୍ଦୁ ଗ୍ରନ୍ଥଗୁଡ଼ିକର ବ୍ୟାଖ୍ୟା ଏବଂ ଏହି ଗ୍ରନ୍ଥଗୁଡ଼ିକୁ ଆଧାର କରି ଆଇନ ଓ ଦେଶ ଗଠନରୁ ଏହା ବୁଝାଯାଇପାରେ। ଏଠାରେ ସମସ୍ୟା ହେଉଛି, ଡ. ଆମ୍ବେଡକରଙ୍କ ଲିଖିତ ‘ଜାତିପ୍ରଥାର ଉଚ୍ଛେଦ’ ପୁସ୍ତକରେ ଏହିସବୁ ଗ୍ରନ୍ଥଗୁଡ଼ିକ ଉପଯୋଗୀ ନୁହେଁ ବୋଲି କହିଛନ୍ତି। ଆମ ସମୟରେ ଆଇନରେ ଜାତି ସିଦ୍ଧାନ୍ତ ଲାଗୁ କରିବା ସମ୍ଭବ ନୁହେଁ। ଏହି କାରଣ ପାଇଁ ନେପାଳ ୨୦୦୮ ପର୍ଯ୍ୟନ୍ତ ଏକ ଅସମ୍ପୂର୍ଣ୍ଣ ହିନ୍ଦୁ ରାଷ୍ଟ୍ର ଥିଲା। ନେପାଳ କାର୍ଯ୍ୟକାରିଣୀ ପ୍ରାଧିକରଣର ରାଜତନ୍ତ୍ରରେ ଜଣେ କ୍ଷତ୍ରିୟ ରାଜା ରହିବାର ଧାରା ରହିଥିଲା। ମନୁସ୍ମୃତି ଅନୁଯାୟୀ ତାଙ୍କୁ ତାଙ୍କ ଦରବାରରେ ଜଣେ ମୂଳ ପୁରୋହିତ ବ୍ରାହ୍ମଣ ପରାମର୍ଶ ଦେଉଥିଲେ। କିନ୍ତୁ ଜାତି ଢାଞ୍ଚାର ଅନ୍ୟ କୌଣସ ଭାଗ ଲାଗୁ ହୋଇ ନ ଥିତ୍ଲା, କାରଣ ଏହା ସମ୍ଭବ ହୋଇପାରି ନ ଥିଲା। ଏଣୁ ଭାରତରେ ଆମେ ଏକ ହିନ୍ଦୁ ରାଷ୍ଟ୍ରକୁ ଖାରଜ କରିପାରିବା।
ହିନ୍ଦୁ ରାଷ୍ଟ୍ରର ଅନ୍ୟ ଢାଞ୍ଚା ଗ୍ରହଣ କରାଯାଇପାରେ, ହେଲେ ତାହା ବର୍ଜନୀୟ। ଏମିତି ଢାଞ୍ଚା ପାକିିସ୍ତାନ ସମେତ ବହୁ ଧାର୍ମିକ ଦେଶ ଗ୍ରହଣ କରିଛନ୍ତି। ପାକିସ୍ତାନରେ ଆଇନ(ଅନୁଚ୍ଛେଦ-୯୧) ଅନୁଯାୟୀ କୌଣସି ଅଣ ମୁସଲିମ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ। ସମାନ ପ୍ରକାର ନିୟମ(ଅନୁଚ୍ଛେଦ-୪୧) ବି ରାଷ୍ଟ୍ରପତିଙ୍କ ପାଇର୍ଁ ଲାଗୁ ହୋଇଛି। ଏଣୁ ଏଭଳି ଏକ ହିନ୍ଦୁରାଷ୍ଟ୍ର ଯେଉଁଠି ଅଣ ହିନ୍ଦୁ ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ ଓ ନିର୍ଦ୍ଦିଷ୍ଟ କାର୍ଯ୍ୟାଳୟଗୁଡ଼ିକରେ କେବଳ ହିନ୍ଦୁ ରହିବେ, ତାହା ଆଇନ ସିଦ୍ଧ କରାଯାଇପାରେ। ହେଲେ ଆମେ ବିଚାର କରିବା ଉଚିତ ଯେ, ଆମର ଏଭଳି ଆଇନ ନ ଥିଲେ ମଧ୍ୟ ଆମ ଦେଶରେ ଏବେ କୌଣସି ମୁସଲମାନ ମୁଖ୍ୟମନ୍ତ୍ରୀ ନାହାନ୍ତି, କଶ୍ମୀର ସମେତ ଅନ୍ୟ କୌଣସି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବେ କେହି ମୁସଲମାନ ଏଯାବତ ୫ ବର୍ଷ ପୂରଣ କରିନାହାନ୍ତି। ଅବଶ୍ୟ ଭାରତରେ କୌଣସି ମୁସଲମାନ ଏଯାବତ ପ୍ରଧାନମନ୍ତ୍ରୀ ହୋଇ ନାହାନ୍ତି। ଏହି ପ୍ରକାର ହିନ୍ଦୁ ରାଷ୍ଟ୍ର ମଧ୍ୟ ଏହାର ସଂଖ୍ୟାଲଘୁମାନଙ୍କ ବିରୋଧରେ ଅନ୍ୟ କିଛି ଭେଦଭାବପୂର୍ଣ୍ଣ ପ୍ରସଙ୍ଗ ଗ୍ରହଣ କରିପାରେ, ଯାହା ପାକିସ୍ତାନ କରିବାକୁ ପସନ୍ଦ କରିଛି। ପାକିସ୍ତାନରେ ଅଣ ମୁସଲମାନମାନେ ଅଲଗା ଇଲେକ୍ଟ୍ରୋରେଟଗୁଡ଼ିକରେ ଭୋଟ ଦିଅନ୍ତି। ଧର୍ମତ୍ୟାଗୀ ଅହମଦିଆ ବର୍ଗ ସେମାନଙ୍କୁ ମୁସଲମାନ କହିପାରିବେ ନାହିଁ କି ସେମାନଙ୍କର କୌଣସି ଧାର୍ମିକ ସ୍ବାଧୀନତା ନାହିଁ। ୧୯୩୦ରେ ଜର୍ମାନୀରେ ସ୍ବୀକୃତ କେତେକ ଆଇନ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଆନ୍ତଃ ବିବାହକୁ ବାରଣ କରିଥିଲା। ଭାରତରେ ମଧ୍ୟ ୨୦୧୮ ପରେ ୭ ଭାଜପା ଶାସିତ ରାଜ୍ୟ ହିନ୍ଦୁ ମୁସଲମାନ ବିବାହକୁ ଆପରାଧୀକରଣ କରି ଆଇନ ପାସ କରିଛନ୍ତି। ଜର୍ମାନୀ ଆଇନଗୁଡ଼ିକ ନାଗରିକତ୍ୱରୁ ଜୀଉମାନଙ୍କୁ ବାଦ ଦେଇଛି। ଭାରତ ମଧ୍ୟ ମୁସଲମାନଙ୍କୁ ବାଦ ଦେବା ଲାଗି ସିଏଏ ଗ୍ରହଣ କରିଛି ଏବଂ ଏନ୍‌ଆରସି ପାଇଁ ସ୍ବରାଷ୍ଟ୍ରମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ । ୨୦୧୯ ପରଠାରୁ ଭାରତ ନମାଜ, ହିଜାବ, ମାଂସ, ବୁଲ୍‌ଡୋଜର, ତଲାକ ଉପରେ ନିର୍ଦ୍ଦିଷ୍ଟ ଭାବେ ନୀତି ଓ ଆଇନଗୁଡ଼ିକ ଲାଗୁ କରିଛି। ଏଥିରେ ଆମେ ଏକ ହିନ୍ଦୁ ରାଷ୍ଟ୍ର ଦେଖିପାରିବା, ଯେଉଁଥିରେ ଅନ୍ୟକୁ ବାଦ ଦିଆଯାଇଛି। ଏଣୁ ପ୍ରଶ୍ନ ହେଉଛି, ଯଦି ଆମେ ମୁସଲମାନଙ୍କୁ ରାଜନୈତିକ କାର୍ଯ୍ୟାଳୟରୁ ବାଦ ଦେଇସାରିଛେ ଏବଂ ପାକିସ୍ତାନ ଓ ଜର୍ମାନୀ ଯାହା କଲେ ସେଭଳି ନିତିଦିନ ଆଇନ ମାଧ୍ୟମରେ ସେମାନଙ୍କୁ ନିର୍ଯାତନା ଦେଇ ଚାଲିଛେ, ତେବେ ଆଉ ହିନ୍ଦୁ ରାଷ୍ଟ୍ରର କ’ଣ ଆବଶ୍ୟକତା ରହିଛି। କାହିଁକି ଏବକାର ଆଇନ ପରିବର୍ତ୍ତନ କରିବାକୁ ଦରକାର କରୁଛେ। ଏଯାବତ ବହୁବାଦୀ, ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ବୋଲି ଛଳନା କରୁଥିବା ଏବକାର ସମ୍ବିଧାନ ଏବଂ ଆଇନଗୁଡ଼ିକ ଅଣ ହିନ୍ଦୁମାନଙ୍କୁ ବାଛବିଚାର କରିବା ଲାଗି ଯଥେଷ୍ଟ ଅଧିକାର ଦେଇଛି। ଆମ ସାମ୍ବିଧାନିକ ଓ ଗଣତାନ୍ତ୍ରିକ ଦେଶକୁ ଧର୍ମନିରପେକ୍ଷରୁ ହିନ୍ଦୁ ରାଷ୍ଟ୍ରକୁ ଆଇନଗତ ଭାବେ ପରିବର୍ତ୍ତନ କଲେ କୌଣସି ଲାଭ ମିଳିବା ଭଳି ଜଣାପଡ଼ୁନାହିଁ।
ତଥାପି ଭାବୁଛୁ ଆମେ ଏବେ ବି ଏହା କରିପାରିବୁ, କାରଣ ଏହା ଆମକୁ ଗର୍ବିତ କରିବ। ଆମେ ମୁସଲମାନମାନଙ୍କୁ ଅପମାନିତ କରିପାରିବୁ ଏବଂ ସେମାନଙ୍କର ଭାରତରେ ଭାଗ ନାହିଁ ବୋଲି କହିପାରିବୁ। ଯାହା ଆମେ ସ୍ଥିର କରିବୁ ତାହା ବିଶ୍ୱକୁ ପ୍ରଭାବିତ କରିବ। ଧାର୍ମିକ ଦେଶର ଯୁଗ ଶେଷ ହୋଇଯାଇଛି ଓ ଆଉ କିଛି ନୂଆ ଧାର୍ମିକ ଦେଶ ଗଠନ କରିବାର ଗୁରୁତ୍ୱ ଏକବିଂଶ ଶତାବ୍ଦୀରେ ଦେଖିବାକୁ ମିଳିବ ନାହିଁ। ଧର୍ମ ଉପରେ ପ୍ରତିଷ୍ଠିତ ବହୁ ରାଷ୍ଟ୍ର ସେମାନଙ୍କ ଭେଦଭାବପୂର୍ଣ୍ଣ ଆଇନଗୁଡ଼ିକୁ ବଦଳାଇଛନ୍ତି, କାରଣ ସେମାନେ ଜନ୍ମ ଓ ମୃତ୍ୟୁ ମଧ୍ୟରେ ଜୀବନକୁୁ ପରଖିଛନ୍ତି। ନାଗରିକମାନଙ୍କ ପାଇଁ ଏହି ସମୟ ଆଘାତଦାୟକ ଓ ଯନ୍ତ୍ରଣାଦାୟକ ହୋଇପାରେ ଏବଂ ମୋ ପାଇଁ ଜୀବନର ସବୁଠୁ ଖରାପ ସମୟ। ଏକଦା ବିଶ୍ୱରେ ପ୍ରଶଂସିତ ହୋଇଥିବା ଏକ ଦେଶ ନିଜକୁ ସମ୍ପୂର୍ଣ୍ଣ ଧ୍ୱଂସ କରୁଥିବାରୁ ଏହା ଲେଖକମାନଙ୍କ ପାଇଁ ଏକ ଉତ୍କୃଷ୍ଟ ପ୍ରସଙ୍ଗ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?