‘ମୃତ୍ୟୁ ଘଟଣାକୁ ଚପାଇଦେବା ପାଇଁ ଉଦ୍ୟମ’

ଝାରସୁଗୁଡ଼ା ଅଫିସ,୨୪।୪: ରୋଷେୟା ଲଳିତ କୁମାର ସାହୁ(୨୨)ଙ୍କ ମୃତ୍ୟୁ ଘଟଣାରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ସମ୍ପୃକ୍ତି ଥିବା ଭାଜପା ଅଭିଯୋଗ କରି ଘଟଣାର ସିବିଆଇ ତଦନ୍ତ ଦାବି କରିଛି। ଏହାକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗିରହିଛି। ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ଏଭଳି ସ୍ଥିତିରେ ମୃତ ରୋଷେୟାଙ୍କ ବାପା ଓ ଭାଇ ଝାରସୁଗୁଡା ଟାଉନ ଥାନାରେ ଏତଲା ଦେବା ସହ ପରିବାରର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଏତଲାରେ ତାଙ୍କ ବାପା ଉଲ୍ଲେଖ କରିଛନ୍ତି, ପୁଅ ଅବାଟରେ ଯାଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଘରେ ଚାପରେ ରହୁଥିଲା। ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ସ୍ମାରକପତ୍ରରେ ଦର୍ଶାଇଛନ୍ତି, ତାଙ୍କ ପୁଅ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଘରେ ରୋଷେୟା ଭାବେ କାମକରି ଖୁସିରେ ଥିଲା। ଏଭଳି ଅଭିଯୋଗ ପରେ ମାମଲା ଭିନ୍ନ ମୋଡ ନେଇଛି। ଘଟଣାର ୫ଦିନ ପରେ ଖୋଦ ସ୍ବାସ୍ଥ୍ୟମନ୍ତ୍ରୀ ଦାସ ମୁହଁ ଖୋଲିଛନ୍ତି। ରାଜନୈତିକ ଫାଇଦା ପାଇଁ ବିରୋଧୀ ବାଟ ଓଗାଳିବା ଉଚିତ ନୁହେଁ। ଆଇନକୁ ତା’ବାଟରେ ଯିବାକୁ ଦିଅ ବୋଲି ସେ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି। ଝାରସୁଗୁଡ଼ା ଅତିରିକ୍ତ ଏସ୍‌ପି କେଶବ ଚନ୍ଦ୍ର ବେହେରା କହିଛନ୍ତି, ରୋଷେୟା ଆତ୍ମହତ୍ୟା କରିଥିଲେ। ତାଙ୍କ ବଡଭାଇଙ୍କ ଅନୁରୋଧକ୍ରମେ ରାତିରେ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଜିଲା ବିଜେଡି ତରଫରୁ ଖବରଦାତା ସମ୍ମିଳନୀରେ କୁହାଯାଇଛି ଘଟଣାଦିନ ସ୍ବାସ୍ଥ୍ୟମନ୍ତ୍ରୀ ଦାସ ଝାରସୁଗୁଡାରେ ଅନୁପସ୍ଥିତ ଥିଲେ। ରାଜନୈତିକ ଉଦ୍ଦେଶ୍ୟ ରଖି ବିରୋଧୀମାନେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନାମରେ ଏଭଳି ମିଥ୍ୟା ଅଭିଯୋଗ ଆଣୁଛନ୍ତି। ଏସବୁକୁ ନେଇ ଜିଲା ଭାଜପା ତରଫରୁ ଶନିବାର ଜିଲା ପାର୍ଟି ଅଫିସରେ ଏକ ଖବରଦାତା ସମ୍ମିଳନୀରେ କୁହାଯାଇଛି, ସ୍ବାସ୍ଥ୍ୟମନ୍ତ୍ରୀ ଦାସ ପ୍ରଭାବଶାଳୀ ମନ୍ତ୍ରୀ ହୋଇଥିବାରୁ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣା ଭଳି ରୋଷେୟାଙ୍କ ମୃତ୍ୟୁ ଘଟଣା ଚପାଇଦେବାକୁ ପ୍ରୟାସ କରାଯାଉଛି। ଲଳିତ ଫ୍ୟାନ୍‌ରେ ଝୁଲି ଆମତ୍ହତ୍ୟା କରିଥିବାବେଳେ ପ୍ରଥମେ କିଏ ଦେଖିଥିଲେ, ତାଙ୍କ ବଡଭାଇଙ୍କୁ କିଏ ଜଣାଇଥିଲେ, ପୋଲିସ କେତେବେଳେ ପହଞ୍ଚତ୍ଥିଲା ଏସବୁର ମୋବାଇଲ୍‌ କଲ୍‌ ରେକର୍ଡ ଯାଞ୍ଚ କରାଯାଉ। ଘଟଣା ଦିନ ମନ୍ତ୍ରୀ ଦାସ ଝାରସୁଗୁଡାରେ ନ ଥିବା କୁହାଯାଉଥିବାବେଳେ ସେଦିନ ମନ୍ତ୍ରୀ ଝାରସୁଗୁଡାରେ ରହି ୨ଟି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଘଟଣାକୁ ଚାପିଦେବା ପାଇଁ ମନ୍ତ୍ରୀ ଜିଲା ଓ ପୋଲିସ ପ୍ରଶାସନ ଉପରେ ଚାପ ପକାଇଛନ୍ତି। ମନ୍ତ୍ରୀଙ୍କ ବାସଭବନ ଓ ଝାରସୁଗୁଡା ଟାଉନ୍‌ ଥାନାର ସିସିଟିଭି ଫୁଟେଜ୍‌ ଯାଞ୍ଚ ହେବା ଆବଶ୍ୟକ। ମୃତଦେହ ପଞ୍ଚନାମା କେତେବେଳେ ଓ କେଉଁ ଅଧିକାରୀ କରିଥିଲେ ଏହାର ଫଟୋଚିତ୍ର ପ୍ରଦାନ କରାଯାଉ। ରୋଷେୟା ଲଳିତଙ୍କ ବ୍ୟାଙ୍କ ଆକାଉଣ୍ଟରେ କିଏ ଓ କେତେଟଙ୍କା ଜମା କରିଥିଲେ ଓ ପରେ ସେସବୁ ଟଙ୍କା କୁଆଡେ ଯାଇଥିଲା, ଏସବୁର ତଦନ୍ତ କରାଯାଇ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରକାଶ କରିବା ପାଇଁ ଜିଲା ଭାଜପା ଦାବି କରିଛି। ଏ ନେଇ ଜିଲା ଭାଜପା ତରଫରୁ ରବିବାର ଟାଉନ ଥାନା ସମ୍ମୁଖରେ ଧାରଣା ଦିଆଯିବ ବୋଲି ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ଖବରଦାତା ସମ୍ମିଳନୀରେ ଜିଲା ଭାଜପା ନେତୃବୃନ୍ଦଙ୍କ ମଧ୍ୟରେ ଦୀନେଶ ଜୈନ, ତ୍ରିନାଥ ଗୁଆଲ, ସତ୍ୟନାରାୟଣ ବହିଦାର, ନରେଶ ନାୟକ, ବନ୍ଦନା ମୁନ୍ଦ୍ରା, ମହେନ୍ଦ୍ର କେଡିଆ ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri