‘ମୃତ୍ୟୁ ଘଟଣାକୁ ଚପାଇଦେବା ପାଇଁ ଉଦ୍ୟମ’

ଝାରସୁଗୁଡ଼ା ଅଫିସ,୨୪।୪: ରୋଷେୟା ଲଳିତ କୁମାର ସାହୁ(୨୨)ଙ୍କ ମୃତ୍ୟୁ ଘଟଣାରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ସମ୍ପୃକ୍ତି ଥିବା ଭାଜପା ଅଭିଯୋଗ କରି ଘଟଣାର ସିବିଆଇ ତଦନ୍ତ ଦାବି କରିଛି। ଏହାକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗିରହିଛି। ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ଏଭଳି ସ୍ଥିତିରେ ମୃତ ରୋଷେୟାଙ୍କ ବାପା ଓ ଭାଇ ଝାରସୁଗୁଡା ଟାଉନ ଥାନାରେ ଏତଲା ଦେବା ସହ ପରିବାରର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଏତଲାରେ ତାଙ୍କ ବାପା ଉଲ୍ଲେଖ କରିଛନ୍ତି, ପୁଅ ଅବାଟରେ ଯାଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଘରେ ଚାପରେ ରହୁଥିଲା। ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ସ୍ମାରକପତ୍ରରେ ଦର୍ଶାଇଛନ୍ତି, ତାଙ୍କ ପୁଅ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଘରେ ରୋଷେୟା ଭାବେ କାମକରି ଖୁସିରେ ଥିଲା। ଏଭଳି ଅଭିଯୋଗ ପରେ ମାମଲା ଭିନ୍ନ ମୋଡ ନେଇଛି। ଘଟଣାର ୫ଦିନ ପରେ ଖୋଦ ସ୍ବାସ୍ଥ୍ୟମନ୍ତ୍ରୀ ଦାସ ମୁହଁ ଖୋଲିଛନ୍ତି। ରାଜନୈତିକ ଫାଇଦା ପାଇଁ ବିରୋଧୀ ବାଟ ଓଗାଳିବା ଉଚିତ ନୁହେଁ। ଆଇନକୁ ତା’ବାଟରେ ଯିବାକୁ ଦିଅ ବୋଲି ସେ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି। ଝାରସୁଗୁଡ଼ା ଅତିରିକ୍ତ ଏସ୍‌ପି କେଶବ ଚନ୍ଦ୍ର ବେହେରା କହିଛନ୍ତି, ରୋଷେୟା ଆତ୍ମହତ୍ୟା କରିଥିଲେ। ତାଙ୍କ ବଡଭାଇଙ୍କ ଅନୁରୋଧକ୍ରମେ ରାତିରେ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଜିଲା ବିଜେଡି ତରଫରୁ ଖବରଦାତା ସମ୍ମିଳନୀରେ କୁହାଯାଇଛି ଘଟଣାଦିନ ସ୍ବାସ୍ଥ୍ୟମନ୍ତ୍ରୀ ଦାସ ଝାରସୁଗୁଡାରେ ଅନୁପସ୍ଥିତ ଥିଲେ। ରାଜନୈତିକ ଉଦ୍ଦେଶ୍ୟ ରଖି ବିରୋଧୀମାନେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନାମରେ ଏଭଳି ମିଥ୍ୟା ଅଭିଯୋଗ ଆଣୁଛନ୍ତି। ଏସବୁକୁ ନେଇ ଜିଲା ଭାଜପା ତରଫରୁ ଶନିବାର ଜିଲା ପାର୍ଟି ଅଫିସରେ ଏକ ଖବରଦାତା ସମ୍ମିଳନୀରେ କୁହାଯାଇଛି, ସ୍ବାସ୍ଥ୍ୟମନ୍ତ୍ରୀ ଦାସ ପ୍ରଭାବଶାଳୀ ମନ୍ତ୍ରୀ ହୋଇଥିବାରୁ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣା ଭଳି ରୋଷେୟାଙ୍କ ମୃତ୍ୟୁ ଘଟଣା ଚପାଇଦେବାକୁ ପ୍ରୟାସ କରାଯାଉଛି। ଲଳିତ ଫ୍ୟାନ୍‌ରେ ଝୁଲି ଆମତ୍ହତ୍ୟା କରିଥିବାବେଳେ ପ୍ରଥମେ କିଏ ଦେଖିଥିଲେ, ତାଙ୍କ ବଡଭାଇଙ୍କୁ କିଏ ଜଣାଇଥିଲେ, ପୋଲିସ କେତେବେଳେ ପହଞ୍ଚତ୍ଥିଲା ଏସବୁର ମୋବାଇଲ୍‌ କଲ୍‌ ରେକର୍ଡ ଯାଞ୍ଚ କରାଯାଉ। ଘଟଣା ଦିନ ମନ୍ତ୍ରୀ ଦାସ ଝାରସୁଗୁଡାରେ ନ ଥିବା କୁହାଯାଉଥିବାବେଳେ ସେଦିନ ମନ୍ତ୍ରୀ ଝାରସୁଗୁଡାରେ ରହି ୨ଟି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଘଟଣାକୁ ଚାପିଦେବା ପାଇଁ ମନ୍ତ୍ରୀ ଜିଲା ଓ ପୋଲିସ ପ୍ରଶାସନ ଉପରେ ଚାପ ପକାଇଛନ୍ତି। ମନ୍ତ୍ରୀଙ୍କ ବାସଭବନ ଓ ଝାରସୁଗୁଡା ଟାଉନ୍‌ ଥାନାର ସିସିଟିଭି ଫୁଟେଜ୍‌ ଯାଞ୍ଚ ହେବା ଆବଶ୍ୟକ। ମୃତଦେହ ପଞ୍ଚନାମା କେତେବେଳେ ଓ କେଉଁ ଅଧିକାରୀ କରିଥିଲେ ଏହାର ଫଟୋଚିତ୍ର ପ୍ରଦାନ କରାଯାଉ। ରୋଷେୟା ଲଳିତଙ୍କ ବ୍ୟାଙ୍କ ଆକାଉଣ୍ଟରେ କିଏ ଓ କେତେଟଙ୍କା ଜମା କରିଥିଲେ ଓ ପରେ ସେସବୁ ଟଙ୍କା କୁଆଡେ ଯାଇଥିଲା, ଏସବୁର ତଦନ୍ତ କରାଯାଇ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରକାଶ କରିବା ପାଇଁ ଜିଲା ଭାଜପା ଦାବି କରିଛି। ଏ ନେଇ ଜିଲା ଭାଜପା ତରଫରୁ ରବିବାର ଟାଉନ ଥାନା ସମ୍ମୁଖରେ ଧାରଣା ଦିଆଯିବ ବୋଲି ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ଖବରଦାତା ସମ୍ମିଳନୀରେ ଜିଲା ଭାଜପା ନେତୃବୃନ୍ଦଙ୍କ ମଧ୍ୟରେ ଦୀନେଶ ଜୈନ, ତ୍ରିନାଥ ଗୁଆଲ, ସତ୍ୟନାରାୟଣ ବହିଦାର, ନରେଶ ନାୟକ, ବନ୍ଦନା ମୁନ୍ଦ୍ରା, ମହେନ୍ଦ୍ର କେଡିଆ ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri