୨୦୨୭ ସୁଦ୍ଧା ଫାଇଲେରିଆମୁକ୍ତ ହେବ ଓଡ଼ିଶା

ଭୁବନେଶ୍ବର,୧୫ା୯(ଅଭିଜିତ ଦାସ): ରାଜ୍ୟରେ ଡେଙ୍ଗୁର ପ୍ରକୋପ ଥିବାବେଳେ ପାଖାପାଖି ୬୦ ପ୍ରତିଶତ ଲୋକ ଫାଇଲେରିଆ ରୋଗରେ ଆକ୍ରାନ୍ତ ଅଛନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୨୦୨୭ ମସିହା ସୁଦ୍ଧା ରାଜ୍ୟରେ ଫାଇଲେରିଆ ରୋଗକୁ ନିର୍ମୂଳ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିଲାଗି ଦୁଇଟି ପର୍ଯ୍ୟାୟରେ ୨ କୋଟି ୭୩ ଲକ୍ଷ ଲୋକଙ୍କୁ ଫାଇଲେରିଆ ପ୍ରତିଷେଧକ ଔଷଧ ବଣ୍ଟନ କରାଯାଇଛି। ବିଭାଗୀୟ ତଥ୍ୟ ଅନୁଯାୟୀ, ରାଜ୍ୟକୁ ୨୦୩୦ ସୁଦ୍ଧା ଫାଇଲେରିଆ ମୁକ୍ତ କରିବା ପାଇଁ ସରକାର ଲକ୍ଷ୍ୟ ରଖିଥିବାବେଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଲକ୍ଷ୍ୟ ୨୦୨୭ ରଖାଯାଇଛି। ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଚଳିତ ବର୍ଷ ଫେବୃୟାରୀରେ ଫାଇଲେରିଆ ରୋଗର ନିରାକରଣ ପାଇଁ ୧୦ଟି ଜିଲାରେ ସାମୂହିକ ଔଷଧ ବଣ୍ଟନ କରାଯାଇଥିଲା। ପାଖାପାଖି ୧କୋଟି ୨୩ ଲକ୍ଷ ଲୋକଙ୍କୁ ଔଷଧ ଦିଆଯାଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ଅଗଷ୍ଟ ମାସରେ ଆରମ୍ଭ କରାଯାଇଥିଲା। ୧୧ଟି ଜିଲାରେ ୧ କୋଟି ୫୦ ଲକ୍ଷ ଲୋକଙ୍କୁ ଔଷଧ ଦିଆଯାଇଛି। ୯ଟି ଜିଲା ଫାଇଲେରିଆମୁକ୍ତ ଘୋଷଣା ପାଇଁ ଯୋଗ୍ୟତା ହାସଲ କରିଛି। ବର୍ତ୍ତମାନ ରାଜ୍ୟରେ ଫାଇଲେରିଆମୁକ୍ତ ଅଭିଯାନ ଜାରି ରହିଛି। ଉକ୍ତ ରୋଗ ପାଇଁ ୩ ପ୍ରକାର ଔଷଧ ଦିଆଯାଉଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୧ କୋଟି ୮୧ ଲକ୍ଷ ଆଲ୍‌ବେଣ୍ଡାଜୋଲ, ୪କୋଟି ୫୩ ଲକ୍ଷ ଡିଇସି ଏବଂ ୪କୋଟି ୫୪ ଲକ୍ଷ ଆଇଭରମେଟିନ ବଟିକା ବଣ୍ଟାଯାଇଛି। ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ଶୁଭାଶିଷ ମହାନ୍ତି କହିଛନ୍ତି, ରାଜ୍ୟରେ ମଶାବାହିତ ରୋଗ ମଧ୍ୟରୁ ଡେଙ୍ଗୁ, ଫାଇଲେରିଆ, ମ୍ୟାଲେରିଆ ଭଳି ରୋଗର ପ୍ରଭାବ ରହିଛି। କ୍ୟୁଲେସ୍‌ ମଶାଙ୍କ ଦ୍ୱାରା ଫାଇଲେରିଆ ରୋଗ ହେଇଥାଏ। ଫାଇଲେରିଆମୁକ୍ତ ଅଭିଯାନରେ ଡାକ୍ତରୀ ଛାତ୍ରୀଛାତ୍ର, ଆଶାକର୍ମୀ ଓ ତାଲିମପ୍ରାପ୍ତ ସ୍ବେଚ୍ଛାସେବୀ ସାମିଲ ହୋଇ ବହୁ ଜିଲାରେ ଲୋକଙ୍କୁ ଔଷଧ ବଣ୍ଟନ କରିଥିଲେ। ପୂର୍ବରୁ ଫାଇଲେରିଆ ପାଇଁ ଆଲ୍‌ବେଣ୍ଡାଜୋଲ ଓ ଡିଇସି ବଟିକା ଦିଆଯାଉଥିବାବେଳେ ବର୍ତ୍ତମାନ ଆଇଭରମେଟିନ ବଟିକା ମଧ୍ୟ ଦିଆଯାଇଛି। ଔଷଧ ବିତରଣରେ ସମଗ୍ର ଦେଶରେ ଉତ୍ତରପ୍ରଦେଶ ପ୍ରଥମ ସ୍ଥାନରେ ଥିବା ବେଳେ ବିହାର ଦ୍ୱିତୀୟ ଏବଂ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ଜାତୀୟ ଭେକ୍ଟର ବୋର୍ନ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ (ଏନ୍‌ଭିବିଡିସିପି) ଜରିଆରେ ରାଜ୍ୟର ମଶାପ୍ରବଣ ଅଞ୍ଚଳରେ ୨୦୧୬, ୨୦୨୦ ଓ ୨୦୨୧ ମସିହାରେ ଲୋକଙ୍କୁ ମଶାରି ବଣ୍ଟନ କରାଯାଇଥିଲା। ଚଳିତ ବର୍ଷ ମଧ୍ୟ ମଶାରି ବଣ୍ଟନ କରାଯିବାକୁ ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?