Posted inଖେଳ

କର୍ନାଟକ ସହ ପଏଣ୍ଟ ବାଣ୍ଟିଲା ଓଡ଼ିଶା

ଭୁବନେଶ୍ୱର,୨୦ା୨ (ସ୍ପୋଟର୍‌ସ ବ୍ୟୁରୋ): ୭୬ତମ ସନ୍ତୋଷ ଟ୍ରଫି ଫୁଟ୍‌ବଲର ଅନ୍ତିମ ପର୍ଯ୍ୟାୟ ମ୍ୟାଚ୍‌ରେ ରବିବାର ଆୟୋଜକ ଓଡ଼ିଶା କର୍ନାଟକ ସହ ପଏଣ୍ଟ ବାଣ୍ଟିଛି। ଅନ୍ୟ ମ୍ୟାଚ୍‌ଗୁଡ଼ିକ ମଧ୍ୟରେ କେରଳ-ପଞ୍ଜାବ ମ୍ୟାଚ୍‌ ଡ୍ର ରହିଥିବା ବେଳେ ଗୋଆକୁ ପରାସ୍ତ କରିଛି ମହାରାଷ୍ଟ୍ର। କ୍ୟାପିଟାଲ ଫୁଟ୍‌ବଲ ଆରେନାରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଗୋଆକୁ ୨-୦ରେ ପରାସ୍ତ କରିଥିଲା ମହାରାଷ୍ଟ୍ର। ମହାରାଷ୍ଟ୍ର ପକ୍ଷରୁ ହିମାଂଶୁ ପାଟିଲ ୫ ଓ ୮୯ତମ ମିନିଟ୍‌ରେ ଡବଲ ଗୋଲ ସ୍କୋର କରିଥିଲେ। ୭ମ ବାଟାଲିୟନ ଷ୍ଟାଡିୟମରେ କେରଳ ଓ ପଞ୍ଜାବ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍‌ଟି ଡ୍ରରେ ଶେଷ ହୋଇଛି। ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ ଉଭୟ ଦଳ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ୨୪ତମ ମିନିଟରେ କେରଳର ଭିଶାକ ମୋହନନ ପ୍ରଥମ ଗୋଲ ଦେଇଥିବା ବେଳେ ଏହାର ୧୦ ମିନିଟ ମଧ୍ୟରେ ପଞ୍ଜାବ ପକ୍ଷରୁ ରୋହିତ ଶେଖ୍‌ ଗୋଲ୍‌ଟି ପରିଶୋଧ କରିଥିଲେ। ଦ୍ୱିତୀୟାର୍ଦ୍ଧରେ ଉଭୟ ଦଳ ପକ୍ଷରୁ ଆପ୍ରାଣ ଉଦ୍ୟମ ହୋଇଥିଲେ ମଧ୍ୟ କେହି କାହାରିକୁ ଗୋଲ ଦେଇପାରି ନ ଥିଲେ।
ଓଡ଼ିଶା-କର୍ନାଟକ ମ୍ୟାଚ୍‌ ଡ୍ର: କ୍ୟାପିଟାଲ ଫୁଟ୍‌ବଲ ଆରେନାରେ ଖେଳାଯାଇଥିବା ଓଡ଼ିଶା ଓ କର୍ନାଟକ ମ୍ୟାଚ୍‌ ୨-୨ରେ ଅମୀମାଂସିତ ରହିଛି। ଓଡ଼ିଶା ପକ୍ଷରୁ ପ୍ରବୀଣ ଟିଗ୍ଗା (୨୧) ଓ ଚନ୍ଦ୍ର ମୁଦୁଲି (୩୫) ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ସେହିପରି କର୍ନାଟକ ପକ୍ଷରୁ ଏମ୍‌. ସୁନୀଲ କୁମାର (୧୭) ଓ ଶାଜାନ ଫ୍ରାଙ୍କଲିନ୍‌(୫୦) ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ୧୭ତମ ମିନିଟରେ ସୁନୀଲଙ୍କ ଗୋଲରେ କର୍ନାଟକ ୧-୦ରେ ଆଗୁଆ ରହିଥିଲା। ଏହାର ୪ ମିନିଟ୍‌ ପରେ ଟିଗ୍ଗା ଓରାମ ଗୋଲ ପରିଶୋଧ କରିବା ସହିତ ମ୍ୟାଚ୍‌କୁ ସମାନ ସ୍ଥିତିକୁ ଆଣିଥିଲେ। ୩୫ତମ ମିନିଟ୍‌ରେ ଚନ୍ଦ୍ରଙ୍କ ଗୋଲ ବଳରେ ଓଡ଼ିଶା ୨-୧ରେ ଆଗୁଆ ରହିଥିଲା। ପ୍ରଥମାର୍ଦ୍ଧରେ ଓଡ଼ିଶା ୨-୧ରେ ଆଗୁଆ ରହିଥିଲା। ଦ୍ୱିତୀୟାର୍ଦ୍ଧର ୫୦ତମ ମିନିଟରେ ଶାଜାନ କର୍ନାଟକ ପକ୍ଷରୁ ସ୍କୋର କରିବା ସହିତ ଉଭୟ ଦଳ ପଏଣ୍ଟ ବାଣ୍ଟିଥିଲେ। କର୍ନାଟକ ସେମିରେ ପ୍ରବେଶ କରିସାରିଥିବା ବେଳେ ଓଡ଼ିଶା ସେମି ଦୌଡ଼ରୁ ବାଦ୍‌ ପଡ଼ିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ବିବାହର ୩ ଦିନ ପରେ ବୋହୂଙ୍କ ଭୟଙ୍କର କାଣ୍ଡ! ପୂରା ପରିବାରକୁ ଦେଇଦେଲେ ମୂଷାମରା ଔଷଧ, ତାପରେ….

ମୁମ୍ବାଇ,୧୧।୧୦: ବିବାହର ଖୁସି ମନାଉଥିବା ପରିବାରରେ ହଠାତ୍‌ ଖେଳିଗଲା ଆତଙ୍କ । ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ନବବଧୂ ନିଜ ସ୍ୱାମୀଙ୍କ ସମେତ ଶାଶୂଘରର ଅନ୍ୟ…

ଯାତ୍ରୀ ଛାନିଆ! ମଝି ଆକାଶରେ ଇଣ୍ଡିଗୋ ବିମାନରେ ଲାଗିଗଲା ନିଆଁ, ଓଭରହେଡ୍‌ କ୍ୟାବିନ୍‌ରେ ଜଳିଲା…..

ନୂଆଦିଲ୍ଲୀ,୧୧।୧୦: ଆକାଶରେ ଉଡ଼ୁଥିବା ବେଳେ ଇଣ୍ଡିଗୋ ବିମାନରେ ହଠାତ୍‌ ଲାଗିଗଲା ନିଆଁ । ରବିବାର ଦିନ ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ ଏଭଳି ଏକ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?