Posted inରାଜ୍ୟ

ବିଜେଡିରେ ଯୋଗଦେଲେ ଲୋକପ୍ରିୟ ଡାକ୍ତର ଦେବାନନ୍ଦ ମହାପାତ୍ର

ଭୁବନେଶ୍ୱର,୭ା୪(ଅନିଲ ଦାସ): କଟକ ଜିଲା ଅନ୍ତର୍ଗତ ଚୌଦ୍ୱାର- କଟକ ନିର୍ବାଚନମଣ୍ଡଳୀର ଲୋକପ୍ରିୟ ପ୍ରଫେସର ଡାକ୍ତର ଦେବାନନ୍ଦ ମହାପାତ୍ର ଶନିବାର ଶଙ୍ଖଭବନଠାରେ ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦେବାନନ୍ଦଙ୍କୁ ସସ୍ମିତ ଉପଢ଼ୌକନ ଦେଇ ଦଳକୁ ସ୍ବାଗତ କରିଥିଲେ। ଗ୍ୟାଷ୍ଟ୍ରୋଏଣ୍ଟରୋଲୋଜିଷ୍ଟ ଓ ହେପାଟୋଲୋଜିଷ୍ଟର ବିଶେଷଜ୍ଞ ଭାବେ ଡାକ୍ତର ମହାପାତ୍ର ଦୀର୍ଘ ୨୯ ବର୍ଷ କାଳ ପ୍ରଫେସର ଭାବେ କାର୍ଯ୍ୟକରି ବହୁ ଲୋକପ୍ରିୟତା ହାସଲ କରିଛନ୍ତି। ଏହାଛଡ଼ା ସେ ବିଭିନ୍ନ ଡାକ୍ତର ସଂଘ ଓ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ଥିଲେ। ଦେବାନନ୍ଦଙ୍କ ଯୋଗଦାନ ଫଳରେ ବିଶେଷକରି ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀରେ ଦଳୀୟ ସଙ୍ଗଠନ ଆହୁରି ମଜଭୁତ ହେବ ବୋଲି ସସ୍ମିତ କହିଛନ୍ତି।
ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ବଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେଇଥିବା କହିଛନ୍ତି। ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ୱ ଦେବେ ତାକୁ ସେ ସୁଚାରୁରୂପେ ତୁଲାଇବେ । ଦଳରେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ ଦେବାନନ୍ଦ କୃତଜ୍ଞତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ହୀରାକୁଦର ୩୦ ଗେଟ୍‌ ଖୋଲିଲା

ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍‌ ୬ ଲକ୍ଷ ଘନଫୁଟ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲି…

କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲା: ବିଦ୍ୟୁତ୍‌ ବିଭାଗର ୩ ଯନ୍ତ୍ରୀ କଲେ ଆତ୍ମସମର୍ପଣ

କେନ୍ଦୁଝର,୨୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲାରେ ୩ଜଣ ଯନ୍ତ୍ରୀ ଆତ୍ମସମର୍ପଣ କରିଛନ୍ତି। ସୋମବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଦ୍ୟୁତ୍‌…

ମହାନଦୀ ଜଳ ବିବାଦକୁ ନେଇ AG ପୀତାମ୍ବର ଆଚାର୍ଯ୍ୟଙ୍କ ବଡ଼ ସୂଚନା, କହିଲେ…

ଭୁବନେଶ୍ୱର,୨୮।୯: ମହାନଦୀ ଜଳ ବିବାଦ ସମାଧାନକୁ ନେଇ AG ପୀତାମ୍ବର ଆଚାର୍ଯ୍ୟ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ମହାନଦୀ ଜଳ ବିବାଦ ସମାଧାନ ନେଇ ଏକ…

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଇସ୍ତଫା ଦାବିରେ କୁଶପୁତ୍ତଳିକା ଦାହ

ଗୁଣପୁର,୨୮।୯(ସଙ୍କେତ ପାତ୍ର/ସୁଜାତା ପାଢ଼ୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଗୁଣପୁରରେ ସିପିଆଇ(ଏମ୍‌ଏଲ୍‌) ଲିବରେସନ ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନୂଆ ବସ୍‌ଷ୍ଟାଣ୍ଡରୁ…

ନୂଆପଡ଼ାରେ ପୁଣି ବାଘ ଆତଙ୍କ: ରାସ୍ତା ପାର ହେଲା କଲରାପତରିଆ, ଭୟରେ ଗ୍ରାମବାସୀ

ନୂଆପଡ଼ା, ୨୮/୯ (ମକାରୁ ବେମାଲ): ନୂଆପଡ଼ା ଜିଲାରେ କିଛି ଦିନର ବ୍ୟବଧାନ ପରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ରବିବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ…

ପ୍ରତିବର୍ଷ ଏକ ବର୍ଗକିଲୋମିଟର ସଙ୍କୁଚିତ ହେଉଛି ମା’ ବରୁଣେଇ ପୀଠ, ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଅପହଞ୍ଚ

କେନ୍ଦ୍ରାପଡା,୨୮ା୯ (ଜଗନ୍ନାଥ ଧଳ): ଜାତୀୟ ଉଦ୍ୟାନ ଭିତରକନିକା ଜୈବ ବିବିଧତା ବିଭବ ମଧ୍ୟରେ ବରୁଣେଇ ଦୀପରେ ମା’ ବରୁଣେଇ ଦୀର୍ଘ ବର୍ଷ ଧରି ପୂଜା ପାଉଥିଲେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?