ପ୍ରତିବର୍ଷ ଏକ ବର୍ଗକିଲୋମିଟର ସଙ୍କୁଚିତ ହେଉଛି ମା’ ବରୁଣେଇ ପୀଠ, ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଅପହଞ୍ଚ

କେନ୍ଦ୍ରାପଡା,୨୮ା୯ (ଜଗନ୍ନାଥ ଧଳ): ଜାତୀୟ ଉଦ୍ୟାନ ଭିତରକନିକା ଜୈବ ବିବିଧତା ବିଭବ ମଧ୍ୟରେ ବରୁଣେଇ ଦୀପରେ ମା’ ବରୁଣେଇ ଦୀର୍ଘ ବର୍ଷ ଧରି ପୂଜା ପାଉଥିଲେ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ଏହା ଅପହଞ୍ଚ ହୋଇଛି। ସେହିପରି ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନର ଶିକାର ହୋଇ ଏହି ପୀଠ ପରିସର ସଙ୍କୁଚିତ ହେବାରେ ଲାଗିଛି ହେନ୍ତାଳ ବନର ସୁରକ୍ଷା ନ ହେଲେ ୨୦୨୩ରେ ସମୁଦ୍ରରେ ଲୀନ ହୋଇ ଯାଇଥିବା ଅଗରନାସୀ ପରି ଏହାର ପରିଣାମ ହେବ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି। ଏହି ସ୍ଥାନ ପାଇଁ ଜଳପଥ ହିଁ ଗମନାଗମନ ପଥ। କେନ୍ଦ୍ରାପଡା ଜିଲା ରାଜନଗର ଓ ମହାକାଳପଡା ବ୍ଲକର ମିଳନ ସ୍ଥଳ ବରୁଣେଇ ବେଳାଭୂମି ଓ ନିଘଞ୍ଚ ଜଙ୍ଗଲରେ ମା’ ପୂଜା ପାଉଛନ୍ତି। ଉତ୍ତର ଦିଗରେ ସାତଭାୟା, ଅଲିଭରିଡ୍‌ଲେ କଇଁଛଙ୍କ ମିଳନସ୍ଥଳୀ ଗହୀରମଥା ଓ ବିଶ୍ୱ ପ୍ରସିଦ୍ଧ ଭିତରକନିକାର ଲୁଣା କୁମ୍ଭୀର ପ୍ରଜନନ କେନ୍ଦ୍ର ଡାଙ୍ଗମାଳ ଥିଲାବେଳେ ଦକ୍ଷିଣ ଦିଗରେ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ର ବତିଘର ଓ ହୁକିଟୋଲା ରହିଛି। ବ୍ରାହ୍ମଣୀ ଶାଖା ହଂସୁଆର ଜଳ ପ୍ରବାହିତ ହୋଇ ବରୁଣେଇ ମୁହାଣରେ ବଙ୍ଗୋପସାଗରରେ ମିଶୁଛି। ଏହି ଅଞ୍ଚଳରେ ମା’ ବରୁଣେଶ୍ୱରୀ ପୂର୍ବରୁ ଚାଳଘରେ ପୂଜା ପାଉଥିଲେ। ଏବେ ସେଠାରେ ସିମେଣ୍ଟ ଚଉତରା ନିର୍ମାଣ ହୋଇଛି। ଅସ୍ତ୍ରଶସ୍ତ୍ର ସଜ୍ଜିତ ମା’ ବରୁଣେଇଙ୍କୁ ବନ ବିଭାଗ ପକ୍ଷରୁ ଅଭୟଦାୟିନୀ ଭାବେ ପୂଜା କରାଯାଉଛି। ଅପରପକ୍ଷରେ ପୀଠ ସ୍ଥଳୀ ଏବେ ଦ୍ରୁତ ତଟକ୍ଷୟର ସମ୍ମୁଖୀନ ହୋଇଛି। ଗତ ୧୫୦ ବର୍ଷ ମଧ୍ୟରେ ଦ୍ୱୀପର ପ୍ରାୟ ୧୮୦ ବର୍ଗ କିଲୋମିଟର ତଟକ୍ଷୟରେ ହଜିଯାଇଛି।
ଏ ସମ୍ପର୍କରେ ଗବେଷକ ଡ. ସର୍ବେଶ୍ୱର ସେଣ, ଡ. ପି.ଏନ୍‌. ଗୌରାଙ୍ଗ, ଅଧ୍ୟାପକ କ୍ଷିତୀଶକୁମାର ସିଂହ, ପରିବେଶବିତ୍‌ ହେମନ୍ତକୁମାର ରାଉତ, ପ୍ରଭୁପ୍ରସାଦ ମହାପାତ୍ର ପ୍ରମୁଖ କହିଛନ୍ତି ଯେ ବିଭିନ୍ନ ପୁସ୍ତକ ଓ ପତ୍ରିକାରେ ମା’ ବରୁଣେଇଙ୍କୁ ଗଡ଼ଚଣ୍ଡୀ ଭାବେ ଉଲ୍ଲେଖ କରାଯାଇଛି। ନୌଶକ୍ତି ଓ ମା’ ବରୁଣେଶ୍ୱରୀଙ୍କ ଆଶୀର୍ବାଦ ବଳରେ କନିକାର ବୀର ଯୋଦ୍ଧାଗଣ ଅଷ୍ଟାଦଶ ଶତାବ୍ଦୀରେ କଟକର ନବାବଙ୍କୁ ହରାଇଥିଲେ। ଷୋଡ଼ଶ ଶତାବ୍ଦୀରେ କନିକା ଉପକୂଳସ୍ଥିତ ବଙ୍ଗୋପସାଗରର ଏକ ଅଂଶକୁ କନିକା ଉପସାଗର, ଧାମରା ନଦୀକୁ କନିକା ନଦୀ ଓ ଉପସାଗର ଉତ୍ତରଅଂଶ ବାଲିଚରକୁ କନିକା ଦ୍ୱୀପ କୁହାଯାଉଥିଲା। ଉତ୍କଳ ସାହିତ୍ୟରେ ପଣ୍ଡା ରାଧାଚରଣ ଉଲ୍ଲେଖ କରିଛନ୍ତି ଯେ, ଭଞ୍ଜ ରାଜବଂଶ ଦ୍ୱାଦଶ ଶତାବ୍ଦୀରେ କନିକା ଜୟ କରିବା ପୂର୍ବରୁ ଏହି ଅଞ୍ଚଳ ଚାରିଗୋଟି ସ୍ବତନ୍ତ୍ର ଇଲାକା ଥିଲା। ଏଥିମଧ୍ୟରୁ ଚତୁର୍ଥଟି ସମୁଦ୍ରତଟରେ ଥିବାରୁ କଳଦ୍ୱୀପ ଭାବେ ଜଣାଶୁଣା ଥିଲା। ଏଠାରେ ଥିଲା ପ୍ରାକୃତିକ ପୋତାଶ୍ରୟ। ଏଥିସହ ସାଧବଙ୍କ ଧନରତ୍ନର ସୁରକ୍ଷା ପାଇଁ ଅସ୍ତ୍ରାଗାର ଥିଲା। ଏହି ଅସ୍ତ୍ରାଗାରର ରକ୍ଷକ ହେଉଛନ୍ତି ମା’ବରୁଣେଇ। ଏହି ତଥ୍ୟକୁ ବିଭିନ୍ନ ପୁସ୍ତକରେ ସିଂହ ଜଗବନ୍ଧୁ, ତତ୍ରେବ ସମର୍ଥନ ଜଣାଇଥିବା ବେଳେ ଭଞ୍ଜ କନିକା ପୁସ୍ତକରେ ସରସ୍ବତୀ ଦାମୋଦର ଉଲ୍ଲେଖ କରିଛନ୍ତି। ଏହି ଐତିହାସିକ ତଥ୍ୟ ସତ୍ତ୍ୱେ ମା’ ବରୁଣେଇ ଐତିହାସିକ ଓ ସାଧାରଣ ଲୋକଙ୍କଠାରୁ ଦୂରରେ ଅଛନ୍ତି। ଅପରପକ୍ଷରେ ବରୁଣେଇ ଅଞ୍ଚଳ ଭିତରକନିକାରେ ଥିବାରୁ ୧୯୯୮ରେ ଜାତୀୟ ଉଦ୍ୟାନ ମାନ୍ୟତା ପାଇଥିବା ବେଳେ ୨୦୦୨ରେ ରାମସାର ସାଇଟ ବା ଅନ୍ତର୍ଜାତୀୟ ମାନ୍ୟତା ମିଳିଛି। ୧୮୭୦ରେ ଏହି ଅଞ୍ଚଳର ପରିବ୍ୟାପ୍ତ ୨୦୦ ବର୍ଗକିଲୋମିଟର ଥିବା ବେଳେ ତଟକ୍ଷୟ ଯୋଗୁ ପ୍ରାୟ ୧୫ ବର୍ଗକିଲୋମିଟରରେ ରହିଛି। ଏହି ସ୍ଥାନକୁ ଯିବା ପାଇଁ ଜଳପଥ ବ୍ୟବହାର କରିବାକୁ ପଡେ। ବରୁଣେଇ ଦ୍ୱୀପ ଘାଟରେ ଫେରିଘାଟ, ସୂଚନା କେନ୍ଦ୍ର, ବିଶ୍ରାମାଗାର, ପର୍ଯ୍ୟଟକଙ୍କ ପାଇଁ ବ୍ୟାଟେରିଚାଳିତ ଡଙ୍ଗା ଆଦି ବ୍ୟବସ୍ଥା ହେଲେ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ। ଫଳରେ ବରୁଣେଇର ପ୍ରାକୃତିକ ବିଭବ ସହ ଇତିହାସ ଲୋକଲୋଚନକୁ ଆସିବ। ଏଥିସହ ତଟକ୍ଷୟର ସୁରକ୍ଷା ପାଇଁ ହେନ୍ତାଳ ବଣ ସୃଷ୍ଟିର ଆବଶ୍ୟକତା ଅଛି ବୋଲି ସେମାନେ ମତ ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୬ ଲକ୍ଷ ଘନଫୁଟ ଟପିଲା ହୀରାକୁଦକୁ ବନ୍ୟାଜଳ ପ୍ରବେଶ: ପୁଣି ଖୋଲିଲା ଜଳଭଣ୍ଡାରର ୨ଟି ସ୍ଲୁଇସ୍‌ ଗେଟ୍‌

ସମ୍ବଲପୁର, ୨୮/୯ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ଅହେତୁକ ବୃଦ୍ଧି ପାଇବା ଯୋଗୁ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଛି। ଫଳରେ…

ସୁଶାନ୍ତ ସିଂଙ୍କ ପୋଷ୍ଟମର୍ଟମକୁ ନେଇ ଭଉଣୀ ଶ୍ୱେତାଙ୍କ ନୂଆ ଦାବି, ଆଖିରେ ଆଘାତ….

ବଲିଉଡ୍‌ର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୬ ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ମାମଲାଟି ପୁଣିଥରେ ଚର୍ଚ୍ଚାକୁ ଆସିଛି । ସୁଶାନ୍ତଙ୍କ ଭଉଣୀ…

ଷ୍ଟାଡିୟମରୁ ଚୋରି ହୋଇଗଲା ଭାରତୀୟ ଖେଳାଳିଙ୍କ ଦାମୀ ବ୍ୟାଟ୍! ଭିଡିଓ କରି କହିଲେ…

ନୂଆଦିଲ୍ଲୀ,୨୮ା୯: ଭାରତୀୟ କ୍ରିକେଟର ଦୀପକ ଚହରଙ୍କ ୩ଟି କ୍ରିକେଟ୍‌ ବ୍ୟାଟ୍‌ ଗ୍ରାଉଣ୍ଡରୁ ଚୋରି ହୋଇଥିବା ଜଣାପଡ଼ିଛି । ଚୋରି ହୋଇଥିବା ବ୍ୟାଟ୍‌ଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ଦେଢ଼…

ନୂଆପଡ଼ାରେ ପୁଣି ବାଘ ଆତଙ୍କ: ରାସ୍ତା ପାର ହେଲା କଲରାପତରିଆ, ଭୟରେ ଗ୍ରାମବାସୀ

ନୂଆପଡ଼ା, ୨୮/୯ (ମକାରୁ ବେମାଲ): ନୂଆପଡ଼ା ଜିଲାରେ କିଛି ଦିନର ବ୍ୟବଧାନ ପରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ରବିବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ…

ସ୍କୁଲ ଯିବା ବାଟରେ ସ୍କୁଟି ଆଗକୁ ଆସିଗଲା ଛେଳି, ଦୁର୍ଘଟଣାରେ ଚାଲିଗଲା ଶିକ୍ଷୟିତ୍ରୀଙ୍କ ଜୀବନ

ବାସୁଦେବପୁର,୨୮ା୯(କାଳି ପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ମନ୍ଦାରୀ ବନ୍ଧ ମୁଣ୍ଡ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ବାସୁଦେବପୁର ପୌରାଞ୍ଚଳ…

ଦେଶୀ ବିହନ ସଂରକ୍ଷଣରେ ବୈଦନାଥଙ୍କ ନିଆରା ପ୍ରୟାସ, ୨୨ କିସମର ଧାନ ସଂଗ୍ରହ କରି…

କର୍ଲାମୁଣ୍ଡା,୨୮ା୯(ପ୍ରଦୀପ କୁମାର ସାହୁ): ଦେଶୀ ବିହନର ସୁରକ୍ଷା ସହ ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ, ମାଟି ଓ ଜୈବବିବିଧତାର ସୁରକ୍ଷା ତଥା ବିଷମୁକ୍ତ ଓ ପୁଷ୍ଟିକର ଖାଦ୍ୟ ଉତ୍ପାଦନ…

ରେକର୍ଡ ଭାଙ୍ଗିବା ପରେ ମୁହଁ ଖୋଲିଲେ କୋହଲି, ଗିଲ୍‌ଙ୍କ କ୍ୟାପ୍ଟେନ୍ସିକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୨୮ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଦମଦାର ପ୍ରଦର୍ଶନ କରିଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି । ମାତ୍ର ୮୮ ବଲ୍‌ରୁ ୧୩୯ ରନ୍‌ର…

ଶାହୀ ମସଜିଦକୁ ନେଇ ଉତ୍ତେଜନା, ପୋଲିସ ଉପରକୁ ପଥରମାଡ଼

ଭୋପାଳ,୨୮ା୯: ସିଂହସ୍ଥ-୨୦୨୮ ପ୍ରସ୍ତୁତି ମଧ୍ୟରେ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଶାହୀ ମସଜିଦର କିଛି ଅଂଶ ହଟାଇବାକୁ ନେଇ ବିବାଦ ତୀବ୍ର ହୋଇଛି । ସୋମବାର ପ୍ରଶାସନ ପକ୍ଷରୁ ପ୍ରଭାବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?