ନିରଞ୍ଜନ-ପ୍ରମୋଦ, ପଦ୍ମନାଭ-ରଘୁନାଥ ଲଢ଼େଇ

ସୋନପୁର,୭।୪(ମୃତ୍ୟୁଞ୍ଜୟ ଶତପଥୀ)ଚଳିତ ନିର୍ବାଚନରେ ସୁବର୍ଣ୍ଣପୁର ଜିଲାର ସୋନପୁର ଓ ବୀରମହାରାଜପୁର ବିଧାନସଭା ଆସନରେ ପୁଣି ପରସ୍ପରକୁ ସାମ୍ନା କରିବାକୁ ଯାଉଛନ୍ତି ଶାସକ ଓ ବିପକ୍ଷ ଦଳର ପ୍ରାର୍ଥୀ। ସୋନପୁରରେ ୨୦୧୪ ନିର୍ବାଚନର ପ୍ରାର୍ଥୀ ଓ ବୀରମହାରାଜପୁରରେ ୨୦୧୯ ନିର୍ବାଚନର ପ୍ରାର୍ଥୀ ରିପିଟ୍‌ ହୋଇଛନ୍ତି। ହେଲେ କଂଗ୍ରେସ ଉଭୟ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ନ ଥିବାରୁ ନିର୍ବାଚନୀ ଦୃଶ୍ୟପଟ ସ୍ପଷ୍ଟ ହୋଇ ପାରିନାହିଁ ।
ନିରଞ୍ଜନ ପୂଜାରୀଙ୍କ ଉପରେ ବିଜେଡି ଆସ୍ଥା ପ୍ରକଟ କରି ଚଳିତ ଥରକୁ ମିଶାଇ କ୍ରମାଗତ ଷଷ୍ଠ ଥର(ବିନିକାରୁ ୨ର ଓ ସୋନପୁରରୁ ୪ଥର) ଦଳୀୟ ପ୍ରାର୍ଥୀ କରିଛି। ଭାଜପା ୨୦୧୪ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ପ୍ରାକ୍ତନ ନଗରପାଳ ପ୍ରମୋଦ ମହାପାତ୍ରଙ୍କୁ ପୁଣି ପ୍ରାର୍ଥୀ କରିଛି। ସେହିପରି ନବ ନିର୍ମାଣ କୃଷକ ସଂଗଠନ ଚଳିତ ଥର ସୋନାଲି ବିଶିଙ୍କୁ ପ୍ରାର୍ଥୀ କରିବ ବୋଲି ବହୁ ପୂର୍ବରୁ ଘୋଷଣା କରିସାରିଛି। ସୋନାଲି ଚାଷୀ ସରକାର ନାରା ଦେଇ ଗାଁରୁ ଗାଁକୁ ବୁଲି ସଂଗଠନ କରୁଛନ୍ତି। ସେ ନୂଆ ମୁହଁ ଭାବେ ଚର୍ଚ୍ଚାରେ ରହିଛନ୍ତି। ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ନିରଞ୍ଜନ ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ଭାଜପାର ପ୍ରମୋଦଙ୍କ ଠାରୁ ରେକର୍ଡ ୫୧ ହଜାର ୪୮୫ ଖଣ୍ଡ ଅଧିକ ଭୋଟ ପାଇ ଜିତିଥିଲେ। ସେହିପରି ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ନିରଞ୍ଜନ ଭାଜପା ପ୍ରାର୍ଥୀ ଅଶୋକ କୁମାର ପୂଜାରୀଙ୍କ ଠାରୁ ୨୫ ହଜାର ୭୨୬ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲା। ଚଳିତ ଥର ସୋନପୁର ନିର୍ବାଚନ ମଣ୍ଡଳୀରେ ପୁଣି ଦୁଇ ଭେଟେରାନ ନିରଞ୍ଜନ ଓ ପ୍ରମୋଦଙ୍କ ମଧ୍ୟରେ ମୁଖ୍ୟତଃ ଲଢେଇ ଦେଖିବାକୁ ମିଳିବ। ନିରଞ୍ଜନ ବିକାଶମୂଳକ କାର୍ଯ୍ୟକୁ ନେଇ ଭୋଟ ଭିକ୍ଷା କରୁଥିବା ବେଳେ ପ୍ରମୋଦ ମୋଦି ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ନେଇ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରୁଛନ୍ତି।
ବୀରମହାରାଜପୁର ନିର୍ବାଚନମଣ୍ଡଳୀରେ ବିଜେଡି ପୁଣି ପଦ୍ମନାଭ ବେହେରାଙ୍କ ଉପରେ ଆସ୍ଥା ପ୍ରକଟ କରି ଚତୁର୍ଥ ଥର ପାଇଁ ଦଳୀୟ ଟିକେଟ ପ୍ରଦାନ କରିଛି। ଭାଜପା ଗତ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଥିବା ସ୍ଥାନୀୟ ଯୁବ ନେତୃତ୍ୱ ଇଂ ରଘୁନାଥ ଜଗଦଲାଙ୍କୁ ପୁଣି ଥରେ ସୁଯୋଗ ଦେଇଛି। ରାଜନୀତିରେ ନବାଗତ ଥିବା ରଘୁନାଥ ୨୦୧୯ରେ ପଦ୍ମନାଭଙ୍କୁ କଡା ଟକ୍କର ଦେଇଥିଲେ। ନିର୍ବାଚନରେ ବିଜେଡି ପ୍ରାର୍ଥୀ ବେହେରା ଭାଜପା ପ୍ରାର୍ଥୀ ଜଗଦଲାଙ୍କ ଠାରୁ ୧୩ ହଜାର ୫୭ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ। କଂଗ୍ରେସର ବିନୋଦ ପାତ୍ର ୪୦ ହଜାର ୭୩୫ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ। ଚଳିତ ନିର୍ବାଚନରେ କଂଗ୍ରେସ ଭଲ ପ୍ରାର୍ଥୀ ଦେଲେ ଏହି ଆସନରେ ତ୍ରିକୋଣୀୟ ରୋଚକ ଲଢେଇ ଦେଖିବାକୁ ମିଳିପାରେ। ତେବେ ଶାସକ ବିଜେଡି ଓ ମୁଖ୍ୟ ବିରୋଧୀ ଭାଜପା ପ୍ରାର୍ଥୀ ଘୋଷଣା କରିବା ପରେ ରାଜନୈତିକ ଉଷ୍ମତା ପ୍ରକାଶ ପାଇଛି। ଦୁଇ ଦଳ କର୍ମୀ ଓ ସମର୍ଥକଙ୍କୁ ଏକଜୁଟ୍‌ କରି ପ୍ରଚାର ମଇଦାନକୁ ଏକପ୍ରକାର ଓହ୍ଲାଇଲେଣି। ପଦ୍ମନାଭ ତାଙ୍କ ନିର୍ବାଚନମଣ୍ଡଳୀରେ ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟ ଓ ମୁଖ୍ୟମନ୍ତ୍ରୀଙ୍କ ବିକାଶ ମଡେଲକୁ ପାଥେୟ କରି ଲୋକଙ୍କ ନିକଟକୁ ଯାଉଛନ୍ତି। ଭାଜପା ପ୍ରାର୍ଥୀ ରଘୁନାଥ କେନ୍ଦ୍ର ସରକାରଙ୍କ ୧୦ ବର୍ଷର ବିକାଶମୂଳକ କାର୍ଯ୍ୟକୁ ଘରେ ଘରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ଏଭଳି ସ୍ଥିତିରେ ସୋନପୁର ଓ ବୀରମହାରାଜପୁର ନିର୍ବାଚନମଣ୍ଡଳୀରେ କଂଗ୍ରେସରୁ କିଏ ପ୍ରାର୍ଥୀ ହେବ ତାହାକୁ ଜିଲାବାସୀ ଅପେକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ବାରଙ୍ଗ,୨୯।୪(ଲିଙ୍ଗରାଜ ରାଉତ): ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉତ୍ପାତ କରି କମ୍ପ୍ୟୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବା ସହ...

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଭାଜପା ଛାଡିବା ଖବରକୁ ଖଣ୍ଡନ କଲେ ନୀତେଶ, କହିଲେ ମୋ ଆକାଉଣ୍ଟ…

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ତେବେ ଏଭଳି ଏକ ଖବରକୁ ଖଣ୍ଡନ କରିଛନ୍ତି ନୀତେଶ। ସେ କହିଛନ୍ତି, ତାଙ୍କ ଫେସବୁକ୍‌ ଆକାଉଣ୍ଟ...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଆସନ୍ତା ୨ରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ନବୀନ

ଭୁବନେଶ୍ୱର,୨୯।୪: ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨ ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଏଥିସହ...

ଭାଜପାରୁ ଇସ୍ତଫା ଦେଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ସୋମବାର ନୀତେଶ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଏମ୍‌ପି...

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri