ନିରଞ୍ଜନ-ପ୍ରମୋଦ, ପଦ୍ମନାଭ-ରଘୁନାଥ ଲଢ଼େଇ

ସୋନପୁର,୭।୪(ମୃତ୍ୟୁଞ୍ଜୟ ଶତପଥୀ)ଚଳିତ ନିର୍ବାଚନରେ ସୁବର୍ଣ୍ଣପୁର ଜିଲାର ସୋନପୁର ଓ ବୀରମହାରାଜପୁର ବିଧାନସଭା ଆସନରେ ପୁଣି ପରସ୍ପରକୁ ସାମ୍ନା କରିବାକୁ ଯାଉଛନ୍ତି ଶାସକ ଓ ବିପକ୍ଷ ଦଳର ପ୍ରାର୍ଥୀ। ସୋନପୁରରେ ୨୦୧୪ ନିର୍ବାଚନର ପ୍ରାର୍ଥୀ ଓ ବୀରମହାରାଜପୁରରେ ୨୦୧୯ ନିର୍ବାଚନର ପ୍ରାର୍ଥୀ ରିପିଟ୍‌ ହୋଇଛନ୍ତି। ହେଲେ କଂଗ୍ରେସ ଉଭୟ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ନ ଥିବାରୁ ନିର୍ବାଚନୀ ଦୃଶ୍ୟପଟ ସ୍ପଷ୍ଟ ହୋଇ ପାରିନାହିଁ ।
ନିରଞ୍ଜନ ପୂଜାରୀଙ୍କ ଉପରେ ବିଜେଡି ଆସ୍ଥା ପ୍ରକଟ କରି ଚଳିତ ଥରକୁ ମିଶାଇ କ୍ରମାଗତ ଷଷ୍ଠ ଥର(ବିନିକାରୁ ୨ର ଓ ସୋନପୁରରୁ ୪ଥର) ଦଳୀୟ ପ୍ରାର୍ଥୀ କରିଛି। ଭାଜପା ୨୦୧୪ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ପ୍ରାକ୍ତନ ନଗରପାଳ ପ୍ରମୋଦ ମହାପାତ୍ରଙ୍କୁ ପୁଣି ପ୍ରାର୍ଥୀ କରିଛି। ସେହିପରି ନବ ନିର୍ମାଣ କୃଷକ ସଂଗଠନ ଚଳିତ ଥର ସୋନାଲି ବିଶିଙ୍କୁ ପ୍ରାର୍ଥୀ କରିବ ବୋଲି ବହୁ ପୂର୍ବରୁ ଘୋଷଣା କରିସାରିଛି। ସୋନାଲି ଚାଷୀ ସରକାର ନାରା ଦେଇ ଗାଁରୁ ଗାଁକୁ ବୁଲି ସଂଗଠନ କରୁଛନ୍ତି। ସେ ନୂଆ ମୁହଁ ଭାବେ ଚର୍ଚ୍ଚାରେ ରହିଛନ୍ତି। ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ନିରଞ୍ଜନ ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ଭାଜପାର ପ୍ରମୋଦଙ୍କ ଠାରୁ ରେକର୍ଡ ୫୧ ହଜାର ୪୮୫ ଖଣ୍ଡ ଅଧିକ ଭୋଟ ପାଇ ଜିତିଥିଲେ। ସେହିପରି ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ନିରଞ୍ଜନ ଭାଜପା ପ୍ରାର୍ଥୀ ଅଶୋକ କୁମାର ପୂଜାରୀଙ୍କ ଠାରୁ ୨୫ ହଜାର ୭୨୬ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲା। ଚଳିତ ଥର ସୋନପୁର ନିର୍ବାଚନ ମଣ୍ଡଳୀରେ ପୁଣି ଦୁଇ ଭେଟେରାନ ନିରଞ୍ଜନ ଓ ପ୍ରମୋଦଙ୍କ ମଧ୍ୟରେ ମୁଖ୍ୟତଃ ଲଢେଇ ଦେଖିବାକୁ ମିଳିବ। ନିରଞ୍ଜନ ବିକାଶମୂଳକ କାର୍ଯ୍ୟକୁ ନେଇ ଭୋଟ ଭିକ୍ଷା କରୁଥିବା ବେଳେ ପ୍ରମୋଦ ମୋଦି ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ନେଇ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରୁଛନ୍ତି।
ବୀରମହାରାଜପୁର ନିର୍ବାଚନମଣ୍ଡଳୀରେ ବିଜେଡି ପୁଣି ପଦ୍ମନାଭ ବେହେରାଙ୍କ ଉପରେ ଆସ୍ଥା ପ୍ରକଟ କରି ଚତୁର୍ଥ ଥର ପାଇଁ ଦଳୀୟ ଟିକେଟ ପ୍ରଦାନ କରିଛି। ଭାଜପା ଗତ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଥିବା ସ୍ଥାନୀୟ ଯୁବ ନେତୃତ୍ୱ ଇଂ ରଘୁନାଥ ଜଗଦଲାଙ୍କୁ ପୁଣି ଥରେ ସୁଯୋଗ ଦେଇଛି। ରାଜନୀତିରେ ନବାଗତ ଥିବା ରଘୁନାଥ ୨୦୧୯ରେ ପଦ୍ମନାଭଙ୍କୁ କଡା ଟକ୍କର ଦେଇଥିଲେ। ନିର୍ବାଚନରେ ବିଜେଡି ପ୍ରାର୍ଥୀ ବେହେରା ଭାଜପା ପ୍ରାର୍ଥୀ ଜଗଦଲାଙ୍କ ଠାରୁ ୧୩ ହଜାର ୫୭ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ। କଂଗ୍ରେସର ବିନୋଦ ପାତ୍ର ୪୦ ହଜାର ୭୩୫ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ। ଚଳିତ ନିର୍ବାଚନରେ କଂଗ୍ରେସ ଭଲ ପ୍ରାର୍ଥୀ ଦେଲେ ଏହି ଆସନରେ ତ୍ରିକୋଣୀୟ ରୋଚକ ଲଢେଇ ଦେଖିବାକୁ ମିଳିପାରେ। ତେବେ ଶାସକ ବିଜେଡି ଓ ମୁଖ୍ୟ ବିରୋଧୀ ଭାଜପା ପ୍ରାର୍ଥୀ ଘୋଷଣା କରିବା ପରେ ରାଜନୈତିକ ଉଷ୍ମତା ପ୍ରକାଶ ପାଇଛି। ଦୁଇ ଦଳ କର୍ମୀ ଓ ସମର୍ଥକଙ୍କୁ ଏକଜୁଟ୍‌ କରି ପ୍ରଚାର ମଇଦାନକୁ ଏକପ୍ରକାର ଓହ୍ଲାଇଲେଣି। ପଦ୍ମନାଭ ତାଙ୍କ ନିର୍ବାଚନମଣ୍ଡଳୀରେ ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟ ଓ ମୁଖ୍ୟମନ୍ତ୍ରୀଙ୍କ ବିକାଶ ମଡେଲକୁ ପାଥେୟ କରି ଲୋକଙ୍କ ନିକଟକୁ ଯାଉଛନ୍ତି। ଭାଜପା ପ୍ରାର୍ଥୀ ରଘୁନାଥ କେନ୍ଦ୍ର ସରକାରଙ୍କ ୧୦ ବର୍ଷର ବିକାଶମୂଳକ କାର୍ଯ୍ୟକୁ ଘରେ ଘରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ଏଭଳି ସ୍ଥିତିରେ ସୋନପୁର ଓ ବୀରମହାରାଜପୁର ନିର୍ବାଚନମଣ୍ଡଳୀରେ କଂଗ୍ରେସରୁ କିଏ ପ୍ରାର୍ଥୀ ହେବ ତାହାକୁ ଜିଲାବାସୀ ଅପେକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?