ଗୋଟିଏ ମଞ୍ଚରେ ଜୟନାରାୟଣ ଓ ଗିରିଶ

ସମ୍ବଲପୁର,୭ା୪ (ଭବାନୀ ଶଙ୍କର ଭୋଇ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକ ସଭା ପାଇଁ ପ୍ରାର୍ଥୀ ଘୋଷିତ ହେବା ପରେ ଏବେ ସେ ଭାଜପାର ନୂଆପୁରୁଣା ନେତା ଓ କର୍ମୀଙ୍କୁ ଏକଜୁଟ କରି ଦଳକୁ ଅଧିକ ସଂଗଠିତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ବିଗତ କିଛିମାସ ହେବ ସମ୍ବଲପୁର ବିଧାନସଭା କ୍ଷେତ୍ରରେ ଭାଜପାର ବରିଷ୍ଠ ନେତା ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏବଂ ଭାଜପା ଜିଲା ସଭାପତି ଗିରିଶ ପଟେଲ ପରସ୍ପର ବିରୋଧୀ ହୋଇଯାଇଥିବା ନେଇ ଚର୍ଚ୍ଚା ହୋଇଥିଲା। ଭାଜପା ପ୍ରତିଷ୍ଠା ଦିବସରେ ଧର୍ମେନ୍ଦ୍ର ଉଭୟ ନେତାଙ୍କୁ ଗୋଟିଏ ମଞ୍ଚରେ ଏକାଠି ବସାଇ କର୍ମୀଙ୍କୁ ସକାରାତ୍ମକ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି। ଏପରି କି ଗିରିଶଙ୍କ ସଭାପତିତ୍ୱରେ ହୋଇଥିବା କାର୍ଯ୍ୟକ୍ରମରେ ଜୟନାରାୟଣଙ୍କୁ ଗିରିଶ ସ୍ନେହରେ ଜୟଦାଦା ବୋଲି ସମ୍ବୋଧନ କରିଥିବା ବେଳେ ଦୁହେଁ ପାଖାପାଖି ବସିଥିବା ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ଜୟନାରାୟଣଙ୍କ ସମର୍ଥକମାନେ ଗିରିଶଙ୍କ ଫଟୋକୁ ଜିଲା କାର୍ଯ୍ୟାଳୟରେ ଲାଗିଥିବା ହୋର୍ଡିଂରୁ ଗାଏବ କରିଦେଇଥିଲେ। ତେବେ ସେ ପୂର୍ବତନ ନଗରପାଳ ସହ ଜଣେ ପୁରୁଣା ସଂଗଠକ ହୋଇଥିବାରୁ ତାଙ୍କୁ ଧର୍ମେନ୍ଦ୍ର ଉପେକ୍ଷା ନ କରି ଜୟନାରାୟଣ ଏବଂ ଗିରିଶଙ୍କ ମଧ୍ୟରେ ରହିଥିବା ଭୁଲ୍‌ ବୁଝାମଣାକୁ ଦୂର କରିବାକୁ ଚେଷ୍ଟା କରିଛନ୍ତି। ଅନ୍ୟପକ୍ଷରେ ଦଳର ପୁରୁଣା କର୍ମକର୍ତ୍ତା ରାମଚନ୍ଦ୍ର ମେହେର, ଦାମୋଦର କର, ଫଣିଭୂଷଣ ମିଶ୍ର, ସୁନୀଲ ନନ୍ଦ ପ୍ରମୁଖଙ୍କୁ ଗୁରୁତ୍ୱ ଦେଇ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରୁଥିବା ବେଳେ କିଛିଦିନ ଆଗରୁ ଭାଜପାରେ ସାମିଲ ହୋଇଥିବା ବିଜେଡିର ପୂର୍ବତନ ଜିଲା ସଭାପତି ଡ. ପ୍ରମୋଦ ରଥଙ୍କୁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ନିଜ ତରଫରୁ ସାମିଲ କରୁଛନ୍ତି। ଅଞ୍ଚଳର ବିଶିଷ୍ଟ ସଂଗଠକ, ବୁଦ୍ଧିଜୀବୀଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ରଖି ନିର୍ବାଚନରେ ସମର୍ଥନ ହାସଲ କରିବାକୁ ଧର୍ମେନ୍ଦ୍ର ଉଦ୍ୟମ ଚଳାଇଛନ୍ତି। ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁରରୁ ସାଂସଦ ପ୍ରାର୍ଥୀ ହେବା ପରେ ଧର୍ମେନ୍ଦ୍ର ତାଙ୍କୁ ଟକ୍କର ଦେବାକୁ ଲାଗି ପଡିଛନ୍ତି। ସେ ପୂର୍ବରୁ ଅନେକଥର ସମ୍ବଲପୁର ଆସି କାର୍ଯ୍ୟକ୍ରମ ସାରି ଫେରି ଯାଉଥିବା ବେଳେ ଏବେ ସମ୍ବଲପୁରରେ ନିଜର ଠିକଣା ତିଆରି କରି ପୂରା ସମୟ ପ୍ରଚାର ପାଇଁ ଲଗାଇବାକୁ ଯୋଜନା କରିଛନ୍ତି। ଶନିବାର ସନ୍ଧ୍ୟାରେ ସେ ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମେଳନ ଉତ୍କର୍ଷ କାର୍ଯ୍ୟକ୍ରମରେ ସାମିଲ ହୋଇ ସମ୍ବଲପୁରର ଏକ ପ୍ରତିଷ୍ଠିତ ଗୋଷ୍ଠୀ ସହ ସମ୍ପର୍କକୁ ମଜଭୁତ କରିବାକୁ ଉଦ୍ୟମ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଦାୟି ହେଉଛି’: ଲେବର ପାର୍ଟିରେ ଉତ୍ତେଜନା ମଧ୍ୟରେ ୟୁକେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କୀର ଷ୍ଟାରମର

ଲଣ୍ଡନ,୨୨।୬: ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ଇସ୍ତଫା ସମ୍ପର୍କରେ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ସୋମବାର (ଜୁନ ୨୨) ଷ୍ଟାରମର ପ୍ରଧାନମନ୍ତ୍ରୀ ପଦ ଛାଡିବା ନିଷ୍ପତ୍ତି ଘୋଷଣା କରିଛନ୍ତି।…

‘ଅଧିକ ଚିନ୍ତା କର ନାହିଁ’, କିଏ ଆଉ କାହିଁକି ଏମିତି କହିଲେ ବୈଭବ ସୂର୍ଯ୍ୟବଂଶୀଙ୍କୁ? ତା’ପରେ ଆସିଲା ଝଡ଼…

ନୂଆଦିଲ୍ଲୀ,୨୨।୬: ବୈଭବ ସୂର୍ଯ୍ୟବଂଶୀ ଜାଣିଥିଲେ ଯେ ଶ୍ରୀଲଙ୍କାରେ ତ୍ରି-ସିରିଜରେ ସମସ୍ତଙ୍କ ନଜର ତାଙ୍କ ଉପରେ ରହିବ। ୧୫ ବର୍ଷୀୟ ବ୍ୟାଟସମ୍ୟାନଙ୍କୁ ଭାରତ ଏ ପାଇଁ ଜଣେ ପ୍ରମୁଖ…

ଜିଅନ୍ତା ଜଳିଗଲେ ସ୍ତ୍ରୀ, ସ୍ବାମୀ ଗୁରୁତର, ହତ୍ୟା ଅଭିଯୋଗ ଆଣି ବାପଘର ଲୋକେ କହିଲେ…

ଖଲ୍ଲିକୋଟ,୨୨।୬(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ମଥୁରା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ନିଆଁରେ ପୋଡ଼ି ହୋଇ ସ୍ତ୍ରୀ,…

ସରକାରଙ୍କ ବଡ଼ ଉପହାର, ୨୦ ପ୍ରତିଶତ ବଢିଲା DA, ଆଶା କର୍ମୀଙ୍କୁ ମିଳିବ ୨ହଜାର, ମହିଳାଙ୍କ ପାଇଁ ମାଗଣା ବସ ସେବା

କୋଲକାତା,୨୨।୬: ସୋମବାର, ପଶ୍ଚିମବଙ୍ଗ ସରକାର ଅନେକ ସୁବିଧା ଘୋଷଣା କରିଛନ୍ତି। ରାଜ୍ୟ କ୍ୟାବିନେଟ ରାଜ୍ୟ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (DA) 20 ପ୍ରତିଶତ ବୃଦ୍ଧି କରିବାକୁ…

ବାଲିଘାଟରେ ହତ୍ୟାକାଣ୍ଡ ଅଭିଯୋଗ: ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ, ଦ୍ୱିତୀୟ ଦିନରେ ବି ଉତ୍ତେଜନା..

ଦେବଗଡ଼, ୨୨/୬ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ସିଙ୍ଗଶାଳ-ଚଟିଆପାଲି ବାଲିଘାଟରେ ଜଣେ ଯୁବକଙ୍କୁ ହତ୍ୟା କରି ଶବକୁ ବାଲି ଭିତରେ ପୋତି…

ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ସହାୟତା ଘୋଷଣା

ଭୁବନେଶ୍ୱର,୨୨।୬: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍‌ ଲିକ୍‌ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।…

ଏଲ୍‌ ନିନୋ ଏବଂ ଉତ୍ତପ୍ତ ପାଣିପାଗ

ଗତ କିଛି ବର୍ଷ ଧରି ପୃଥିବୀର ଜଳବାୟୁରେ ଅସ୍ବାଭାବିକ ପରିବର୍ତ୍ତନ ଦେଖାଯାଉଛି। ଏହାର ପ୍ରଭାବ ଭାରତ ଏବଂ ଓଡ଼ିଶାରେ ମଧ୍ୟ ସ୍ପଷ୍ଟ ଭାବେ ପରିଲକ୍ଷିତ ହେଉଛି। ଏହି…

୪୪ ଜଣ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କଲା ଗଞ୍ଜାମ ପୋଲିସ

ଛତ୍ରପୁର, ୨୨/୬ (ଦିଲ୍ଲୀପ ସାମଲ): ଗଞ୍ଜାମ ପୋଲିସ ଜିଲାର ବିଭିନ୍ନ ଥାନାର ତ୍ୱରିତ ଏବଂ ସମନ୍ୱିତ ପ୍ରୟାସ ଫଳରେ ୧୫ ଜୁନ ୨୦୨୬ରୁ ୨୧ ଜୁନ ୨୦୨୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri