କେନ୍ଦୁଝର,୨୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍ ଦୁର୍ନୀତି ମାମଲାରେ ୩ଜଣ ଯନ୍ତ୍ରୀ ଆତ୍ମସମର୍ପଣ କରିଛନ୍ତି। ସୋମବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଦ୍ୟୁତ୍ ବିଭାଗର ୩ଜଣ ଯନ୍ତ୍ରୀ ମନୋରଞ୍ଜନ ଜେନା, ଚିତ୍ତରଞ୍ଜନ ମିସ୍ତ୍ରୀ, ମୀନକେତନ ସାମଲ ଆତ୍ମସମର୍ପଣ କରିଛନ୍ତି। ହାଇକୋର୍ଟରୁ ସର୍ତ୍ତ ମୂଳକ ଜାମିନ ପାଇବା କୋର୍ଟରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି।
ପ୍ରକାଶ ଥାଉକି, ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍ ଦୁର୍ନୀତି ମାମଲା କେନ୍ଦୁଝର ଜିଲା ସମେତ ଅନ୍ୟ ୫ଟି ଜିଲାରେ ହୋଇଥିଲା। ମାମଲାକୁ ନେଇ ପୂର୍ବରୁ କଣ୍ଟାକ୍ଟର ବିଭୂତି ଭୂଷଣ ବିଶ୍ୱାଳ ଜେଲ ଯାଇ ଥିବା ବେଳେ ସେ ଜାମିନରେ ଆସିଥିବା ଜଣାପଡିଛି।

